bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Corinthians 7
1 Corinthians 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 8 →
1
ବିବାହ ବିଷୟରେ ଏବେ ମୁଁ ତୁମ୍ଭେମାନେ ଲେଖିଥିବା ବିଷୟ ଗୁଡ଼ିକରେ ଉତ୍ତର ଦେଉଛି। ପୁରୁଷ ପକ୍ଷେ ବିବାହ ନ କରିବା ଭଲ।
2
କିନ୍ତୁ ଯୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରତ୍ୟେକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସେହିଭଳି ପ୍ରତ୍ୟେକ ସ୍ତ୍ରୀର ନିଜ ସ୍ୱାମୀ ଥିବା ଉଚିତ୍।
3
ପତି ଆପଣାର ପତ୍ନୀକୁ ତାହାର ପ୍ରାପ୍ୟ ଦେବା ଉଚିତ୍।
4
ପତ୍ନୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା’ର ଶରୀର ଉପରେ ତା’ ସ୍ୱାମୀର ଅଧିକାର ଅଛି। ସେହିଭଳି ସ୍ୱାମୀର ତା’ ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା’ର ଶରୀର ଉପରେ ତା’ର ସ୍ତ୍ରୀର ଅଧିକାର ଅଛି।
5
ନିଜର ଅଧିକାରରୁ ପରସ୍ପରକୁ ବଞ୍ଚିତ କର ନାହିଁ। କିନ୍ତୁ ତୁମ୍ଭେ ଦୁହେଁ ପ୍ରାର୍ଥନାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଏକମତ ହୋଇ ଅଳ୍ପ ସମୟ ପାଇଁ ପୃଥକ ହୁଅ। ତା’ପରେ ପୁନର୍ବାର ଏକାଠି ହୁଅ, ଯଦ୍ଦ୍ୱାରା ଶୟତାନ ତୁମ୍ଭମାନଙ୍କ ଦୁର୍ବଳତାର ସୁଯୋଗ ନେଇ ତୁମ୍ଭମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ।
6
ମୋର ଏହା ଆଦେଶ ନୁହେଁ, ବରଂ କିଛି ସମୟ ପାଇଁ ପୃଥକ ରହିବାକୁ ଅନୁମତି ଦେଉଛି।
7
ମୁଁ ଇଚ୍ଛା କରେ ଯେ, ସମସ୍ତେ ମୋ’ ଭଳି ରୁହନ୍ତୁ। କିନ୍ତୁ ପ୍ରତ୍ୟେକ ଲୋକକୁ ପରମେଶ୍ୱରଙ୍କଠାରୁ ଏକ ବିଶେଷ ଅନୁଗ୍ରହ ମିଳିଛି। ଯଦି ଜଣକର ଗୋଟିଏ ପ୍ରକାର ଅନୁଗ୍ରହଦାନ ତା’ହେଲେ ଅନ୍ୟ ଜଣକ ନିମନ୍ତେ ଅନ୍ୟ ପ୍ରକାରର ଅନୁଗ୍ରହଦାନ ଅଛି।
8
ଏବେ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଛି ଯେ, ଯଦି ସେମାନେ ମୋ’ ଭଳି ଏକାକୀ ରହି ପାରିବେ, ତା’ହେଲେ ଭଲ।
9
କିନ୍ତୁ ଯଦି ସେମାନେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ପାରିବେ ନାହିଁ, ତା’ହେଲେ ସେମାନେ ବିବାହ କରିବା ଉଚିତ୍। କାରଣ କାମ ବାସନାର ଅଗ୍ନିରେ ପୋଡ଼ି ହେବା ଅପେକ୍ଷା ବିବାହ କରିବା ଉତ୍ତମ।
10
ଯେଉଁମାନେ ବିବାହିତ ସେମାନଙ୍କୁ ମୁଁ ଏହି ଆଦେଶ ଦେଉଛି-ଏହି ଆଦେଶ ମୋ’ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।
11
ଯେ, ପତ୍ନୀ ନିଜ ପତିକୁ କେବେ ହେଲେ ଛାଡ଼ିବା ଉଚିତ୍ ନୁହେଁ, କିନ୍ତୁ ଯଦି ପତ୍ନୀ ନିଜ ପତିକୁ ଛାଡ଼େ, ତା’ହେଲେ ପୁନଃ ବିବାହ ନ କରି ରହିବା ଉଚିତ୍ ବା ନିଜ ପତି ସହିତ ମିଶିଯିବା ଉଚିତ୍। ଠିକ୍ ସେହିଭଳି ପତି ମଧ୍ୟ ନିଜ ପତ୍ନୀକୁ ଛାଡ଼ପତ୍ର ଦେବା ଉଚିତ୍ ନୁହେଁ।
12
ମୁଁ ଅନ୍ୟ ସମସ୍ତ ଲୋକଙ୍କୁ ଏହା କହେ (ଏହା ମୋର କଥା, ପ୍ରଭୁଙ୍କର ନୁହେଁ): ଯଦି କୌଣସି ଖ୍ରୀଷ୍ଟିୟ ଭାଇଙ୍କର ଏପରି ପତ୍ନୀ ଅଛି ଓ ସେ ଖ୍ରୀଷ୍ଟ ବିଶ୍ୱାସିନୀ ନୁହେଁ ମାତ୍ର ପତି ସହିତ ରହିବାକୁ ଇଚ୍ଛୁକ, ତା’ହେଲେ ପତି ତାକୁ ତ୍ୟାଗ କରିବା ଉଚିତ୍ ନୁହେଁ।
13
ଯଦି କୌଣସି ପତ୍ନୀର ପତି ଅଛି, ଓ ସେ ଖ୍ରୀଷ୍ଟ ବିଶ୍ୱାସୀ ନୁହେଁ, କିନ୍ତୁ ସେ ପତ୍ନୀ ସହିତ ରହିବା ପାଇଁ ଇଚ୍ଛୁକ, ତା’ହେଲେ ପତ୍ନୀ ତାକୁ ଛାଡ଼ପତ୍ର ଦେବା ଅନୁଚିତ୍।
14
ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ନ କରୁଥିବା ପତି, ତା’ର ବିଶ୍ୱାସ କରୁଥିବା ପତ୍ନୀ ମାଧ୍ୟମରେ ପବିତ୍ର କରାଯାଇଅଛି। ସେହିଭଳି ବିଶ୍ୱାସ ନ କରୁଥିବା ପତ୍ନୀ, ତା’ ବିଶ୍ୱାସ କରୁଥିବା ପତି ମାଧ୍ୟମରେ ପବିତ୍ର କରାଯାଇ ଅଛି। ଯଦି ଏହା ସତ୍ୟ ହୋଇ ନ ଥା’ନ୍ତା, ତା’ହେଲେ ତୁମ୍ଭମାନଙ୍କ ସନ୍ତାନମାନେ କଦାପି ଶୁଚି ହୋଇ ନ ଥା’ନ୍ତେ। କିନ୍ତୁ ସେମାନେ ଏବେ ପବିତ୍ର ଅଟନ୍ତି।
15
ତଥାପି ଯଦି ଜଣେ ଅବିଶ୍ୱାସୀ, ଜଣେ ବିଶ୍ୱାସୀଠାରୁ ଅଲଗା ହେବାକୁ ଇଚ୍ଛା କରେ, ତା’ହେଲେ ସେ ଅଲଗା ହୋଇପାରେ। ଯେତେବେଳେ ଏପରି ଘଟିବ, ଖ୍ରୀଷ୍ଟିୟ ଭାଇ ଓ ଭଉଣୀ ବିବାହ ବନ୍ଧନରୁ ମୁକ୍ତ ହେବେ। ପରମେଶ୍ୱର ତୁମ୍ଭମାନଙ୍କୁ ଶାନ୍ତିରେ ରହିବାକୁ ଆହ୍ୱାନ ଦେଇଛନ୍ତି।
16
ପତ୍ନୀଗଣ ହୁଏତ ତୁମ୍ଭେମାନେ ନିଜର ରକ୍ଷା କରି ପାରିବ; ପତିଗଣ! ହୁଏତ ତୁମ୍ଭେମାନେ ନିଜ ନିଜର ପତ୍ନୀକୁ ରକ୍ଷା କରି ପାରିବ। ଭବିଷ୍ୟତରେ କ’ଣ ଘଟିବ, ଏହା ତୁମ୍ଭେମାନେ ଏବେ ଜାଣି ନାହଁ।
17
ପରମେଶ୍ୱରଙ୍କ ଆହ୍ୱାନ ଅନୁସାରେ ଜୀବନଯାପନ କର ପ୍ରଭୁ ତୁମକୁ ଆହ୍ୱାନ କଲାବେଳେ ଯେଉଁ ପ୍ରକାର ଜୀବନଯାପନ କରିବା ପାଇଁ ଗ୍ଭଳନା ଦେଉଛନ୍ତି, ପ୍ରତ୍ୟେକ ଲୋକ ସେହିଭଳି ଜୀବନଯାପନ କରିବା ଉଚିତ୍। ମୁଁ ସମସ୍ତ ମଣ୍ଡଳୀକୁ ଏହି ନିର୍ଦ୍ଦେଶ ଦିଏ।
18
ପରମେଶ୍ୱରଙ୍କ ଆହ୍ୱାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହୋଇ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ୍ ନୁହେଁ। ଯଦି ଜଣେ ଆହ୍ୱାନ ପାଇବା ବେଳେ ସୁନ୍ନତ ହୋଇ ନାହିଁ, ତା’ର ମଧ୍ୟ ସୁନ୍ନତ ହେବା ଉଚିତ୍ ନୁହେଁ।
19
ଜଣେ ସୁନ୍ନତ ହୋଇଛି ବା ନାହିଁ, ତାହା ବଡ଼ ବିଷୟ ନୁହେଁ, ମାତ୍ର ପରମେଶ୍ୱରଙ୍କର ଆତ୍ମାଙ୍କୁ ମାନିବା ବଡ଼ ବିଷୟ।
20
ପରମେଶ୍ୱର ଆହ୍ୱାନ କଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲ, ସେ ସେଭଳି ଥାଉ।
21
ଯଦି ପରମେଶ୍ୱର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥାରେ ଡାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭେମାନେ ସ୍ୱାଧୀନ ହୋଇପାର, ତାହାହେଲେ ସେହି ସୁଯୋଗର ବ୍ୟବହାର କର।
22
କାରଣ ଯେଉଁ ଲୋକକୁ ପ୍ରଭୁ ଆହ୍ୱାନ କଲାବେଳେ କ୍ରୀତଦାସ ଥିଲା, ଏବେ ସେ ପ୍ରଭୁଙ୍କଠାରେ ସ୍ୱାଧୀନ ଲୋକ। ସେହି ପ୍ରକାର ସ୍ୱାଧୀନ ଲୋକ ଥିଲାବେଳେ ପ୍ରଭୁ ଯାହାକୁ ଆହ୍ୱାନ କଲେ, ସେ ଏବେ ପ୍ରଭୁଙ୍କର କ୍ରୀତଦାସ ଅଟେ।
23
ପରମେଶ୍ୱର ମୂଲ୍ୟ ଦେଇ ତୁମ୍ଭମାନଙ୍କୁ କିଣିଛନ୍ତି। ତେଣୁ ମନୁଷ୍ୟମାନଙ୍କ କ୍ରୀତଦାସ ହୁଅ ନାହିଁ।
24
ଅତଏବ ମଣିଷମାନଙ୍କର ଦାସ ହୁଅ ନାହିଁ। ଭାଇ ଓ ଭଉଣୀମାନେ! ଆହ୍ୱାନ ହେଲାବେଳେ ଯେ ଯେଉଁ ଅବସ୍ଥାରେ ଥିଲା, ପରମେଶ୍ୱରଙ୍କ ସହ ନୂତନ ଜୀବନ ଲାଭ କରି, ସେ ସେହିପରି କାର୍ଯ୍ୟ କରୁ।
25
ବିବାହ କରିବା ବିଷୟକ ପ୍ରଶ୍ନ ଏବେ ମୁଁ ଅବିବାହିତ ଲୋକମାନଙ୍କ ବିଷୟରେ କହୁଛି। ଏ ବିଷୟରେ ପ୍ରଭୁଙ୍କଠାରୁ ମୋତେ କୌଣସି ଆଦେଶ ମିଳି ନାହିଁ। କିନ୍ତୁ ପ୍ରଭୁ ମୋ’ ପ୍ରତି ଦୟା ଦେଖାଇ ଥିବାରୁ ଓ ମୁଁ ବିଶ୍ୱାସଭାଜନ ହୋଇ ଥିବାରୁ, ମୁଁ ମୋର ମତାମତ ଦେଉଛି।
26
ଏହା ସଙ୍କଟର ସମୟ। ଅତଏବ, ମୋ’ ମତରେ ତୁମ୍ଭେ ଯେପରି ଅଛ ସେହିପରି ରହିବା ଉତ୍ତମ।
27
ଯଦି ତୁମ୍ଭେମାନେ ବିବାହିତ, ତେବେ ପତ୍ନୀଠାରୁ ମୁକ୍ତ ହେବାକୁ ଚେଷ୍ଟା କର ନାହିଁ। କିନ୍ତୁ ଯଦି ତୁମ୍ଭମାନଙ୍କର ବିବାହ ହୋଇ ନାହିଁ, ତେବେ ପତ୍ନୀଟିଏ ଖୋଜିବା ପାଇଁ ଚେଷ୍ଟା କର ନାହିଁ।
28
କିନ୍ତୁ ଯଦି ତୁମ୍ଭେମାନେ ବିବାହ କରିବା ପାଇଁ ମନସ୍ଥ କରିଛ, ତେବେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ୟା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସେମାନେ ଏହି ଜୀବନରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ।
29
ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ।
30
ଯେଉଁମାନେ ଦୁଃଖୀ ସେମାନେ ଦୁଃଖୀ ନ ହେଲା ଭଳି ରୁହନ୍ତୁ। ଯେଉଁମାନେ ସୁଖୀ, ସେମାନେ ଏପରି ରୁହନ୍ତୁ ଯେପରି ସୁଖୀ ନୁହନ୍ତି। ଯେଉଁମାନେ ଜିନିଷ ପତ୍ର କିଣି ପାରନ୍ତି ସେମାନେ ନିଜ ପାଖରେ କିଛି ନ ଥିଲା ଭଳି ରୁହନ୍ତୁ।
31
ଯେଉଁମାନେ ସାଂସାରିକ ଭୋଗ-ବିଳାସର ସାମଗ୍ରୀ ଗୁଡ଼ିକ ବ୍ୟବହାର କରୁଛନ୍ତି, ସେମାନେ ଏପରି ରୁହନ୍ତୁ ଯେପରି ସେ ଗୁଡ଼ିକ ସେମାନଙ୍କ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହିପରି ଭାବରେ ରୁହ, କାରଣ ଜଗତର ବାହ୍ୟିକ ବିଷୟ ସବୁ ଶୀଘ୍ର ଲୋପ ପାଇବ।
32
ତୁମ୍ଭେମାନେ ଯେପରି ଚିନ୍ତା ନ କର ଏହା ମୋର ଇଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ।
33
କିନ୍ତୁ ଯେଉଁ ଲୋକ ବିବାହିତ, ସେ ସାଂସାରିକ ବିଷୟରେ ଲିପ୍ତ ରହି ତା’ର ପତ୍ନୀକୁ ସନ୍ତୁଷ୍ଟ କରିବା ପାଇଁ ବ୍ୟସ୍ତ ରହିଥାଏ। ଅତଏବ ସେ ଦୁଇଟି ବିଷୟ ପ୍ରତି ଧ୍ୟାନ ଦିଅ: ପତ୍ନୀକୁ ସନ୍ତୁଷ୍ଟ ଓ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା। ଜଣେ ଅବିବାହିତା ସ୍ତ୍ରୀ ଅର୍ଥାତ୍ କୁମାରୀ କନ୍ୟା ପ୍ରଭୁଙ୍କ ପାଇଁ ସମୟ ଦିଏ।
34
ସେ ତା’ର ଶରୀର ଓ ଆତ୍ମା ଉଭୟକୁ ପ୍ରଭୁଙ୍କଠାରେ ସମର୍ପିତ କରିପାରେ। କିନ୍ତୁ ଜଣେ ବିବାହିତା ସ୍ତ୍ରୀ, ଜାଗତିକତାରେ ମାତି ରହି, ନିଜ ସ୍ୱାମୀକୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ରୁହେ।
35
ଏହି କଥାଗୁଡ଼ିକ ମୁଁ ତୁମ୍ଭମାନଙ୍କ ଭଲ ପାଇଁ କହୁଛି, ତୁମ୍ଭମାନଙ୍କ ଉପରେ କୌଣସି କଡ଼ା ପ୍ରତିବନ୍ଧକ ଲଗାଇବା ପାଇଁ ନୁହେଁ। ମୁଁ ଇଚ୍ଛା କରେ ଯେ ତୁମ୍ଭେମାନେ ନିଜକୁ କୌଣସି ଅନ୍ୟ କାମରେ ନ ଲଗାଇ, ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କଠାରେ ସମର୍ପଣ କର।
36
ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ।
37
କିନ୍ତୁ ଆଉ ଜଣେ ଲୋକ ଅଧିକ ଦୃଢ଼ମନା ଥାଇପାରେ ଯେ ବାହା ହେବା ଦରକାର ନାହିଁ। ତାହାହେଲେ ସେ ଯାହା ଗ୍ଭହେଁ ତାହା କରିବା ପାଇଁ ସ୍ୱାଧୀନତା ପାଇଛି। ଯଦି ସେ ଗ୍ଭହେଁ ତାହାର ମନରେ ଯେ ସେ ତାହାର କନ୍ୟାକୁ ବିବାହ ଦେବ ନାହିଁ, ସେ ଉଚିତ୍ କରୁଛିା
38
ଅତଏବ ଯିଏ ନିଜର କୁମାରୀ କନ୍ୟାର ବିବାହ କରାଉଛି, ସେ ଭଲ କରୁଛି ଓ ଯିଏ କୁମାରୀ କନ୍ୟାର ବିବାହ କରାଉ ନାହିଁ, ସେ ଅଧିକ ଭଲ କରୁଛି।
39
ଜଣେ ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ସେ ତା’ ସହିତ ରହିବା ପାଇଁ ବାଧ୍ୟ। ସ୍ୱାମୀ ମରିଗଲା ପରେ ସେ ଯେକୌଣସି ଅନ୍ୟ ଲୋକ ସହିତ ବିବାହ କରିବା ପାଇଁ ସ୍ୱାଧୀନ ଅଟେ। କିନ୍ତୁ ସେ ପ୍ରଭୁଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱସ୍ତ ହେବା ଉଚିତ୍।
40
ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା’ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16