bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Zechariah 3
Zechariah 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 4 →
1
ମହାଯାଜକ ସଦାପ୍ରଭୁ ସ୍ୱର୍ଗଦୂତ ମହାଯାଜକ ଯିହୋଶୂୟଙ୍କୁ ମୋତେ ଦେଖାଇଲେ। ଯିହୋଶୂୟ ସଦାପ୍ରଭୁଙ୍କ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଓ ଶୟତାନ ଯିହୋଶୂୟଙ୍କ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ତାଙ୍କୁ ଦୋଷ ଦେବାକୁ ଶୟତାନ ସେଠାରେ ଉପସ୍ଥିତ ଥିଲେ।
2
ତା’ପରେ ସଦାପ୍ରଭୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶୟତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ଯିରୁଶାଲମକୁ ତାଙ୍କ ସ୍ୱତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସେହି ନଗରକୁ ରକ୍ଷା କରିଥିଲେ।”
3
ଯିହୋଶୂୟ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ।
4
ତା’ପରେ ସେହି ସ୍ୱର୍ଗଦୂତ ତାଙ୍କ ନିକଟରେ ଛିଡ଼ା ହୋଇଥିବା ଅନ୍ୟ ସ୍ୱର୍ଗଦୂତକୁ କହିଲେ, “ଯିହୋଶୂୟଙ୍କ ଶରୀରରୁ ସେହି ମଇଳା ବସ୍ତ୍ର ଗୁଡ଼ିକୁ କାଢ଼ିନିଅ।” ତା’ପରେ ସ୍ୱର୍ଗଦୂତ ଯିହୋଶୂୟଙ୍କୁ କହିଲେ, “ବର୍ତ୍ତମାନ, ମୁଁ ତୁମ୍ଭର ଅପରାଧ କାଢ଼ିନେଇଛି ଏବଂ ମୁଁ ତୁମ୍ଭକୁ ନୂଆ ମୂଲ୍ୟବାନ ବସ୍ତ୍ରରେ ଆଚ୍ଛାଦିତ କରୁଛି।”
5
ତା’ପରେ ମୁଁ କହିଲି, “ତା’ର ମସ୍ତକରେ ଏକ ନିର୍ମଳ ପଗଡ଼ି ବାନ୍ଧି ଦିଅନ୍ତୁ।” ତେଣୁ ସେମାନେ ତାଙ୍କର ମସ୍ତକରେ ନିର୍ମଳ ପଗଡ଼ି ବାନ୍ଧି ଦେଲେ। ସେମାନେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖରେ ଠିଆ ହୋଇଥିଲେ।
6
ତା’ପରେ ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଏହା କହି ସତର୍କ କରାଇଲେ:
7
ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, “ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ ତୁମ୍ଭେ ସେପରି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକାରେ କର ଯାହା ଆମ୍ଭେ ଗ୍ଭହୁଁ। ତେବେ ତୁମ୍ଭେ ଆମ୍ଭର ଗୃହରେ ବିଗ୍ଭର କରିବ ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହେବ। ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସେହିମାନଙ୍କ ମଧ୍ୟରେ, ଯେଉଁମାନେ କି ଏଠାରେ ଛିଡ଼ା ହେଉଛନ୍ତି।
8
ହେ! ମହାଯାଜକ ଯିହୋଶୂୟ ଓ ତୁମ୍ଭ ସମ୍ମୁଖରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ। ଯେତେବେଳେ ଆମ୍ଭେ ଆପଣା ସ୍ୱତନ୍ତ୍ର ଅନୁଚର ଆଣିବା ସେତେବେଳେ ଏହି ଲୋକମାନେ ଯିଏ କି କ’ଣ ଘଟିବ ବୋଲି ଦେଖାଇବେ ଉଦାହରଣ ହେବେ। ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାଯିବ।
9
ଯିହୋଶୂୟଙ୍କ ସମ୍ମୁଖରେ ଆମ୍ଭେ ଯେଉଁ ସ୍ୱତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ। ସେହି ପ୍ରସ୍ତରରେ ସାତୋଟି ଚକ୍ଷୁ ଅଛି। ସେହି ସ୍ୱତନ୍ତ୍ର ପ୍ରସ୍ତର ଉପରେ ଆମ୍ଭେ ବାର୍ତ୍ତା ଖୋଦନ କରିବା। ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦେଖାଇବ।”
10
ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ସେତେବେଳେ ଲୋକମାନେ ଏକତ୍ର ବସିବେ ଓ ସେମାନଙ୍କର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ। ସେମାନେ ଡିମ୍ବିରି ବୃକ୍ଷତଳେ ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।”
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 4 →
All chapters:
1
2
3
4
5
6
7
8
9
10
11
12
13
14