bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Zechariah 9
Zechariah 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 10 →
1
ଅନ୍ୟ ଗୋଷ୍ଠୀ ବିଷୟରେ ବିଗ୍ଭର ଏକ ସ୍ୱର୍ଗୀୟବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷୟରେ। ସମସ୍ତ ଲୋକ ପରମେଶ୍ୱରଙ୍କୁ ଅନାଉଅଛନ୍ତି, “ଯେପରି ଇସ୍ରାଏଲ ଗୋଟିଏ ପରିବାରବର୍ଗ।
2
ଏହା ମଧ୍ୟ ସତ୍ୟ ଯେ, ହମାତ୍, ସୋର ଓ ସୀଦୋନ ସୀମାରେ ଅବସ୍ଥିତ ଅଟେ। କାରଣ ସେମାନେ ଅତି ବୁଦ୍ଧିମାନ। ସୋର ନିଜ ପାଇଁ ଦୁର୍ଗ ନିର୍ମାଣ କଲା।
3
ସୋର ନିଜ ପାଇଁ ଗମ୍ବୁଜ ନିର୍ମାଣ କଲା। ସେ ରୂପାକୁ ଧୂଳିପରି ଓ ସୁନାକୁ କାଦୁଅପରି ରାସ୍ତାରେ ଗଦା କଲା।
4
ମାତ୍ର ସଦାପ୍ରଭୁ ଏହାକୁ ନେଇଯିବେ। ସେ ତା’ର ଧନ ସମୁଦ୍ରରେ ଫୋପାଡ଼ି ଦେବେ ଏବଂ ନଗରଟି ନିଆଁରେ ଜଳିଯିବ।
5
“ଅସ୍କିଲୋନ ତାହା ଦେଖି ଭୟଭୀତ ହେବ ଓ ଘସାର ଲୋକମାନେ ଭୟରେ ଥରିବେ। ଇକ୍ରୋଣ ଲୋକମାନେ ସମସ୍ତ ଭରସା ହରାଇବେ। ଘସାରେ ଆଉ ରାଜା ରହିବେ ନାହିଁ। ଆଉ ମଧ୍ୟ ଅସ୍କିଲୋନ ଜନଶୂନ୍ୟ ହେବ।
6
ପୁଣି ଅସ୍ଦୋଦକୁ ଏକ ଜାରଜ ଶାସନ କରିବ। ମୁଁ ସମ୍ପୂର୍ଣ୍ଣ ଭାବରେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବି।
7
ସେମାନେ ଆଉ ରକ୍ତ ସହିତ ମାଂସ ଭୋଜନ କରିବେ ନାହିଁ ଅଥବା ଅନ୍ୟ ଘୃଣ୍ୟ ଖାଦ୍ୟ ଖାଇବେ ନାହିଁ। ଯେଉଁ ପଲେଷ୍ଟୀୟମାନେ ବଞ୍ଚିବେ ସେମାନେ ମଧ୍ୟ ମୋ’ ଲୋକମାନଙ୍କର ଅଂଶ ହେବେ, ଏହା ଯିହୁଦାର ଏକ ବଂଶ ହେବ। ଇକ୍ରୋଣର ଲୋକମାନେ ମୋ’ ଲୋକମାନଙ୍କର ଅଂଶୀଦାର ହେବେ, ଯେପରି ଯିବୂଷିୟମାନେ କରିଥିଲେ।
8
ଆମ୍ଭେ ନିଜ ଦେଶରେ ଛାଉଣି ସ୍ଥାପନ କରିବା, ପ୍ରହରୀ ହେବା ଶତ୍ରୁମାନଙ୍କ ବିରୁଦ୍ଧରେ। କୌଣସି ଅତ୍ୟାଗ୍ଭର ପୂନର୍ବାର ତାଙ୍କୁ ଦଳିତ କରିବ ନାହିଁ, କାରଣ ବର୍ତ୍ତମାନ ମୁଁ ମୋର ସ୍ୱଚକ୍ଷୁରେ ଦେଖୁଛି। ମୋ’ ସ୍ୱଚକ୍ଷୁରେ ମୋର ଲୋକମାନଙ୍କର ଯନ୍ତ୍ରଣା ଦେଖୁଅଛି।”
9
ଭବିଷ୍ୟତ ରାଜା ହେ ସିୟୋନର କନ୍ୟା ଆନନ୍ଦ କର! ହେ ଯିରୁଶାଲମର କନ୍ୟା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜୟଲାଭ କରିଛନ୍ତି। ସେ ଅତ୍ୟନ୍ତ ନମ୍ର। ସେ ଏକ ଯୁବ ଗଧ ଉପରେ ବସି ଆସୁଛନ୍ତି।
10
ଆମ୍ଭେ ଇଫ୍ରୟିମଠାରୁ ରଥକୁ କାଢ଼ି ନେବା, ଯିରୁଶାଲମଠାରୁ ଅଶ୍ୱ ଯୁଦ୍ଧରେ ବ୍ୟବହୃତ ଧନୁ କାଢ଼ି ନିଆଯିବ। ସେହି ରାଜା ଗୋଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିବେ। ତାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୁତ ହେବ।
11
ସଦାପ୍ରଭୁ ଆପଣା ଲୋକଙ୍କୁ ରକ୍ଷା କରିବେ ହେ ଯିରୁଶାଲମ, କାରଣ ରକ୍ତ ଦ୍ୱାରା ତୁମ୍ଭର ଚୁକ୍ତି ଆମ୍ଭ ସହିତ ମୋହରାଙ୍କିତ ହୋଇଛି। ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ପାଣି ନ ଥିବା ପାଣି କୁଣ୍ତରୁ ମୁକ୍ତି କରିଛୁ।
12
ହେ ବନ୍ଦୀଗଣ, ତୁମ୍ଭମାନଙ୍କର ଦୁର୍ଗକୁ ଫେରିଯାଅ। ବର୍ତ୍ତମାନ ତୁମ୍ଭର ଭରସା ଅଛି। ଆଜି ଆମ୍ଭେ ଘୋଷଣା କରୁଛୁ ଯେ, ଆମ୍ଭେ ତୁମ୍ଭଙ୍କୁ ଦ୍ୱିଗୁଣ ଫେରାଇ ଦେବା।
13
ଆମ୍ଭେ ଯିହୁଦାକୁ ଆପଣା ଧନୂରୂପେ ବ୍ୟବହାର କରିବା। ଇଫ୍ରୟିମକୁ ଆମ୍ଭର ଶର ରୂପେ ବ୍ୟବହାର କରିବା। ଆଉ ହେ ସିୟୋନ, ଆମ୍ଭେ ତୁମ୍ଭର ପୁତ୍ରମାନଙ୍କୁ ଜାଗରିତ କରିବା, ହେ ଗ୍ରୀସ୍, ତୁମ୍ଭ ପୁତ୍ରମାନଙ୍କ ବିରୁଦ୍ଧରେ ଉତ୍ତେଜିତ କରିବା ଓ ଆମ୍ଭେ ତୁମ୍ଭଙ୍କୁ ଏକ ଶକ୍ତିଶାଳୀ ଖଣ୍ତା ପରି କରିଦେବା।
14
ସଦାପ୍ରଭୁ ତାଙ୍କ ସମ୍ମୁଖରେ ଉପସ୍ଥିତ ହେବେ। ବିଦ୍ୟୁତ୍ ସଦୃଶ ତାଙ୍କର ଶର ଯିବ। ସଦାପ୍ରଭୁ ପରମେଶ୍ୱର ତୂରୀ ବଜାଇବେ ଏବଂ ସେ ଦକ୍ଷିଣ ଆଡ଼ୁ ଝଡ଼ପରି ଅଗ୍ରସର ହେବେ।
15
ସର୍ବଶକ୍ତିମାନ୍ ସଦାପ୍ରଭୁ ସେମାନଙ୍କୁ ସୁରକ୍ଷା ଦେବେ। ସେମାନେ ଧ୍ୱଂସ ହେବେ, ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ ବାଟୁଳି ଦ୍ୱାରା ପରାସ୍ତ କରିବେ। ସେମାନେ ଦ୍ରାକ୍ଷାରସ ପାନ କରିବେ ଓ ଦୁର୍ଦ୍ଦାନ୍ତ ହେବେ, ସେମାନେ ଯଜ୍ଞବେଦିର କୋଣରେ ଥିବା ପାତ୍ର ଯେପରି ସେହିପରି ପୂର୍ଣ୍ଣ ହେବେ।
16
ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ସେମାନଙ୍କୁ ରକ୍ଷା କରିବେ, ସେହି ଦିନ ତାଙ୍କର ଲୋକମାନେ ମେଷପରି ହେବେ। ସେମାନେ ତାଙ୍କ ଦେଶରେ ମୁକୁଟର ରତ୍ନ ସ୍ୱରୂପ ଝକ୍ମକ୍ କରିବେ।
17
ପ୍ରତ୍ୟେକ ଜିନିଷ ଉତ୍ତମ ଓ ସୁନ୍ଦର ହେବ। ଶସ୍ୟ ଏବଂ ନୂତନ ଦ୍ରାକ୍ଷାରସ ଯୁବକ ଯୁବତୀଙ୍କର ବଳ ବଢ଼ାଇବ।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
Recommended Reading
Commentary
Zechariah Commentaries
→
Devotional
Zechariah Devotional Guide
→
Get This Bible
Odia Bible ERV (ପବିତ୍ର ବାଇବଲ) Study Bible
→