bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Zechariah 10
Zechariah 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 11 →
1
ସଦାପ୍ରଭୁଙ୍କ ପ୍ରତିଜ୍ଞା ବସନ୍ତ ଋତୁରେ ବର୍ଷା ହେବା ପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କେବଳ ବିଦ୍ୟୁତ୍ ପ୍ରେରଣ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରତ୍ୟେକଙ୍କୁ କ୍ଷେତର ଘାସ ପ୍ରଦାନ କରନ୍ତି।
2
କାରଣ ମୂର୍ତ୍ତିଗୁଡ଼ିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ୟ କହିଥିଲେ ଏବଂ ଭବିଷ୍ୟଦ୍ବକ୍ତାମାନେ ମିଥ୍ୟା ଦର୍ଶନ ଦେଖିଥିଲେ। ସେମାନେ ମୂଲ୍ୟହୀନ ସ୍ୱପ୍ନ ଏବଂ ସେମାନେ ମିଥ୍ୟା ସାନ୍ତ୍ୱନା ଦେଲେ। ସେଥିପାଇଁ ସେମାନେ ମେଷ ତୁଲ୍ୟ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସେମାନଙ୍କର କୌଣସି ମେଷପାଳକ ନାହାନ୍ତି।
3
“ଆମ୍ଭେ ବିଶେଷଭାବରେ ପାଳକମାନଙ୍କ ଉପରେ କ୍ରୋଧାନ୍ୱିତ। ଆମ୍ଭେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରିବା ଯେଉଁମାନେ ମେଷପଲର ଯତ୍ନ ନିଅନ୍ତି।” କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତରେ ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। ସେ ସେମାନଙ୍କୁ ଏକ ଯୋଦ୍ଧା ଅଶ୍ୱ ପରି ତିଆରି କରିବେ।
4
“କୋଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ଯୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ୟାଧିପତି, ଏକତ୍ର ଯିହୁଦାରୁ ଆସିବେ।
5
ସେମାନେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦେବେ। ସେମାନେ ଯୁଦ୍ଧ କରି ଶତ୍ରୁପକ୍ଷର ଅଶ୍ୱାରୋହୀମାନଙ୍କୁ ମଧ୍ୟ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି।
6
ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ୟ ଆମ୍ଭେ ଯୋଷେଫଙ୍କର ଗୃହକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ପୁନଃସ୍ଥାପନ କରିବା କାରଣ ସେମାନଙ୍କ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହେବ ଯେପରିକି ଆମ୍ଭେ ସେମାନଙ୍କୁ କେବେ ପ୍ରତ୍ୟାଖ୍ୟାନ କରି ନାହୁଁ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ଏବଂ ଆମ୍ଭେ ସେମାନଙ୍କର ପ୍ରାର୍ଥନା ଶୁଣିବା।
7
ଇଫ୍ରୟିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ୟଟି ପରି ଖୁସୀ ହେବେ। ସେମାନଙ୍କର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସେମାନଙ୍କର ହୃଦୟ ସଦାପ୍ରଭୁଙ୍କଠାରେ ଉଲ୍ଲସିତ ହେବ।
8
“ଆମ୍ଭେ ତୂରି ବଜାଇବା ଏବଂ ସେମାନଙ୍କୁ ଏକତ୍ରିତ କରାଇବା। ଆମ୍ଭେ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ ଓ ସେମାନେ ଯେପରି ବହୁ ସଂଖ୍ୟାରେ ଥିଲେ ସେହିପରି ବହୁ ସଂଖ୍ୟାରେ ପୂର୍ଣ୍ଣ ହେବେ।
9
ଯଦିଓ ଆମ୍ଭେ ଦେଶଗୁଡ଼ିକ ମଧ୍ୟରେ ସେମାନଙ୍କୁ ବିଛାଡ଼ି ଦେଇଛୁ, ସେମାନେ ସେହି ଦୂର ସ୍ଥାନରେ ଆମ୍ଭକୁ ମନେ ପକାଇବେ। ସେମାନେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସେମାନେ ଫେରିବେ।
10
ଆମ୍ଭେ ସେମାନଙ୍କୁ ମିଶରରୁ ଫେରାଇ ଆଣିବା ଏବଂ ଅଶୂରରୁ ଏକତ୍ରିତ କରିବା। ଆମ୍ଭେ ସେମାନଙ୍କୁ ଗିଲିୟଦରୁ ଏବଂ ଲିବାନୋନ୍ରୁ ଫେରାଇ ଆଣିବା ଏବଂ ସେମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ନ ଥିବ।”
11
ସେମାନେ ଦାରୁଣ ବ୍ୟଥାର ସମୁଦ୍ର ମଧ୍ୟଦେଇ ପାର ହେବେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିଯିବ। ଅଶୂରର ଗର୍ବ ନତ ହେବ ଏବଂ ମିଶରର ରାଜଦଣ୍ତ ଗ୍ଭଲିଯିବ।
12
ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମରେ, ସେମାନେ ସବୁସ୍ଥାନକୁ ଯିବେ।” ଏହା ସଦାପ୍ରଭୁ କହିଥିଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
Recommended Reading
Commentary
Zechariah Commentaries
→
Devotional
Zechariah Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→