bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Matthew 12
Matthew 12
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 13 →
1
ଏହାର କିଛି ଦିନ ପରେ ଗୋଟିଏ ବିଶ୍ରାମବାର ଦିନରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାଙ୍କ ଶିଷ୍ୟମାନେ ଭୋକ ହେବାରୁ ସେମାନେ କେଣ୍ଡାରୁ ଶସ୍ୟ ଛିଣ୍ଡାଇ ଖଶଇବାକୁ ଲାଗିଲେ।
2
ଫାରୁଶୀମାନେ ଏହା ଦେଖି ଲୋକମାନଙ୍କୁ କହିଲେ, “ଦେଖ, ବିଶ୍ରାମ ବାରରେ ତୁମ ଶିଷ୍ୟମାନେ କିପରି ଶାସ୍ତ୍ରବିରୁଦ୍ଧ କାର୍ଯ୍ୟ କରୁଛନ୍ତି?”
3
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦିନେ ଦାଉଦ ଓ ତାଙ୍କ ଅନୁଚରମାନେ କ୍ଷୁଧାର୍ତ୍ତ ହେଲା ବେଳେ ଦାଉଦ କ’ଣ କଲେ, ତୁମ୍ଭେମାନେ ଶାସ୍ତ୍ରରେ ପଢ଼ି ନାହିଁ?
4
ସେମାନେ ସେଦିନ ମନ୍ଦିର ଭିତରକୁ ଯାଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ରୋଟୀ ଖାଇଲେ। ଶାସ୍ତ୍ର ଅନୁଯାୟୀ ପୁରୋହିତଙ୍କ ଛଡ଼ା ସେହି ରୋଟୀ ଖାଇବା ପାଇଁ ଅନ୍ୟ କାହାର ଅଧିକାର ନ ଥିଲା।
5
ତୁମ୍ଭେମାନେ କ’ଣ କଢ଼ି ନାହିଁ? ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ପୁରୋହିତମାନେ ବିଶ୍ରାମ ବାରରେ ମନ୍ଦିର ଭିତରେ ପୌରୋହିତ୍ୟ କରିବା ଦ୍ୱାରା ବିଶ୍ରାମବାର ନିୟମ ଲଘଂନ କରୁଥିଲେ ସୁଦ୍ଧା ସେଥିପାଇଁ ସେମମାନେ ଦୋଷୀ ବିବେଚିତ ହୁଅନ୍ତି ନାହିଁ?
6
ମୁଁ ତୁମ୍ଭମାନଙ୍କୁ କହୁଛି, ମନ୍ଦିରଠାରୁ ମହତ୍ତର ବିଷୟ ଆଜି ଏଠାରେ ଅଛି।
7
”ଶାସ୍ତ୍ର କହେ, ‘ମୁଁ ଚାହେଁ ଦୟା, ବଳିଦାନ ନ୍;ହଁ; ଏ କଥାର ଅର୍ଥ ଯଦି ପ୍ରକୃତରେ ବୁଝିଥ।।ନ୍ତି, ଏହି ନିର୍ଦ୍ଧାଷ ଲୋକମାନଙ୍କୁ ତୁମ୍ଭେମାନେ ଦୋଷୀ କରନ୍ତି ନାହିଁ।
8
ବୁଝିରଖ, ମନୁଷ୍ୟ ପୁତ୍ର ସ୍ୱୟଂ ବିଶ୍ରାମବାରର କର୍ତ୍ତା।”
9
ଯୀଶୁ ସେ ସ୍ଥାନରୁ ଯାଇ ସମାଜ ଗୃହରେ ପ୍ରବେଶ କଲେ।
10
ଗୋଟିଏ ହାତ ଅଜଳ ହୋଇଥିବା ଜଣେ ଲୋକ ସେଠାରେ ଥିଲା। ଯୀଶୁଙ୍କ ଦୋଷ ଧରିବା ପାଇଁ ଦଳେ ଲୋକ ସେଠାରେ ଜଗି ରହିଥିଲେ। ସେମାନେ ଯୀଶୁଙ୍କୁ ପଚାରିଲେ, “ବିଶ୍ରାମ ବାରରେ ସୁସ୍ଥ କରିବା ଆମ ଶାସ୍ତ୍ର ବିରୁଦ୍ଧ ପୁହେଁ କି?”
11
ଯୀଶୁ ଉତ୍ତର ଦେି କହିଲେ, “ବିଶ୍ରାମବାରରେ ଯଦି ତୁମର ମେଣ୍ଢାଟିଏ ଗହୀରିଆ ଖାଇରେ ପଡ଼ିଯାଏ, ତୁମେ ତାକୁ ଉଠାଇ ଆଣିବ ନାହିଁ କି?
12
ଜଣେ ମନୁଷ୍ୟର ମୂଲ୍ୟ ଗୋଟିଏ ମେଣ୍ଢାର ମୂଲ୍ୟ ଅପେକ୍ଷା ଢ଼େର ବେଶୀ। ଅତଏବ ବିଶ୍ରାମବାରରେ ଅନ୍ୟକୁ ସାହାଯ୍ୟ କରିବା ଆମ ଶସ୍ତ୍ରସମ୍ମତ କାର୍ଯ୍ୟ।”
13
ଏହା କହି ସେ ହାତ ଅଚଳ ହୋଇଥିବା ଲୋଟିକୁ କହିଲେ, “ହାତ ସଳଖ କର।” ଲୋକଟି ହାତ ସଳଖ କରିବାକ୍ଷଣି ସେହି ହାତଟି ଅନ୍ୟ ହାତ ପରି ସୁସ୍ଥ ହୋଇଗଲା।
14
ଏହାପରେ ଫାରୁଶୀମାନେ ସେ ସ୍ଥାପରୁ ବାହାରିଯାଇ ଯୀଶଉଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲେ।
15
ତାଙ୍କ ବିରୁଦ୍ଧରେ ହେଉଥିବା ଷଡ଼ଯନ୍ତ୍ର କଥା ଶୁଣି ଯୀଶଉ ସେ ଅଞ୍ଚଳ ଛାଡ଼ି ଅନ୍ୟଆଡ଼େ ଚାଲିଗଲେ। କିନ୍ତୁ ଅନେକ ଲେଶକ ତାଙକ ପଛେ ପଛେ ଗଲେ।
16
ଯୀଶୁ ରୋଗୀମାନଙ୍କୁ ସୁସ୍ଥଇ କରୁଥିଲେ, କିନ୍ତୁି ତାଙ୍କ ବିଷୟ;ର ଅନ୍ୟମାନଙ୍କୁ କିଛି ନ କହିବା ପାଇଁ ସେମାପଙ୍କୁ ଆଦେଶ ଦେଉଥଲେ।
17
ଏହାଦ୍ୱାରା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଈଶ୍ୱର ଯେଉଁ କଥା ଶଉଣାଇଥିଲେ, ତାହା ସଫଳ ହେଲା:
18
“ଏହି ମୋର ମନୋନୀତ ଦେବକ, ତାକୁ ମୁଁ ଭଲ ପାଏ, ତା’ ପ୍ରତି ମୁଁ ସନ୍ତୁଷ୍ଟ। ମୋର ଆତ୍ମା ତା’ ଉପରେ ଅବତରଣ କରିବ; ସବୁ ଜାତି ନିକଟରେ ସେ ମୋ’ ନ୍ୟାୟ ବିଚାର ଘୋଷଣା କରିବ।
19
ସେ ଯୁକ୍ତିତର୍କ କରିବ ନାହିଁ କି ଚିତ୍କାର କରିବ ନାହିଁ, ରାସ୍ତା ମଝିରେ ଛିଡ଼ାହୋଇ ଉଚ୍ଛ ସ୍ୱରରେ ଭାଷଣ ଦେବ ନାହିଁ।
20
ଦୁର୍ବଳମାନଙ୍କ ପ୍ରତି ସେ କୋମଳ ବ୍ୟବହାର କରିବ ଏବଂ ଅସହାୟମାନଙ୍କୁ ଦୟା କରିବ। ନ୍ୟାୟ ପ୍ରତିଷ୍ଠିତ ହେବା ପର୍ଯ୍ୟନ୍ତ ସେ ତା’ ସାଧନାରୁ ନିବୃତ୍ତ ହେବ ନାହିଁ।
21
ତା’ ଉପରେ ସବୁ ଜାତିର ଲୋକେ ଭରସା ରଖିବେ।”
22
ତା’ପରେ ଦିନେ ଲୋକେ ଗୋଟିଏ ଅନ୍ଧ ଓ ମୂକକୁ ନେଇ ଆସିଲେ। ସେ ଭୂତଗ୍ରସ୍ତ ହୋଇଥିବାରୁ କଥା କହିପାରୁ ନ ଥିଲା। ଯୀଶୁ ତାକୁ ସୁସ୍ଥ କଲେ। ସେ ଦେଖି ପାରିଲା ଓ କଥା କହି ପାରିଲା।
23
ଯୀଶୁଙ୍କର ଏହି କାର୍ଯ୍ୟରେ ଲୋକେ ବିସ୍ମିତ ହୋଇ ପ୍ରଶ୍ନ କଲେ, “ଏ କ’ଣ ସେହି ଦାଉଦ-ବଂଶଜ?”
24
ଫାରୁଶୀମାନେ ଏହାଶଉଣି କହିଲେ, “ସେ ପ୍ରେତପତି ବାଆଲଜିବୂଲଠାରୁ ଶକ୍ତି ପାଇ ଭୂତ ଛଡ଼ାଉଛି।”
25
ସେମାନେ କ’ଣ ଚିନ୍ତା କରୁଛନ୍ତି ଯୀଶଉ ଜଣାପାରି କହିଲେ, “ଗୋଟଏ ଦେଶର ଲୋକେ ଭିନ୍ନ ଭନ୍ନ ଦଳରେ ବିଭକ୍ତ ହୋଇ ପରସ୍ପର ଭିତରେ ଲଢ଼େଇ କଲେ, ସେ ଦେଶ ଦିନ ତିଷ୍ଠି ପାରିବ ନାହିଁ। କୌଣସି ସାହର ବା ପରିବାର ଭିତରେ ବିଭିନ୍ନ ଦଳ ସୃଷ୍ଟି ହୋଇ କଳି କନ୍ଦଳ ଲାଗିଲେ, ସେମାନେ ଶୀଘ୍ର ଛାରଖାର ହୋଇଯିବେ।
26
ତାହାହେଲେ, ଶୟତାନ ରାଜ୍ୟରେ ଯଦି ଗୋଟିଏ ଦଳ ଅନ୍ୟ ଦଳ ବିରୁଦ୍ଧରେ ଲଢ଼ୁଛି, ଜାଣିବାକୁ ହେବ ଯେ ତାହା ଖଣ୍ଡ ବିଖଣ୍ଡ ହୋଇ ଅଚିରେ ଧ୍ୱଂସ ପାଇବ।
27
ତୁମ୍ଭେମାନେ କହୁଛ, ମୁଁ ବାଆଲଜିବୂଲ୍ର ଶକ୍ତିରେ ପ୍ରେତାତ୍ମାମାନଙ୍କୁ ବିତାଡ଼ିତ କରୁଛି। ତେବେ ସେମାନଙ୍କୁ ତଡ଼ିଦେବା ପାଇଁ ତୁମ ଶିଷ୍ୟମାନଙ୍କୁ କିଏ ଶକ୍ତି ଦେଉଛି? ତୁମ ଶିଷ୍ୟମାନଙ୍କର ଏହି କାର୍ଯ୍ୟ ଦ୍ୱାରା ତୁମ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହେଉଛି।
28
ଭୂତ ଛଡ଼ାଇବା ଶକ୍ତି ମୁଁ ବାଆଲଜିବୁଲ୍ଠାରୁ ପାଇ ନାହିଁ। ଈଶ୍ୱରଙ୍କ ଆତ୍ମାଙ୍କଠାରୁ ତାହା ମୁଁ ପାଇଛି। ଏହାଦ୍ୱାରା ଆଉ ଗୋଟିଏ ବିଷୟ ପ୍ରମାଣିତ ହେଉଛି-ସ୍ୱର୍ଗରାଜ୍ୟ ତୁମ୍ଭମାନଙ୍କ ନିକଟକୁ ଆସି ଗଲାଣି।
29
“ଗୋଟିଏ ବଳବାନ୍ ଲୋକକୁ ଆଗେ ବାନ୍ଧି ନ ପକାଇଲେ, କେହି ତା’ ଘରେ ଜବରଦସ୍ତ ପଶି ତା’ର ସମ୍ପତ୍ତି ଲୁଟ ନେଇ ପାରିବ ନାହିଁ।
30
ଯେ ମୋ’ ସପକ୍ଷରେ ନାହିଁ, ସେ ପ୍ରକୃତରେ ମୋ’ ବିରୁଦ୍ଧରେ ଅଛି। ଯେ ମୋ’ ସହିତ ମିଶି ସଂଗ୍ରହ କରୁନାହିଁ, ସେ ବାସ୍ତବିକ ବିକ୍ଷିପ୍ତ କରୁଛି।
31
ଅତଏବ ମୁଁ ତୁମ୍ଭମାନଙ୍କୁ କହୁଛି, ମନୁଷ୍ୟ ଯେ କୌଣସି ପାପ କରୁ ବା ଅସତ୍ କଥା କହୁ, ସେଥିପାଇଁ ତାକୁ କ୍ଷମା ଦିଆଯାଇପାରେ। କିନ୍ତୁ ଯଦି କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କିଛି କହେ, ତା’ର କ୍ଷମା ନାହିଁ।
32
କେହି ମନୁଷ୍ୟପୁତ୍ର ବିରୁଦ୍ଧରେ କିଛି କହିଲେ, ସେ କ୍ଷମା ପାଇପାରେ। କିନ୍ତୁ ଯେ କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କହେ, ସେ ବର୍ତ୍ତମାନ ବ ଭବିଷ୍ୟତରେ କେବେହେଲେ କ୍ଷମା ପାଇବ ନାହିଁ।
33
“ଭଲ ଫଳ ଧରିବା ପାଇଁ ଗଛଟି ବଳିଷ୍ଠ ହେବା ଦରକାର। ଦୁର୍ବଳ ଗଛରେ ନିକୃଷ୍ଠ ଫଳ ହୁଏ। ଗଛଟି କି ପ୍ରକାର, ତା’ ଫଳ ଦ୍ୱାରା ଜଣାପଡ଼େ।
34
ଆରେ ସର୍ପପରି ଖଳଲୋକେ! ନିଜେ ଖଳ ହୋଇ ତୁମ୍ଭେମାନେଳ କ’ଣ ଭଲ କଥା କହି ପାରିବ? ହୃଦୟର ଭାବ ମୁଖ ଦେଇ ପ୍ରକାଶ ପାଏ।
35
ଜଣେ ଭଲ ଲୋକ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ ହୋଇଥିବା ତା’ ଭଣ୍ଡାରରୁ ଉତ୍ତମ ଚିନିମଷ ବାହାର କରି ଆଣେ। ଜଣେ ଖଳ ପ୍ରକୃତିର ଲୋକ ଖରାପ ଜିନିଷ ବାହାର କରି ଆଣେ।
36
“ତୁମେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ତୁମକୁ କୈଫିୟତ୍ ଦେବାକୁ ପଡ଼ିବ।
37
“ତୁମ କଥା ଦ୍ୱାରା ତୁମେ ବିଚାରିତ ହୋଇ ନିର୍ଦ୍ଦୋଷ ବା ଦୋଷୀ ସାବ୍ୟସ୍ତ ହେବ।”
38
ଦିନେ କେତେକ ଫାରୁଶୀ ଓ ଧର୍ମଗୁରୁ ଯୀଶଉଙ୍କୁ କହିଲେ, “ଗୁରୁ, ଆପଣଙ୍କର ଗୋଟିଏ ଅଲୌକିକ କାର୍ଯ୍ୟ ଦେଖିବାକୁ ଆମେ ଚାହୁଁଛୁ।”
39
ଯୀଶଉ ବିସ୍ମୟ ପ୍ରକାଶ କରି କହିଲେ, “ଏ ଯୁଗର ଲୋକମାନେ କେଡ଼େ ଦୁଷ୍ଟ ଓ ଈଶ୍ୱର ଅବିଶ୍ୱାସୀ। ତୁମ୍ଭେମାନେ ମୋତେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଦେଖାଇବାକୁ କହୁଛ? କେବଳ ଭାବବାଦୀ ଯୂପସଙ୍କ ଜୀବନରେ ଘଟିଥିବା ଆଶ୍ଚର୍ଯ୍ୟ କର୍ମ ହିଁ ତୁମ୍ଭମାନଙ୍କୁ ଦେଖାଇ ଦିଆଯିବ।
40
“ଯୁନସ ଯେପରି ମାଛ ପେଟରେ ତିନି ଦିନ ଓ ତିନି ରାତି ରହିଥିଲେ, ସେହିପରି ମନୁଷ୍ୟପୁତ୍ର ମଧ୍ୟ ଭୂଗର୍ଭରେ ତିନି ଦିନ ଓ ତିନି ରାତି ଅତିବାହିତ କରିବେ।
41
ବିଚାର ଦିନରେ ନିନିବୀର ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଠିଆ ହେବେ, କାରଣ ଯୂନସଙ୍କ ପ୍ରଚାର ଶୁଣି ସେମାନେ ପାପ ପଥରୁ ଫେରି ଆସିଲେ। ମୁଁ ତୁମ୍ଭମାନଙ୍କୁ କହୁଛି, ଯୂନସଙ୍କଠାରୁ ମହାନ୍ ଜଣେ ଏଠାରେ ଅଛନ୍ତି।
42
ବିଚାର ଦିନରେ ଶିବାର ରାଣୀ ତୁମ୍ଭମାନଙ୍କର ଦୋଷ ଦେଖାଇବା ନାଇଁ ଠିଆ ହେବେ, କାରଣ ଶଲୋମନଙ୍କ ଜ୍ଞାନପୂର୍ଣ କଥା ଶୁଣିବା ପାଇଁ ସୁଦୂର ଦେଶରୁ ସେ ଆସିତିଲେ; କିନ୍ତୁ ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ଶଲୋମନଙ୍କଠାରୁ ମହୀୟାନ ଜଣେ ଏରଡାରେ ଅଛନ୍ତି।
43
“ମନୁଷ୍ୟ। ଦେହରୁ ବାହାରି ଯିବା ପରେ ଗୋଟିଏ ପ୍ରେତାତ୍ମା ମରୁଞ୍ଚଳରେ ବିଚରଣ କରି ଆଉ ଗୋଟିଏ ଆଶ୍ରୟ ସ୍ଥଳ ଖୋଜେ।
44
ତା’ ନ ଉଚ୍ଛା କରେ। ଯଦି ଫେରିଯାଇ ଦେଖେ, ସେହି ଘର ସଫାସୁତ୍ରୁରା ହୋଇ ଖଶଲି ପଡ଼ିଛି,
45
ତା’ଠାରୁ ଆହୁରି ଦୁଷ୍ଟ ସାତ ଜଣେ ପ୍ରେରିତ ନିମନ୍ତ୍ରଣ କରି ଆ;ଣ ଏବଂ ସେମାନେ ସମସ୍ତେ ସେହି ଘରେ ବାସ କରନ୍ତି। ଏହାଦ୍ୱାରା, ସେହି ଭୂତଗ୍ରସ୍ତ ମନୁଷ୍ୟର ଶେଷ ଦଶା ପୂର୍ବ ଦଶା ଅପେକ୍ଷା ଅଧିକ ଶୋଚନୀୟ ହୁଏ। ଏହି ଯୁଗର ଖଳ ଲୋକମାନେ ଏହିପରି ଶୋଚନୀୟ ଦଶା ଭୋଗିବେ।”
46
ଯୀଶୁ ଲୋକମାନଙ୍କ ସହିତ କଥାବାର୍ତ୍ତା ହେବାବେଳେ ତାଙ୍କ ମାଆ ଓ ଭାଇମାନେ ସେହି ସ୍ଥାନରେ ପହଞ୍ଚି ତାଙ୍କୁ କିଛି କହତବା ପାଇଁ ବାହାରେ ଅପେକ୍ଷା କରି ତାଙ୍କୁ ଡକାଇଲେ।
47
ଜଣେ ଲୋକ ଆସି ଯୀଶୁଙ୍କୁ କହିଲା, “ଦେଖନ୍ତୁ, ଆପଣଙ୍କ ମାଆ ଓ ଭାଇମାନେ ଆପଣଙ୍କ ପାଇଁ ବାହାରେ ଅପେକ୍ଷା କରିଛନ୍ତି।”
48
ଯୀଶୁ ଉତ୍ତର ଦେଲେ, “କିଏ ମୋର ମାଆ ଓ କିଏ ମୋର ଭାଇ?”
49
ଶିଷ୍ୟମାନଙ୍କ ଆଡ଼କୁ ହାତ ଦେଖାଇ କହିଲେ, “ଏହିମାନେ ହେଉଛନ୍ତି ମୋର ମାଆ ଓ ଭାଇ।
50
ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଡ଼ନ କରେ, ସେ ମୋର ଭାଇ, ମୋର ଭଉଣୀ ଓ ମୋର ମାଆ।”
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28