bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Genesis 43
Genesis 43
Odia Bible ERV 2004 (ପବିତ୍ର ବାଇବଲ)
← Chapter 42
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 44 →
1
ଯାକୁବ ବିନ୍ୟାମୀନକୁ ମିଶରକୁ ଯିବାକୁ ଅନୁମତି ଦେଲେ ଏହି ସମୟରେ ସେ ଦେଶରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା।
2
ଯାକୁବଙ୍କର ପରିବାର ମିଶରରୁ ଆଣିଥିବା ସମସ୍ତ ଖାଦ୍ୟ ଦ୍ରବ୍ୟ ଖାଇ ଦେଲେ। ଯେତେବେଳେ ସେହି ଶସ୍ୟସବୁ ସରିଗଲା। ଯାକୁବ ତାଙ୍କର ପୁତ୍ରମାନଙ୍କୁ କହିଲେ, “ମିଶରକୁ ଯାଇ ଆମ୍ଭମାନଙ୍କ ପାଇଁ ଆଉ କିଛି ଶସ୍ୟ ଖାଇବା ପାଇଁ ଆଣ।”
3
କିନ୍ତୁ ଯିହୁଦା ଯାକୁବଙ୍କୁ କହିଲା, “ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦେଇ କହିଥିଲେ, ‘ଯଦି ତୁମ୍ଭେ ତୁମ୍ଭର ଭାଇକୁ ମୋ’ ପାଖକୁ ନ ଆଣ, ତେବେ ତୁମ୍ଭ ସହିତ କଥାବାର୍ତ୍ତା ହେବ ନାହିଁ।’
4
ଯଦି ତୁମ୍ଭେ ବିନ୍ୟାମୀନକୁ ଆମ୍ଭ ସହିତ ପଠାଅ, ତେବେ ଆମ୍ଭେ ଯାଇ ଶସ୍ୟ କ୍ରୟ କରି ପାରିବୁ।
5
ଯଦି ତୁମ୍ଭେ ବିନ୍ୟାମୀନଙ୍କୁ ଆମ୍ଭ ସହିତ ନ ପଠାଅ, ତେବେ ଆମ୍ଭେ ଆଉ ସେଠାକୁ ଯିବୁ ନାହିଁ। ସେ ଲୋକ ଆମ୍ଭକୁ ସତର୍କ କରାଇ ଦେଇଛି ଯେ ତୁମ୍ଭର ସାନ ଭାଇକୁ ନ ଆଣି ଏଠାକୁ ଆସିବ ନାହିଁ।”
6
ଯାକୁବ କହିଲେ, “ତୁମ୍ଭେମାନେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭେମାନେ ମୋ’ ପାଇଁ ଏକ ଖରାପ କାର୍ଯ୍ୟ କାହିଁକି କଲ?”
7
ଭାଇମାନେ ଉତ୍ତର ଦେଲେ, “ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଗ୍ଭରିଲେ। ସେ ଆମ୍ଭ ବିଷୟରେ ଓ ଆମ୍ଭ ପରିବାର ବିଷୟରେ ସବୁ ଜାଣିବାକୁ ଗ୍ଭହିଁଲେ। ସେ ଆମ୍ଭମାନଙ୍କୁ ପଗ୍ଭରିଲେ, ‘ତୁମ୍ଭର ପିତା କ’ଣ ଏବେ ବି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହରେ ଅଛି କି?’ ଆମ୍ଭେ ଜାଣି ନ ଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।”
8
ଏହା ପରେ ଯିହୁଦା ତାଙ୍କର ପିତାଙ୍କୁ କହିଲା, “ବିନ୍ୟାମୀନକୁ ମୋ’ ସହିତ ଯିବାକୁ ଦିଅ। ମୁଁ ତା’ର ଯତ୍ନ ନେବି। ଆମ୍ଭମାନଙ୍କୁ ମିଶରକୁ ଯାଇ ଖାଦ୍ୟ ଆଣିବାକୁ ଅଛି। ଯଦି ଆମ୍ଭେ ନ ଯାଉ ତେବେ ଆମ୍ଭେ ସମସ୍ତେ ମରିବା, ଏପରିକି ଆମ୍ଭର ପିଲାମାନେ ମଧ୍ୟ ମରିବେ।
9
ମୁଁ ତୁମ୍ଭକୁ ପ୍ରତିଶୃତି ଦେଉଛି ଯେ ସେ ନିରାପଦ ରହିବ। ମୁଁ ତା’ ପାଇଁ ଦାୟୀ ରହିବି। ଯଦି ମୁଁ ତାକୁ ତୁମ୍ଭ ନିକଟକୁ ଫେରାଇ ନ ଆଣେ, ତେବେ ତୁମ୍ଭେ ମୋତେ ଜୀବନ ସାରା ଦୋଷ ଦେବ।
10
ଯଦି ତୁମ୍ଭେ ଆମ୍ଭମାନଙ୍କୁ ଆଗରୁ ଯିବାକୁ ଦେଇଥା’ନ୍ତ, ଆମ୍ଭେ ସେଠାରେ ପହଞ୍ଚି ସାରି ଦୁଇଥର ଫେରି ଆସିଥାଆନ୍ତୁ।”
11
ଏହା ପରେ ତାଙ୍କର ପିତା ଇସ୍ରାଏଲ କହିଲେ, “ଯଦି ଏହା ସତ୍ୟ ତେବେ ବିନ୍ୟାମୀନକୁ ତୁମ୍ଭ ସହିତ ନେଇଯାଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନେଇଯାଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁଗ୍ଗୁଳ ଓ ଗନ୍ଧରସ ନେଇ ଯାଅ।
12
ତୁମ୍ଭେମାନେ ଗତଥର ଯେତେ ଟଙ୍କା ନେଇଥିଲ ତା’ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫେରାଇ ଦେଇଥିଲେ ତାହା ବି ନେଇଯାଅ କାରଣ ସେ ଏହା ଭୁଲରେ ତୁମ୍ଭମାନଙ୍କୁ ଫେରାଇ ଦେଇଥିବେ।
13
ବିନ୍ୟାମୀନକୁ ନେଇ ତାଙ୍କ ପାଖକୁ ଯାଅ।
14
ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବି, ସେ ରାଜ୍ୟପାଳଙ୍କୁ ଏପରି କରି ଦେବେ ଯେ, ସେ ତୁମ୍ଭଙ୍କୁ ଦୟା କରିବେ। ମୁଁ ପ୍ରାର୍ଥନା କରିବି ସେ ଶିମିୟୋନ ଓ ବିନ୍ୟାମୀନଙ୍କୁ ନିରାପଦରେ ଫେରାଇ ଦେବେ। ଯଦି ନ ଫେରାନ୍ତି, ତେବେ ମୋତେ ପୁଣି ପୁତ୍ର ପାଇଁ ଶୋକ କରିବାକୁ ପଡ଼ିବ।”
15
ତେଣୁ ଭାଇମାନେ ସେହି ଉପହାର ନେଇ ସେହି କର୍ତ୍ତାଙ୍କ ନିକଟକୁ ଗଲେ। ଏବଂ ସେମାନଙ୍କ ସହିତ ତାଙ୍କ ଟଙ୍କାର ଦୁଇଗୁଣ ନେଇଗଲେ। ଏଥର ତାଙ୍କ ସହିତ ବିନ୍ୟାମୀନ ମଧ୍ୟ ମିଶରକୁ ଗଲା। ସେମାନେ ଯେତେବେଳେ ସେଠାରେ ପହଞ୍ଚିଲେ, ସେମାନେ ଯୋଷେଫଙ୍କୁ ଦେଖିବାକୁ ଗଲେ।
16
ଭାଇମାନେ ଯୋଷେଫଙ୍କ ଗୃହକୁ ନିମନ୍ତ୍ରିତ ହେଲେ ଯୋଷେଫ ସେମାନଙ୍କ ସହିତ ବିନ୍ୟାମୀନକୁ ଦେଖିଲେ। ଯୋଷେଫ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, “ସେହି ଲୋକମାନଙ୍କୁ ମୋର ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସେହି ଲୋକମାନେ ଆଜି ମୋ’ ସହିତ ମଧ୍ୟାହ୍ନ ଭୋଜନ କରିବେ।”
17
ଦାସକୁ ଯେପରି କୁହା ଯାଇଥିଲା ସେ ଠିକ୍ ସେହିପରି କଲା। ସେ ସେହି ଲୋକମାନଙ୍କୁ ଯୋଷେଫଙ୍କ ଗୃହକୁ ପାଛୋଟି ନେଲା।
18
ସେହି ଲୋକମାନେ ଭୟଭୀତ ହୋଇ ଗଲେ, ଯେତେବେଳେ ସେମାନେ ଯୋଷେଫଙ୍କ ଗୃହକୁ ଗଲେ। ସେମାନେ କହିଲେ, “ଆମ୍ଭମାନଙ୍କୁ ଏଥର ଏଠାକୁ ଅଣାଯିବାର କାରଣ ହେଉଛି ଗତ ଥର ଆମ୍ଭେମାନେ ଶସ୍ୟ ଅଖା ସହିତ ସେହି ଟଙ୍କା ନେଇ ଯାଇଥିଲୁ। ଆମ୍ଭ ବିରୁଦ୍ଧରେ ଏହା ତାଙ୍କର ଏକ ପ୍ରମାଣ। ତେଣୁ ସେ ଏଥର ଆମ୍ଭର ସମସ୍ତ ଗଧକୁ ନେଇଯିବେ ଏବଂ ଆମ୍ଭମାନଙ୍କୁ ତାଙ୍କର ଦାସ କରି ରଖିବେ।”
19
ଯେତେବେଳେ ଯୋଷେଫଙ୍କ ଭାଇମାନେ ଯୋଷେଫଙ୍କ ଦାସଙ୍କୁ ଭେଟିଲେ, ସେମାନେ ତାଙ୍କ ସହିତ ଯୋଷେଫଙ୍କ ଘରର ଦ୍ୱାର ସମ୍ମୁଖରେ କଥା ହେଲେ।
20
ସେମାନେ କହିଲେ, “ମହାଶୟ, ଆମ୍ଭେ ପ୍ରତିଜ୍ଞା କରୁଛୁ ଯେ, ଆମ୍ଭେ ଆପଣଙ୍କୁ ଯାହା କହୁଛୁ ଏହା ସତ୍ୟ ଅଟେ। ଗତଥର ଆମ୍ଭେମାନେ ଏଠାକୁ ଖାଦ୍ୟ କ୍ରୟ କରିବାକୁ ଆସିଥିଲୁ।
21
ଯିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବେଳକୁ ଆମ୍ଭମାନଙ୍କର ଟଙ୍କା ପ୍ରତ୍ୟେକଙ୍କ ପଟ ମଧ୍ୟରେ ଥିଲା। ଆମ୍ଭେ ଜାଣି ନାହୁଁ ତାହା ସେଠାକୁ କିପରି ଗଲା। କିନ୍ତୁ ଆମ୍ଭେମାନେ ସେହି ଅର୍ଥ ଆପଣଙ୍କୁ ଦେବା ପାଇଁ ଫେରାଇ ଆଣିଛୁ। କିଛି ଖାଦ୍ୟ ନେଇଯିବା ପାଇଁ ଆଉ କିଛି ଅର୍ଥ ଆଣିଛୁ।”
23
କିନ୍ତୁ ଦାସ ଉତ୍ତର ଦେଲେ, “ଭୟ କର ନାହିଁ। ମୋତେ ବିଶ୍ୱାସ କର। ତୁମ୍ଭର ପରମେଶ୍ୱର ତୁମ୍ଭ ପିତାଙ୍କର ପରମେଶ୍ୱର, ଉପହାର ସ୍ୱରୂପ ତୁମ୍ଭ ପଟରେ ପୁରା ଯାଇଥିଲା। ମୋର ମନେ ଅଛି ତୁମ୍ଭେ ସେହି ଟଙ୍କା ଗତ ଥର ମୋତେ ଶସ୍ୟ କିଣିବା ସମୟରେ ଦେଇଥିଲ।” ଏହା ପରେ ସେହି ଦାସଜଣକ ଶିମିୟୋନକୁ କାରାଗାରରୁ ବାହାର କଲେ।
24
ସେହି ଦାସ ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲେ। ସେ ପାଦ ଧୋଇବା ପାଇଁ କିଛି ପାଣି ଦେଲେ। ଏହା ପରେ ତାଙ୍କର ଗଧମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଗଲା।
25
ଭାଇମାନେ ଶୁଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ସହିତ ଖାଇବାକୁ ଯାଉଛନ୍ତି। ତେଣୁ ସେମାନେ ତାଙ୍କର ଉପହାର ଗୁଡ଼ିକୁ ପ୍ରସ୍ତୁତ କରିବାକୁ ଲାଗିଲେ।
26
ଯୋଷେଫ ଗୃହକୁ ପ୍ରବେଶ କରନ୍ତେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହା ପରେ ସେମାନେ ଯୋଷେଫଙ୍କୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ।
27
ଯୋଷେଫ ସେମାନଙ୍କୁ ସେମାନଙ୍କର ଭଲମନ୍ଦ ବିଷୟରେ ପଗ୍ଭରିଲେ। ତା’ପରେ ଯୋଷେଫ କହିଲେ, “ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲରେ ବଞ୍ଚିଛନ୍ତି ତ?”
28
ଭାଇମାନେ ଉତ୍ତର ଦେଲେ, “ହଁ ମହାଶୟ, ଆମ୍ଭର ପିତା ଏବେ ଜୀବିତ।” ଏବଂ ସେମାନେ ପୁନର୍ବାର ଯୋଷେଫଙ୍କୁ ପ୍ରଣାମ କଲେ।
29
ଯେତେବେଳେ ଯୋଷେଫ ତାଙ୍କର ଭାଇ ବିନ୍ୟାମୀନକୁ ଦେଖିଲେ। (ବିନ୍ୟାମୀନ ଓ ଯୋଷେଫ ଗୋଟିଏ ମା’ର ସନ୍ତାନ) ଯୋଷେଫ କହିଲେ, “ଏହି କ’ଣ ତୁମ୍ଭର ସାନ ଭାଇ, ଯାହା ବିଷୟରେ ତୁମ୍ଭେ ମୋତେ କହୁଥିଲ?” ଏହା ପରେ ଯୋଷେଫ ବିନ୍ୟାମୀନଙ୍କୁ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।”
30
ଯୋଷେଫ ଆଉ ଅଧିକ ସମୟ ନିଜର କୋହ ତାଙ୍କ ଭାଇମାନଙ୍କ ପ୍ରତି ସମ୍ଭାଳି ପାରିଲେ ନାହିଁ। ସେ ଶୀଘ୍ର ସେମାନଙ୍କ ପାଖରୁ ଆଉ ଗୋଟିଏ କୋଠରୀକୁ ଗଲେ ଏବଂ କାନ୍ଦିଲେ।
31
ତା’ପରେ ସେ ନିଜକୁ ନିୟନ୍ତ୍ରଣରେ ରଖିଲେ ଓ ମୁହଁ ଧୋଇ ବାହାରକୁ ଆସି କହିଲେ, “ବର୍ତ୍ତମାନ ଖାଇବାର ସମୟ।”
32
ଯୋଷେଫଙ୍କର ଦାସମାନେ ଯୋଷେଫଙ୍କ ପାଇଁ ଏକ ଟେବୁଲ, ଏକ ଟେବୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟେବୁଲ ମିସ୍ରୀୟମାନଙ୍କ ପାଇଁ ଯେଉଁମାନେ ସେମାନଙ୍କ ସହିତ ବସି ଖାଇବେ। କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବା ମିସ୍ରୀୟମାନଙ୍କର ପ୍ରଥା ନ ଥିଲା। ମିସ୍ରୀୟମାନେ ଏବ୍ରୀୟମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବେଚିତ ହୁଏ।
33
ଯୋଷେଫଙ୍କର ଭାଇମାନେ ଯୋଷେଫଙ୍କ ଆଗ ଟେବୁଲରେ ଖାଇ ବସିଲେ। ତାଙ୍କର ଭାଇମାନେ ବଡ଼ରୁ ସାନ କ୍ରମରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଗ୍ଭହୁଁଥା’ନ୍ତି। କ’ଣ ସବୁ ଘଟୁଛି ସେମାନେ ଆଶ୍ଚର୍ଯ୍ୟ ହେଉଥା’ନ୍ତି।
34
ଦାସମାନେ ଯୋଷେଫଙ୍କ ଟେବୁଲରୁ ଖାଦ୍ୟ ଆଣି ଅନ୍ୟ ଭାଇମାନଙ୍କୁ ପରଷୁଥା’ନ୍ତି। କିନ୍ତୁ ଦାସମାନେ ଅନ୍ୟ ଭାଇ ଅପେକ୍ଷା ବିନ୍ୟାମୀନକୁ ଅଧିକ ପାଞ୍ଚ ଥର ପରଷୁଥା’ନ୍ତି। ସେମାନେ ସମସ୍ତେ ଖାଇ ପିଇ ଆନନ୍ଦ କଲେ।
← Chapter 42
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 44 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50