bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Corinthians 4
1 Corinthians 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
1
ଖ୍ରୀଷ୍ଟଙ୍କର ପ୍ରେରିତଗଣ ଆମ୍ଭ ବିଷୟରେ ଲୋକମାନଙ୍କର ଭାବିବା ଦରକାର ଯେ, ଆମ୍ଭେ ଖ୍ରୀଷ୍ଟଙ୍କର ସେବକ। ପରମେଶ୍ୱର ନିଜର ଗୋପନୀୟ ସତ୍ୟଗୁଡ଼ିକୁ ଆମ୍ଭ ନିକଟରେ ଭରସା ରଖି ଜଣାଇ ଅଛନ୍ତି।
2
ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ୍।
3
ତୁମ୍ଭେମାନେ ଯଦି ମୋର ବିଗ୍ଭର କର କିଅବା କୌଣସି ଅଦାଲତ, ଯଦି ମୋର ବିଗ୍ଭର କରେ, ତେବେ ମୁଁ ତାହାକୁ ଆଦୌ ଖାତିରି କରେ ନାହିଁ। ଏପରି କି ମୋ’ ନିଜର ବିଗ୍ଭର ମଧ୍ୟ ମୁଁ କରେ ନାହିଁ।
4
ମୁଁ ଯେ, କୌଣସି ଭୁଲ୍ କରି ନାହିଁ କିନ୍ତୁ ତାହା ମଧ୍ୟ ମୋତେ ନିର୍ଦ୍ଦୋଷ ପ୍ରମାଣିତ କରି ନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ କି ମୋର ବିଗ୍ଭର କରନ୍ତି।
5
ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ।
6
ଭାଇ ଓ ଭଉଣୀମାନେ! ଏ ସମସ୍ତ କହିଲା ବେଳେ ମୁଁ ଆପଲ୍ଲଙ୍କୁ ଓ ନିଜକୁ ଉଦାହରଣ ସ୍ୱରୂପ ବ୍ୟବହାର କରୁଛି ଯେପରି ତୁମ୍ଭେମାନେ ଶାସ୍ତ୍ରାଂଶ ଶବ୍ଦ ଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣି ପାରିବ, “ତେବେ ଶାସ୍ତ୍ରରେ ଯାହା ଲେଖା ଯାଇଛି କେବଳ ତହିଁର ବାଧ୍ୟ ହୁଅ। ତା’ହେଲେ ତୁମ୍ଭେମାନେ ଜଣକ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟଜଣକୁ ଘୃଣା କରିବ ନାହିଁ।”
7
କିଏ କହୁଛି ଯେ, ତୁମ୍ଭେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହାକିଛି ତୁମ୍ଭମାନଙ୍କ ପାଖରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତାହା ତୁମକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା’ହେଲେ ସେଗୁଡ଼ିକ ତୁମ୍ଭେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ।
8
ତୁମ୍ଭେମାନେ ଭାବୁଛ ଯେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକୀୟ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମ୍ଭେମାନେ ଆମ୍ଭ ବିନା ରାଜା ହୋଇ ଯାଇଛ ବୋଲି ଭାବୁଛ। ହଁ, ତୁମ୍ଭେମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥା’ନ୍ତା। ତା’ହେଲେ ଆମ୍ଭେ ମଧ୍ୟ ତୁମ୍ଭମାନଙ୍କ ସହିତ ରାଜତ୍ୱ କରିଥାଆନ୍ତୁ।
9
କିନ୍ତୁ ମୋର ମନେ ହୁଏ ଯେ, ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମ୍ଭେମାନେ ଯେପରି ଏକ ନାଟକ କରୁଛୁ।
10
ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଛୁ। କିନ୍ତୁ ତୁମ୍ଭେମାନେ ନିଜକୁ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ୍ ବୋଲି ଭାବୁଛ। ଆମ୍ଭେ ଦୁର୍ବଳ, ତୁମ୍ଭେମାନେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି କିନ୍ତୁ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ।
11
ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।
12
ଆମ୍ଭର ଲାଗି ଆମ୍ଭେ ହାତରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ।
13
ଲୋକମାନଙ୍କଠାରୁ ଅଭିଶାପ ପାଇ ମଧ୍ୟ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ୟାପବାଦ କରନ୍ତି, ଆମ୍ଭେ ସେମାନଙ୍କୁ ନମ୍ରଭାବେ କଥା କହୁ। ଆଜି ପର୍ଯ୍ୟନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ୟବହାର କରୁଛନ୍ତି।
14
ତୁମ୍ଭମାନଙ୍କୁ ଲଜ୍ଜିତ କରିବା ପାଇଁ ମୁଁ ଏହା ଲେଖୁ ନାହିଁ। ବରଂ ନିଜର ପ୍ରିୟ ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ସଚେତନ କରାଉଛି।
15
ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଦଶ ହଜାର ଶିକ୍ଷକ ଥାଇ ପାରନ୍ତି, କିନ୍ତୁ ତୁମ୍ଭମାନଙ୍କର ଅନେକ ପିତା ନାହାନ୍ତି, ସୁସମାଗ୍ଭର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ମୁଁ ତୁମ୍ଭମାନଙ୍କର ପିତା ହୋଇଛି।
16
ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରେ ଯେ, ତୁମ୍ଭେମାନେ ମୋ’ ପରି ହୁଅ।
17
ସେଥିପାଇଁ ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇଛି। ସେ ଖ୍ରୀଷ୍ଟରେ ମୋହର ସନ୍ତାନ। ମୁଁ ତୀମଥିଙ୍କୁ ଭଲ ପାଏ। ସେ ବିଶ୍ୱାସ ଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି।
18
ତୁମ୍ଭମାନଙ୍କ ଭିତରୁ ଅନେକ ଅହଂକାରୀ ହୋଇ ଯାଇଛ। ଏହାଭାବି ତୁମ୍ଭେମାନେ ଗର୍ବ କର ଯେ ମୁଁ ତୁମ୍ଭମାନଙ୍କ ପାଖକୁ ଆଉ କେବେ ଯିବି ନାହିଁ।
19
କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମ୍ଭମାନଙ୍କ ପାଖକୁ ଯିବି, ଓ ଅହଂକାର କରୁଥିବା ଲୋକମାନେ କ’ଣ ଅଧିକ କାର୍ଯ୍ୟ କରୁଛନ୍ତି ତାହା ମୁଁ ଦେଖିବାକୁ ଗ୍ଭହେଁ।
20
ଏହା ମୁଁ ଦେଖିବାକୁ ଇଚ୍ଛାକରେ, କାରଣ ପରମେଶ୍ୱରଙ୍କ ରାଜ୍ୟ କେବଳ କଥାରେ କହିବା ବିଷୟ ବସ୍ତୁ ନୁହେଁ, ମାତ୍ର ଶକ୍ତିର ବିଷୟ ଅଟେ।
21
ତୁମ୍ଭେମାନେ କ’ଣ ଗ୍ଭହଁ: ମୁଁ ତୁମ୍ଭମାନଙ୍କ ପାଖକୁ ଦଣ୍ଡ ନେଇ ଆସିବି, ନା ପ୍ରେମ ଓ କୋମଳତା ସହ ଆସିବି?
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16