bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Genesis 33
Genesis 33
Odia Bible ERV 2004 (ପବିତ୍ର ବାଇବଲ)
← Chapter 32
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 34 →
1
ଯାକୁବ ତାଙ୍କର ସାହସିକତା ଦେଖାଇଲେ ଅନନ୍ତର ଯାକୁବ ଏଷୌ ଆସୁଥିବାର ଦେଖିଲେ। ଏଷୌ ତାଙ୍କ ସହିତ ଗ୍ଭରିଶହ ଲୋକଙ୍କୁ ଧରି ଆସୁଥିଲେ। ଯାକୁବ ତାଙ୍କର ପରିବାରକୁ ଗ୍ଭରି ଭାଗରେ ବିଭକ୍ତ କଲେ। ଲେୟା ଏବଂ ତା’ର ପିଲାମାନେ ଗୋଟିଏ ଦଳରେ ରହିଲେ। ରାହେଲ ଓ ଯୋଷେଫ ଗୋଟିଏ ଦଳରେ ରହିଲେ। ଦୁଇଦାସୀ ଏବଂ ତାଙ୍କର ପିଲାମାନେ ଦୁଇ ଗୋଟି ଦଳରେ ରହିଲେ।
2
ଯାକୁବ, ଆଗେ ଦୁଇ ଦାସୀ ଓ ସେମାନଙ୍କର ସନ୍ତାନଗଣଙ୍କୁ ତା’ ପଛେ ଲେୟା ଓ ତା’ର ସନ୍ତାନଗଣ, ସବା ଶେଷରେ ରାହେଲ ଓ ଯୋଷେଫକୁ ରଖିଲେ।
3
ସେମାନଙ୍କ ଆଗରେ ଯାକୁବ ଗଲେ, ସେ ଯେତେବେଳେ ଭାଇର ନିକଟବର୍ତ୍ତୀ ହେଲେ। ଭକ୍ତି ଦେଖାଇବା ପାଇଁ ଯାକୁବ ସାତଥର ଭୂମିଷ୍ଠ ପ୍ରଣାମ କଲେ।
4
ଯେତେବେଳେ ଏଷୌ ଯାକୁବଙ୍କୁ ଦେଖିଲେ ସେ ତାଙ୍କୁ ଭେଟିବା ପାଇଁ ଦୌଡ଼ିଗଲେ। ଏହା ପରେ ସେ ତାଙ୍କର ଗଳାଧରି ଆଲିଙ୍ଗନ ଓ ଚୁମ୍ବନ କଲେ, ପୁଣି ଦୁହେଁ କାନ୍ଦିବାକୁ ଲାଗିଲେ।
5
ଏଷୌ, ସ୍ତ୍ରୀ ଓ ପିଲାମାନଙ୍କୁ ଦେଖିଲେ, ସେ ପଗ୍ଭରିଲେ, “ତୁମ୍ଭ ସହିତ ଏହି ଲୋକମାନେ କିଏ?” ଯାକୁବ ଉତ୍ତର ଦେଲେ, “ପରମେଶ୍ୱର ମୋତେ ଦୟା କରି ଏ ସମସ୍ତ ସନ୍ତାନ ଦେଇଛନ୍ତି।”
6
ଏହା ପରେ ଦୁଇଦାସୀ ଓ ତାହାର ପିଲାମାନେ ଏଷୌ ନିକଟକୁ ଗଲେ। ସେମାନେ ଏଷୌକୁ ଭୂମିଷ୍ଠ ପ୍ରଣାମ କଲେ।
7
ଏହା ପରେ ଲେୟା ଏବଂ ତାଙ୍କର ସନ୍ତାନଗଣ ଏଷୌକୁ ପ୍ରଣାମ କଲେ। ଏବଂ ଏହା ପରେ ରାହେଲ ଓ ଯୋଷେଫ ଏଷୌ ନିକଟକୁ ଯାଇ ପ୍ରଣାମ କଲେ।
8
ଏଷୌ କହିଲେ, “ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।” ଯାକୁବ ଉତ୍ତର ଦେଲେ, “ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।”
9
କିନ୍ତୁ ଏଷୌ କହିଲେ, “ତୁମ୍ଭର ମୋତେ କିଛି ଉପହାର ଦେବା ଦରକାର ନାହିଁ, ଭାଇ ମୋ’ ପାଇଁ ବହୁତ ଅଛି।”
10
ଯାକୁବ କହିଲେ, “ନା ଭାଇ ମୁଁ ତୁମ୍ଭକୁ ଅନୁରୋଧ କରୁଛି। ଯଦି ତୁମ୍ଭେ ମୋତେ ବାସ୍ତବରେ ଗ୍ରହଣ କରୁଛ ତେବେ ମୋର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁ ଦେଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସୀ। ମୋତେ ପରମେଶ୍ୱରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାରେ ତୁମ୍ଭେ ମୋତେ ଗ୍ରହଣ କରିଥିବାରୁ, ମୁଁ ଖୁସୀ।
11
ତେଣୁ ମୁଁ ବିନତି କରୁଛି ତୁମ୍ଭେ ମୋର ଉପହାର ଗ୍ରହଣ କର। ପରମେଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି। ମୋର ଆବଶ୍ୟକତାଠାରୁ ଅଧିକ ପାଇଛି।” ଯାକୁବ ଏଷୌକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ସେଗୁଡ଼ିକୁ ଗ୍ରହଣ କଲେ।
12
ଏହା ପରେ ଏଷୌ କହିଲେ, “ତୁମ୍ଭେ ତୁମ୍ଭର ଯାତ୍ରା ଗ୍ଭଲୁ ରଖ। ମୁଁ ମଧ୍ୟ ତୁମ୍ଭ ସହିତ ଯିବି।”
13
କିନ୍ତୁ ଯାକୁବ ତାଙ୍କୁ କହିଲେ, “ତୁମ୍ଭେ ଜାଣ ମୋର ସନ୍ତାନଗଣ ଛୋଟ ଏବଂ ମୁଁ ମୋର ପଶୁଗଣଙ୍କର ଓ ତାଙ୍କର ଛୁଆମାନଙ୍କ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ମୁଁ ଯଦି ତାଙ୍କୁ ବଳପୂର୍ବକ ଗୋଟିଏ ଦିନରେ ବହୁତ ବାଟ ନେଇଯାଏ ତେବେ ସମସ୍ତ ପଶୁ ମରିଯିବେ।
14
ତେଣୁ ମୋର ପ୍ରଭୁ ତୁମ୍ଭେ ଆମ୍ଭ ଆଗରେ ଗ୍ଭଲ, ମୁଁ ତୁମ୍ଭକୁ ଧୀରେ ଧୀରେ ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧୀରେ ଯିବି କାରଣ ମୋର ପିଲାମାନେ କ୍ଳାନ୍ତ ହୋଇ ପଡ଼ିବେ। ମୁଁ ତୁମ୍ଭକୁ ସେୟୀରରେ ସାକ୍ଷାତ କରିବି।”
15
ତେଣୁ ଏଷୌ କହିଲେ, “ତୁମ୍ଭର ସାହାଯ୍ୟ ପାଇଁ ମୁଁ ମୋର କିଛି ଲୋକଙ୍କୁ ଛାଡ଼ି ଯାଉଛି।” କିନ୍ତୁ ଯାକୁବ କହିଲେ, “ଏହା ତୁମ୍ଭର ଦୟା ହେବ। କିନ୍ତୁ ଏସବୁ କରିବାର କିଛି ଆବଶ୍ୟକ ନାହିଁ।” ମାତ୍ର ପ୍ରଭୁଙ୍କର ଆନୁଗ୍ରହ ଥାଉ।
16
ତେଣୁ ସେହି ଦିନ ଏଷୌ ସେୟୀରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କଲେ।
17
କିନ୍ତୁ ଯାକୁବ ସୁକ୍କୋତକୁ ଗଲେ। ସେହି ସ୍ଥାନରେ ସେ ଆପଣା ପାଇଁ ଏକ ଗୃହ ତିଆରି କଲେ ଓ ପଶୁମାନଙ୍କ ପାଇଁ କୁଡ଼ିଆ ତିଆରି କଲେ। ତେଣୁ ସେହି ସ୍ଥାନର ନାମ ସୁକ୍କୋତ ହେଲା।
18
ଏହି ପ୍ରକାରେ ଯାକୁବ ପଦ୍ଦନ୍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲେ।
19
ଏହା ପରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକଶ କସୀତା ନାମକ ରୌପ୍ୟ ମୁଦ୍ରାଦେଇ ସେହି ତମ୍ବୁ ସ୍ଥାନଟିକୁ କିଣିଲେ।
20
ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, “ଏଲ ଇସ୍ରାଏଲର ପରମେଶ୍ୱର।”
← Chapter 32
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
Chapter 34 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50