bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Corinthians 3
1 Corinthians 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
1
ମନୁଷ୍ୟକୁ ଅନୁସରଣ କରିବା ଉଚିତ୍ ନୁହେଁ ଭାଇ ଓ ଭଉଣୀମାନେ! ପୂର୍ବରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠାରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି।
2
ସେତେବେଳେ ମୁଁ ତୁମ୍ଭକୁ ଗୁରୁପାକ ଖାଦ୍ୟ ନ ଦେଇ କ୍ଷୀର ଦେଲି। ଏପରି କରିବାର ଉଦ୍ଦେଶ୍ୟ ଯେ, ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନ ଥିଲ, ଏବେ ମଧ୍ୟ ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନୁହଁ।
3
ତୁମ୍ଭେମାନେ ଆତ୍ମିକ ଜୀବନରେ ଏବେ ମଧ୍ୟ ଶିଶୁ ଭଳି ଅଛ। ତୁମ୍ଭେମାନେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧ୍ୟରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭେମାନେ ଏବେ ମଧ୍ୟ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ।
4
ତୁମ୍ଭମାନଙ୍କ ଭିତରେ ଜଣେ କହୁଛି, “ମୁଁ ପାଉଲଙ୍କ ଅନୁଗାମୀ,” ଆଉ ଜଣେ କହୁଛି “ମୁଁ ଆପଲ୍ଲଙ୍କ ଅନୁଗାମୀ,” ଏଭଳି କହିବା ଦ୍ୱାରା ତୁମ୍ଭେମାନେ ଜାଗତିକ ମଣିଷ ଭଳି ଆଚରଣ କରୁଛ।
5
ଆପଲ୍ଲ କ’ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି? ନା! ଆମ୍ଭେ କେବଳ ପ୍ରଭୁଙ୍କର ସେବକ ଅଟୁ। ଆମ୍ଭେ ତାହାଙ୍କଠାରେ ବିଶ୍ୱାସ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛୁ। ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପନ୍ନ କରିଛୁ।
6
ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛରେ ପାଣି ଦେଲେ, କିନ୍ତୁ ପରମେଶ୍ୱର ତାକୁ ବଢ଼ିବାରେ ସାହାଯ୍ୟ କଲେ।
7
ତେଣୁ ଗଛ ଲଗେଇଥିବା ବା ପାଣି ଦେଇଥିବା କେହି ନୁହେଁ, କିନ୍ତୁ ଗଛକୁ ବଢ଼ାଉଥିବା ପରମେଶ୍ୱର କେବଳ ପ୍ରଧାନ ଅଟନ୍ତି।
8
ଅତଏବ ଗଛ ଲଗାଇଥିବା ଲୋକ ଓ ତାକୁ ପାଣି ଦେଇଥିବା ଲୋକ, ଦୁହିଁଙ୍କର ଉଦ୍ଦେଶ୍ୟ ସମାନ ଓ ଦୁହେଁ ତାହାଙ୍କର କାମ ଲାଗି ପ୍ରତିଫଳ ପାଇବେ।
9
ଆମ୍ଭେମାନେ ଏକତ୍ର ମିଳି ପରମେଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରୁଛୁ, ଓ ତୁମ୍ଭେମାନେ ପରମେଶ୍ୱରଙ୍କର ଗ୍ଭଷଜମି ଅଟ। ତୁମ୍ଭେମାନେ ପରମେଶ୍ୱରଙ୍କ ଗୃହ ଅଟ।
10
ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍।
11
ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ।
12
ଏହି ମୂଳଦୁଆ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସେହି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ନଡ଼ା, ଯାହାକିଛି ବ୍ୟବହାର କରି ନିର୍ମାଣ କରି ପାରିବ।
13
କିନ୍ତୁ ପ୍ରତ୍ୟେକ ଲୋକର କାମ ସେହି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହେବ। ସେହି ଦିନଟି ନିଆଁ ଦେଇ ଆସିବ, ଓ ସେହି ନିଆଁ ପ୍ରତ୍ୟେକ ଲୋକର କାର୍ଯ୍ୟକୁ ପରୀକ୍ଷା କରିବ।
14
ଯଦି ସେ ମୂଳଦୁଆ ଉପରେ ନିର୍ମିତ ଲୋକର ଗୃହ ଠିଆ ହୋଇ ରହିଥିବ। ତା’ହେଲେ ସେ ଲୋକ ତା’ର ପୁରସ୍କାର ପାଇବ।
15
କିନ୍ତୁ ଯେଉଁ ଲୋକର କାର୍ଯ୍ୟ ନିଆଁରେ ଭସ୍ମ ହୋଇଯିବ, ସେ କ୍ଷତି ସହିବ। ସେ ଲୋକ ରକ୍ଷା ପାଇବ, କିନ୍ତୁ ସେ ସେହି ଜ୍ୱଳନ୍ତ ନିଆଁରୁ ଯେପରି ଉଦ୍ଧାର ହେଲା ଭଳି ହେବ।
16
ତୁମ୍ଭେମାନେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭେମାନେ ପରମେଶ୍ୱରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କଠାରେ ବାସ କରନ୍ତି।
17
ଯଦି କୌଣସି ଲୋକ ପରମେଶ୍ୱରଙ୍କ ମନ୍ଦିରକୁ ନଷ୍ଟକରେ, ତାହାହେଲେ ପରମେଶ୍ୱର ତାକୁ ନଷ୍ଟ କରିଦେବେ। କାରଣ ପରମେଶ୍ୱରଙ୍କ ମନ୍ଦିର ହେଉଛି ପବିତ୍ର। ସେହି ପବିତ୍ର ମନ୍ଦିର ତୁମ୍ଭେମାନେ।
18
ନିଜକୁ ଠକ ନାହିଁ, ଯଦି କୌଣସି ଲୋକ ଭାବେ ଯେ, ସେ ଏହି ଯୁଗ ଅନୁସାରେ ଜ୍ଞାନୀ ଅଟେ, ତା’ହେଲେ ତାକୁ ମୂର୍ଖ ହେବାକୁ ପଡ଼ିବ, ତହିଁରେ ସେ ପ୍ରକୃତ ଜ୍ଞାନୀ ହୋଇପାରିବା
19
କାହିଁକି କାରଣ ପରମେଶ୍ୱରଙ୍କ ଦୃଷ୍ଟିରେ ଜାଗତିକ ଜ୍ଞାନ ପ୍ରକୃତରେ ମୂର୍ଖତା ଅଟେ। ଶାସ୍ତ୍ର କୁହେ; “ଯେତେବେଳେ ଜ୍ଞାନୀମାନେ ନିଜ ଚତୁରତାରେ ବ୍ୟବହାର କରନ୍ତି, ପରମେଶ୍ୱର ସେତେବେଳେ ସେମାନଙ୍କୁ ଧରନ୍ତି।”
20
ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି: “ପ୍ରଭୁ ଜ୍ଞାନୀମାନଙ୍କର ମନକଥା ଜାଣନ୍ତି। ସେମାନଙ୍କ ସମସ୍ତ ଚିନ୍ତାଧାରା ଯେ ମୂଲ୍ୟହୀନ ଏହା ମଧ୍ୟ ସେ ଜାଣନ୍ତି।”
21
ସେଥିପାଇଁ ମନୁଷ୍ୟମାନଙ୍କ ପାଇଁ ତୁମ୍ଭେମାନେ ଗର୍ବ କରିବା ଉଚିତ୍ ନୁହେଁ, କାରଣ ସମସ୍ତ ବିଷୟ ତୁମ୍ଭମାନଙ୍କର।
22
ପାଉଲ, କେଫା ବା ପିତର; ଜଗତ ଜୀବନ ବା ମୃତ୍ୟୁ; ବର୍ତ୍ତମାନ ବା ଭବିଷ୍ୟତ ସମସ୍ତ ହିଁ ତୁମ୍ଭମାନଙ୍କର।
23
ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟ ପରମେଶ୍ୱରଙ୍କର ଅଟନ୍ତି।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16