bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Zechariah 14
Zechariah 14
Odia Bible ERV 2004 (ପବିତ୍ର ବାଇବଲ)
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
1
ସୁବିଗ୍ଭର ଦିନ ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶେଷ ଦିନ ଆସୁଛି। ତୁମ୍ଭେମାନେ ଯେଉଁ ସମ୍ପତ୍ତି ନେଇଛ ତାହା ତୁମ୍ଭମାନଙ୍କ ମଧ୍ୟରେ ଭାଗ କରାଯିବ।
2
ଆମ୍ଭେ ସମସ୍ତ ଗୋଷ୍ଠୀକୁ ଯିରୁଶାଲମ ବିରୁଦ୍ଧରେ ଲଢ଼ିବାକୁ ଏକତ୍ରିତ କରିବା। ନଗରଟି ପରାଜିତ ହେବ ଓ ଗୃହଗୁଡ଼ିକ ଲୁଣ୍ଠିତ ହେବ। ସ୍ତ୍ରୀମାନେ ଧର୍ଷିତ ହେବେ ଏବଂ ଦେଶର ଅର୍ଦ୍ଧେକ ଲୋକ ନିର୍ବାସିତ ହେବେ। ଅବଶିଷ୍ଟ ଲୋକମାନେ ନଗରରୁ ନିଆଯିବେ ନାହିଁ।
3
ସେତେବେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି।
4
ସେତେବେଳେ ସଦାପ୍ରଭୁଙ୍କର ଦୁଇ ପଦ ଯିରୁଶାଲମର ପୂର୍ବ ଦିଗରେ ଥିବା ଅଲିଭ ପର୍ବତ ଉପରେ ଠିଆ ହେବ। ସେହି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହେବ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହୋଇ ବିସ୍ତୃତ ହେବ।
5
ସେହି ପାର୍ବତ୍ୟ ଉପତ୍ୟକା ଯେତେବେଳେ ତୁମ୍ଭମାନଙ୍କର ନିକଟତର ହେବ ତୁମ୍ଭେମାନେ ଖସିଯିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହୋଇଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାୟନ କରୁଥିଲେ ସେହିପରି ତୁମ୍ଭେମାନେ ଦୌଡ଼ିବ। ମାତ୍ର ସଦାପ୍ରଭୁ ମୋର ପରମେଶ୍ୱର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।
6
ସେହି ଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହେବ ନାହିଁ। ଗୋଟିଏ ବିଶେଷଦିନ କେବଳ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହେବ ନାହିଁ। ସନ୍ଧ୍ୟା ସମୟରେ ଆଲୋକ ଥିବ।
8
ସେଦିନ, ଯିରୁଶାଲମରୁ ସ୍ୱଚ୍ଛ ଜଳ ପ୍ରବାହିତ ହେବ। ସେ ଅଧା ପ୍ରବାହିତ ହେବ ସମୁଦ୍ର ଆଡ଼କୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡ଼କୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳରେ ହେବ।
9
ସେହି ଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପରେ ରାଜା ହେବେ। କେବଳ ସେଠାରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।
10
ଆଉ ମଧ୍ୟ ସେହି ସମୟରେ, ସମସ୍ତ ଦେଶ ଯିରୁଶାଲମର ଦକ୍ଷିଣ ଗେବାଠାରୁ ରିମ୍ମୋନ ପର୍ଯ୍ୟନ୍ତ ଭୂମି ସମତଳ ଭୂମିରେ ପରିଣତ ହେବ। କିନ୍ତୁ ଯିରୁଶାଲମ ତା’ ସ୍ଥାନରୁ ଉଚ୍ଚରେ ଠିଆ ହେବ। ଏହା ବିନ୍ୟାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ଯ୍ୟନ୍ତ ହନ୍ନେଲର କୋଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ଯ୍ୟନ୍ତ ବିସ୍ତୁତ ହେବ।
11
ଲୋକମାନେ ଯିବେ ଓ ସେଠାରେ ବାସ କରିବେ। ପୁନର୍ବାର ଯିରୁଶାଲମ ସମ୍ପୂର୍ଣ୍ଣ ଧ୍ୱଂସ ହେବ ନାହିଁ। ଯିରୁଶାଲମ ନିରାପଦ ହେବ।
12
ଏହା ହେଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇବେ, ସେହିମାନଙ୍କ ବିରୁଦ୍ଧରେ ଯେଉଁମାନେ ଯିରୁଶାଲମ ବିରୁଦ୍ଧରେ ଲଢ଼ୁଥିଲେ। ଲୋକମାନେ ଛିଡ଼ା ହୋଇ ଥିବା ବେଳେ ସେମାନଙ୍କର ଚର୍ମ ପଚିଯିବ। ସେମାନଙ୍କର ଚକ୍ଷୁ କୋଟର ମଧ୍ୟରେ ପଶିଯିବ ଓ ଜିହ୍ୱା ପାଟି ମଧ୍ୟରେ ପଶିଯିବ।
13
ସେହି ଭୟଙ୍କର ବ୍ୟାଧି ସେହି ଶିବିରରେ ରହିବ। ଆଉ ମଧ୍ୟ ସେମାନଙ୍କର ଅଶ୍ୱ, ଖଚର, ଓଟ ଓ ଗର୍ଦ୍ଦଭ ସେହି ଭୟଙ୍କର ବ୍ୟାଧିରେ ଆକ୍ରାନ୍ତ ହେବେ। ସେହି ଦିନ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ଭୟଙ୍କର ଆତଙ୍କ ଆତଙ୍କିତ ରୂପେ ସେମାନଙ୍କୁ ଧରିବ। ପ୍ରତ୍ୟେକ ଲୋକ ତାଙ୍କର ପ୍ରତିବାସୀର ହସ୍ତକୁ ଧରିବେ ଓ ସେମାନେ ପରସ୍ପର ମଧ୍ୟରେ ଯୁଦ୍ଧରେ ବ୍ୟାପ୍ତ ହେବେ। ଏପରିକି ଯିହୁଦା ଯିରୁଶାଲମ ବିପକ୍ଷରେ ଲଢ଼ିବ। ସମଗ୍ର ଗୋଷ୍ଠୀର ଧନସମ୍ପଦ ନଗରୀର ଚତୁର୍ଦ୍ଦିଗରେ ଏକତ୍ର ଠୁଳ ହେବ। ସେଠାରେ ସୁବର୍ଣ୍ଣ, ରୌପ୍ୟ ଓ ବସ୍ତ୍ର ବହୁତ ପରିମାଣରେ ସଂଗୃହୀତ ହେବ।
16
ପ୍ରତ୍ୟେକ ବ୍ୟକ୍ତି ଯିଏ ଦେଶ ଛାଡ଼ି ଯିରୁଶାଲମ ବିରୁଦ୍ଧରେ ଆସିଛନ୍ତି, ପ୍ରତ୍ୟେକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତି ବର୍ଷ ସେମାନଙ୍କର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ।
17
ଯଦି କୌଣସି ଦେଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିବେ ନାହିଁ, ବର୍ଷା ସେମାନଙ୍କ ଉପରେ ପଡ଼ିବ ନାହିଁ।
18
ଯଦି ମିଶରର ପରିବାର ନ ଆସନ୍ତି, ବର୍ଷା ସେମାନଙ୍କ ଉପରେ ଆସିବ ନାହିଁ। ତା’ ବଦଳରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଯାଇ ନ ଥିଲେ।
19
ତାହା ମିଶରର ପାପ ହେବ ଏବଂ ପ୍ରତ୍ୟେକ ଦେଶର ପାପ, ଯେଉଁମାନେ ଯାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ।
20
ସେହି ଦିନ ‘ସଦାପ୍ରଭୁଙ୍କ ପବିତ୍ର’ ଏପରିକି ଅଶ୍ୱଗଣର ଘଣ୍ଟିରେ ମଧ୍ୟ ଲେଖାଯିବ। ଆଉ ମଧ୍ୟ ସଦାପ୍ରଭୁଙ୍କ ମନ୍ଦିରରେ ବ୍ୟବହୃତ ସମସ୍ତ ପାତ୍ର ଯଜ୍ଞବେଦିର ଜଳପାତ୍ର ତୁଲ୍ୟ ହେବ।
21
ସମସ୍ତ ଜଳପାତ୍ର ଯିରୁଶାଲମ ଓ ଯିହୁଦାରେ ‘ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହେବ।’ ନୈବେଦ୍ୟ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସେମାନଙ୍କଠାରୁ ଜଳପାତ୍ର ନେବେ ଏବଂ ବଳିଦାନର ମାଂସ ରନ୍ଧନ କରିବେ। ସେହି ଦିନ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ମନ୍ଦିରରେ ଆଉ ବ୍ୟବସାୟୀ ନ ଥିବେ।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
All chapters:
1
2
3
4
5
6
7
8
9
10
11
12
13
14