bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Genesis 19
Genesis 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 20 →
1
ଲୋଟର ପରିଦର୍ଶକମାନେ ସେହି ସନ୍ଧ୍ୟାରେ ଦୁଇଜଣ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ। ସେହି ସମୟରେ ଲୋଟ ନଗରଦ୍ୱାର ଫାଟକ ନିକଟରେ ବସିଥିଲେ। ସେ ଯେତେବେଳେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସେମାନଙ୍କୁ ପ୍ରଣାମ କଲେ।
2
ଲୋଟ ସେମାନଙ୍କୁ କହିଲେ, “ହେ ମହାଶୟଗଣ ମୋର ଗୃହକୁ ଆସିବା ହେଉନ୍ତୁ ଏବଂ ମୁଁ ଆପଣମାନଙ୍କର ସେବା କରିବି। ଆପଣମାନେ ପାଦ ଧୋଇ ମୋର ଗୃହକୁ ଆସନ୍ତୁ ଏବଂ ଏହିଠାରେ ରାତ୍ରିଯାପନ କରନ୍ତୁ। ଏହା ପରେ ଆସନ୍ତାକାଲି ଆପଣମାନେ ଶୀଘ୍ର ଉଠିବେ ଏବଂ ଆପଣମାନଙ୍କର ଯାତ୍ରା ଗ୍ଭଲୁ ରଖିବେ।” ସ୍ୱର୍ଗଦୂତମାନେ ଉତ୍ତର ଦେଲେ, “ନାଁ, ଆମ୍ଭେମାନେ ଏହି ନଗର ଚୌରାହରେ ସମସ୍ତ ରାତ୍ରି ଯାପନ କରିବୁ।”
3
କିନ୍ତୁ ଲୋଟ ସେମାନଙ୍କୁ ତାଙ୍କର ଗୃହକୁ ଯିବା ପାଇଁ ବାରମ୍ବାର ଅନୁରୋଧ କଲେ। ତେଣୁ ସ୍ୱର୍ଗଦୂତଗଣ ତାଙ୍କ ଗୃହକୁ ଯିବା ପାଇଁ ରାଜି ହେଲେ। ଲୋଟ ସେମାନଙ୍କୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସେମାନଙ୍କ ପାଇଁ କିଛି ଖମୀର ଶୂନ୍ୟ ରୋଟୀ ପ୍ରସ୍ତୁତ କଲେ, ସେମାନେ ତାହା ଗ୍ରହଣ କଲେ।
4
ସେହି ଦୁଇଜଣ ଅତିଥି ବିଛଣାକୁ ଯିବା ପୂର୍ବରୁ, ସଦୋମର ସମସ୍ତ ଯୁବା ଏବଂ ବୃଦ୍ଧ ଲୋକ, କୌଣସି ବ୍ୟତିକ୍ରମ ନ ଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘେରିଗଲେ। ତା’ପରେ ସେମାନେ ଲୋଟଙ୍କୁ ଚିତ୍କାର କରି କହିଲେ,
5
“ଆଜି ରାତ୍ରରେ ଯେଉଁ ଦୁଇଜଣ ମନୁଷ୍ୟ ତୁମ୍ଭ ଘରକୁ ଆସିଥିଲେ ସେମାନେ କାହାନ୍ତି? ସେମାନଙ୍କୁ ବାହାରକୁ ଆଣ ଆମ୍ଭେମାନେ ତାଙ୍କ ସହିତ ଯୌନ ସମ୍ପର୍କ କରିବା।”
6
ଲୋଟ ବାହାରକୁ ଗଲେ ଓ ଦ୍ୱାର ବନ୍ଦ କରିଦେଲେ।
7
ଲୋଟ ସେମାନଙ୍କୁ କହିଲେ, “ନା! ଭାଇମାନେ ମୁଁ ତୁମ୍ଭଙ୍କୁ ବିନୟ କରୁଅଛି, ଏପରି କୁକାର୍ଯ୍ୟ କର ନାହିଁ।
8
ଦେଖ, ମୋର ଦୁଇଟି କୁମାରୀ କନ୍ୟା ଅଛନ୍ତି। ମୁଁ ସେମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭେମାନେ ଯାହା ଇଚ୍ଛା ସେମାନଙ୍କ ପ୍ରତି କର। କିନ୍ତୁ ସେହି ଲୋକମାନଙ୍କୁ କିଛି କର ନାହିଁ। ସେମାନେ ମୋ’ ଗୃହରେ ଅତୀଥି ଥିବାରୁ ମୁଁ ସେମାନଙ୍କୁ ସୁରକ୍ଷା ଦେବି।”
9
ଘରକୁ ଘେରି ରହିଥିବା ଲୋକମାନେ ଲୋଟଙ୍କୁ କହିଲେ, “ଏହିଠାକୁ ଆସ!” ଏହା ପରେ ପରସ୍ପରକୁ କହିଲେ, “ଏହି ଲୋଟ, ଆମ ସହରରେ ଏକ ଭ୍ରମଣକାରୀ। ବର୍ତ୍ତମାନ ସେ ଆମ୍ଭର ଜୀବନ ଶୈଳୀକୁ ସମାଲୋଚନା କରିବାକୁ ସାହସ କରୁଛି!” ତା’ପରେ ସେହି ଲୋକମାନେ ଲୋଟକୁ କହିଲେ, “ଆମ୍ଭେମାନେ ସେମାନଙ୍କୁ ଯେତିକି ଆଘାତ କରିବା ପାଇଁ ଯୋଜନା କରିଛୁ ତା’ ଅପେକ୍ଷା ଆମ୍ଭେ ତୁମ୍ଭକୁ ଅଧିକ ଆଘାତ କରିବୁ। ସେମାନେ ସେମାନଙ୍କର କଥାରେ ତା’ ଉପରେ ଗ୍ଭପ ପକାଇଲେ।” ଏହା ପରେ ସେମାନେ ଅତି ନିକଟତର ହେବାକୁ ଲାଗିଲେ ଓ କବାଟ ଭାଙ୍ଗିବାକୁ ଉଦ୍ୟତ ହେଲେ।
10
ମାତ୍ର ସେହି ଦୁଇଜଣ ଲୋକ ହାତ ବଢ଼ାଇ ଲୋଟକୁ ଭିତରକୁ ନେଇ କବାଟ ବନ୍ଦ କରିଦେଲେ।
11
ତା’ପରେ ବାହାରେ ଥିବା ସମସ୍ତ ଯୁବା ଓ ବୃଦ୍ଧ ଲୋକ ଅନ୍ଧ ହୋଇଗଲେ। ତେଣୁ ସେଇ ଲୋକମାନେ ଘରର ଫାଟକ ପାଇଲେ ନାହିଁ।
12
ସେମାନେ ସଦୋମରୁ ପଳାୟନ କଲେ ସେହି ଦୁଇ ଜଣ ଲୋଟକୁ କହିଲେ, “ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହରରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ୱାଇଁ ଅଛନ୍ତି କି? ତେବେ ଶୀଘ୍ର ଏ ସ୍ଥାନ ପରିତ୍ୟାଗ କରିବା ପାଇଁ ତାଙ୍କୁ କୁହ।
13
ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ୱଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ୱର ଜାଣନ୍ତି ଏହି ସହର କେତେ ଖରାପ ଏବଂ ଏହି ନଗର ଧ୍ୱଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।”
14
ତେଣୁ ଲୋଟ ବାହାରକୁ ଯାଇ ତାଙ୍କର ଜ୍ୱାଇଁଙ୍କୁ କହିଲେ, “ଶୀଘ୍ର ଏ ସହର ପରିତ୍ୟାଗ କର! ପରମେଶ୍ୱର ଖୁବ୍ ଶୀଘ୍ର ଏହି ସହର ଧ୍ୱଂସ କରିବେ।” କିନ୍ତୁ ସେହି ଲୋକମାନେ ଭାବିଲେ ଲୋଟ ସେମାନଙ୍କ ସହିତ ଥଟ୍ଟା ହେଉଛନ୍ତି।
15
ତା’ ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ଦୂତମାନେ ଲୋଟକୁ ତତ୍ପର କରାଇ କହିଲେ, “ଯାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏ ସ୍ଥାନ ପରିତ୍ୟାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାହାଲେ ତୁମ୍ଭେ ଧ୍ୱଂସ ପାଇବ ନାହିଁ, ଯେତେବେଳେ ଏହି ନଗର ଦଣ୍ଡିତ ହେବ।”
16
କିନ୍ତୁ ଲୋଟ ତାଙ୍କର ସମୟ ନେଲେ ଏବଂ ଛାଡ଼ିବାକୁ ତତ୍ପର ହେଲେ ନାହିଁ ସେ ଧିର ଥିଲେ, ତେଣୁ ସେହି ସ୍ୱର୍ଗଦୂତଗଣ ଲୋଟ, ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ କନ୍ୟାଙ୍କର ହାତ ଧରି ନିରାପଦ ସ୍ଥାନକୁ ଆଗେଇ ନେଲେ। ସଦାପ୍ରଭୁ ସେମାନଙ୍କ ପ୍ରତି ସଦୟ ଥିଲେ। ତେଣୁ ସେହି ଦୁଇଜଣ ସ୍ୱର୍ଗଦୂତ ଲୋଟର ପରିବାରକୁ ନଗର ବାହାରକୁ ନେଇଗଲେ।
17
ସେମାନେ ନଗର ବାହାରକୁ ଆସିବା ମାତ୍ରେ ଜଣେ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇ ଶୀଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗାରେ ରୁହ ନାହିଁ। ତୁମ୍ଭେ ପର୍ବତରେ ପହଞ୍ଚିବା ପର୍ଯ୍ୟନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ଯାଅ ତେବେ ଏହି ନଗର ସହିତ ତୁମ୍ଭେ ଧ୍ୱଂସ ପାଇଯିବ।”
18
କିନ୍ତୁ, ଲୋଟ ସେହି ଦୁଇଜଣ ସ୍ୱର୍ଗଦୂତଙ୍କୁ କହିଲେ, “ହେ ମହାଶୟଗଣ, ଏପରି ନ ହେଉ।”
19
ଆପଣ ମୋତେ ମୋର ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ୟନ୍ତ ଦୟା ଓ ଅନୁଗ୍ରହ ଦେଖାଇଛନ୍ତି। କିନ୍ତୁ ମୁଁ ପର୍ବତକୁ ପଳାଇ ଯାଇ ନ ପାରେ। ଏହି ବିପତ୍ତି ହୁଏତ ମୋତେ ଧରି ପକାଇବ ଓ ମାରିଦେବ।
20
ଦେଖ, ଏହି ସ୍ଥାନ ନିକଟରେ ଏକ ଛୋଟ ସହର ଅଛି। ଆପଣ ମୋତେ ସେହି ସ୍ଥାନକୁ ଦୌଡ଼ି ଯିବାକୁ ଅନୁମତି ଦିଅନ୍ତୁ। ମୁଁ ସେଠାରେ ନିରାପଦରେ ବାସ କରି ପାରିବି। ତାହା ଗୋଟିଏ ଛୋଟ ସହର ମାତ୍ର।”
21
ସ୍ୱର୍ଗଦୂତ ଲୋଟକୁ କହିଲେ, “ଉତ୍ତମ, ଆମ୍ଭେ ତୁମ୍ଭକୁ ଅନୁମତି ଦେଲୁ। ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ।
22
କିନ୍ତୁ ଶୀଘ୍ର ସେଠାକୁ ଦୌଡ଼ିଯାଅ। କାରଣ ଯେପର୍ଯ୍ୟନ୍ତ ତୁମ୍ଭେମାନେ ନିରାପଦରେ ନ ପହଞ୍ଚିଛ, ମୁଁ ସଦୋମକୁ ଧ୍ୱଂସ କରି ପାରିବି ନାହିଁ।” ସେହି ସହରର ନାମ ଥିଲା ସୋୟର କାରଣ ଏହା ଅତି କ୍ଷୁଦ୍ର ଥିଲା।
23
ସଦୋମ ଓ ହମୋରା ଧ୍ୱଂସ ହେଲା ସୂର୍ଯ୍ୟୋଦୟ ହୁଅନ୍ତେ ଲୋଟ ସୋୟରରେ ପହଞ୍ଚିଗଲେ।
24
ଠିକ୍ ସେହି ସମୟରେ, ସଦାପ୍ରଭୁ ସଦୋମ ଏବଂ ହମୋରାକୁ ଧ୍ୱଂସ କଲେ। ସଦାପ୍ରଭୁ ଆକାଶରୁ ସଦୋମ ଓ ହମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କଲେ।
25
ସେହି ନଗରଗୁଡ଼ିକୁ, ସମୁଦାୟ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧ୍ୟସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ୱଂସ ହୋଇଗଲା।
26
ସେହି ସମୟରେ ଲୋଟର ସ୍ତ୍ରୀ ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲେ।
27
ସେହି ଦିନ ପ୍ରତ୍ୟୁଷରେ, ଅବ୍ରହାମ ପୂର୍ବେ ଯେଉଁ ସ୍ଥାନରେ ଠିଆ ହୋଇ ସଦାପ୍ରଭୁଙ୍କ ସହିତ କଥା ହୋଇଥିଲେ, ସେହି ସ୍ଥାନକୁ ଗଲେ ଓ ଦେଖିଲେ ଯେ,
28
ସଦୋମ ଓ ହମୋରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସେହି ଦେଶରୁ ଭାଟୀର ଧୂମତୁଲ୍ୟ ଧୂମ ଉଠିବାର ଦେଖିଲେ।
29
ଏହିରୂପେ ସେହି ପ୍ରାନ୍ତର ସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ୱର ଅବ୍ରହାମଙ୍କୁ ମନେ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗରରେ ବାସ କରିଥିଲେ, ସେହି ନଗରର ଉତ୍ପାଟନ ସମୟରେ ସେ ଲୋଟକୁ ତନ୍ମଧ୍ୟରୁ ବାହାର କରୁଥିଲେ।
30
ଲୋଟ ଏବଂ ତାଙ୍କର ଝିଅମାନେ ଲୋଟ ସୋୟରରେ ରହିବାକୁ ଭୟ କଲେ। ତେଣୁ ସେ ଏବଂ ତାଙ୍କର କନ୍ୟା ରହିବା ପାଇଁ ପର୍ବତକୁ ପଳାଇଲେ, ସେମାନେ ସେଠାରେ ଏକ ଗୁମ୍ଫାରେ ବାସ କଲେ।
31
ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, “ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କେହି ଜଣେ ହେଲେ ନାହାନ୍ତି।
32
ତେଣୁ ଆସ ଆମ୍ଭେ ଆମ୍ଭର ପିତାଙ୍କୁ ମଦ୍ୟପାନ କରାଇବା ତାହାପରେ ଆମ୍ଭେ ତାଙ୍କ ସହିତ ସହବାସ କରିବା, ଏହି ଉପାୟରେ ଆମ୍ଭେ ଆମ୍ଭର ବଂଶ ରକ୍ଷା କରି ପାରିବା।”
33
ସେହି ରାତ୍ରିରେ ସେହି ଦୁଇ ଝିଅ ତାଙ୍କ ପିତାଙ୍କ ନିକଟକୁ ଗଲେ ଏବଂ ତାଙ୍କର ପିତାଙ୍କୁ ମଦ ପିଆଇଲେ। ଏହା ପରେ ତାଙ୍କର ବଡ଼ ଝିଅ ତାଙ୍କ ପିତାଙ୍କ ଶୟନ କକ୍ଷକୁ ଗଲା ଏବଂ ତାଙ୍କ ସହିତ ସହବାସ କଲା। ଲୋଟ ପୁରାପୁରି ମାତାଲ ଥିଲେ ଏବଂ ଜାଣି ପାରିଲେ ନାହିଁ ଯେ, ସେ କେତେବେଳେ ତା’ର ବିଛଣାକୁ ଆସିଥିଲା ଏବଂ ସେ କେତେବେଳେ ଉଠି କୋଠରୀକୁ ପରିତ୍ୟାଗ କଲା।
34
ତା’ ପରଦିନ ବଡ଼ ଝିଅ ସାନ ଝିଅକୁ କହିଲା, “ଗତ ରାତିରେ ମୁଁ ପିତାଙ୍କ ନିକଟରେ ଶୟନ କରିଥିଲି। ଆସ ତାଙ୍କୁ ପୁଣି ଆଜି ମଦ୍ୟପାନ କରାଇବା, ତା’ପରେ ତୁ ତାଙ୍କ ସାଙ୍ଗରେ ଯାଇ ସହବାସ କର। ଏହି ଉପାୟରେ ଆମ୍ଭେ ଆମ୍ଭର ସନ୍ତାନମାନଙ୍କୁ ଜନ୍ମ କରିବା। ଆଉ ଆମ୍ଭେ ଆମ୍ଭର ପିତାଙ୍କ ମାଧ୍ୟମରେ ଆମ୍ଭର ପରିବାର ନଷ୍ଟ ହେବାରୁ ରକ୍ଷା କରି ପାରିବା।”
35
ତେଣୁ ସେହି ରାତିରେ ସେ ଦୁହେଁ ମିଶି ତାଙ୍କର ପିତାଙ୍କୁ ମଦ୍ୟପାନ କରାଇଲେ। ତା’ପରେ ତାଙ୍କର ସାନ ଝିଅ ଯାଇ ତାଙ୍କ ସହିତ ସହବାସ କଲା। ଆଉଥରେ ଲୋଟ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କ ଝିଅ କେତେବେଳେ ଆସି କେତେବେଳେ ସହବାସ କରି ଯାଇଛି ସେ ଜାଣିପାରି ନ ଥିଲେ।
36
ଲୋଟଙ୍କର ଦୁଇ ଝିଅ ଏହିପରି ଭାବରେ ଗର୍ଭବତୀ ହେଲେ।
37
ବଡ଼ଝିଅ ଏକ ପୁତ୍ରକୁ ଜନ୍ମ କଲା। ତାହାର ନାମ ସେ ମୋୟାବ ରଖିଲା। ମୋୟାବ ହେଲା ବର୍ତ୍ତମାନ ମୋୟାବୀୟ ଲୋକମାନଙ୍କର ଆଦିପିତା।
38
ସାନ ଝିଅ ଯେଉଁ ପୁତ୍ର ଜନ୍ମ କଲା ତା’ର ନାମ ସେ ଦେଲେ ବିନ-ଅମ୍ମି। ସେ ବର୍ତ୍ତମାନ କାଳର ଅମ୍ମୋନୀୟ ଲୋକମାନଙ୍କର ଆଦିପିତା ଅଟନ୍ତି।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50