bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Genesis 50
Genesis 50
Odia Bible ERV 2004 (ପବିତ୍ର ବାଇବଲ)
← Chapter 49
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
1
ଯାକୁବଙ୍କର ସମାଧି ଇସ୍ରାଏଲ ମରିଯିବା ପରେ, ଯୋଷେଫ ବହୁତ ଦୁଃଖ କଲେ ଏବଂ ସେ ରୋଦନ କଲେ ଓ ପିତାଙ୍କୁ ଚୁମ୍ବନ କଲେ।
2
ଯୋଷେଫ ତାଙ୍କର ବୈଦ୍ୟମାନଙ୍କୁ ତାଙ୍କ ପିତାଙ୍କର ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ। ସେମାନେ ଶରୀରକୁ ମିଶରୀୟ ପଦ୍ଧତିରେ ପ୍ରସ୍ତୁତ କଲେ।
3
ମିଶରୀୟ ଲୋକମାନେ ତାଙ୍କ ପାଇଁ ସତୁରି ଦିନ ଯାଏ ଶୋକ କଲେ। ଶରୀର ସଂସ୍କାର ନିମନ୍ତେ ପ୍ରସ୍ତୁତ ଗ୍ଭଳିଶ୍ ଦିନରେ ଶେଷ ହେଲା।
4
ଏହି ସତୁରି ଦିନ ପରେ ଶୋକ ଦିନ ଶେଷ ହେଲା। ତେଣୁ ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ତୁମ୍ଭେ ଯଦି ମୋର ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ।
5
‘ମୋର ପିତାଙ୍କ ମୃତ୍ୟୁ ପୂର୍ବରୁ ମୁଁ ତାଙ୍କଠାରେ ଶପଥ କରିଥିଲି ଯେ ତାଙ୍କର ମୃତ୍ୟୁପରେ କିଣାନ ଦେଶରେ ସେ ଆପଣା ନିମନ୍ତେ ଯେଉଁ କବର ଖନନ କରିଥିଲେ ତହିଁରେ ତାହାଙ୍କୁ କବର ଦେବି। ତେଣୁ ଏବେ ମୋତେ ଯିବାକୁ ଦିଅନ୍ତୁ। ମୁଁ ପିତାଙ୍କୁ କବର ଦେଇ ପୁନର୍ବାର ଆସିବି।’”
6
ଫାରୋ କହିଲେ, “ତୁମ୍ଭର ପ୍ରତିଜ୍ଞା ରକ୍ଷା କରି ଯାଅ, ପିତାଙ୍କୁ କବର ଦିଅ।”
7
ତେଣୁ ଯୋଷେଫ ତାଙ୍କର ପିତାଙ୍କୁ କବର ଦେବାକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ, ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷେଫଙ୍କ ସହିତ ଗଲେ।
8
ଯୋଷେଫଙ୍କ ପରିବାରର ସମସ୍ତ ଲୋକ, ତାଙ୍କର ଭାଇମାନେ ଏବଂ ତାଙ୍କ ପିତାଙ୍କର ସମସ୍ତ ବଂଶ ତାଙ୍କ ସହିତ ଗଲେ। ଗୋଶନରେ କେବଳ ପଶୁ ଓ ପିଲାମାନେ ରହିଲେ।
9
ତାଙ୍କ ସହ ଏକ ବିରାଟ ସମାରୋହ ଗଲା। ଏପରିକି ତାଙ୍କ ସହିତ ଅଶ୍ୱାରୋହୀ ସୈନ୍ୟ ଓ ରଥାରୋହୀ ସୈନ୍ୟମାନେ ମଧ୍ୟ ଗଲେ।
10
ଏହା ପରେ ସେମାନେ ଯର୍ଦ୍ଦନପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ ସେଠାରେ ମହାବିଳାପ କରି ରୋଦନ କଲେ। ସେମାନେ ସେଠାରେ ଯୋଷେଫଙ୍କ ପିତାଙ୍କ ପାଇଁ ସାତ ଦିନ ଶୋକ କଲେ।
11
ସେହି ଦେଶ ନିବାସୀ କିଣାନୀୟ ଲୋକମାନେ ଆଟଦର ଖଳାରେ ସେମାନଙ୍କର ଏରୂପ ଶୋକ ଦେଖି କହିଲେ, “ମିସ୍ରୀୟମାନଙ୍କ ପ୍ରତି ଏହା ଦାରୁଣ ଦୁଃଖ।” ସେହିସ୍ଥାନ ଆବେଲ-ମିଶର ନାମରେ ବିଖ୍ୟାତ ହେଲା। ଏହା ଯର୍ଦ୍ଦନ ପାରସ୍ଥରେ।
12
ଯାକୁବ ପୁତ୍ରମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେମାନେ ସେହିପରି କଲେ।
13
ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନେଇ ମକ୍ପେଲା କ୍ଷେତ୍ରର ଗୁହାରେ କବର ଦେଲେ। ମମ୍ରି ନିକଟସ୍ଥ ସେହି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହେତୀୟଠାରୁ ଅବ୍ରହାମଙ୍କ ଦ୍ୱାରା କିଣା ଯାଇଥିଲା।
14
ଯୋଷେଫ ଆପଣା ପିତାଙ୍କୁ କବର ଦେଇସାରିବା ପରେ ସେ, ତାଙ୍କ ଭାଇମାନେ ଏବଂ ତାଙ୍କ ସହିତ ଯାଇଥିବା ସମସ୍ତ ଲୋକ ମିଶରକୁ ଫେରିଗଲେ।
15
ଭାଇମାନେ ଯୋଷେଫଙ୍କୁ ତଥାପି ଭୟ କରୁଥିଲେ ଯାକୁବଙ୍କର ମୃତ୍ୟୁ ପରେ, ଯୋଷେଫଙ୍କର ଭାଇମାନେ ବ୍ୟସ୍ତ ହୋଇ ପଡ଼ିଲେ। ସେମାନେ ଭୟ କଲେ ଯେ ପୂର୍ବରୁ ସେମାନେ ଯୋଷେଫଙ୍କୁ ଯେପରି କରିଥିଲେ। ସେମାନେ କହିଲେ, “ଯୋଷେଫ ଆମ୍ଭକୁ ଘୃଣା କରିବ ଓ ତା’ର ପ୍ରତିଫଳ ଆମ୍ଭକୁ ଦେବ।”
16
ତେଣୁ ତା’ର ଭାଇମାନେ ଯୋଷେଫଙ୍କ ନିକଟକୁ ବାର୍ତ୍ତା ପଠାଇଲେ: ତୁମ୍ଭ ପିତା ମୃତ୍ୟୁ ପୂର୍ବରୁ କହିଥିଲେ, ତୁମ୍ଭେମାନେ ଯୋଷେଫକୁ ଏହି କଥା କହିବ।
17
ଯୋଷେଫଙ୍କୁ କୁହ ତୁମ୍ଭର ଭାଇମାନେ ତୁମ୍ଭ ଉପରେ ମନ୍ଦ କରିଅଛନ୍ତି। ମାତ୍ର ତୁମ୍ଭେ ଅନୁଗ୍ରହ କରି ସେମାନଙ୍କର ସେହି ଅଧର୍ମ ଓ ପାପ ମାର୍ଜନା କରିବ।’ ଏଣୁକରି ଆମ୍ଭେମାନେ ବିନୟ କରୁଅଛୁ, ତୁମ୍ଭେ ପୈତୃକ ପରମେଶ୍ୱରଙ୍କ ଦାସଗଣର ଅଧର୍ମ ମାର୍ଜନା କର। ସେମାନେ ଏହା କହିବା ବେଳେ ଯୋଷେଫ କାନ୍ଦିବାକୁ ଲାଗିଲେ।
18
ତାଙ୍କର ଭାଇମାନେ ତାଙ୍କ ନିକଟକୁ ଗଲେ ଏବଂ ତାଙ୍କୁ ପ୍ରଣାମ କଲେ। ସେମାନେ ତାଙ୍କୁ କହିଲେ, “ଆମ୍ଭେମାନେ ତୁମ୍ଭର ଦାସ ହେବୁ।”
19
ଏହା ପରେ ଯୋଷେଫ ସେମାନଙ୍କୁ କହିଲେ, “ଭୟ କର ନାହିଁ। ମୁଁ ପରମେଶ୍ୱର ନୁହେଁ। ମୋର ଦଣ୍ଡ ଦେବାର ଅଧିକାର ନାହିଁ।
20
ଏହା ସତ୍ୟ ଯେ, ତୁମ୍ଭେମାନେ ମୋ’ ବିରୁଦ୍ଧରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବରେ ପରମେଶ୍ୱରଙ୍କର ଯୋଜନା ଥିଲା ଉତ୍ତମ। ପରମେଶ୍ୱରଙ୍କର ଯୋଜନା ଥିଲା ଯେ, ସେ ମୋ’ ଦ୍ୱାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥିପାଇଁ ଏସବୁ ହେଲା।
21
ତେଣୁ ଭୟ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନେବି।” ଏହି ପ୍ରକାରରେ ଯୋଷେଫ ତାଙ୍କର ଭାଇମାନଙ୍କୁ ମଧୁର ବଚନରେ ତୋଷିଲେ। ଏହିପରି କଥାରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ୱନା ଦେଲେ।
22
ଯୋଷେଫ ତାଙ୍କର ପିତାଙ୍କ ପରିବାର ସହିତ ମିଶରରେ ରହିଲେ। ଯୋଷେଫଙ୍କୁ ଯେତେବେଳେ 110 ବର୍ଷ ହେଲା, ସେ ମୃତ୍ୟୁବରଣ କଲେ।
23
ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ। ଯୋଷେଫ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।
24
ଯୋଷେଫଙ୍କର ମୃତ୍ୟୁ ଏହା ପରେ ଯୋଷେଫ ତାଙ୍କର ସମ୍ପର୍କୀୟମାନଙ୍କୁ କହିଲେ, “ମୁଁ ମରୁଅଛି, ମାତ୍ର ପରମେଶ୍ୱର ଅବଶ୍ୟ ତୁମ୍ଭମାନଙ୍କର ଯତ୍ନ ନେବେ। ତା’ପରେ ଏହି ଦେଶରୁ ତୁମ୍ଭମାନଙ୍କୁ ବାହାର କରି ନେବେ ଏବଂ ଯେଉଁ ଦେଶ ଦେବା ପାଇଁ ସେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାକୁ ତୁମ୍ଭମାନଙ୍କୁ ଆଗେଇ ନେବେ।”
25
ଆଉ ଯୋଷେଫ ଇସ୍ରାଏଲଙ୍କର ବଂଶଧରମାନଙ୍କୁ ତାଙ୍କଠାରେ ପ୍ରତିଜ୍ଞା କରାଇଲେ। ସେ କହିଲେ, “ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭମାନଙ୍କର ଯତ୍ନ ନେବେ। ସେ ତୁମ୍ଭକୁ ତୁମ୍ଭର ଦେଶକୁ ଆଗେଇ ନେବେ। ସେହି ସମୟରେ ମୋର ଅସ୍ଥି ତୁମ୍ଭେମାନେ ନେଇଯିବ।”
26
ଏହି ପ୍ରକାରରେ ଯୋଷେଫ 110 ବର୍ଷ ବୟସରେ ମଲେ। ସେମାନେ ଶରୀରକୁ ସଂସ୍କାର ନିମନ୍ତେ ପ୍ରସ୍ତୁତ କଲେ ଏବଂ ତାକୁ ମିଶରରେ ଏକ ସିନ୍ଦୁକ ମଧ୍ୟରେ ରଖିଲେ।
← Chapter 49
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 43
Chapter 44
Chapter 45
Chapter 46
Chapter 47
Chapter 48
Chapter 49
Chapter 50
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42
43
44
45
46
47
48
49
50