bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Zechariah 2
Zechariah 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 3 →
1
ପରିମିତ ଯିରୁଶାଲମ ତା’ପରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତରେ ପରିମାପକ ରଜ୍ଜୁ ଧରିଥିବା ଏକ ବ୍ୟକ୍ତିଙ୍କୁ ଦେଖିଲି।
2
ମୁଁ ତାଙ୍କୁ ପଗ୍ଭରିଲି, “ତୁମ୍ଭେ କେଉଁଆଡ଼େ ଯାଉଅଛ?” ସେ ଉତ୍ତର ଦେଲେ, “ମୁଁ ଯିରୁଶାଲମର ଦୈର୍ଘ ଓ ପ୍ରସ୍ଥ ମାପିବାକୁ ଯାଉଅଛି।”
3
ତା’ପରେ ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ୱର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ।
4
ସେ ତାଙ୍କୁ କହିଲେ, “ଦୌଡ଼ିକରି ଯାଅ ଏବଂ ସେହି ଯୁବକଙ୍କୁ କୁହ! ‘ଯିରୁଶାଲମ ଏକ ପ୍ରାଚୀର ବିହୀନ ନଗରୀ ହେବ। କାରଣ ସେଠାରେ ବହୁ ସଂଖ୍ୟାରେ ଲୋକ ଓ ପଶୁମାନେ ମଧ୍ୟସ୍ଥାନରେ ବାସ କରିବେ।’
5
ସଦାପ୍ରଭୁ କୁହନ୍ତି, ‘ଆମ୍ଭେ ତା’ର ଚତୁର୍ଦ୍ଦିଗରେ ତା’ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ୟ ହେବା। ଆମ୍ଭେ ତାକୁ ଆମ୍ଭର ମହିମାରେ ପୂର୍ଣ୍ଣ କରିବା।’” ପରମେଶ୍ୱର ଆପଣା ସନ୍ତାନମାନଙ୍କୁ ଗୃହକୁ ଡାକନ୍ତି ସଦାପ୍ରଭୁ କୁହନ୍ତି,
6
“ଉତ୍ତର ଦେଶରୁ ପଳାୟନ କର। ହଁ, ଏହା ସତ୍ୟ ଯେ, ଆମ୍ଭେ ତୁମ୍ଭର ଲୋକମାନଙ୍କୁ ଆକାଶର ଚତୁର୍ଦ୍ଦିଗ ବାୟୁ ତୁଲ୍ୟ ବିସ୍ତୃତ କରିଅଛୁ।
7
ବର୍ତ୍ତମାନ ବାବିଲରେ ବାସ କରୁଥିବା, ତୁମ୍ଭେ ସିୟୋନର ଲୋକମାନେ, ତୁମ୍ଭମାନଙ୍କର ମୁକ୍ତି ପାଇଁ ଦୌଡ଼ନ୍ତି। ସେହି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିଯାଅ।” ସର୍ବଶକ୍ତିମାନ ସଦାପ୍ରଭୁ ଏହା ହିଁ କୁହନ୍ତି।
8
“ସେ ଆମ୍ଭକୁ ସେହି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫେରାଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭେମାନେ ତାଙ୍କର ଗୌରବ। କାରଣ ଯିଏ ତୁମ୍ଭର କ୍ଷତି କରୁଛି ସେ ସେହି ଲୋକପାଇଁ କ୍ଷତି କରୁଛି ଯିଏ ପରମେଶ୍ୱରଙ୍କ ପାଇଁ ମୂଲ୍ୟବାନ।
9
ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ। କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସେମାନଙ୍କ ବିରୁଦ୍ଧରେ ଉଠାଇବା ଏବଂ ସେହି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ୱାରା ଲୁଟିତ ହେବେ।” ତା’ପରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ ମୋତେ ପଠାଇଥିଲେ।
10
ସଦାପ୍ରଭୁ କୁହନ୍ତି, “ହେ ସିୟୋନର କନ୍ୟା ଆନନ୍ଦରେ ଚିତ୍କାର କର ଏବଂ ଖୁସୀ ହୁଅ। କାରଣ ତୁମ୍ଭ ସହିତ ନଗରରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।
11
ସେହି ଦିନରେ, ଅନେକ ଦେଶର ଲୋକମାନେ ପରମେଶ୍ୱରଙ୍କ ନିକଟକୁ ଆସିବେ। ସେମାନେ ଆମ୍ଭର ଲୋକ ହେବେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ ବାସ କରିବା।” ସେତେବେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମୋତେ ତୁମ୍ଭ ନିକଟକୁ ପ୍ରେରଣ କରିଛନ୍ତି।
12
ସେହି ପବିତ୍ର ଭୂମିରେ ଯିହୁଦା ପରମେଶ୍ୱରଙ୍କର ଅଂଶ ହେବ। ସଦାପ୍ରଭୁ ପୁନର୍ବାର ଯିରୁଶାଲମକୁ ତାଙ୍କର ସ୍ୱତନ୍ତ୍ର ନଗରରୂପେ ବାଛିବେ।
13
ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 3 →
All chapters:
1
2
3
4
5
6
7
8
9
10
11
12
13
14