bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Genesis 18
Genesis 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 19 →
1
ତିନି ପରିଦର୍ଶକ ଏହା ପରେ, ପୁନର୍ବାର ସଦାପ୍ରଭୁ ଅବ୍ରହାମଙ୍କୁ ମମ୍ରିର ଅଲୋନବୃକ୍ଷ ନିକଟରେ ଦେଖାଦେଲେ। ମଧ୍ୟାହ୍ନ ସମୟରେ ଅବ୍ରହାମ ତାଙ୍କର ତମ୍ବୁର ଦ୍ୱାର ଦେଶରେ ବସିଥିଲେ।
2
ଅବ୍ରହାମ ଦେଖିଲେ ତିନି ଜଣ ଲୋକ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଅବ୍ରହାମ ଏହା ଦେଖିବାପରେ ସେମାନଙ୍କ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।
3
ଅବ୍ରହାମ କହିଲେ, “ମହାଶୟଗଣ, ଯଦି ତୁମ୍ଭେମାନେ ମୋ’ ଉପରେ ସନ୍ତୁଷ୍ଟ, ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ।
4
ମୁଁ କିଛି ଜଳରେ ଆପଣମାନଙ୍କୁ ପଦଧୌତ କରିବି ଓ ଆପଣମାନେ ଏହି ବୃକ୍ଷମୂଳରେ ଟିକେ ବିଶ୍ରାମ କରନ୍ତୁ।
5
ମୁଁ ଆପଣମାନଙ୍କୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦେବି। ତା’ପରେ ଆପଣମାନେ ଯାତ୍ରା କରିବେ।” ସେହି ତିନି ଜଣ କହିଲେ, “ତାହା ଉତ୍ତମ, ଯାହା କହିଲ ତାହା କର।”
6
ଅବ୍ରହାମ ଶୀଘ୍ର ତମ୍ବୁ ଭିତରକୁ ପ୍ରବେଶ କରି ସାରାକୁ କହିଲେ, “ତିନି ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୋଟୀ ପ୍ରସ୍ତୁତ କର।”
7
ଏହା ପରେ ଅବ୍ରହାମ ଗୁହାଳକୁ ଦୌଡ଼ିଲେ। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ଓ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, ଶୀଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର।
8
ଅବ୍ରହାମ କିଛି ରନ୍ଧା ମାଂସ, କିଛି ରୋଟୀ, ଦୁଗ୍ଧ କିଛି ଛେନା ଆଣି ସେହି ତିନି ଲୋକଙ୍କ ସମ୍ମୁଖରେ ରଖିଲେ। ଅବ୍ରହାମ ତାଙ୍କ ନିକଟରେ ଛିଡ଼ା ହୋଇ ଖାଇବାକୁ ନିବେଦନ କଲେ। ସେମାନେ ସେହି ବୃକ୍ଷମୂଳେ ତାହା ଭୋଜନ କଲେ।
9
ଏହା ପରେ ସେହି ଲୋକମାନେ ପଗ୍ଭରିଲେ, “ତୁମ୍ଭର ସ୍ତ୍ରୀ ସାରା କେଉଁଠାରେ?” ଅବ୍ରହାମ ଉତ୍ତର ଦେଲେ, “ସେ ଏହି ତମ୍ବୁରେ ଅଛି।”
10
ତହୁଁ ସେ କହିଲେ, “ବସନ୍ତ ସମୟରେ ଆମ୍ଭେ ପୁନରାୟ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।” ସାରା ତମ୍ବୁରେ ରହି ଏହିକଥା ଶୁଣୁଥିଲେ।
11
ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବୟସ ଅତିକ୍ରମ ହୋଇଥିଲା।
12
ତେଣୁ ସାରା ଶୁଣିଥିବା କଥାକୁ ବିଶ୍ୱାସ କରି ପାରିଲେ ନାହିଁ। ସେ ନିଜକୁ ନିଜେ ହସିଲେ ଏବଂ କହିଲେ, “ମୁଁ ଏବଂ ମୋର ସ୍ୱାମୀ ବାର୍ଦ୍ଧକ୍ୟରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହୋଇଯାଇଛୁ।”
13
ଏହା ପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, “ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହୋଇଯାଇଛି।
14
ସଦାପ୍ରଭୁଙ୍କ ପାଇଁ କ’ଣ କିଛି କଷ୍ଟସାଧ୍ୟ? ନାଁ! ମୁଁ ନିଶ୍ଚିତ ଏହି ବସନ୍ତରେ ପୁନରାୟ ଏଠାକୁ ଆସିବି, ମୁଁ କହୁଛି ପୁନରାୟ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦେବ।”
15
କିନ୍ତୁ ସାରା ଅସ୍ୱୀକାର କରି କହିଲେ, “ମୁଁ ହସି ନ ଥିଲି!” ସେହିପରି ଭୟରେ କହିଥିଲି। କିନ୍ତୁ ସଦାପ୍ରଭୁ କହିଲେ, “ମୁଁ ଜାଣେ ଏହା ସତ୍ୟ ନୁହେଁ। ତୁମ୍ଭେ ହସିଥିଲ!”
16
ଏହା ପରେ ସେହି ତିନି ଜଣ ଯିବା ପାଇଁ ଉଠିଲେ, ସେମାନେ ସଦୋମ ଆଡ଼େ ମୁହାଁଇଲେ। ଏବଂ ସେମାନେ ସେହି ବାଟେ ଯିବାକୁ ଆରମ୍ଭ କଲେ। ଅବ୍ରହାମ ତାଙ୍କୁ ବାଟେଇ ଦେଲେ।
17
ଅବ୍ରହାମଙ୍କ ମୂଲଚୂଲ ସଦାପ୍ରଭୁ ନିଜକୁ ନିଜେ କହିଲେ, “ମୁଁ ଯାହା କରିବାକୁ ଉଦ୍ୟତ ଅଟେ, ତାହା କ’ଣ ଅବ୍ରହାମଙ୍କୁ କହିବି?
18
ଅବ୍ରହାମଠାରୁ ଏକ ମହାନ ଓ ବଳଶାଳୀ ଗୋଷ୍ଠୀ ଉତ୍ପନ୍ନ ହେବ ଓ ପୃଥିବୀର ଯାବତୀୟ ଗୋଷ୍ଠୀ ତାହାଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ।
19
ମୁଁ ତାଙ୍କୁ ମନୋନୀତ କରିଛି। ମୁଁ ଏପରି କଲି, ସେଥିପାଇଁ ସେ ତାଙ୍କର ପିଲାମାନଙ୍କୁ ଓ ବଂଶଧରଙ୍କୁ ନିର୍ଦ୍ଦେଶ ଦେବେ, ଯେଉଁପରି ଭାବରେ ମୁଁ ସେମାନଙ୍କୁ ଜୀବନଧାରଣ କରିବାକୁ ଏବଂ ଯାହା ନ୍ୟାୟ ଓ ଯଥାର୍ଥ ତାହା କରିବାକୁ ଗ୍ଭହେଁ। ତା’ପରେ ମୁଁ ସଦାପ୍ରଭୁ, ଯାହା ପ୍ରତିଜ୍ଞା କଲି ତାହା ମୁଁ କରିବି।”
20
ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଅନେକ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରାର ଲୋକମାନଙ୍କ ବିରୁଦ୍ଧରେ, ସେମାନେ ବହୁତ ପାପ କରିଛନ୍ତି।
21
ତେଣୁ ମୁଁ ସେଠାକୁ ଯିବି ଏବଂ ଦେଖିବି, ଯଦି ସେମାନେ ସେପରି କରିଅଛନ୍ତି, ଯାହା ମୁଁ ଶୁଣିଛି। ଯଦି ନାହିଁ, ମୁଁ ଜାଣିବାକୁ ଗ୍ଭହେଁ।”
22
ଦୁଇ ଜଣ ଲୋକ ସଦୋମ ଆଡ଼କୁ ଗଲେ, ଯେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ରହିଲେ।
23
ଏହା ପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, “ହେ ସଦାପ୍ରଭୁ, ଆପଣ କ’ଣ ନିରୀହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବା ପାଇଁ ଯୋଜନା କରିଅଛନ୍ତି?”
24
ଯଦି ପଗ୍ଭଶ୍ ଜଣ ଧାର୍ମିକ ଲୋକ ସେହି ନଗରରେ ଥା’ନ୍ତି, ଆପଣ କ’ଣ କରିବେ?ଆପଣ କ’ଣ ସମ୍ପୂର୍ଣ୍ଣ ରୂପେ ସେହି ଦେଶକୁ ଧ୍ୱଂସ କରିବେ? ପଗ୍ଭଶ୍ ଜଣ ଧାର୍ମିକଙ୍କ ସକାଶେ କ’ଣ ସେହି ସ୍ଥାନ ରକ୍ଷା ନ କରି ସଂହାର କରିବେ?
25
ନିଶ୍ଚୟ ଆପଣ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ୱଂସ କରିବେ ନାହିଁ। ଯଦି ଏହା ହୁଏ, ତେବେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କ’ଣ ସାରା ପୃଥିବୀର ବିଗ୍ଭରକର୍ତ୍ତା ଯାହା ନ୍ୟାୟ, ତାହା କରିବେ ନାହିଁ?”
26
ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଯଦି ପଗ୍ଭଶ୍ ଜଣ ଭଲ ବ୍ୟକ୍ତି ସଦୋମରେ ଦେଖିବି, ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ।”
27
ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ଆପଣଙ୍କ ତୁଳନାରେ ମୁଁ କେବଳ ଧୂଳି ଓ ପାଉଁଶ। କିନ୍ତୁ ମୋତେ କ୍ଷମା କରନ୍ତୁ ମୁଁ ଏତେ ସାହସୀ ହୋଇ ଆଉ ଏକ ପ୍ରଶ୍ନ ପଗ୍ଭରୁଅଛି।
28
ହୋଇପାରେ ସେହି ପଗ୍ଭଶ୍ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଊଣା ହୋଇପାରନ୍ତି, ଆପଣ କ’ଣ ଏହି ପାଞ୍ଚ ଜଣଙ୍କ କାରଣରୁ ସେହି ସହରକୁ ଧ୍ୱଂସ କରିବେ କି?” ସଦାପ୍ରଭୁ କହିଲେ, “ଯଦି ମୁଁ ସେଠାରେ ପଇଁଗ୍ଭଳିଶ ଜଣ ଧାର୍ମିକ ଲୋକ ଦେଖେ ତେବେ ସେ ନଗରକୁ ଧ୍ୱଂସ କରିବି ନାହିଁ।”
29
ଅବ୍ରହାମ ପୁଣି କହିଲେ, “ଆପଣ ଯଦି ସେଠାରେ ଗ୍ଭଳିଶ୍ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ନଗରଟିକୁ ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ସେଠାରେ ଗ୍ଭଳିଶ୍ ଜଣ ଧାର୍ମିକ ଲୋକ ଦେଖେ ଦେବେ ମୁଁ ସେହି ନଗରକୁ ଧ୍ୱଂସ କରିବି ନାହିଁ।”
30
ଏହା ପରେ ଅବ୍ରହାମ କହିଲେ, “ହେ ସଦାପ୍ରଭୁ, ମୋ’ ପ୍ରତି କ୍ରୋଧ କରନ୍ତୁ ନାହିଁ। ଆପଣଙ୍କୁ ଏହି କଥା ପଗ୍ଭରିବାକୁ ଦିଅନ୍ତୁ। ଯଦି ତିରିଶ୍ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ସେହି ନଗର ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି ମୁଁ ତିରିଶ୍ ଜଣ ଧାର୍ମିକ ଲୋକ ପାଏ, ତେବେ ମୁଁ ସେହି ନଗର ଧ୍ୱଂସ କରିବି ନାହିଁ।”
31
ଏହା ପରେ ଅବ୍ରହାମ କହିଲେ, “ମୁଁ ଆପଣଙ୍କୁ କଷ୍ଟ ଦେଇ ପୁନର୍ବାର ପଗ୍ଭରିବି କି? ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ କ’ଣ ଆପଣ ନଗରକୁ ଧ୍ୱଂସ କରିବେ?” ସଦାପ୍ରଭୁ ଉତ୍ତର ଦେଲେ, “ଯଦି କୋଡ଼ିଏ ଜଣ ଧାର୍ମିକ ଲୋକ ଥା’ନ୍ତି, ତେବେ ମୁଁ ନଗରକୁ ଧ୍ୱଂସ କରିବି ନାହିଁ।”
32
ଏହା ପରେ ଅବ୍ରହାମ କହିଲେ, “ସଦାପ୍ରଭୁ ମୋ’ ଉପରେ କ୍ରୋଧ କରନ୍ତୁ ନାହିଁ। ମୋତେ ଶେଷ ଥର ପାଇଁ ଅନୁମତି ମିଳୁ। ଯଦି ଆପଣ ସେଠାରେ ଦଶ ଜଣ ଉତ୍ତମ ଲୋକ ଦେଖନ୍ତି ତେବେ କ’ଣ ଆପଣ ଏପରି କରିବେ?” ସଦାପ୍ରଭୁ କହିଲେ, “ଯଦି ଦଶ ଜଣ ଉତ୍ତମ ଲୋକ ଥା’ନ୍ତି ତେବେ ସେହି ସହରକୁ ବିନଷ୍ଟ କରିବି ନାହିଁ।”
33
ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶେଷ କଲାପରେ, ସଦାପ୍ରଭୁ ସେଠାରୁ ବିଦାୟ ନେଲେ ଓ ଏହା ପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫେରିଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50