bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Matthew 13
Matthew 13
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 14 →
1
ସେଦିନ ଯୀଶୁ ଘରୁ ବାହାରି ହ୍ରଦ କୂଳକୁ ଗଲେ। ସେଠାରେ ସେ ଶିକ୍ଷା ଦେବାକୁ ବସିଲେ।
2
ତାଙ୍କ ଚାରିପଟେ ଏତେ ଲୋକ ଭିଡ଼ ହେଲା ଯେ ସେ ଗୋଟିଏ ନୌକାରେ ଯାଇ ବସିଲେ। ଲୋକମାନେ ହ୍ରଦ କୂଳରେ ଠିଆ ହୋଇ ତାଙ୍କ କଥା ଶୁଣିଲେ।
3
ସେ ଗଳ୍ପ ଛଳରେ ସେମାନଙ୍କୁ ଅନେକ କଥା ଶିକ୍ଷା ଦେଲେ। ସେ କହିଲେ, “ଥରେ ଜଣେ ଲୋକ ବିହନ ବୁଣିବାକୁ ବାହିରିଲା।
4
ସେ କ୍ଷେତରେ ବିହନ ବୁଣିବାବେଳେ କେତେକ ବୀଜ ରାସ୍ତାଧାରରେ ପଡ଼ିଯିବାରୁ ପକ୍ଷୀମାନେ ଆସି ସେଗୁଡ଼ିକ ଖାଇଗଲେ।
5
ଆଉ କେତେ ବରଜ ଅତି ଅଳ୍ପ ମାଟି ବହଳ ନ ଥିବାରୁ ବୀଜ ଶୀଘ୍ର ଅଙ୍କୁରିତ ହେଲା।
6
କିନ୍ତୁ ତା’ର ମୂଳ ଗଭୀରକୁ ଯାଇ ନ ଥିବାରୁ ସୂର୍ଯ୍ୟ କିରଣରେ ତାହା ଶୁଖିଭଲା।
7
କେତେକ ବିହନ କଣ୍ଟା ବୁଦାରେ ପଡ଼ିଲା। ଏହି କଣ୍ଟାଗଛ ସବୁ ଚାରାଗୁଡ଼ିକୁ ଗ୍ରାସ କରି ପକାଇଲା।
8
କିନ୍ତୁ ଆଉ କେତେ ବିହନ ଭଲ ଜମିରେ ପଡ଼ି ଗଛ ହୋଇ ଫଳ ଧରିଲା। କେତେ ଶହେ ଗୁଣ, କେତେ ଷାଠିଏ ଗୁଣ ଓ କେତେ ତିରିଶ ଗୁଣ ଫଳିଲା।”
9
ଯୀଶୁ ଗଳ୍ପ ଶେଷ କରି କହିଲେ, “ଶୁଣିବା ପରି କାନ ଥିଲେ ଶଉଣ।”
10
ପରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଲୋକମାନଭ୍କୁ ଶିକ୍ଷା ଦେବାବେଳେ ଆପଣ କାହିଁକି ଗଳ୍ପ ଛଳରେ କହୁଛନ୍ତି?”
11
ଯୀଶୁ ଉତ୍ତର ଦେଲେ, “ସ୍ୱର୍ଗରାଜ୍ୟର ରହସ୍ୟ ବୁଛିବା ପାଇଁ ତୁମ୍ଭେମାନେ ଜ୍ଞାନ ପାଇଛ-ସେମାନେ ପାଇ ନାହାନ୍ତି।
12
ଯାହାର ଅଛି, ତାକୁ ଅଧିକ ଦିଆଯିବ ଏବଂ ସେଥିରେ ସେ ପ୍ରଚୁର୍ଯ୍ୟ ଲାଭ କରିବ। କିନ୍ତୁ ଯାହାର ନାହିଁ, ତା’ର ଯାହା କିଛି ଅଛି, ତାହା ମଧ୍ୟ କାଢ଼ି ନିଆଯିବ।
13
ସେମାନଙ୍କୁ ମୁଁ ଗଳ୍ପ ଛଳରେ ଶଇକ୍ଷା ଦେଉଛି। କାରଣ ସେମାନେ ଚାହିଁ ରହିଥାଆନ୍ତି, କିନ୍ତୁ କିଛି ଖେି ପାରନ୍ତି ନାହିଁ; ଶୁଣୁ ଥାଆନ୍ତି, କିନ୍ତୁ ବୁଛିନ୍ତି ନାହିଁ।
14
ଭାବବାଦୀ ଯିଶଇୟଙ୍କ ଭବିଷ୍ୟତ ବାଣୀ ସେମାନଙ୍କ ପ୍ରତି ପ୍ରଯୁଜ୍ୟ। ‘ଏହି ଲୋକମାନେ ଶୁଣି ଶୁଣି କିଛି ବୁଛନ୍ତି ନାହିଁ। ଚାହିଁ ରହିଥାନ୍ତି କିନ୍ତୁ ଦେଖି ପାରନ୍ତି ନାହିଁ।
15
କାରଣ ସେମାନେ ସ୍ଥଳ ବୁଦ୍ଧି। ସେମାନେ କାନ ବନ୍ଦ କରି ଦେଇଛନ୍ତି ଓ ଆଖି ବୁଜି ଦେଇଛନ୍ତି। ତା’ନ ହୋଇଥିଲେ ସେମାନେ ଦେଖି ପାରିଥାନ୍ତେ ଏବଂ ସେମାନେ ମୋ’ ନିକଟକୁ ଫେରି ଯାଆନ୍ତେ ଓ ସେମାନଙ୍କୁ ମୁଁ ସୁସ୍ଥ କରି ଦେଇଥାନ୍ତି। (ଏ କଥା ଈଶ୍ୱର କହିଛନ୍ତି)’
16
“ ତୁମ୍ଭେମାନେ କେଢ଼େ ଭାଗ୍ୟବାନ୍। ତୁମ୍ଭେମାନେ ଦେଖି ପାରୁଛ ଓ ଶୁଣି ପାରୁଛ।
17
ଏକଥା ନିଶ୍ଚିତଭାବେ ତୁମ୍ଭମାନଙ୍କୁ କହୁଛି, ଅନେକ ଭାବବାଦୀ ଓ ଈଶ୍ୱରପରାୟଣ ଲୋକ, ତୁମ୍ଭେମାନେ ଯାହା ଦେଖୁଛ; ତାହା ଦେଖିବା ପାଇଁ ଓ ଯାହା ଶଉଣୁଛ; ତାହା ଶଉଣିବା ପାଇଁ ଓ ଇଚ୍ଛା କରୁଥିଲେ, କିନ୍ତୁ ପାରିଲେ ନାହିଁ।
18
“ତେବେ ଶୁଣ, ବୀଜବୁଣାଳୀ ବୃଷ୍ଟାନ୍ତର ଅର୍ଥ କହୁଛି। ବୁଝିବାକୁ ଚେଷ୍ଟା କର।
19
ଯେଉଁମାନେ ସ୍ୱର୍ଗରାଜ୍ୟର ବାର୍ତ୍ତା ଶୁଣନ୍ତି, ସେମାନଙ୍କ ହୃଦୟରୁ ଶୟତାନ ତାହା କାଢ଼ି ନେଇ ଯାଇଥାଏ। ଗସ୍ତା କଡ଼ରେ ପଡ଼ିଥିବା ବିହନର ଏହା ହେଉଛି ତାତ୍ପର୍ଯ୍ୟ।
20
“ଯେଉଁମାନେ ବାର୍ତ୍ତା ଶଉଣଇବା ମାତ୍ରେ ଆଗ୍ରହରେ ଗ୍ରହଣ କରନ୍ତି, ତାହା ପଥୁରିଆ ସ୍ଥାନରେ ପଡ଼ିଥିବା ବୀଜପରି,
21
ସେମାନଙ୍କ ମନର ଗହୀରକୁ ଯାଇ ନ ଥିବାରୁ ସେମାନେ ତାକୁ ବେଶୀ ସମୟ ଧରି ରଖି ପାରନ୍ତି ନାହିଁ। ଏହି ବାର୍ତ୍ତା ଲାଗି ଯେତେବେଳେ କଷ୍ଟ ସ ତାଡ଼ନା ଆସେ, ସେମାନେ ଶୀଘ୍ର ତାକୁ ପରିତ୍ୟାଗ କରନ୍ତି।
22
କଣ୍ଟା ବୁଦା ଯେପରି କେତେକ ବୀଜକୁ ଗ୍ରାସ କରିଦିଏ, ସେହିପରି ଏହି ଜଗତର ଜଞ୍ଜାଳ ଓ ଧନ ସମ୍ପତ୍ତିର ଲାଳା କେତେକ ଲୋକଙ୍କଠାରେ ପହଞ୍ଚି ଥିବା ବାର୍ତ୍ତାକୁ ନଷ୍ଟ କରିଦିଏ ଏବଂ ସେମାନେ କୌଣସି ସୁଫଳ ପାଆନ୍ତି ନାହିଁ।
23
ଯେଉଁମାନେ ବାର୍ତ୍ତା ଶୁଣଇ ବୁଝନ୍ତି, ଭଲ ଜମିରେ କଡ଼ିଥିବା ବିହନ ପରି ତାହାର ସୁଫଳ ଲାଭ ଜମିରେ ପଡ଼ିଥିବା ବିହନ ପରି ତାହାର ସୁଫଳ ଲାଭ କରନ୍ତି। କେହି ପାଏ ଶହେ ଗୁଣ, କେହି ଷାଠିଏ ଗୁଣ ଓ କେହି ତିରିଶ ଗୁଣ।” ବାଳୁଙ୍ଗା ଦୃଷ୍ଟାନ୍ତ କଥା
24
ଯୀଶଉ ଆଉ ଗୋଟିଏ ଦୃଷ୍ଟାନ୍ତ କଥା କହତଲେ, “ସ୍ୱର୍ଗରାଜ୍ୟ ଏହିପରି-ଜଣେ ଲୋକ ତା’ କ୍ଷେତରେ ଭଲ ଗହମ ବହିନ ବୁଣଇଲା।
25
ଦିନେ ଗତିରେ ସେମାନେ ଶୋଇଥିବାବେଳେ ଗୋଟିଏ ଶତ୍ରୁ ଆସି ସେହି କ୍ଷେତରେ ଗୁଡ଼ିଏ ବାଳୁଙ୍ଗା ମଞ୍ଜି ବୁଣି ଦେଇ ଚାଲିଗଲା।
26
ଯେତେବେଳେ ଗଛସବୁ ବଢ଼ି କେଣ୍ଡା ବାହାରିଲା, ମଝିରେ ବାଳୁଙ୍ଗା ଦେଖାଗଲା।
27
ସେହି ଲୋକର ହଳିଆମାନେ ଆସି କହିଲେ, ‘ଆ, ଆପଣ ତ କ୍ଷେତରେ ଭଲ ମଞ୍ଜି ବୁଣିଥିଲେ, ବାଳୁଙ୍ଗାଗୁଡା କୁଆଡ଼ୁ ଆସିଲା?’
28
“ଜମି ମାଲିକ କହିଲେ, ‘ଜଣେ ଶତ୍ରୁ ଏହା କରିଛି।’ ସେମାନେ ପଚାରିଲେ, ‘ତେବେ ଆମେ ଯାଇ ସେଗୁଡ଼ାକୁ କ’ଣ ଉପାଡ଼ି ଦେବା?’
29
ମାଲିକ କହିଲେ, ‘ନା, ବାଳୁଙ୍ଗା ଉପାଡ଼ିବା ବେଳେ ହୁଏତ ଗହମ ଗଛ ଉପୁଡ଼ିଯିବ।
30
ଅମଳ ପର୍ଯ୍ୟନ୍ତ ଗହମ ଓ ବାଳୁଙ୍ଗା ଏକାଠି ବଢ଼ୁ। ସେତେବେଳେ କଟାଳିମାନଙ୍କୁ କହିବା, ସେମାନେ ଆଗେ ବାଳୁଙ୍ଗାଗୁଡ଼ିକ କାଟି, ବିଡ଼ା ବାନ୍ଧି ପୋଡ଼ି ଦେବେ। ତା’ପରେ ଗହମ ଅମଳ କରି ଖମାରରେ ରଖିବେ’।”
31
ଯୀଶୁ ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, “ଜଣେ ଲୋକ ତା’ କ୍ଷେତରେ ସୋରିଷ ପରି ଛୋଟ ମଞ୍ଜିଟିଏ ପୋତିଦେଲା।
32
ସେହି ମଞ୍ଜିଟି ସବୁଠାରୁ ଛାଟ ହେଲେ ସୁଦ୍ଧା ସେଥିରୁ ଯେଉଁ ଗଛ ହେଲା, କ୍ଷେତରେ ଅନ୍ୟ ସବୁ ଗଛ ଅପେକ୍ଷା ଅଧିକ ଉଚ୍ଚ ଓ ଗହଳିଆ ହେଲା ଏବଂ ତା’ ଉପରେ ଚଢ଼େଇମାନେ ବସା ବାନ୍ଧିଲେ। ସ୍ୱର୍ଗରାଜ୍ୟର ବୃଦ୍ଧି ଏହିପରି।”
33
ଆଉ ଥରେ ଯୀଶୁ ଉଦାହରଣ ଦେଇ କହିଲେ, “ଜଣେ ସ୍ତ୍ରୀଲୋକ ଟିକେ ଖମୀର ନେଇ ଅଧବସ୍ତା ପରିମାଣ ମଇଦାରେ ମିଶାଇଲା। ଯଥା ସମୟରେ ସବୁଯାକ ମଇଦା ତାଡ଼ିରେ ମିଶିଯାଇ ଫୁଲି ଉଠଇଲା। ସ୍ୱର୍ଗରାଜ୍ୟ ଏହିପରି ବୃଦ୍ଧି ପାଏ।”
34
ଯୀଶୁ ଏହିପରି ଦୃଷ୍ଟାନ୍ତ ଦେଇ ଶିକ୍ଷା ଦେଉଥିଲେ। ଦୃଷ୍ଟାନ୍ତ ନ ଦେଇ ସେ କୌଣସି ଶିକ୍ଷା ଦେଉ ନ ଥଲେ।
35
ଏହା ଦ୍ୱାରା ଭାବବାଦୀଙ୍କର ଏହି ଭବିଷ୍ୟବାଣୀ ସଫଳ ହେଲା। “ମୁଁ ଦୃଷ୍ଟାନ୍ତ ଛଳରେ ସେମାନଙ୍କ ସହିତ କଥା କହିବି। ସୃଷ୍ଟି ଆରମ୍ଭରୁ ଅଜଣା ଥିବା ସବୁ କଥା ଏହିପରି ମୁଁ ସେମାନଙ୍କୁ ବୁଝାଇବି।”
36
ଲୋକ ଗହଳିରୁ ବାହାରି ଆସି ଯୀଶୁ ଯେତେବେଳେ ଘର ଭିତରକୁ ଗଲେ, ତାଙ୍କ ଶିଷ୍ୟମାନେ ଆସି ପଚାରିଲେ, “ବାଳୁଙ୍ଗା ଦୃଷ୍ଟାନ୍ତର ଅର୍ଥ ଆମକୁ ବୁଝାନ୍ତୁ।”
37
ଯୀଶୁ ଉତ୍ତର ଦେଲେ, “ଯେଉଁ ଲୋକ ଭଲ ବିହନ ବୁଣିଲା, ସେ ମନୁଷ୍ୟପୁତ୍ର।
38
ଏହି ଜଗତ ହେଉଛି କ୍ଷେତ। ଯେଉଁମାନେ ସ୍ୱର୍ଗରାଜ୍ୟର ଅଧିବାସୀ, ସେମାନେ ଭଲ ବିହନ। ବାଳୁଙ୍ଗାଗୁଡ଼ିକ ଶୟତାନର ଅନୁଚର।
39
ଯେଉଁ ଶତ୍ରୁ ବାଳୁଙ୍ଗା ବୁଣିଲା, ସେ ଶୟତାନ। ଅମଳ ସମୟ ହେଉଛି ଯୁଗାନ୍ତ କାଳ। ଶସ୍ୟକଟାଳୀମାନେ ହେଉଛନ୍ତ ସ୍ୱର୍ଗଦୂତ।
40
ବାଳୁଙ୍ଗାଗୁଡ଼ିକ ଯେପରି କଟା ହୋଇ ପୋଡ଼ା ହେଲା, ଯୁଗାନ୍ତ କାଳରେ ସେହିପରି ହେବ।
41
ମନୁଷ୍ୟପୁତ୍ର ତାଙ୍କ ରାଜ୍ୟରୁ ସବୁ ଦୁଷ୍କର୍ମକାରୀ ଓ ଯେଉଁମାନେ ଅନ୍ୟମାନଙ୍କୁ ପାପ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି, ସେମାନଙ୍କୁ ଏକତ୍ରିତ କରିବା ପାଇଁ ସ୍ୱର୍ଗଦୂତମାନଙ୍କୁ ପଠାଇବେ।
42
ସେମାନେ ଏ ସମସ୍ତଙ୍କୁ ଜ୍ୱଳନ୍ତ ଅଗ୍ନିରେ ନକ୍ଷେପ କରିବେ। ସେଠାରେ ଏହି ଲୋକମାନେ କାନ୍ଦିବେ ଓ କଷ୍ଟରେ ଦାନ୍ତ କଡ଼ମଡ଼ କରିବେ।
43
ସେହି ସମୟରେ ଈଶ୍ୱରଙ୍କ ଭକ୍ତମାନେ ସ୍ୱର୍ଗରାଜ୍ୟରେ ସୂର୍ଯ୍ୟପରି ତେଜସ୍କର ହେବେ। ଶୁଣିବା ପାଇଁ ଆଗ୍ରହ ଥିଲେ କାନ ଦେଇ ଶଉଣ।
44
“ଦିନେ ଜଣେ ଲୋକ କ୍ଷେତରେ ଖୋଳୁ ଖୋଳୁ ପୋତା ହୋଇଥିବା ଧନ ପାଇଲା। ସେ ତାକୁ ଘୋଡ଼ାଇ ପକାଇଲା। ଆଉ ଆନନ୍ଦରେ ନିଜର ସବୁ ସମ୍ପତ୍ତି ବିକି ଦେଇ ସେହି ଜମିନେଲା। ସ୍ୱର୍ଗରାଜ୍ୟ ଏହି ପୋତା ଧନ ପରି।
45
“ଜଣେ ବଣିକ ଉତ୍କୃଷ୍ଟ ମୁକ୍ତାର ଅନ୍ୱେଷଣ କରୁଥିଲା।
46
ଗୋଟିଏ ଅତି ମୂଲ୍ୟବାନ ମୁକ୍ତର ସଦ୍ଧାନ ପାଇ ସେ ତା’ର ସମୟ ସମ୍ପତ୍ତି ବିକ୍ରୀ କରିଦେଇ ତାକୁ କିଣିଲା। ସ୍ୱର୍ଗରାଜ୍ୟ ସେହି ମୁକ୍ତା ପରି।
47
“ସ୍ୱର୍ଗରାଜ୍ୟ ଗୋଟିଏ ମାଛ ଧରା ଜାଳ ପରି। କେଉଟମାନେ ହ୍ରଦରେ ଜାଳ ପକାଇ ନାନା ଜାତିର ମାଛ ଧରନ୍ତି।
48
“ଜାଲ ପୂର୍ଣ ହୋଇଗଲେ କୂଳକୁ ଟାଣି ଆଣି ଭଲ ଭଲ ମାଛ ସବୁ ବାଛ ଟୋକେଇରେ ରଖନ୍ତୁ ଓ ଅଜାତିଆ ମାଛଗୁଡ଼ିକୁ ଫିଙ୍ଗି ଦିଅନ୍ତୁ।
49
ଯୁଗାନ୍ତ ସମୟରେ ଏହିପରି ହେବ। ସ୍ୱର୍ଗଦୂତମାନେ ଧାର୍ମିକମାନଙ୍କଠାରୁ ପାପୀମାନଙ୍କଠାରୁ ପାପୀମାନଙ୍କୁ ଅଲଗା କରିଦେଇ ସେମାନଙ୍କୁ ଜଳନ୍ତା ନିଆରେ ପକାଇ ଦେବେ।
50
ସେଠାରେ ସେମାନେ କ୍ରନ୍ଦନ ରୋଳ କରି କଷ୍ଟରେ ଦାନ୍ତ କଡ଼ମଡ଼ କରିବେ।”
51
ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ଏସବୁ ବିଷୟ ବୁଝି ପାରୁଛି?” ସେମାନେ ଉତ୍ତର ଦେଲେ, “ହଁ ପ୍ରଭୁ।”
52
ଯୀଶୁ ସେମାନଙ୍କୁ କହିଲେ, “ଯେପରି ଜଣେ ଗୃହସ୍ଥ ତା’ର ଭଣ୍ଡାର ଘରୁ ଆବଶ୍ୟକ ଅନୁସରେ ନୂତନ ଓ ପୁରାତନ ଦ୍ରବ୍ୟ ବାହାର କରେ, ସ୍ୱର୍ଗରାଜ୍ୟ ପାଇଁ ତାଲିମ ପାଇଥିବା ଜଣେ ଧର୍ମଗୁରୁ ଠିକ୍ ସେହିପରେ କରେ।”
53
ଏହିସବୁ ଦୃଷ୍ଟାନ୍ତ କହି ସାରିବା ପରେ ଯୀଶୁ ନିଜ ବାସସ୍ଥାନକୁ ଫେରିଗଲେ।
54
ସେଠାକାର ସମାଜ ଗୃହରେ ତାଙ୍କର ଶିକ୍ଷା ଶୁଣଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇ କହିଲେ, “ଏତେ ଜ୍ଞାନ ସେ କୁଆଡ଼ୁ ପାଇଲେ? ଏସବୁ ଅଲୌକିକ କାର୍ଯ୍ୟ କରିବାକୁ ତାଙ୍କୁ କିଏ ଶକ୍ତି ଦେଲା?
55
ଏ କ’ଣ ସେ ବଢ଼େଥର ପୁଅ ନୁହଁନ୍ତି? ମରିୟମ କ’ଣ ତାଙ୍କର ମାଆ ନୁହଁନ୍ତି? ଯାକୁବ କ’ଣ ତାଙ୍କର ଭାଇ ନୁହଁନ୍ତି?
56
ତାଙ୍କର ଭଉଣୀମାନେ କ’ଣ ଏଠି ନାହାନ୍ତି? ଏସବୁ ଶକ୍ତି ସେ ପାଇଲେ କେଉଁଠୁ?”
57
ଏହା କହି ସେମାନେ ଯୀଶଉଙ୍କୁ ଉପେକ୍ଷା କଲେ। ଯୀଶୁ ସେମାନଙ୍କୁ କହିଲେ, “ଜଣେ ଭାବବାଦୀ ନିଜ ପରିବାର ଓ ଗ୍ରାମ ଛଡ଼ା ଅନ୍ୟ ସବୁଠାରେ ଆଦୃତ ହୁଅନ୍ତୁ।”
58
ସେମାନେ ତାଙ୍କୁ ବିଶ୍ୱାସ ନ କରିବାରୁ ସେ ସେଠାରେ ତାଙ୍କର ଅଲୌକିକ କାର୍ଯ୍ୟ ଆଉ ଅଧିକ କଲେ ନାହିଁ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28