bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Corinthians 15
1 Corinthians 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
1
ଖ୍ରୀଷ୍ଟଙ୍କର ସୁସମାଗ୍ଭର ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦେବାକୁ ଇଚ୍ଛା କରେ। ତୁମ୍ଭେମାନେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।
2
ତୁମ୍ଭେମାନେ ଏହି ସୁସମାଗ୍ଭର ଦ୍ୱାରା ପରିତ୍ରାଣ ପାଇଛ। କିନ୍ତୁ ମୋ’ କହିଥିବା କଥାଗୁଡ଼ିକୁ ତୁମ୍ଭେମାନେ ବିଶ୍ୱାସ କରି ଗ୍ଭଲିବା ଉଚିତ୍। ନଚେତ୍ ତୁମ୍ଭେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ।
3
ମୁଁ ପାଇଥିବା ଶିକ୍ଷା ତୁମ୍ଭମାନଙ୍କୁ ଦେଲି। ଏହି ପ୍ରଧାନ ଶିକ୍ଷା ମୁଁ ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି ଯେ, ଯୀଶୁ ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭର ପାପ ପାଇଁ ମଲେ।
4
ଯୀଶୁ ଖ୍ରୀଷ୍ଟଙ୍କୁ କବର ଦିଆ ହେଲା ଓ ତୃତୀୟ ଦିନରେ ସେ ମୃତ୍ୟୁରୁ ଉଠିଲେ।
5
ସେ କେଫାଙ୍କୁ ଓ ତା’ପରେ ବାରଜଣ ପ୍ରେରିତଙ୍କୁ ଦେଖା ଦେଲେ।
6
ତା’ପରେ ସେ ଏକା ଥରକେ 500ରୁ ଅଧିକ ଭାଇମାନଙ୍କୁ ଦେଖାଦେଇଥିଲେ। ତାହାଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆଜି ମଧ୍ୟ ଜୀବିତ। କିନ୍ତୁ କେତେକ ମରି ଯାଇଛନ୍ତି।
7
ତା’ପରେ ଖ୍ରୀଷ୍ଟ ଯାକୁବ ଓ ପରେ ସମସ୍ତ ପ୍ରେରିତମାନଙ୍କୁ ଆଉଥରେ ଦେଖା ଦେଲେ।
8
ଯଥା ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଟିଏ ଭଳି ଯେ ମୁଁ, ସେ ମୋତେ ସର୍ବ ଶେଷରେ ଦେଖା ଦେଲେ।
9
ମୁଁ ସମସ୍ତ ପ୍ରେରିତମାନଙ୍କ ମଧ୍ୟରେ ସବୁଠାରୁ କ୍ଷୁଦ୍ରତମ। ଏପରିକି ମୋର ପ୍ରେରିତ ବୋଲି ଡକା ଯିବାର ଯୋଗ୍ୟତା ମଧ୍ୟ ନାହିଁ, କାରଣ ମୁଁ ପୂର୍ବରୁ ପରମେଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଛି।
10
କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ମୁଁ ଆଜି ଏହା ହୋଇପାରିଛି। ମୋ’ ପ୍ରତି ତାହାଙ୍କ ଅନୁଗ୍ରହ ବିଫଳ ହୋଇ ନାହିଁ। ମୁଁ ଅନ୍ୟ ସମସ୍ତ ପ୍ରେରିତଙ୍କ ତୁଳନାରେ କଠୋର ପରିଶ୍ରମ କରିଛି। ମୁଁ ପ୍ରକୃତରେ ଯେ ଅଧିକ ପରିଶ୍ରମ କରିଅଛି, ତାହା ନୁହେଁ କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଏହା କରିପାରିଛି।
11
ମୁଁ ତୁମ୍ଭକୁ ପ୍ରଗ୍ଭର କରେ ବା ଅନ୍ୟମାନେ ପ୍ରଗ୍ଭର କରନ୍ତି, ସେଥିରେ କିଛି ଯାଏ ଆସେ ନାହିଁ, କାରଣ ଆମ୍ଭେ ସମସ୍ତେ ସମାନ ବିଷୟ ପ୍ରଗ୍ଭର କରିଥାଉ। ଆଉ ଏହି ପ୍ରକାରେ ତୁମ୍ଭେମାନେ ବିଶ୍ୱାସୀ ହୋଇଅଛ।
12
ଆମ୍ଭେ ମୃତ୍ୟୁରୁ ପୁନର୍ଜୀବିତ ହେବା ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇଥିଲେ, ଏହା ପ୍ରଗ୍ଭରିତ ହୋଇଛି, ତା’ହେଲେ ତୁମ୍ଭମାନଙ୍କ ମଧ୍ୟରୁ କେତେଜଣ କାହିଁକି କୁହନ୍ତି ଯେ, ଲୋକେ ମୃତ୍ୟୁରୁ ଉତ୍ଥିତ ହୋଇପାରିବେ ନାହିଁ।
13
ଯଦି ଲୋକମାନେ ମୃତ୍ୟୁରୁ ଉତ୍ଥିତ ହେବେ ନାହିଁ, ତା’ହେଲେ ଖ୍ରୀଷ୍ଟ ମଧ୍ୟ ମୃତ୍ୟୁରୁ ଉତ୍ଥିତ ହୋଇ ନାହାନ୍ତି,
14
ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇ ନାହାନ୍ତି, ତା’ହେଲେ ଆମ୍ଭର ଶିକ୍ଷାଦାନ ଓ ତୁମ୍ଭମାନଙ୍କର ବିଶ୍ୱାସର କିଛି ମୂଲ୍ୟ ନାହିଁ।
15
ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ମିଛ କହିଥିବା ଅପରାଧରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ୱରଙ୍କ ବିଷୟରେ ପ୍ରଗ୍ଭର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତା’ହେଲେ ପରମେଶ୍ୱର ମଧ୍ୟ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ନାହାନ୍ତି।
16
ଯଦି ମୃତମାନେ ଉତ୍ଥିତ ହୁଅନ୍ତି ନାହିଁ, ତା’ହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ ଉତ୍ଥିତ ହୋଇ ନାହାନ୍ତି।
17
ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉଠି ନାହାନ୍ତି, ତା’ହେଲେ ତୁମ୍ଭ ବିଶ୍ୱାସର କିଛି ମୂଲ୍ୟ ନାହିଁ। ତୁମ୍ଭେମାନେ ଏ ପର୍ଯ୍ୟନ୍ତ ନିଜ ନିଜ ପାପରେ ଅଛ।
18
ପୁଣି ଖ୍ରୀଷ୍ଟଙ୍କଠାରେ ଥାଉ ଯେଉଁମାନେ ମରିଛନ୍ତି, ସେମାନେ ମଧ୍ୟ ବିନଷ୍ଟ ହୋଇ ଯାଇ ଅଛନ୍ତି।
19
ଯଦି ଖ୍ରୀଷ୍ଟଙ୍କଠାରେ ଆମ୍ଭର ଭରସା କେବଳ ଏହି ସଂସାରର ଜୀବନ ପାଇଁ, ତା’ହେଲେ ଅନ୍ୟ ସମସ୍ତ ଲୋକଙ୍କ ତୁଳନାରେ ଆମ୍ଭେ ଅଧିକ ହତଭାଗ୍ୟ।
20
କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉତ୍ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉତ୍ଥିତ ପ୍ରଥମ ଫଳ ସ୍ୱରୂପ।
21
ଜଣେ ମନୁଷ୍ୟ ହେତୁ ଲୋକମାନଙ୍କ ପାଖକୁ ମୃତ୍ୟୁ ଆସିଲା। କିନ୍ତୁ ଜଣେ ମନୁଷ୍ୟ ଦ୍ୱାରା ମଧ୍ୟ ମୃତ୍ୟୁର ପୁନରୁତ୍ଥାନ ହେଲା।
22
ଆଦମ ଯୋଗୁଁ ସମସ୍ତ ଲୋକ ମୃତ୍ୟୁ ଭୋଗ କରନ୍ତି, ସେହିଭଳି ଖ୍ରୀଷ୍ଟଙ୍କ ଯୋଗୁଁ ସମସ୍ତ ଲୋକଙ୍କୁ ପୁନର୍ଜୀବିତ ହେବେ।
23
କିନ୍ତୁ ପ୍ରତ୍ୟେକ ଲୋକ କ୍ରମାନୁସାରେ ପୁନଃ ଜୀବିତ ହେବେ। ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ ତା’ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ପୁନରୁତ୍ଥିତ ହେବେ।
24
ତା’ପରେ ଯୁଗାନ୍ତ ହେବ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ୱରଙ୍କ ରାଜତ୍ୱ ସମର୍ପଣ କରିବେ।
25
କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ରାଜତ୍ୱ କରିବେ।
26
ଶେଷ ଶତ୍ରୁ ଭାବରେ ମୃତ୍ୟୁକୁ ଲୋପ କରାଯିବ।
27
ଶାସ୍ତ୍ର କୁହେ: “ପରମେଶ୍ୱର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି।” ଯେତେବେଳେ ଏହା କୁହେ ଯେ, ସେ “ସମସ୍ତ ବିଷୟ” ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ୱର ନିଜେ ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସେହିସବୁରେ ପରମେଶ୍ୱର ଅନ୍ତର୍ଗତ ନୁହନ୍ତି।
28
ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତାରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ୟ ପରମେଶ୍ୱରଙ୍କ ବଶୀଭୂତ ହେବେ। ଯେଉଁ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସେହି ଖ୍ରୀଷ୍ଟ ପରମେଶ୍ୱରଙ୍କ ବଶୀଭୂତ ହେବେ ଓ ଏହିଭଳି ପ୍ରତ୍ୟେକ ବିଷୟ ଉପରେ ପରମେଶ୍ୱର ଶାସନ ପ୍ରତିଷ୍ଠିତ କରିବେ।
29
ଯଦି ଲୋକମାନେ ମୃତ୍ୟୁରୁ ଆଦୌ ଉତ୍ଥିତ ହେବେ ନାହିଁ, ତା’ହେଲେ ଯେଉଁମାନେ ମୃତମାନଙ୍କ ପାଇଁ ବାପ୍ତିଜିତ ହୋଇଛନ୍ତି, ସେମାନେ କ’ଣ କରିବେ? ଯଦି ମୃତମାନେ ଆଦୌ ଉତ୍ଥିତ ହେବେ ନାହିଁ, ତା’ହେଲେ କାହିଁକି ସେମାନଙ୍କ ପାଇଁ ଲୋକମାନଙ୍କୁ ବାପ୍ତିଜିତ କରାଯାଇଥାଏ?
30
ଆମ୍ଭେ ପ୍ରତି ମୁହୂର୍ତ୍ତରେ କ’ଣ ପାଇଁ ବିପଦର ସମ୍ମୁଖୀନ ହେଉ?
31
ଭାଇମାନେ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ ଗର୍ବ କରିଥାଏ, ସେଥିର ଶପଥ କରି କହୁଛି, ମୁଁ ପ୍ରତିଦିନ ମରେ।
32
ଯଦି ମୁଁ ଏଫିସଠାରେ ମୋର ଗର୍ବ ରକ୍ଷାର୍ଥେ ବନ୍ୟପଶୁମାନଙ୍କ ସହ ଯୁଦ୍ଧ କରିଛି, ତା’ହେଲେ ମୁଁ କ’ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ୟୁରୁ ଉତ୍ଥିତ ହେବ ନାହିଁ, ତା’ହେଲେ “ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହେବ।”
33
ମୂର୍ଖଙ୍କ ଭଳି ଆଚରଣ କର ନାହିଁ। “ମନ୍ଦ ସଙ୍ଗୀମାନେ ଭଲ ଅଭ୍ୟାସଗୁଡ଼ିକୁ ନଷ୍ଟ କରିଦେବେ।”
34
ଅତଏବ, ତୁମ୍ଭେ ଜାଗ୍ରତ ହୁଅ, ଓ ପାପ କରିବା ବନ୍ଦ କର। ତୁମ୍ଭମାନଙ୍କ ମଧ୍ୟରୁ କେତେକ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ଲଜ୍ଜା ଦେବା ପାଇଁ ଏ କଥା ମୁଁ କହୁଛି।
35
ଆମ୍ଭେ କେଉଁ ପ୍ରକାର ଶରୀର ପାଇବା? କିନ୍ତୁ ଜଣେ ପଗ୍ଭରି ପାରେ: “ମୃତଗୁଡ଼ିକ କିପରି ଉତ୍ଥିତ ହୁଅନ୍ତି?
36
ସେମାନେ କେଉଁ ଭଳି ଦେହ ଧାରଣ କରିବେ?” ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ଯ୍ୟନ୍ତ ସଜୀବ ହୁଏ ନାହିଁ।
37
ବୁଣିଲା ବେଳେ ତୁମ୍ଭେମାନେ ଯାହା ବୁଣ, ବିକଶିତ ହେଲା ପରେ ତାହା ସେହି “ଶରୀର” ଧାରଣ କରେ ନାହିଁ। ତୁମ୍ଭେମାନେ ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ, କେବଳ ବୀଜଟି ବୁଣ।
38
ତା’ପରେ ପରମେଶ୍ୱର ଯେପରି ଇଚ୍ଛା କରନ୍ତି, ସେହିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ୱର ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି।
39
ଶରୀରରୁ ଜାତ ସମସ୍ତ ବିଷୟରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼େଇମାନଙ୍କର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର।
40
ସ୍ୱର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି। କିନ୍ତୁ ସ୍ୱର୍ଗୀୟ ଶରୀରରୁ ଏକ ପ୍ରକାରର ହେବ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହେବ।
41
ସୂର୍ଯ୍ୟର ଜ୍ୟୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ୟୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ୟୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ୟୋତିଃ, ଅନ୍ୟ ତାରାମାନଙ୍କଠାରୁ ଅଲଗା।
42
ମୃତମାନଙ୍କର ଉତ୍ଥାନ ବିଷୟରେ ମଧ୍ୟ ଏହି କଥାଟି ପ୍ରଜୁଯ୍ୟ। ଯେଉଁ ଶରୀରଟି ପୋତି ଦିଆ ହେଲା, ତାହା ନଷ୍ଟ ହୋଇଯିବ। କିନ୍ତୁ ସେହି ଶରୀରଟି ଯେଉଁ ନୂତନ ଦେହ ଧାରଣ କରିବ, ତାହା ନଷ୍ଟ ହେବ ନାହିଁ।
43
ଶରୀରଟି ଅନାଦରରେ “ବୁଣାଯାଏ”, କିନ୍ତୁ ମହିମାରେ ତାହା ଉତ୍ଥିତ ହୁଏ। ଯେତେବେଳେ ଦୁର୍ବଳତାରେ ଶରୀରଟି “ବୁଣାଯାଏ” ଏହା ଶକ୍ତିର ସହିତ ଉତ୍ଥିତ ହୁଏ।
44
ପ୍ରାକୃତିକ ଶରୀରଟି “ବୁଣାଯାଏ”, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି, ତା’ହେଲେ ଆଧ୍ୟାତ୍ମିକ ଶରୀର ମଧ୍ୟ ଅଛି।
45
ଶାସ୍ତ୍ରରେ ଲେଖା ଅଛି: “ପ୍ରଥମ ମନୁଷ୍ୟ (ଆଦମ) ସଜୀବ ପ୍ରାଣୀ,” କିନ୍ତୁ ଶେଷ ଆଦମ (ଖ୍ରୀଷ୍ଟ) ଜଣେ ଜୀବନଦାତା ଆତ୍ମା।
46
ମାତ୍ର ଯାହା ଆତ୍ମିକ, ତାହା ପ୍ରଥମ ନୁହେଁ। ମାତ୍ର ଯାହା ପ୍ରାକୃତିକ, ତାହା ପ୍ରଥମ, ପରେ ଆତ୍ମିକ ଆସେ।
47
ପ୍ରଥମ ମନୁଷ୍ୟଟି ପୃଥିବୀର ମାଟିରୁ ନିର୍ମିତ ହୋଇଥିଲା; କିନ୍ତୁ ଦ୍ୱିତୀୟ ମନୁଷ୍ୟ ସ୍ୱର୍ଗରୁ ଆସିଥିଲେ।
48
ଜଗତର ପ୍ରଥମ ମନୁଷ୍ୟ ଭଳି ପ୍ରତ୍ୟେକ ମନୁଷ୍ୟ ପୃଥିବୀର ଅଟନ୍ତି। କିନ୍ତୁ ଯେଉଁମାନେ ସ୍ୱର୍ଗର, ସେମାନେ ସ୍ୱର୍ଗରୁ ଆଗତ ସେହି ମନୁଷ୍ୟ ତୁଲ୍ୟ।
49
ଆମ୍ଭେମାନେ ଜଗତରୁ ସେହି ମନୁଷ୍ୟ ତୁଲ୍ୟ ନିର୍ମିତ ହୋଇଅଛୁ। ଅତଏବ, ଆମ୍ଭେ ମଧ୍ୟ ସ୍ୱର୍ଗର ସେହି ବ୍ୟକ୍ତି ତୁଲ୍ୟ ଶରୀର ଧାରଣ କରିବା।
50
ଭାଇ ଓ ଭଉଣୀମାନେ ମୁଁ ତୁମ୍ଭକୁ ଏ କଥା କହୁଛି ଯେ, ମାଂସ ଓ ରକ୍ତ ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ହୋଇ ପାରିବ ନାହିଁ। କ୍ଷୟ ଅକ୍ଷୟକୁ ଅଧିକାର କରି ପାରିବ ନାହିଁ।
51
କିନ୍ତୁ ଶୁଣ! ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଛି: ଆମ୍ଭମାନଙ୍କ ମଧ୍ୟରୁ ସମସ୍ତେ ମରିବା ନାହିଁ, ବରଂ ଆମ୍ଭେ ସମସ୍ତେ ପରିବର୍ତ୍ତିତ ହେବା।
52
ଏହା କେବଳ ମୁହୂର୍ତ୍ତକ ମଧ୍ୟରେ ଆଖି ପିଛୁଳାକେ, ଘଟି ଯିବ। ଯେତେବେଳେ ତୂରୀ ବାଜିବ, ଓ ଯେତେ ସବୁ ବିଶ୍ୱାସୀ ମରିଯାଇଛନ୍ତି ସେମାନେ ମୃତ୍ୟୁରୁ ଅନନ୍ତକାଳ ପାଇଁ ଉତ୍ଥିତ ହେବେ ଓ ଆମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ପରିବର୍ତ୍ତିତ ହେବେ।
53
ଏହି ବିନାଶ ଦେହ ଅନନ୍ତ ରୂପ ବସ୍ତ୍ର ଧାରଣ କରିବାକୁ ହେବ ଓ ଏହି ମର୍ତ୍ତ୍ୟ ଦେହ ଅମରରୂପ ବସ୍ତ୍ର ଧାରଣ କରିବାକୁ ହେବ।
54
କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଏହି ମର୍ତ୍ତ୍ୟ ଦେହ ଅମରତ୍ୱ ରୂପ ବସ୍ତ୍ର ଧାରଣ କଲାପରେ ଶାସ୍ତ୍ରର ଏହି କଥା ସଫଳ ହେବ। “ଜୟ ମୃତ୍ୟୁକୁ ଗ୍ରାସ କରି ଦେଲା”
55
ମୃତ୍ୟୁ ତୁମ୍ଭର ବିଜୟ କେଉଁଠାରେ ଅଛି? କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠାରେ ଅଛି”
56
ମୃତ୍ୟୁର ଆଘାତ କରିବା ହେଉଛି ପାପ। ପାପର ବଳ ହେଉଛି ବ୍ୟବସ୍ଥା।
57
କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ ଯେ, ସେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭକୁ ବିଜୟ ପ୍ରଦାନ କରନ୍ତି।
58
ଅତଏବ, ମୋ’ ଭାଇ ଓ ଭଉଣୀମାନେ, ଦୃଢ଼ ଭାବରେ ସ୍ଥିର ରୁହ। କୌଣସି ବିଷୟ ତୁମ୍ଭକୁ ଅସ୍ଥିର ନ କରୁ। ପରମେଶ୍ୱରଙ୍କ ପାଇଁ କରାଯାଇଥିବା ତୁମ୍ଭର କାର୍ଯ୍ୟ କଦାପି ବ୍ୟର୍ଥ ଯିବ ନାହିଁ। ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ନିଜକୁ ନିୟୋଜିତ କର।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16