bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Genesis 49
Genesis 49
Odia Bible ERV 2004 (ପବିତ୍ର ବାଇବଲ)
← Chapter 48
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 50 →
1
ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ ଏହା ପରେ ଯାକୁବ ତାଙ୍କର ପୁତ୍ରମାନଙ୍କୁ ଆପଣା ନିକଟକୁ ଡକାଇଲେ। ସେ କହିଲେ, “ହେ ମୋର ପୁତ୍ରଗଣ, ମୋ’ ନିକଟକୁ ଆସ। ଭବିଷ୍ୟତ କଥା ମୁଁ ତୁମ୍ଭମାନଙ୍କୁ କହିବି।
2
“ହେ ଯାକୁବର ପୁତ୍ରଗଣ ଏକତ୍ର ହୋଇ ମୋ’ କଥା ଶୁଣ। ତୁମ୍ଭେମାନେ ତୁମ୍ଭର ପିତା, ଇସ୍ରାଏଲଙ୍କ କଥା ଶୁଣ।
3
ରୁବେନ୍ “ହେ ମୋର ପ୍ରଥମ ପୁତ୍ର ରୁବେନ୍, ତୁମ୍ଭେ ମୋର ପ୍ରଥମଜାତ ପୁତ୍ର। ତୁମ୍ଭେ ମୋର ବଳ ଓ ଶକ୍ତିର ପ୍ରଥମ ଫଳ ଏବଂ ପୁଣି ମୋର ପୁତ୍ରମାନଙ୍କ ମଧ୍ୟରେ ତୁମ୍ଭେ ସବୁଠୁଁ ସମ୍ମାନିତ ଏବଂ ଶକ୍ତିଶାଳୀ ଥିଲ।
4
କିନ୍ତୁ ତୁମ୍ଭର ଆବେଗ ବନ୍ୟା ତୁଲ୍ୟ ଥିଲା, ତୁମ୍ଭେ ନିୟନ୍ତ୍ରଣ କରିପାରିଲ ନାହିଁ। ତୁମ୍ଭର ପ୍ରଧାନତା ରହିବ ନାହିଁ। କାରଣ ତୁମ୍ଭେ ଆପଣା ପିତୃଶଯ୍ୟାକୁ ଗମନ କଲ। ତେବେ ତାହା ଅଶୁଚି କଲ।
5
ଶିମିୟୋନ ଓ ଲେବୀ “ଶିମିୟୋନ ଓ ଲେବୀ ଦୁଇ ସହୋଦର, ସେମାନଙ୍କର ଖଡ଼୍ଗ ଦୌରାତ୍ମ୍ୟର ଅସ୍ତ୍ର।
6
ସେମାନେ ଗୁପ୍ତରେ ମନ୍ଦ ଯୋଜନା କରନ୍ତି। ହେ ମୋର ପ୍ରାଣ ସେମାନଙ୍କର ଗୁପ୍ତ ମନ୍ତ୍ରଣାରେ ପ୍ରବେଶ କର ନାହିଁ। ସେମାନଙ୍କ ସଭାରେ ମିଳିତ ହୁଅ ନାହିଁ, କାରଣ ସେମାନେ କ୍ରୋଧିତ ଥିଲାବେଳେ ମନୁଷ୍ୟମାନଙ୍କୁ ହତ୍ୟା ଏବଂ ସେମାନଙ୍କ ଆନନ୍ଦ ପାଇଁ ବଳଦଗୁଡ଼ିକୁ ହତ୍ୟା କଲେ।
7
ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସେମାନଙ୍କ କୋପ ଅଭିଶପ୍ତ ହେଉ, କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି। ଏବଂ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।
8
ଯିହୁଦା “ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।
9
ଯିହୁଦା ଏକ ସିଂହ ପରି ଅଟେ। ହେ ମୋହର ପୁତ୍ର, ତୁମ୍ଭେ ତୁମ୍ଭର ଶିକାରକୁ ବଧ କରିଛ। ସେ ବିଶ୍ରାମ ନେବା ପାଇଁ ଗଡ଼ିପଡ଼େ। ସେ ସିଂହ ଓ ସିଂହୀର ନ୍ୟାୟ ଶୟନ କଲା। କେହି ତାହାକୁ ଉଠାଇ ପାରବ ନାହିଁ।
10
ଶୀଲୋର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା’ର ଚରଣ ଦ୍ୱୟ ମଧ୍ୟରୁ ବିଗ୍ଭରକର୍ତ୍ତାର ଯଷ୍ଟି ଯିବ ନାହିଁ। ତା’ର ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।
11
ସେ ଦ୍ରାକ୍ଷାଲତା ନିକଟରେ ଆପଣା ଗଧକୁ ବାନ୍ଧିଲେ। ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଆପଣା ଗଧର ଛୁଆକୁ ବାନ୍ଧିବ। ସେ ଦ୍ରାକ୍ଷାରସରେ ଆପଣା ଉତ୍ତରୀୟ ବସ୍ତ୍ର ଓ ଆପଣା ପରିଧେୟ ବସ୍ତ୍ର ଧୋଇବ।
12
ତା’ର ଚକ୍ଷୁ ଅଙ୍ଗୁର ରସଠାରୁ ଅଧିକ ଲାଲ ଏବଂ ତା’ର ଦାନ୍ତ ଦୁଧଠାରୁ ଅଧିକ ଧବଳ ହେବ।
13
ସବୂଲୂନ୍ “ସବୂଲୂନ୍ ସମୁଦ୍ର କୂଳରେ ବାସ କରିବ। ସେ ଜାହାଜର ଆଶ୍ରିତ ବନ୍ଦର ହେବ। ପୁଣି ସୀଦୋନ ପର୍ଯ୍ୟନ୍ତ ତାହାର ଅଧିକାର ସୀମା ହେବ।
14
ଇଷାଖର “ସେ ଗୋଟିଏ ଗଧ ପରି କଠିନ ପରିଶ୍ରମ କରିବ। ଭାରି ବୋଝ ବହିଲା ପରେ ସେ ଶୁଏ।
15
ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିବ। ଏହା ପରେ ସେ ଭାରି ଭାର ବୋହିବା ପାଇଁ ରାଜି ହେବ। ସେ ବେଠିକାମ କରିବାକୁ ରାଜି ହେବ।
16
ଦାନ “ଦାନ, ଇସ୍ରାଏଲର ଅନ୍ୟାନ୍ୟ ବଂଶ ତୁଲ୍ୟ ହୋଇ ଆପଣା ଆପଣା ଲୋକମାନଙ୍କର ବିଗ୍ଭର କରିବ।
17
ଦାନ ପଥସ୍ଥିତ ସର୍ପ ତୁଲ୍ୟ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ୟ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଅଶ୍ୱାରୋହୀମାନେ ଭୂମିରେ ଲୋଟନ୍ତି।
18
“ହେ ସଦାପ୍ରଭୁ, ମୁଁ ତୁମ୍ଭ ଦ୍ୱାରା ପରିତ୍ରାଣର ଅପେକ୍ଷାରେ ଅଛି।
19
ଗାଦ୍ “ସୈନ୍ୟଦଳ ଗାଦକୁ ଆକ୍ରମଣ କରିବେ। କିନ୍ତୁ ଗାଦ୍ ସେମାନଙ୍କୁ ପଛରୁ ଆକ୍ରମଣ କରିବ।
20
ଆଶେର “ଆଶେର ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ। ସେ ରାଜାଙ୍କୁ ରାଜକୀୟ ଭକ୍ଷ୍ୟ ଯୋଗାଇବ।
21
ନପ୍ତାଲି “ନପ୍ତାଲି ଏକ ମନୋହର ହରିଣୀ ସ୍ୱରୂପ, ସେ ଆନନ୍ଦଦାୟକ ବାକ୍ୟ କହିବ।
22
ଯୋଷେଫ “ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ। ସେ ନିର୍ଝର ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ। ତା’ର ଶାଖା ସକଳ ପ୍ରାଚୀର ଉପରେ ଚଢ଼ିବ।
23
ଧନୁର୍ଦ୍ଧରମାନେ ତାଙ୍କୁ ଅତିଶୟ କ୍ଳେଶ ଦେଇଛନ୍ତି। ପୁଣି ବାଣ ବିନ୍ଧି ତାକୁ ତାଡ଼ନା କରିଛନ୍ତି।
24
କିନ୍ତୁ ତାହାର ଧନୁ ଦୃଢ଼ ଥିଲା ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳୀ ପରମେଶ୍ୱର ଇସ୍ରାଏଲର ମେଷପାଳକଠାରୁ କୌଶଳ ପ୍ରାପ୍ତ ହୋଇଥିଲା।
25
ପୈତୃକ ପରମେଶ୍ୱର, ସାହାଯ୍ୟ କରିବେ ଏବଂ ସର୍ବଶକ୍ତିମାନ ପରମେଶ୍ୱର ସ୍ୱର୍ଗରୁ ତୁମ୍ଭଙ୍କୁ ଆଶୀର୍ବାଦ ଦେବେ। ଆକାଶରୁ, ଗଭୀର ସାଗରରୁ, ଗର୍ଭାଶୟ ସ୍ତନ ବାରିଧିରୁ ମଙ୍ଗଳ ଦେଇ ତୁମ୍ଭକୁ ଆଶୀର୍ବାଦ କରିବେ।
26
ତୁମ୍ଭର ପିତାଙ୍କ ଆଶୀର୍ବାଦ ପ୍ରାଚୀନ ପର୍ବତଠାରୁ ଅଧିକ ଏବଂ ଭଲ ବିଷୟ ଚିରସ୍ଥାୟୀ ପର୍ବତର ସୀମା ପର୍ଯ୍ୟନ୍ତ ହେବ। ଯୋଷେଫ ଯିଏ କି ତାଙ୍କ ଭାଇମାନଙ୍କଠାରୁ ଭିନ୍ନ ସେହି ଆଶୀର୍ବାଦ ସମସ୍ତ ଭୋଗ କରୁ।
27
ବିନ୍ୟାମୀନ “ବିନ୍ୟାମୀନ ଏକ ଭୋକିଲା ଗଧିଆ ତୁଲ୍ୟ। ପ୍ରଭାତରେ ସେ ଶିକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ୟାରେ ସେ ଦୁହେଁ ଭାଗ କରନ୍ତି।”
28
ଏମାନେ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି, ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ।
29
ଏହା ପରେ ଇସ୍ରାଏଲ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ମୁଁ ଯେତେବେଳେ ମରିବି, ମୋର ପୂର୍ବପୁରୁଷମାନଙ୍କ ସହିତ ମୋତେ ଇଫ୍ରୋଣର ହେତୀୟ କ୍ଷେତରେ କବର ଦିଅ।
30
ଯେଣୁ ଅବ୍ରହାମ କବର ସ୍ଥାନର ଅଧିକାର ନିମନ୍ତେ କିଣାନ ଦେଶରେ ମମ୍ରିର ସମ୍ମୁଖସ୍ଥ ଯେଉଁ ମକ୍ପେଲାର କ୍ଷେତ୍ର ହେତୀୟ ଇଫ୍ରୋଣଠାରୁ କିଣିଥିଲେ। ସେହି ହେତୀୟ ଇଫ୍ରୋଣର କ୍ଷେତ୍ରସ୍ଥିତ ଗୁହାରେ ମୋର ପୂର୍ବପୁରୁଷମାନଙ୍କ ନିକଟରେ ମୋତେ କବର ଦେବ।
31
ଅବ୍ରହାମ ଏବଂ ତାଙ୍କ ସ୍ତ୍ରୀ ସାରା ସେଠାରେ କବର ପ୍ରାପ୍ତ ହୋଇଛନ୍ତି। ଇସ୍ହାକ ଓ ତାଙ୍କର ସ୍ତ୍ରୀ ରିବିକା ସେହିଠାରେ କବର ନେଇଛନ୍ତି। ମୁଁ ସେହି ସ୍ଥାନରେ ଲେୟାକୁ କବର ଦେଇଛି।
32
ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥ ଗୁହା ହେତୀୟ ସନ୍ତାନମାନଙ୍କଠାରୁ କିଣା ହୋଇଅଛି।”
33
ଯାକୁବ ତାଙ୍କର ପିଲାମାନଙ୍କ ସହିତ କଥାବାର୍ତ୍ତା କଲା ପରେ, ସେ ଶଯ୍ୟାରେ ଦୁଇପାଦ ଏକତ୍ର ବିଛଣା ଭିତରକୁ କରି ପ୍ରାଣତ୍ୟାଗ କଲେ।
← Chapter 48
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 50 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50