bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Zechariah 12
Zechariah 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 13 →
1
ଯିହୁଦାର ଚତୁର୍ପାର୍ଶ୍ୱରେ ଥିବା ଦେଶଗୁଡ଼ିକ ବିଷୟରେ ଦର୍ଶନ ସମୂହ ଏକ ସ୍ୱର୍ଗୀୟ ବାଣୀ, ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ଯିଏ କି ସ୍ୱର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ଯିଏ କି ମନୁଷ୍ୟମାନଙ୍କ ମଧ୍ୟରେ ନିଶ୍ୱାସପ୍ରଶ୍ୱାସ ସ୍ଥାପନ କରିଅଛନ୍ତି।
2
“ଦେଖ, ଦେଶସମୂହ ପ୍ରତି ଯିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ଯିରୁଶାଲମ ଅବରୋଧ ହୋଇ ରହିବ।
3
କିନ୍ତୁ ଆମ୍ଭେ ଯିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସେମାନେ ଆଘାତପ୍ରାପ୍ତ ହେବେ। ସେହି ଲୋକମାନେ ପ୍ରକୃତରେ କ୍ଷତବିକ୍ଷତ ହେବେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ଯିରୁଶାଲମ ବିରୁଦ୍ଧରେ ଏକତ୍ରିତ ହେବେ।
4
ସଦାପ୍ରଭୁ କୁହନ୍ତି, ସେଦିନ ଆମ୍ଭେ ପ୍ରତ୍ୟେକ ଅଶ୍ୱକୁ ଭୟଭୀତ କରାଇବା ଏବଂ ଅଶ୍ୱାରୋହୀର ମତିଭ୍ରମ ହେବ। ଆମ୍ଭେ ଦେଶମାନଙ୍କର ସମସ୍ତ ଅଶ୍ୱକୁ ଅନ୍ଧ କରିଦେବା, ମାତ୍ର ମୋର ଚକ୍ଷୁ ଖୋଲା ରହିବ ଏବଂ ଯିହୁଦା ଉପରେ ମୋର ସତର୍କ ଦୃଷ୍ଟି ରହିବା
5
ଯିହୁଦାର ପରିବାରର ନେତାଗଣ ଲୋକମାନଙ୍କୁ ଉତ୍ସାହିତ କରିବେ। ସେମାନେ କହିବେ, ‘ଯିରୁଶାଲମର ଲୋକମାନେ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆସ୍ଥା ରଖନ୍ତି।’
6
ସେହି ଦିନ ଯିହୁଦା ପରିବାରର ନେତାଗଣଙ୍କୁ ଆମ୍ଭେ ଗଛ ମଧ୍ୟରେ ଜଳନ୍ତା ପାତ୍ର ପରି କରିବା ଏବଂ କଟା ହୋଇଥିବା ନୂତନ ଶସ୍ୟ ମଧ୍ୟରେ ଏକ ଜଳନ୍ତା ମଶାଲ ସଦୃଶ କରିବା। ସେମାନେ ତାଙ୍କ ବାମ ଓ ଦକ୍ଷିଣରେ ଥିବା ଲୋକମାନଙ୍କୁ ଧ୍ୱଂସ କରିବେ କିନ୍ତୁ ଯିରୁଶାଲମ ତା’ର ସ୍ଥାନରେ ଅକ୍ଷତ ରହିବ।”
7
ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡ଼ିକୁ ରକ୍ଷା କରିବେ। ସେ ଏପରି କରିବେ ଯଦ୍ଦ୍ୱାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ଯିରୁଶାଲମର ପରାକ୍ରମ ଯିହୁଦାର ଗୌରବଠାରୁ ଅଧିକ ହେବ ନାହିଁ।
8
ସେହି ଦିନ ସଦାପ୍ରଭୁ ପୁନର୍ବାର ଯିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦେବେ। ଏପରିକି ସବୁଠାରୁ ଦୁର୍ବଳ ବ୍ୟକ୍ତି ମଧ୍ୟ ସେହି ଦିନ ଦାଉଦଙ୍କ ପରି ହେବ। ସେହି ଦିନ ଆଉ ମଧ୍ୟ ଦାଉଦଙ୍କ ପରିବାର ଲୋକ ଦେବତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖରେ ହେବେ।
9
ସଦାପ୍ରଭୁ କୁହନ୍ତି, “ସେହି ଦିନ ଯେଉଁ ଦେଶ ଯିରୁଶାଲମ ବିରୁଦ୍ଧରେ ଆସିବ ଆମ୍ଭେ ତାକୁ ଧ୍ୱଂସ କରିବା।
10
ଆମ୍ଭେ ଦାଉଦ ପରିବାର ଓ ଯିରୁଶାଲମ ନିବାସୀଙ୍କ ଉପରେ ଦୟା ଓ ବିନତିର ଆତ୍ମା ବୃଷ୍ଟି କରିବା। ସେମାନେ ଆମ୍ଭକୁ ଦେଖିବେ, ଯାହାକୁ ସେମାନେ ବିଦ୍ଧ କଲେ। ଏବଂ ସେମାନେ ଶୋକ କରିବେ। ସେମାନେ ଏପରି ଶୋକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ୟୁରେ ଜଣେ ଯେପରି ଶୋକ କରେ। ସେମାନେ ବ୍ୟାକୁଳ ହୋଇ କାନ୍ଦିବେ, ଯେପରି ଜଣେ ଜ୍ୟେଷ୍ଠପୁତ୍ରର ମୃତ୍ୟୁରେ କାନ୍ଦନ୍ତି।
11
ସେହି ଦିନ, ଯିରୁଶାଲମରେ ଶୋକ ହେବ, ଏପରି ମହାନ ଶୋକ ଯେପରିକି ହଦଦ୍-ରିମ୍ମୋଣ ମଗିଦ୍ଦୋନର ଉପତ୍ୟକାରେ ହୋଇଥିଲା।
12
ସମଗ୍ର ଦେଶ ଶୋକ କରିବ, ପ୍ରତ୍ୟେକ ପରିବାର ନିଜେ ନିଜେ ଶୋକ କରିବେ। ଦାଉଦ ପରିବାରର ଲୋକମାନେ ନିଜେ ନିଜେ, ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ, ନାଥନ୍ ବଂଶର ଲୋକମାନେ ନିଜେ ନିଜେ ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।
13
ଲେବୀ ପରିବାରର ନିଜେ ନିଜେ ଏବଂ ସେମାନଙ୍କର ସ୍ତ୍ରୀଲୋକମାନେ ନିଜେ ନିଜେ, ଶିମିୟିର ପରିବାରମାନେ ନିଜେ ନିଜେ ଶୋକ କରିବେ ଏବଂ ତାଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।
14
ଏବଂ ଅନ୍ୟ ସମସ୍ତ ବଞ୍ଚିତ ପରିବାର ନିଜେ ନିଜେ, ପ୍ରତ୍ୟେକ ପରିବାରବର୍ଗ ଏକା ଏବଂ ସେମାନଙ୍କର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।”
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
Recommended Reading
Commentary
Zechariah Commentaries
→
Devotional
Zechariah Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→