bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Corinthians 9
1 Corinthians 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 10 →
1
ଅଧିକାର ଯାହା ପାଉଲ ବ୍ୟବହାର କଲେ ନାହିଁ ମୁଁ ଜଣେ ସ୍ୱାଧୀନ ବ୍ୟକ୍ତି। ମୁଁ ଜଣେ ପ୍ରେରିତ। ମୁଁ ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କୁ ଦେଖିଛି। ପ୍ରଭୁଙ୍କ ନିମନ୍ତେ ମୋ’ କାର୍ଯ୍ୟର ଫଳ ସ୍ୱରୂପ ତୁମ୍ଭେମାନେ ପରିବର୍ତ୍ତିତ ହୋଇଛ।
2
ଅନ୍ୟମାନେ ମୋତେ ପ୍ରେରିତ ବୋଲି ଗ୍ରହଣ ନ କରି ପାରନ୍ତି, କିନ୍ତୁ ତୁମ୍ଭେମାନେ ମୋତେ ପ୍ରେରିତ ବୋଲି ନିଶ୍ଚିତ ଭାବରେ ଗ୍ରହଣ କରୁଛ। ମୁଁ ଯେ ପ୍ରଭୁଙ୍କର ଜଣେ ପ୍ରେରିତ, ତୁମ୍ଭେମାନେ ଏଥିର ପ୍ରମାଣ ଅଟ।
3
କେତେକ ମୋର ବିଗ୍ଭର କରିବାକୁ ଇଚ୍ଛା କରନ୍ତି। ସେମାନଙ୍କ ପାଇଁ ମୋର ଉତ୍ତର ଏହି ଯେ,
4
ଆମ୍ଭର ଖାଇବା ଓ ପିଇବା ପାଇଁ କ’ଣ ଅଧିକାର ନାହିଁ?
5
ଜଣେ ବିଶ୍ୱାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗରେ ନେଇ ଯିବା ପାଇଁ କ’ଣ ଆମ୍ଭର ଅଧିକାର ନାହିଁ? ଅନ୍ୟ ପ୍ରେରିତମାନେ, ପ୍ରଭୁଙ୍କର ଭାଇମାନେ ଓ କେଫାତ ଏପରି କରୁଛନ୍ତି।
6
ଆଉ କେବଳ ବର୍ଣ୍ଣବ୍ବା ଓ ମୁଁ ନିଜ ନିଜର ଜୀବିକା ପାଇଁ କାମ କରୁଥିବୁ?
7
ସେନାବାହିନୀରେ କୌଣସି ସୈନିକ କ’ଣ ନିଜ ଖର୍ଚ୍ଚରେ ଯୁଦ୍ଧ କରେ? କୌଣସି ଲୋକ କ’ଣ ଅଙ୍ଗୁର ବଗିଗ୍ଭ ଲଗାଏ ଓ ନିଜେ ଏହାର ଫଳ ଖାଏ ନାହିଁ। ଏପରି କେଉଁ ଲୋକ ଅଛି, ଯେ ମେଷପାଳନ କରି ନିଜ ପାଇଁ ମେଷଦୁଧ ନିଏ ନାହିଁ?
8
ଏହି କଥାଗୁଡ଼ିକ କେତେକ ମନୁଷ୍ୟର ଚିନ୍ତାଧାରା ନୁହେଁ ମାତ୍ର ପରମେଶ୍ୱରଙ୍କ ବ୍ୟବସ୍ଥା ମଧ୍ୟ ସେହି କଥା କୁହେ।
9
ମୋଶାଙ୍କ ବ୍ୟବସ୍ଥାରେ ଲେଖା ଅଛି: “ଖଳାରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ।” ପରମେଶ୍ୱର ଏହା କ’ଣ କେବଳ ବଳଦଙ୍କ ବିଷୟରେ କହିଲେ? ନା।
10
ଏହା ନିଶ୍ଚିତ ଯେ ଆମ୍ଭ ବିଷୟରେ ମଧ୍ୟ ଲେଖାଯାଇଛି। କାରଣ ହଳ କରୁଥିବା ଓ ଶସ୍ୟ ପାଛୁଡ଼ୁ ଥିବା ଲୋକ, ଉଭୟ ପରିଶ୍ରମ କରିଥିବା ହେତୁ, ପାଇବେ ବୋଲି ଆଶା କରିଥା’ନ୍ତି।
11
ତୁମ୍ଭମାନଙ୍କ ମଧ୍ୟରେ ଆମ୍ଭେ ଆତ୍ମିକ ବୀଜ ବୁଣିଅଛୁ, ତେଣୁ ଜୀବିକା ନିର୍ବାହ ପାଇଁ ତୁମ୍ଭ ପାର୍ଥିବ ଧନରୁ କିଛି ପାଇବାକୁ କ’ଣ ଆମ୍ଭର ଅଧିକାର ନାହିଁ? ଏହା ଆମ୍ଭର ପ୍ରାପ୍ୟ।
12
ଯଦି ଅନ୍ୟମାନଙ୍କର ତୁମ୍ଭଠାରେ ଏହି ଦାବୀ ଅଛି, ତେବେ ଆମ୍ଭର କ’ଣ ଏଥିରେ ଅଧିକ ଦାବୀ ନାହିଁ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରୟୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଗ୍ଭର କାର୍ଯ୍ୟ କାଳେ ବାଧାପ୍ରାପ୍ତ ହେବ, ଏଥିପାଇଁ ଆମ୍ଭେ ସହ୍ୟ କରିଅଛୁ।
13
ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ, ଯେଉଁମାନେ ମନ୍ଦିରର ସେବକ ସେମାନେ ମନ୍ଦିରକୁ ଅଣାଯାଇଥିବା ବଳି ଉତ୍ସର୍ଗରୁ କିଛି ଆଣି ନିଜର ଜୀବିକା ନିର୍ବାହ କରନ୍ତି। ଓ ଯେଉଁମାନେ ବେଦୀର ସେବାରେ ନିଯୁକ୍ତ ସେମାନେ ବେଦୀକୁ ଅଣାଯାଇଥିବା ନୈବେଦ୍ୟରୁ କିଛି ଭାଗ ପାଆନ୍ତି।
14
ସେହି ପ୍ରକାର ପ୍ରଭୁ ଆଜ୍ଞା ଦେଇଛନ୍ତି। ଯେ ସୁସମାଗ୍ଭର ଗ୍ରହଣ କରୁଥିବା ଲୋକମାନେ ସୁସମାଗ୍ଭର ପ୍ରଗ୍ଭରକମାନଙ୍କର ପ୍ରତି ପୋଷଣର ଦାୟିତ୍ୱ ନେବେ।
15
କିନ୍ତୁ ମୁଁ ଉକ୍ତ ଅଧିକାରଗୁଡ଼ିକରୁ ଗୋଟିଏ ମଧ୍ୟ କେବେ ହେଲେ ପ୍ରୟୋଗ କରି ନାହିଁ। ମୁଁ ମଧ୍ୟ କିଛି ପାଇବା ପାଇଁ ଚେଷ୍ଟା କରି ନାହିଁ। ଏହି ଉଦ୍ଦେଶ୍ୟରେ ମୁଁ ଏହା ଲେଖି ନାହିଁ। କେହି ମୋହର ଏହି ଗର୍ବର ଅଧିକାର ମୋ’ଠାରୁ ଛଡ଼ାଇ ନେଇଗଲେ ବରଂ ମୋର ମରିଯିବା ଭଲ।
16
ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ମୋର ଗର୍ବ କରିବା କିଛି ନାହିଁ। ଏହା ମୋହର କର୍ତ୍ତବ୍ୟ। ମୁଁ ଯଦି ସୁସମାଗ୍ଭର ପ୍ରଗ୍ଭର ନ କରିବି, ତେବେ ମୋ’ ଜୀବନ ଧିକ୍।
17
ତା’ପରେ ମଧ୍ୟ ଯଦି ମୁଁ ସ୍ୱେଚ୍ଛାରେ ସୁସମାଗ୍ଭର ପ୍ରଗ୍ଭର କରୁଛି, ତେବେ ପୁରସ୍କାର ପାଇବା ପାଇଁ ମୁଁ ଯୋଗ୍ୟ। କିନ୍ତୁ ତାହା ତ ନୁହେଁ। ସୁସମାଗ୍ଭର ପ୍ରଗ୍ଭର ପାଇଁ ମୁଁ ବାଧ୍ୟ। ପ୍ରଭୁ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, କେବଳ ତାହା ମୁଁ ସମ୍ପାଦନ କରୁଛି।
18
ତା’ହେଲେ ମୋର ପୁରସ୍କାର କ’ଣ? ମୋର ପୁରସ୍କାର ଏହା ଯେ ସୁସମାଗ୍ଭର ପ୍ରଗ୍ଭର କଲାବେଳେ ମୁଁ ମୁକ୍ତ ଭାବରେ ସୁସମାଗ୍ଭରକୁ ଦେଇ ପାରିବି? ଏହିପରି ସୁସମାଗ୍ଭର ପ୍ରଗ୍ଭର ପାଇଁ ଯେଉଁ ପ୍ରାପ୍ୟ ମୋର ପାଇବା କଥା, ତାହା ମୁଁ ଦାବୀ କରେ ନାହିଁ।
19
ମୁଁ ସ୍ୱାଧୀନ। କିନ୍ତୁ ମୁଁ ନିଜକୁ ସମସ୍ତଙ୍କ ଦାସ କରିଛି। ଯଦ୍ଦ୍ୱାରା ମୁଁ ଅଧିକ ଲୋକଙ୍କୁ ଉଦ୍ଧାର କରି ପାରିବି।
20
ଯିହୂଦୀ ଲୋକମାନଙ୍କୁ ଲାଭ କରିବା ଲାଗି ମୁଁ ଯିହୂଦୀ ଲୋକମାନଙ୍କ ଭଳି ହେଲି। ମୁଁ ନିଜେ ବ୍ୟବସ୍ଥାର ଅଧୀନ ନ ହେଲେ ମଧ୍ୟ ଯେପରି ବ୍ୟବସ୍ଥାଧୀନ ଲୋକଙ୍କୁ ଉଦ୍ଧାର କରିବି, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥାଧୀନ ଲୋକଙ୍କ ଭଳି ହେଲି।
21
ମୁଁ ପରମେଶ୍ୱରଙ୍କ ବ୍ୟବସ୍ଥାରୁ ମୁକ୍ତ ନୁହେଁ। ମାତ୍ର ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ। ତଥାପି ମୁଁ ଯେପରି ବ୍ୟବସ୍ଥା ବିହୀନ ଲୋକମାନଙ୍କୁ ଉଦ୍ଧାର କରିପାରେ, ତେଣୁ ମୁଁ ସେମାନଙ୍କ ନିକଟରେ ବ୍ୟବସ୍ଥା ବିହୀନ ଲୋକପରି ହେଲି।
22
ଯେଉଁମାନେ ଦୁର୍ବଳ ସେହି ଦୂର୍ବଳମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ମଧ୍ୟ ଦୂର୍ବଳ ହେଲି। ଯେହେତୁ ଯେଉଁ ଉପାୟରେ ହେଉ ପଛେ ମୁଁ ଯେପରି ଅନେକ ଲୋକଙ୍କୁ ଉଦ୍ଧାର କରି ପାରିବି ସେଥିପାଇଁ ପ୍ରତ୍ୟେକ ପ୍ରକାରର ଲୋକମାନଙ୍କ ପାଇଁ ମୁଁ ସେହି ପ୍ରକାରର ହେଲି।
23
ଏହା ସବୁ ମୁଁ ସୁସମାଗ୍ଭର ପାଇଁ କରୁଛି, ସୁସମାଗ୍ଭର ଆଶୀର୍ବାଦରେ ମୋର ମଧ୍ୟ କିଛି ଅଂଶ ରହିବ।
24
ତୁମ୍ଭେମାନେ ଜାଣ ଯେ, ଦୌଡ଼ ପ୍ରତିଯୋଗିତାରେ ସମସ୍ତେ ଦୌଡ଼ନ୍ତି, କିନ୍ତୁ ତାଙ୍କ ଭିତରୁ ମାତ୍ର ଜଣକୁ ପୁରସ୍କାର ମିଳେ। ତୁମ୍ଭେମାନେ ଯେପରି ଜିତିବ, ସେପ୍ରକାର ଦୌଡ଼।
25
ଖେଳରେ ପ୍ରତ୍ୟେକ ପ୍ରତି ଯୋଗୀକୁ କଠୋର ପ୍ରଶିକ୍ଷଣ ନେବାକୁ ହୁଏ। ସେମାନେ ମୁକୁଟ ପାଇବା ପାଇଁ ଏହା କରନ୍ତି। ଏହି ମୁକୁଟ ଏକ ଜାଗତିକ ଓ କ୍ଷଣକାଳସ୍ଥାୟୀ ବିଷୟ। କିନ୍ତୁ ଆମ୍ଭେ ଅକ୍ଷୟ ମୁକୁଟ ପାଇବା ପାଇଁ ଏପରି କରୁ।
26
ସେଥିପାଇଁ ମୁଁ ଏକ ଲକ୍ଷ୍ୟରେ ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ମୁଁ ମୁଷ୍ଟି ଯୁଦ୍ଧ କଲାପରି ଯୁଦ୍ଧ କରୁଛି, ବାୟୁ ସଙ୍ଗେ ଯୁଦ୍ଧ କରୁ ନାହିଁ।
27
ମୁଁ ମୋର ନିଜ ଶରୀରକୁ ଆଘାତ କରୁଛି। ମୁଁ ଏହାକୁ ମୋର କ୍ରୀତଦାସ କରୁଛି। ମୁଁ ଏହା କରୁଛି ଯେପରି ମୁଁ ସୁସମାଗ୍ଭର ପ୍ରଗ୍ଭର କରିବା ପରେ ନିଜେ ଯେପରି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ। ଅନ୍ୟ ଲୋକମାନଙ୍କୁ ଉପଦେଶ ଦେଲା ପରେ ଯେପରି ମୁଁ ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ନ ହୁଏ, ସେଥିପାଇଁ ମୁଁ ମୋ’ ଶରୀରକୁ ବଶରେ ରଖୁଅଛି।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16