bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Zechariah 1
Zechariah 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 2 →
1
ସଦାପ୍ରଭୁ ଆପଣା ଲୋକର ପ୍ରତ୍ୟାବର୍ତ୍ତନ ଇଚ୍ଛା କରନ୍ତି ସଦାପ୍ରଭୁ ବେରିଖିୟଙ୍କ ପୁତ୍ର ଭବିଷ୍ୟଦ୍ବକ୍ତା ଯିଖରିୟଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ୟର ରାଜା ଦାରିୟାବସଙ୍କ ଦ୍ୱିତୀୟ ବର୍ଷର ଅଷ୍ଟମ ମାସରେ ଏହା ଘଟିଥିଲା। ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ। ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।
2
ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଥିଲେ।
3
ତେଣୁ, ତୁମ୍ଭର ଲୋକମାନଙ୍କୁ ଏହି କଥା କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସ ଏବଂ ମୁଁ ତୁମ୍ଭ ନିକଟକୁ ଫେରିଯିବି।” ସଦାପ୍ରଭୁ ସର୍ବଶକ୍ତିମାନ ଏହା କହିଥିଲେ।
4
ସଦାପ୍ରଭୁ ପୁଣି କହିଲେ, “ତୁମ୍ଭେମାନେ ତୁମ୍ଭ ପୂର୍ବପୁରୁଷଗଣଙ୍କ ପରି ବ୍ୟବହାର କର ନାହିଁ। ପୂର୍ବ ଭବିଷ୍ୟଦ୍ବକ୍ତାଗଣ ସେମାନଙ୍କୁ କହିଛନ୍ତି, ‘ସର୍ବଶକ୍ତିମାନ ସଦାପ୍ରଭୁ ଇଚ୍ଛା କରନ୍ତି ତୁମ୍ଭେମାନେ ଜୀବନଧାରଣର କୁପଥ ବଦଳାଅ ଓ କୁକର୍ମରୁ ନିବୃତ୍ତ ହୁଅ।’ କିନ୍ତୁ ତୁମ୍ଭର ସେହି ପୂର୍ବପୁରୁଷଗଣ ଆମ୍ଭ ବାକ୍ୟ ଶୁଣିଲେ ନାହିଁ।” ସଦାପ୍ରଭୁ ଏହିସବୁ କହନ୍ତି।
5
ପରମେଶ୍ୱର କହିଲେ, “ତେଣୁ, ତୁମ୍ଭର ସେହି ପୂର୍ବପୁରୁଷଗଣ ବର୍ତ୍ତମାନ କାହାନ୍ତି? ସେହି ଭବିଷ୍ୟଦ୍ବକ୍ତାଗଣ କ’ଣ ଏପର୍ଯ୍ୟନ୍ତ ବଞ୍ଚିଛନ୍ତି?
6
ଆମ୍ଭେ ଆପଣା ଭବିଷ୍ୟଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”
7
The Four Horses ଦାରିୟାବସଙ୍କ ଶାସନର ଦ୍ୱିତୀୟ ବର୍ଷର ଏକାଦଶ ମାସର ଏହା ହେଉଛି ଶବାଟ ମାସର ଚତୁର୍ବିଂଶ ଦିନ, ସଦାପ୍ରଭୁ ତାଙ୍କର ଭବିଷ୍ୟଦ୍ବକ୍ତା ଯିଖରିୟଙ୍କ ନିକଟକୁ ବାର୍ତ୍ତା ପଠାଇଲେ। ଭବିଷ୍ୟଦ୍ବକ୍ତା ଯିଖରିୟ ବେରିଖିୟଙ୍କ ପୁତ୍ର ଥିଲେ, ବେରିଖିୟ ଇଦ୍ଦୋଙ୍କ ପୁତ୍ର ଥିଲେ।
8
ରାତିରେ ମୁଁ ଲାଲ୍ଅଶ୍ୱ ଉପରେ ଏକ ବ୍ୟକ୍ତିକୁ ଦେଖିଲି। ଏହା ଉପତ୍ୟକାର ମେହେନ୍ଦି ବୁଦା ମଝିରେ ଛିଡ଼ା ହୋଇଥିଲା। ତାଙ୍କ ପଛରେ ଲାଲ୍, ଧୂସର ଏବଂ ଧଳା ଅଶ୍ୱଗୁଡ଼ିକ ଥିଲେ।
9
ମୁଁ ପଗ୍ଭରିଲି, “ହେ ମୋର ସଦାପ୍ରଭୁ, ଏଗୁଡ଼ିକ କ’ଣ ପାଇଁ?” ତା’ପରେ ସେହି ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, ଉତ୍ତର ଦେଲେ, “କ’ଣ ପାଇଁ ଏହି ଅଶ୍ୱଗୁଡ଼ିକ, ତାହା ତୁମ୍ଭକୁ ଜଣାଇବି।”
10
ତା’ପରେ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ବ୍ୟକ୍ତି ଜଣକୁ କହିଲେ, “ପୃଥିବୀରେ ଏଣେ ତେଣେ ଭ୍ରମଣ କରିବା ପାଇଁ ସଦାପ୍ରଭୁ ଏହି ଅଶ୍ୱଗୁଡ଼ିକୁ ପ୍ରେରଣ କରିଛନ୍ତି।”
11
ତା’ପରେ ସେହି ଅଶ୍ୱଗୁଡ଼ିକ ମେହେନ୍ଦି ବୁଦା ମଧ୍ୟରେ ଛିଡ଼ା ହୋଇଥିବା ସଦାପ୍ରଭୁଙ୍କ ସ୍ୱର୍ଗଦୂତକୁ କହିଲେ, “ଦେଖ ଆମ୍ଭେମାନେ ସାରା ପୃଥିବୀରେ ଭ୍ରମଣ କରିଛୁ ଏବଂ ସମଗ୍ର ପୃଥିବୀ ସୁସ୍ଥିର ଓ ଶାନ୍ତ ଅଛି।”
12
ତା’ପରେ ସଦାପ୍ରଭୁଙ୍କ ସ୍ୱର୍ଗଦୂତ କହିଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ କେତେକାଳ ତୁମ୍ଭେ ତୁମ୍ଭର ଦୟାରୁ ଯିରୁଶାଲମ ଏବଂ ଯିହୁଦା ନଗରକୁ ଦୂରେଇ ରଖିବ? ସତୁରି ବର୍ଷ ଧରି ଏହି ନଗରଗୁଡ଼ିକ ଉପରେ ତୁମ୍ଭର କ୍ରୋଧ ପ୍ରକାଶ କରିଛ।”
13
ମୋ’ ସହିତ କଥା ହେଉଥିବା ସ୍ୱର୍ଗଦୂତକୁ ସଦାପ୍ରଭୁ ଉତ୍ତର ଦେଲେ। ସେ ମଙ୍ଗଳ ଓ ସାନ୍ତ୍ୱନାମୂଳକ କଥା କହିଲେ।
14
ତା’ପରେ ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, କହିଲେ, ମୋର ଏହି ବାକ୍ୟ ଘୋଷଣା କର। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି; “ଆମ୍ଭର ଯିରୁଶାଲମ ଓ ସିୟୋନ ପ୍ରତି ପ୍ରଗାଢ଼ ଅନୁରାଗ ଅଛି।
15
ନିଜକୁ ନିରାପଦ ମନେ କରୁଥିବା ଦେଶ ପ୍ରତି ଆମ୍ଭେ ଅତ୍ୟନ୍ତ କ୍ଷୁବ୍ଧ ଥିଲୁ। କାରଣ ସେମାନେ ବିପର୍ଯ୍ୟୟକୁ ସର୍ବଦା ଆମନ୍ତ୍ରଣ କରୁଥିଲେ।”
16
ତେଣୁ ସଦାପ୍ରଭୁ ପରମେଶ୍ୱର କୁହନ୍ତି, “ଆମ୍ଭେ ପୁଣି ଯିରୁଶାଲମ ଫେରି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦେଖାଇବା।” ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, “ଆମ୍ଭର ଘର ସେହି ସ୍ଥାନରେ ନିର୍ମିତ ହେବ ଏବଂ ସମଗ୍ର ଯିରୁଶାଲମରେ ପୁନଃନିର୍ମାଣର ଲକ୍ଷଣ ଦେଖାଯିବ।”
17
ସେହି ସ୍ୱର୍ଗଦୂତ ମଧ୍ୟ କହିଲେ, “ସର୍ବଶକ୍ତିମାନ୍ ସଦାପ୍ରଭୁ କହନ୍ତି, ‘ଆମ୍ଭର ନଗରଗୁଡ଼ିକ ଉତ୍ତମ ସାମଗ୍ରୀରେ ଉଛୁଳିବ। ଆମ୍ଭର ସିୟୋନ ପ୍ରତି ଦୟା ରହିବ। ଆମ୍ଭେ ପୁନର୍ବାର ଯିରୁଶାଲମକୁ ଆପଣା ବିଶେଷ ନଗର ରୂପେ ମନୋନୀତ କରିବା।’”
18
ଗ୍ଭରିଟି ଶିଙ୍ଗ ଓ ଗ୍ଭରିଜଣ କର୍ମୀ ଏହା ପରେ ମୁଁ ଊର୍ଦ୍ଧ୍ୱକୁ ଗ୍ଭହିଁଲି ଏବଂ ଗ୍ଭରିଟି ଶିଙ୍ଗ ଦେଖିଲି।
19
ତା’ପରେ ମୁଁ ଯେଉଁ ସ୍ୱର୍ଗଦୂତ ସହ କଥାବାର୍ତ୍ତା ହେଉଥିଲି ତାଙ୍କୁ ପଗ୍ଭରିଲି, “ଏହି ଶିଙ୍ଗଗୁଡ଼ିକ କ’ଣ?” ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଇସ୍ରାଏଲ, ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଚ୍ଛିନ୍ନଛତ୍ର କରି ଦେଇଛନ୍ତି।”
20
ସଦାପ୍ରଭୁ ମୋତେ ଗ୍ଭରିଜଣ କର୍ମୀଙ୍କୁ ଦେଖାଇଲେ।
21
ମୁଁ ପଗ୍ଭରିଲି, “ଏହି ଗ୍ଭରିଜଣ ବଢ଼େଇ କ’ଣ କରିବାକୁ ଆସିଛନ୍ତି?” ସେ ଉତ୍ତର ଦେଲେ, “ଏହି ଶିଙ୍ଗଗୁଡ଼ିକ ଯିହୁଦାର ଲୋକମାନଙ୍କୁ ଆକ୍ରମଣ କରି ବିଦେଶକୁ ‘ତଡ଼ି’ ଦେଲେ। ସେମାନେ ଏତେ ସହଜରେ ସେମାନଙ୍କୁ ହରାଇ ଦେଲେ ଯେ, କାହାର ମୁଣ୍ତ ଟେକିବା ପାଇଁ ଶକ୍ତି ନ ଥିଲା। ତେଣୁ ଏହି ଗ୍ଭରିଜଣ ବଢ଼େଇ ସେ ଶିଙ୍ଗଗୁଡ଼ିକୁ ଭୟଭୀତ କରିବାକୁ ଓ ଭାଙ୍ଗି ପକାଇବାକୁ ଆସିଛନ୍ତି।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 2 →
All chapters:
1
2
3
4
5
6
7
8
9
10
11
12
13
14