bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Matthew 10
Matthew 10
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 11 →
1
ଯୀଶୁ ତାଙ୍କର ବାରଣ ଶିଷ୍ୟଙ୍କୁ ଡାକି ଭୂତ ଛଡ଼ାଇବା ପାଇଁ ଓ ସବୁ ପ୍ରକାର ରୋଗ ବ୍ୟାଧି ସୁସ୍ଥ କରିବା ପାଇଁ ଶକ୍ତି ପ୍ରଦାନ କରି ସେମାନଙ୍କୁ ପ୍ରେରଣ କଲେ।
2
ସେହି ବାରଜଶ ପ୍ରେରିତ ଶିଷ୍ୟଙ୍କ ନାମ ହେଲା-ଶିମୋନ (ପିତର ନାମରେ ମଧ୍ୟ ପରିଚିତ) ଓ ତାଙ୍କ ଭାଇ ଆନ୍ଦ୍ରିୟ; ଜେବଦିଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ;
3
ଫିଲିପ, ବାର୍ଥଲୋମି, ଥୋମା ଓ କରଆଦାୟକାରୀ ମାଥିଉ;ଥଦ୍ଦିୟ, ଆଲଫିଙ୍କ ପୁତ୍ର ଯାକୁବ;
4
ଦେଶପ୍ରେମୀ ଶିମୋନ ଓ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଇଷକୋରିୟଥ୍ ଯିହୁଦା।
5
ଯୀଶୁ ଏମାନଙ୍କୁ ପଠାଇବାବେଲେ ନିର୍ଦ୍ଦେଶ ଦେଇ କହିଲେ, “ତୁମେ ଅଶଯିହୁଦୀ ଦେଶକୁ ଯାଅ ନାହିଁ। କୌଣସି ଶମିରୋଣୀୟ ସହରକୁ ମଧ୍ୟ ଯାଅ ନାହିଁ।
6
ବରଂ ହଜି ଯାଇଥିବା ମେଣ୍ଢା ସଦୃଶ ଈଶ୍ରାୟେଲମାନଙ୍କ ନିକଟକୁ ଯାଅ।
7
ସେମାନଙ୍କ ମଧ୍ୟରେ ପ୍ରଚାର କରି କୁହ; ‘ସ୍ୱର୍ଗରାଜ୍ୟ ସମାଗତ’!
8
ବ୍ୟାଧିଗ୍ରସ୍ତ ଲୋକଙ୍କୁ ସୁସ୍ଥ କର, ମୃତବ୍ୟକ୍ତିମାନଙ୍କୁ ପୁନର୍ଜୀବିତ କର, କୁଷ୍ଟୀମାନଙ୍କୁ ରୋଗ ମୁକ୍ତ କର, ଗୂତ ଛଡ଼ାଅ। ଯାହା ବିନା ମୂଲ୍ୟରେ ପାଇଛ, ତାହା ଅନ୍ୟମାନଙ୍କୁ ବିନା ମୂଲ୍ୟରେ ଦାନ କର।
9
“ ସାଙ୍ଗରେ ସୁନା, ରୂପା ବା ପଇସା ନିଅ ନାହିଁ,
10
କିମ୍ବା ଭିଷା ଥଳି ଧରି ବୁଲ ନାହିଁ। ଖଣ୍ଡେ ଅଧିକ ପୋଷାକ, ଜୋତା ବା ବାଡ଼ି ମଧ୍ୟ ନିଅ ନାହିଁ। କର୍ମୀ ତା’ର ପ୍ରାପ୍ୟ ପାଇବା ପାଇଁ ହକ୍ଦାର୍।
11
“ଗୋଟିଏ ସହର ବା ଗ୍ରାମରେ ପହଞ୍ଚିବା ପରେ ସେଠାରେ କିଏ ତୁମର କରିବ, ସେ କଥା ବୁଝି ତୁମେ ଅନ୍ୟତ୍ର ଯିବା ପଯ୍ୟନ୍ତ ତାଙ୍କ ଘରେ ରହିଯାଅ।
12
ଗୋଟିଏ ଘରେ ପ୍ରବେଶ କଲାବେଳେ ସେଠାରେ ଥିବା ଲୋକମାନଙ୍କୁ ଅଭିବାଦନ କରି କୁହ, ‘ତୁମମାନଙ୍କର ଶାନ୍ତି ହେଉ’।
13
ସେମାନେ ଯଦି ତୁମକୁ ସ୍ୱାଗତ କରନ୍ତି, ସେମାନେ ପ୍ରତି ତୁମର ଶୁଭେଚ୍ଛା ସଫଳ ହେବ। କିନ୍ତୁ ଯଦି ସେମାନେ ସ୍ୱାଗତ କରନ୍ତି, ତୁମର ଶୁଭେଚ୍ଛା ପ୍ରତ୍ୟାହାର କରି ନିଅ।
14
ଯଦି କୌଣସି ଗୃହରେ ବା ସହରେ ତୁମକୁ ଲୋକେ ଗ୍ରହଣ କରନ୍ତି ନାହିଁ, ପାଦରୁ ଧୂଳି ଝାଡ଼ିଦେଇ ସେ ସ୍ଥାନ ପରିତ୍ୟାଗ କର।
15
“ମୁଁ ତୁମକୁ ନିଶ୍ଚିମଭାବେ କହୁଛି, ବିଚାର ଦିନରେ ଏମାନଙ୍କଠରୁ ସଦୋମ ଗମୋଚାର ଲୋକମାନଙ୍କ ପ୍ରତି ଈଶ୍ୱର ଅଧିକ ଅନୁଗ୍ରହ ଦେଖାଇବେ।
16
“ଶୁଣ, ମେଣ୍ଡାମାନଙ୍କୁ ବାଘ ମୁହଁକୁ ଠେଲିଦେଲା ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି। ସୁତଚାଂ ତୁମେ ସର୍ପ ନରି ସତର୍କ ରୁହ, କିନ୍ତୁ କପୋତ ପରି ଅମାୟିକ ହୁଅ।
17
ସଜାଗ ରୁହ-କାରଣ ଲୋକେ ତୁମ୍ଭମାନଙ୍କୁ ଗିରଫ କରି ବିଚାରାଳୟରକୁ ନେଇଯିବେ। ସମାଜ ଗୃହମାନଙ୍କରେ ସେମାନେ ତୁମକୁ ଚାବୁକ ମାରିବେ।
18
“ମୋ’ ଲାଗି ତଚମେ ରାଜା ସ ଶାସକମାନଙ୍କ ସମ୍ମୁଖକୁ ଅଣାଯାଇ ବିଚାରିତ ହେବ। ଏହା ଦ୍ୱାରା ସେମାନଙ୍କୁ ଓ ଅନ୍ୟ ଜାତିର ଲୋକମାନଙ୍କୁ ଶୁଭବାର୍ତ୍ତା ଶୁଣାଇବା ପାଇଁ ଅବକାଶ ପାଇବ।
19
ତୁମ୍ଭମାନଙ୍କର ବିଚାର ହେବାବେଳେ କ’ଣ କହିବ ଓ କିପରି କହିବ, ଏ ବିଷୟରେ ଚିନ୍ତିତ ହୁଅ ନାହିଁ।
20
ଠିକ୍ ସମୟରେ ତାହା ତୁମ୍ଭମାନଙ୍କୁ ଜଣାଇ ଦିଆଯିବ। କାରଣ ତୁମକୁ ନିଜେ କିଛି କହିବାକୁ ପଡ଼ିବ ନାହିଁ। ପିତା ଈଶ୍ୱରଙ୍କର ପବିତ୍ର ଆତ୍ମା ତୁମ ମୁଖଦେଇ କଥା କହିବେ।
21
“ଲୋକେ ନିଜ ଭାଇମାନଙ୍କୁ ମୃତ୍ୟଦଣ୍ଡ ଲେଗିବା ପାଇଁ ଧରାଇ ଦେବେ। ନତା ମଧ୍ୟ ନିଜ ସନ୍ତାନମାନଙ୍କ ପ୍ରତି ସେହିପରି ବ୍ୟବହାର କରିବେ। ପୁତ୍ର କନ୍ୟାମାନେ ସେମାନଙ୍କର ପିତାମାତାଙ୍କ ବିରୁଦ୍ଧରେ ଯାଇ, ସେମାନଙ୍କୁ ବଧ କରାଇବେ।
22
ମୋ’ ଲାଗି ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ; କିନ୍ତିୁ ଯେ କେହି ଶେଷ ପଯ୍ୟନ୍ତ ସ୍ଥିର ରହିବ, ସେ ମୁକ୍ତି ପାଇବ।
23
ଗୋଟିଏ ସହରରେ ତୁମ୍ଭେମାନେ ଉତ୍ପୀଡ଼ିତ ହେଲେ ଅନ୍ୟ ସହରକୁ ପଳାଇ ଯାଅ। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମ୍ଭମାନେ ଇଶ୍ରାୟେଲର ସବୁ ସହରରେ କାର୍ଯ୍ୟ ଶେଷ କରିବା ପୂର୍ବରୁ ମନୁଷ୍ୟ ପୁତ୍ର ଫେରି ଆସିଥବେ।
24
“କୌଣସି ଶିଷ୍ୟ ତା’ର ଗୁରୁଠାରୁ ବଡ଼ ନୁହେଁ। ମାଲିକଠାରୁ ଦାସ ଶ୍ରେଷ୍ଠ ନୁହେଁ।
25
ସୁତରାଂ ଶିଷ୍ୟ ଗୁରୁ ପରି ଓ ଦାସ ମାଲିକ ପରି ହୋଇପାରିଲେ ସେମାନେ ସେତିକିରେ ସନ୍ତୁଷ୍ଠ ହେବା ଉଚିତ୍। ଗୋଟିଏ ପରିବାରର କର୍ତ୍ତାକୁ ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି, ପରିବାରର ଅନ୍ୟମାନଙ୍କୁ ଆହୁରି କେତେ କୁସ୍ଥିତ ନାମ ନ ଦେବେ?
26
“ସେଥିପାଇଁ ମନୁଷ୍ୟମାନଙ୍କୁ ଭୟ କର ନାହିଁ। ଯାହା ଏବେ ଆବୃତ ହୋଇ ରହିଛି, ତାହା ଅନାବୃତ ହେବ ଏବଂ ସବୁ ଗୋପନ କଥା ପ୍ରକାଶ ପାଇବ।
27
ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାର ସମୟରେ କହୁଛି, ତାହା ଦିବାଲୋରେ ପ୍ରକାଶ କର ଏବଂ ଯାହା ନିଭୃତରେଶୁଣିଛ, ତାହା ଘର ଉପରୁ ଘୋଷଣା କର।
28
ଯେଉଁମାନେ କେବଳଶରୀରକୁ ବିନଷ୍ଟ କରନ୍ତି, କିନ୍ତୁ, କିନ୍ତୁଆମାôର କିଛି କ୍ଷତି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ବରଂ ଯେଉଁ ଈଶ୍ୱର ତୁମର ଶରୀର ଓ ଆତ୍ମା ଉଭୟକୁ ନରକରେ ଧ୍ୱଂସ କରିପାରନ୍ତି, ତାଙ୍କୁ ଭୟ କର।
29
ପଇସାଟିଏ ଦେଇ ଦୁଇଟି ଘର ଚଟିଆ କିଣି ପାରିବ, କିନ୍ତି ପିତା ଈଶ୍ୱରଙ୍କ ବିନାନୁମତିରେ ଗୋଟିଏ ଘର ଚଟିଆ ତଳେ ପଡ଼େ ନାହିଁ।
30
ଆଉ ବୁଝିରଖ, ତମ ମୁଣ୍ଡର କେଶ ମଧ୍ୟ ଗଣା ହୋଇଛି।
31
ଭୟ କର ନାହିଁ, ଅନେକ ଘର ଚଟିଆଠାରୁ ତୁମର ମୂଲ୍ୟ ଢେର ବେଶୀ।
32
“ଯେ କେହି ପ୍ରକାଶ୍ୟରେ ମୋତେ ପ୍ରଭୁ ବୋଲ ମୁଁ ସ୍ୱୀକାର କରେ, ମୋର ସ୍ୱର୍ଗସ୍ଥ ପିତାଙ୍କ ସମ୍ମୁଖରେ ତାକୁ ମୋର ଶିଷ୍ୟ ବୋଲି ମୁଁ ସ୍ୱୀକାର କରିବି।
33
କିନ୍ତୁ ଯେ କେହି ପ୍ରକାଶ୍ୟରେ ମେତେ ପ୍ରତ୍ୟାଖ୍ୟାନ କରେ, ତାକୁ ମୁଁ ମଧ୍ୟ ମୋ’ ପିତାଙ୍କ ସମ୍ମ୍ରୁେ ପ୍ରତ୍ୟାଖ୍ୟାନ କରିବି।
34
“ମୁଁ ଜଗତରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆସିଛି ବୋଲି ମନେକର ନାହିଁ। ନା, ମୁଁ ଶାନ୍ତି ଆଣିବାକୁ ଆସି ନାହିଁ-ଖଡ଼୍ଗ ନେଇ ଆସିଛି।
35
ମୋ’ ଲାଘି ପୁଅ ବାପାର କରିବ, ଝିଅ ମାଆର ବିରୋଧ କରିବ ଏବଂ ଶାଶୁ ବିରୁଦ୍ଧରେ ବୋହୁ ବାହାରିବ।
36
“ଯେ କେହି ନିଚ ପରିବାରର ଲୋକେ ଜଣକର ସବୁଠାରୁ ବଡ଼ ଶତ୍ରୁ ହେବେ।
37
“ଯେ କେହି ନିଜବାପା ବା ମାଆକୁ ମୋ’ ଅପେକ୍ଷା ଅଧିକ ସ୍ନେହ କରେ, ସେ ମୋହର ଶିଷ୍ୟ ହେବାକୁ ଅଯୋଗ୍ୟ। ଯେ କେହି ନିଜ ପୁଅ ବା ଝିଅ ପ୍ରତିଅଧିକ ଅନୁରକ୍ତ, ସେ ମୋହର ଶିଷ୍ୟ ହେବା ପାଇଁ ଯୋଗ୍ୟ ନୁହେଁ।
38
ଯେ କେହି ନିଜ କ୍ରୁଶ ବହନ କରି ମୋତେ ଅନୁସରଣ କରେ ନାହିଁ, ସେ ମୋହର ଶିଷ୍ୟ ହେବାକୁ ଯୋଗ୍ୟ ନୁହେଁ।
39
ଯେ କେହି ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ; ବରଂ ଯେ ମୋ’ପୋଇଁ ନିଜ ଜୀବନକୁ ଉତ୍ସର୍ଗ କରେ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।
40
“ଯିଏ ତୁମ୍ଭମାନଙ୍କୁ ସ୍ୱାଗତ କରେ, ସେ ମୋ’ ପ୍ରତି ତାହା କରେ ଏବଂ ଯିଏ ମୋର ସ୍ୱାଗତ କରେ, ସେ ମୋ’ ପ୍ରେରଣକାରୀଙ୍କ ପ୍ରତି ତାହା କରେ।
41
ଯେ କେହି ଜଣେ ଭାବବାସୀକୁ ଈଶ୍ୱରଙ୍କ ବାର୍ତ୍ତାବହ ରୂପେ ସ୍ୱାଗତ କରେ, ସେ ସେହି ଭାବବାଦୀଙ୍କ ପୁରସ୍କାରରେ ଅଂଶୀ ହେବ; ଏବଂ ଯେ କେହି ଜଣେ ସାଧୁ ବ୍ୟକ୍ତିକୁ ତା’ର ସାଧୁତା ଯୋଗୁ ଅଭ୍ୟର୍ଥନା କରେ, ସେହି ବ୍ୟକ୍ତିର ପୁରସ୍କାରରେ ସେ ଭାଗୀଦାର ହେବ।
42
ଯେ କେହି ମୋର ଜଣେ ସବୁଠାରୁ ପ୍ରିୟ ଶିଷ୍ୟକୁ ଗିପାଏ ଥଣ୍ଡା ପାଣି ଦିଏ, ସେ ନିଶ୍ଚୟ ପୁରସ୍କୃତ ହେବ।”
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28