bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Genesis 28
Genesis 28
Odia Bible ERV 2004 (ପବିତ୍ର ବାଇବଲ)
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 29 →
1
ଯାକୁବ ତାଙ୍କ ପାଇଁ ସ୍ତ୍ରୀ ଖୋଜିଲେ ଇସ୍ହାକ ଯାକୁବକୁ ଡାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞା ଦେଇ ତାଙ୍କୁ କହିଲେ, “ତୁମ୍ଭେ କିଣାନୀୟ କନ୍ୟାକୁ ବିବାହ କରିବ ନାହିଁ।
2
ତେଣୁ ତୁମ୍ଭେ ଏ ସ୍ଥାନ ଛାଡ଼ି ପଦ୍ଦନ୍ ଅରାମକୁ ଯାଅ। ନିଜ ମାତାର ପରିବାରକୁ ଯାଇ, ବଥୂୟେଲର ଗୁହକୁ ଯାଇ ସେଠାରେ ନିଜର ମାମୁଁ ଲାବନର କୌଣସି କନ୍ୟାକୁ ବିବାହ କର।
3
ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ଅନେକ ଜନସମାଜ ହେବା ପାଇଁ ଯଥେଷ୍ଟ ବଂଶଧର କରନ୍ତୁ।
4
ପରମେଶ୍ୱର ଅବ୍ରହାମଙ୍କୁ ଆଶୀର୍ବାଦ କଲା ପରି ତୁମ୍ଭଠାରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉନ୍ତୁ। ତହିଁରେ ପରମେଶ୍ୱର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠାରେ ତୁମ୍ଭେ ବର୍ତ୍ତମାନ ବାସ କରୁଛ। ତାହା ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିଲେ।”
5
ଏହା ପରେ ଇସ୍ହାକ ଯାକୁବକୁ ବିଦାୟ କରନ୍ତେ ସେ ପଦ୍ଦନ୍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ଲାବନ ନିକଟକୁ ଯାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।
6
ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ ଜାଣିଲେ ଯେ, ଇସ୍ହାକ ଯାକୁବକୁ ସ୍ତ୍ରୀ ଖୋଜିବା ପାଇଁ ପଦ୍ଦନ୍ ଅରାମକୁ ପଠାଇଛନ୍ତି। ଏଷୌ ଜାଣିଲେ ଯେ, ଯାକୁବକୁ କିଣାନ ଦେଶର କନ୍ୟାକୁ ବିବାହ ନ ହେବା ପାଇଁ, ତାଙ୍କର ପିତା ନିର୍ଦ୍ଦେଶ ଦେଇଛନ୍ତି।
7
ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତାମାତାଙ୍କର କଥା ମାନି ପଦ୍ଦନ୍ ଅରାମକୁ ପଳାଇଛି।
8
ଏଷୌ ଏ କଥା ଜାଣିଲେ ଯେ ତାଙ୍କର ପିତା ଗ୍ଭହୁଁ ନାହାନ୍ତି ତାଙ୍କର ପୁତ୍ର କିଣାନୀୟ କନ୍ୟାକୁ ବିବାହ କରନ୍ତୁ।
9
ଏଷୌର ଦୁଇଟି କିଣାନୀୟ ସ୍ତ୍ରୀ ଥିଲେ। କିନ୍ତୁ ଏହା ପରେ ସେ ଇଶ୍ମାଏଲକୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ ସେ ଇଶ୍ମାଏଲର କନ୍ୟା ମହଲତ୍କୁ ବିବାହ କଲେ। ଇଶ୍ମାଏଲ ଅବ୍ରହାମଙ୍କର ପୁତ୍ର। ମହଲତ୍ ନବାୟୋତର ଭଉଣୀ।
10
Jacob’s Dream at Bethel ଯାକୁବ ବେର୍ଶେବା ଛାଡ଼ି ହାରଣକୁ ଗଲେ।
11
ଯାକୁବ ଯାତ୍ରା କରିଥିବା ସମୟରେ ସୂର୍ଯ୍ୟାସ୍ତ ହେଲା। ତେଣୁ ଯାକୁବ ରାତ୍ରି ଯାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସେହି ସ୍ଥାନରେ ପଥର ଉପରେ ମୁଣ୍ଡ ଦେଇ ସେ ଶୋଇ ପଡ଼ିଲେ।
12
ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି।
13
ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇସ୍ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା।
14
ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ।
15
“ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ତୁମ୍ଭକୁ ସବୁଠାରେ ସୁରକ୍ଷା ଦେବା। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫେରାଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଛାଡ଼ୁ ନାହୁଁ।”
16
ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।”
17
ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।”
18
ଯାକୁବ ପ୍ରତ୍ୟୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦେଇଥିଲେ, ତାହା ନେଇ ସ୍ତମ୍ଭରୂପେ ସ୍ଥାପନ କଲେ। ଏହା ପରେ ସେ ତା’ ଉପରେ ତୈଳ ଢାଳିଲେ।
19
ସେହି ସ୍ଥାନର ନାମ ଥିଲା “ଲୂସ୍” କିନ୍ତୁ ଯାକୁବ ସେହି ସ୍ଥାନର ନାମ ଦେଲେ “ବୈଥେଲ୍”।
20
ଏହା ପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, “ଯଦି ପରମେଶ୍ୱର ମୋ’ ସହିତ ରହିବେ, ଯଦି ଏହି ଯାତ୍ରାରେ ପରମେଶ୍ୱର ମୋର ସହାୟ ହେବେ, ଯଦି ପରମେଶ୍ୱର ମୋତେ ଖାଦ୍ୟ ବସ୍ତ୍ର ଯୋଗାଇବେ।
21
ଯଦି ପରମେଶ୍ୱର ମୋତେ ନିରାପଦରେ ମୋ’ ଗୃହକୁ ଫେରାଇ ଆଣନ୍ତି। ତେବେ ସଦାପ୍ରଭୁ ମୋର ପରମେଶ୍ୱର ହେବେ।
22
ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ରୂପେ ସ୍ଥାପନ କରିଅଛି। ଏହା ପରମେଶ୍ୱରଙ୍କର ଏକ ପବିତ୍ର ସ୍ଥାନ ହେବ। ଆଉ ତୁମ୍ଭେ ଯାହାସବୁ ମୋତେ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ୟ ଦେବି।”
← Chapter 27
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 29 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50