bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Corinthians 14
1 Corinthians 14
Odia Bible ERV 2004 (ପବିତ୍ର ବାଇବଲ)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 15 →
1
ଆଧ୍ୟାତ୍ମିକ ଦାନଗୁଡ଼ିକୁ ମଣ୍ଡଳୀ ସେବାର ଲଗାଅ ପ୍ରେମର ଅନୁସରଣ କର। ଆଧ୍ୟାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶେଷ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର।
2
ମୁଁ ବୁଝାଇ କହୁଛି: ଯେଉଁ ଲୋକ ବିଭିନ୍ନ ଭାଷାରେ କଥା କହିବାକୁ ଦାନ ପାଇଛି, ସେ ପ୍ରକୃତରେ ମନୁଷ୍ୟର ସହିତ ନୁହେଁ ବରଂ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରେ। କେହିହେଲେ ତା’କଥା ବୁଝି ପାରନ୍ତି ନାହିଁ, ସେ ଆତ୍ମାଙ୍କ ଦ୍ୱାରା ନିଗୂଢ଼ ବିଷୟ କହେ।
3
କିନ୍ତୁ ଯିଏ ଭାବବାଣୀ କହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ୱନାର କଥା କହେ।
4
ଯେଉଁ ଲୋକକୁ ବିଭିନ୍ନ ଭାଷାରେ କହିବା ଶକ୍ତି ପ୍ରାପ୍ତ ହୋଇଛି, ସେ ନିଜକୁ ନିଷ୍ଠା ଜନ୍ମାଏ; କିନ୍ତୁ ଯେଉଁ ଲୋକ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
5
ତୁମ୍ଭେମାନେ ସମସ୍ତେ ଅନେକ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା। ଯେଉଁ ଲୋକ ଭାବବାଣୀ କହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ରେଷ୍ଠ। କିନ୍ତୁ ସେ ଯଦି ସେହି ଭାଷାଗୁଡ଼ିକର ଅର୍ଥ କରି ପାରୁଥିବ ତେବେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହା ଦ୍ୱାରା ମଣ୍ଡଳୀକୁ ସାହାଯ୍ୟ ହେବ।
6
ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖରେ ଅନ୍ୟଭାଷାରେ କଥା କହେ, ତା’ହେଲେ ତୁମ୍ଭର ବା କ’ଣ ଲାଭ ହେବ? କେବଳ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ଯ୍ୟ ବା କିଛି ଭବିଷ୍ୟଦ୍ବାଣୀ ବା କିଛି ଉପଦେଶର କଥା କୁହେ ତେବେ ତୁମ୍ଭମାନଙ୍କର ପ୍ରକୃତରେ ଲାଭ ହେବ।
7
ଅନ୍ୟଥା ମୋର କଥା ତୁମ୍ଭମାନଙ୍କ ପାଇଁ କୌଣସି ନିର୍ଜୀବ ବଂଶୀ ବା ବୀଣାର ଧ୍ୱନି ତୁଲ୍ୟ ହେବ। ଯଦି କୌଣସି ବାଦ୍ୟଯନ୍ତ୍ରର ସ୍ୱରଗୁଡ଼ିକରେ ପାର୍ଥକ୍ୟ ନ ରହିବ, ତା’ହେଲେ ଜଣେ କିପରି ଜାଣି ପାରିବ ଯେ, ବଂଶୀ ବା ବୀଣା କ’ଣ ବାଜୁଅଛି?
8
ଯୁଦ୍ଧରେ ଯଦି ତୂରୀଟି ସ୍ପଷ୍ଟ ଭାବରେ ନ ଶୁଭେ ତା’ହେଲେ ସୈନିକଗଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର ସମୟ ଜାଣି ପାରିବେ ନାହିଁ।
9
ସେହିଭଳି ତୁମ୍ଭେମାନେ ଜିହ୍ୱା ଦ୍ୱାରା ଯଦି ସ୍ପଷ୍ଟ ଭାବରେ କଥା ନ କହିବ, ତା’ହେଲେ କୌଣସି ଲୋକ କିଛି ବୁଝି ପାରିବ ନାହିଁ। ତାହା ପବନରେ କଥା କହିଲାପରି ହେବ।
10
ଏହା ସତ୍ୟ ଯେ, ସଂସାରରେ ଅନେକ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ।
11
ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପାରେ ତା’ହେଲେ ସେହି କଥା ମୋତେ ଅଦ୍ଭୂତ ମନେ ହେବ।
12
ତୁମ୍ଭପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ତୁମ୍ଭେମାନେ ଆଧ୍ୟାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
13
ଅତଏବ, ଯିଏ ଅନ୍ୟ ଭାଷାରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍।
14
ଯଦି ମୁଁ ଅନ୍ୟ ଭାଷାରେ ପ୍ରାର୍ଥନା କରୁଛି, ତା’ହେଲେ ମୋର ଆତ୍ମା ପ୍ରାର୍ଥନା କରେ, ମୋର ବୁଦ୍ଧି କିଛି କରେ ନାହିଁ।
15
ତାହାହେଲେ ମୋର କ’ଣ କରିବା ଉଚିତ୍? ମୁଁ ମୋହର ଆତ୍ମା ଦ୍ୱାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ୱାରା ମଧ୍ୟ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ୱାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ୟ ସ୍ତୁତିଗାନ କରିବି।
16
ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ?
17
ତୁମ୍ଭେମାନେ ପରମେଶ୍ୱରଙ୍କୁ ପ୍ରକୃତରେ ଭଲ ଭାବରେ ଧନ୍ୟବାଦ ଜଣାଉଛ, କିନ୍ତୁ ତା’ଦ୍ୱାରା ଅନ୍ୟ ଲୋକ ଆଧ୍ୟାତ୍ମିକ ଲାଭ ପାଉ ନାହିଁ।
18
ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି।
19
କିନ୍ତୁ ମଣ୍ଡଳୀରେ ଅନ୍ୟ ଭାଷାରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସେମାନେ ବୁଝୁଥିବା ପାଞ୍ଚୋଟି କଥା କହିବାକୁ ଭଲ ପାଏ। ଏହା ଦ୍ୱାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି।
20
ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ।
21
ଶାସ୍ତ୍ରରେ ଲେଖାଅଛି: “ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତଥାପି ଏହି ଲୋକମାନେ ଆମ୍ଭକଥା ଶୁଣିବେ ନାହିଁ।” ଏହା ପରମେଶ୍ୱର କହନ୍ତି
22
ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ।
23
ଯଦି ସମସ୍ତ ମଣ୍ଡଳୀ ସମବେତ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷାରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ୱାସୀ ଲୋକମାନେ ଆସନ୍ତି, ସେମାନେ ଯଦି ବୁଝି ନ ପାରନ୍ତି, ତାହାହେଲେ ସେମାନେ ତୁମ୍ଭକୁ ପାଗଳ କହିବେ।
24
କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ ତେବେ ତା’ର ଦୋଷ ତୁମ୍ଭକୁ ଦେଖାଯିବ ଓ ତୁମ୍ଭ କଥା ଦ୍ୱାରା ସେ ବିଗ୍ଭରିତ ହେବ।
25
ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହେବ, ସେଥିରେ ସେ ମସ୍ତକ ନତକରି ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ପରମେଶ୍ୱରଙ୍କ ଉପାସନା କରିବ।
26
ତୁମ୍ଭମାନଙ୍କ ସଭାଗୁଡ଼ିକ ମଣ୍ଡଳୀକୁ ସାହାଯ୍ୟ କରିବା ଉଚିତ୍ ତା’ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ।
27
ଯଦି କିଏ ଅନ୍ୟ ଭାଷାରେ କହୁଛି, ତା’ହେଲେ ମାତ୍ର ଦୁଇ ବା ତିନି ଜଣ ଲୋକ ଏପରି କହିବା ଉଚିତ୍ ଓ ଅନ୍ୟଜଣେ ସେମାନେ ଯାହାସବୁ କହେ ତା’ର ଅନୁବାଦ କରିବା ଉଚିତ୍।
28
କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାନ୍ତି, ତା’ହେଲେ ଯେଉଁମାନେ ଅନ୍ୟ ଭାଷାରେ କହିବା ପାଇଁ ଇଚ୍ଛା କରନ୍ତି, ସେମାନେ ମଣ୍ଡଳୀ ସଭାରେ ଚୁପ୍ ରହିବା ଉଚିତ୍। ସେ କେବଳ ନିରୋଳାରେ ପରମେଶ୍ୱରଙ୍କ ସହିତ କଥା କହିବା ଉଚିତ୍।
29
ଆହୁରି ମଧ୍ୟ କେବଳ ଦୁଇ ବା ତିନି ଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସେମାନେ ଯାହା କହୁଛନ୍ତି, ସେଗୁଡ଼ିକୁ ପରୀକ୍ଷା କରିବା ଉଚିତ୍।
30
ଯଦି ସେଠାରେ ବସିଥିବା ଜଣେ ଲୋକ ପରମେଶ୍ୱରଙ୍କଠାରୁ ଏକ ନୂତନ ସତ୍ୟ ପାଏ, ତା’ହେଲେ ପ୍ରଥମ ବକ୍ତା ଚୁପ୍ ହୋଇଯିବା ଉଚିତ୍।
31
ଏହିପରି ତୁମ୍ଭେମାନେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସେପରି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହୋଇ ପାରିବେ।
32
ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ୟଦ୍ବକ୍ତାମାନଙ୍କ ନିୟନ୍ତ୍ରଣରେ ଥା’ନ୍ତି।
33
ପରମେଶ୍ୱର ବିଶୃଙ୍ଖଳାର ପରମେଶ୍ୱର ନୁହନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ୱର ଅଟନ୍ତି।
34
ମଣ୍ଡଳୀର ସଭାମାନଙ୍କରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ୱରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମୋଶାଙ୍କ ନିୟମାନୁଯାୟୀ ସେମାନେ ବଶୀଭୂତ ହୋଇ ରହିବା ଉଚିତ୍।
35
ଯଦି ସ୍ତ୍ରୀମାନଙ୍କର କିଛି ଜାଣିବାକୁ ଇଚ୍ଛା ଥାଏ, ତା’ହେଲେ ସେମାନେ ନିଜ ସ୍ୱାମୀଙ୍କୁ ଘରେ ପଗ୍ଭରି ବୁଝି ପାରିବେ। ମଣ୍ଡଳୀ ସଭାରେ ସ୍ତ୍ରୀଲୋକମାନଙ୍କ ପଛେ କିଛି କହିବା ଲଜ୍ଜାଜନକ ଅଟେ।
36
ପରମେଶ୍ୱରଙ୍କ ବାକ୍ୟ କ’ଣ ତୁମ୍ଭମାନଙ୍କଠାରୁ ଆସିଥିଲା କି? ନା। ଅଥବା ସେହି ବାକ୍ୟ କ’ଣ କେବଳ ତୁମ୍ଭମାନଙ୍କ ପାଖରେ ପହଞ୍ଚିଥିଲା? ନା।
37
ଯଦି ଜଣେ ଲୋକ ନିଜକୁ ଭାବବାଦୀ ବୋଲି ମନେ କରେ ବା ସେ ନିଜକୁ ଆଧ୍ୟାତ୍ମିକ ଦାନର ଅଧିକାରୀ ବୋଲି ଭାବେ, ତା’ହେଲେ ସେ ବୁଝି ପାରିବା ଉଚିତ୍ ଯେ, ମୁଁ ଯାହାକିଛି ତୁମ୍ଭମାନଙ୍କୁ ଲେଖୁଛି, ତାହା ପ୍ରଭୁଙ୍କର ଆଦେଶ ଅଟେ।
38
ଯଦି ସେ ଏହା ଜାଣେ ନାହିଁ, ତାହାହେଲେ ସେ ପରମେଶ୍ୱରଙ୍କ ଦ୍ୱାରା ଅଜଣା ଅଟେ।
39
ଅତଏବ, ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଭବିଷ୍ୟଦ୍ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷାରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ।
40
ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ୍।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16