bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Matthew 5
Matthew 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 6 →
1
ଯୀଶୁ ଲୋକ ଗହଳି ଦେଖି ଗୋଟିଏ ପାହାଡ଼ ଉପରେ ଯାଇ ବସିଲେ।
2
ଶିଷ୍ୟମାନେ ତାଙ୍କୁ ଘେରି ରହିଥିଲେ। ସେମାନଙ୍କୁ ସେ ଶିକ୍ଷା ଦେଇ କହିଲେ:
3
“ଆଧ୍ୟାତ୍ମିକ ଜୀବନର ଦୀନ ଅବସ୍ଥା ଅନୁଭବ କରୁଥିବା ଲୋକମାନେ ଧନ୍ୟ, କାରଣ ସେମାନେ ସ୍ୱର୍ଗରାଜ୍ୟର ଅଧିକାରୀ।
4
ଶୋକସନ୍ତପ୍ତ ଲୋକେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
5
ନମ୍ର ଲୋକେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଷୟ ଲାଭ କରିବେ।
6
ଈଶ୍ୱରଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରିବାକୁ ଯେଉଁମାନଙ୍କର ଏକାନ୍ତ ଆକାଂକ୍ଷା, ସେମାନେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସନ୍ତୁଷ୍ଟ କରିବେ।
7
ଯେଉଁମାନେ ଅନ୍ୟମାନଙ୍କ ପ୍ରତି ସଦୟ ହୁଅନ୍ତି ସେମାନେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ଦୟା କରିବେ।
8
ଯେଉଁମାନଙ୍କ ହୃଦୟ ନିର୍ମଳ ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ଦର୍ଶନ ପାଇବେ।
9
ଯେଉଁମାନେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରନ୍ତି ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ରୂପେ ପରିଚିତ ହେବେ।
10
ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରି ଉତ୍ପୀଡ଼ିତ ହୁଅନ୍ତି, ସେମାନେ ଧନ୍ୟ, କାରଣ ସେମାନେ ସ୍ୱର୍ଗରାଜ୍ୟର ଅଧିକାରୀ ହେବେ।
11
“ମୋର ଅନୁଗାମୀ ହୋଇଥିବାରୁ ଲୋକେ ତୁମକୁ ଅପମାନ ଦେବେ, ନିର୍ଯ୍ୟାତନା କରିବେ ଓ ତୁମ ବିରୁଦ୍ଧରେ ମିଥ୍ୟା ରଟନା କରିବେ,
12
ତୁମେ ନିଜକୁ ଧନ୍ୟ ବୋଲି ମନେକର। ଆନନ୍ଦିତ ହୋଇ ଉଲ୍ଲାସ କର, କାରଣ ସ୍ୱର୍ଗରେ ତୁମ ପାଇଁ ମହା ପୁରସ୍କାର ରଖାଯାଇଛି। ମନେରଖ, ତୁମ ପୂର୍ବରୁ ଭାବବାଦୀମାନେ ମଧ୍ୟ ଏହିପରି ନିର୍ଯ୍ୟାତିତ ହୋଇଥିଲେ।
13
“ତୁମ୍ଭେମାନେ ସମସ୍ତ ମାନବ ଜାତିର ଲବଣ ସ୍ୱରୂପ। କିନ୍ତୁ ଲବଣ ଯଦି ଲବଣତ୍ୱ ହରାଏ, ତେବେ ତାକୁ ଆଉ ଲବଣାକ୍ତ କରି ହେବ ନାହିଁ। ସେତେବେଳେ ତାହା ସମ୍ପୂର୍ଣ୍ଣ ଅଦରକାରୀ ହୋଇ ବାହାରେ ଫିଙ୍ଗି ଦିଆଯାଏ। ଲୋକେ ତାକୁ ମାଡ଼ି ଚାଲିଯାଆନ୍ତି।
14
ତୁମେ ସମଗ୍ର ଜଗତର ଆଲୋକ ସ୍ୱରୂପ। ଯେଉଁ ନଗରୀଟି ପର୍ବତ ଉପରେ ନିର୍ମିତ, ତାହା କେବେ ଲୁକ୍କାୟିତ ହୋଇ ରହିପାରେ ନାହିଁ।
15
ଦୀପଟିଏ ଜାଳି କେହି ପାତ୍ର ତଳେ ଢ଼ାଙ୍କି ରଖେ ନାହିଁ। - ତାକୁ ଦୀପରୁଖା ଉପରେ ରଖେ ଏବଂ ତାହା ଘରେ ଥିବା ସମସ୍ତଙ୍କୁ ଆଲୋକ ଦିଏ।
16
ସେହିପରି ତୁମ ଆଲୋକ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଉ। ତାହାହେଲେ ତୁମର ସତ୍କର୍ମ ସବୁ ଦେଖି ସେମାନେ ତୁମର ସ୍ୱର୍ଗସ୍ଥ ପିତା ଈଶ୍ୱରଙ୍କର ପ୍ରଶଂସା କରିବେ।
17
“ଭାବନାହିଁ ଯେ ମୁଁ ମୋଶାଙ୍କ ପ୍ରଦତ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଶିକ୍ଷା ସବୁ ଲୋପ କରି ଦେବାକୁ ଆସିଛି। ସେଗୁଡ଼ିକ ଲୋପ କରିବାକୁ ନୁହେଁ, ବରଂ ବାସ୍ତବରେ ପରିଣତ କରିବାକୁ ମୁଁ ଆସିଛି।
18
ମନେରଖ, ସ୍ୱର୍ଗ ଓ ପୃଥିବୀର ଅସ୍ତିତ୍ୱ ଥିବାଯାଏ ଧର୍ମଶାସ୍ତ୍ର ବ୍ୟବସ୍ଥାର ଗୋଟିଏ ବିନ୍ଦୁ ବା ବିସର୍ଗ ଲୋପ ପାଇବ ନାହିଁ। ସମସ୍ତ ବିଷୟର ଅବସାନ ପର୍ଯ୍ୟନ୍ତ ଏହା ଘଟିବ ନାହିଁ।
19
ତେଣୁ ଯେ କେହି ବ୍ୟବସ୍ଥାର ସବୁଠାରୁ ଗୌଣ ଆଜ୍ଞାଟିକୁ ଅବଜ୍ଞା କରେ ଏବଂ ସେପରି କରିବାକୁ ଅନ୍ୟମାନଙ୍କୁ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ସବୁଠାରୁ ନିକୃଷ୍ଟ ବୋଲି ବିବେଚିତ ହେବ।
20
ଅତଏବ ମୁଁ କହିରଖୁଛି, ଧର୍ମଗୁରୁ ଓ ଫାରୁଶୀମାନଙ୍କଠାରୁ ଅଧିକ ବିଶ୍ୱସ୍ତଭାବେ ଈଶ୍ୱରଙ୍କ ଇଚ୍ଛାନୁରୂପେ କାର୍ଯ୍ୟ କଲେ ଯାଇ ତୁମ୍ଭେମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ।
21
“ତୁମ୍ଭେମାନେ ଶୁଣିଛ; ପୁରାକାଳରୁ ଲୋକମାନଙ୍କୁ କୁହାଯାଇଛି, ‘ନରହତ୍ୟା କର ନାହିଁ। ଯେ ତାହା କରେ, ସେ ବିଚାରିତ ହେବ।’
22
କିନ୍ତୁ ମୁଁ କହୁଛି, ଯେ କେହି କୌଣସି ଭାଇ ଉପରେ ରାଗିଯାଏ, ସେ ମଧ୍ୟ ବିଚାରର ସମ୍ମୁଖୀନ ହେବ। ଯେ ଭାଇକୁ ନିର୍ବୋଧ କହି ତାତ୍ସଲ୍ୟ କରେ, ସେ ମହାବିଚାରାଳୟରେ ଦଣ୍ଡନୀୟ ହେବ। ପୁଣି ଯେ ଭାଇକୁ ନରାଧମ ମୂର୍ଖ ବୋଲି କହେ, ତା’ର ନରକାଗ୍ନିରେ ନିକ୍ଷିପ୍ତ ହେବାର ବିପଦ ରହିଛି।
23
ତେଣୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାକୁ ଯିବାବେଳେ ଯଦି ତୁମର ମନରେ କିଛି ଅଶାନ୍ତି ଅଛି,
24
ବେଦୀ ସମ୍ମୁଖରେ ସେହି ନୈବେଦ୍ୟ ଛାଡ଼ିଦେଇ ସଙ୍ଗେ ସଙ୍ଗେ ଯାଅ, ଭାଇ ସହିତ ପୁନର୍ମିଳିତ ହେବା ପରେ ଫେରି ଆସି ଈଶ୍ୱରଙ୍କୁ ତାହା ଉତ୍ସର୍ଗ କର।
25
“ଯଦି କେହି ତୁମ ବିରୁଦ୍ଧରେ ମକଦ୍ଦମା କରି ଅଦାଲତକୁ ଯିବାକୁ ବାଧ୍ୟ କରେ, ଅଦାଲତକୁ ଯିବା ପୂର୍ବରୁ ବେଳ ଥାଉ ଥାଉ ତା’ ସହିତ ଆପୋଷ ମିଳାମିଶା କରିନିଅ। ନଚେତ୍ ଅଦାଲତରେ ପହଞ୍ôଚଗଲେ, ସେ ତୁମକୁ ବିଚାରପତି ହାତରେ ସମର୍ପଣ କରିବ ଏବଂ ହୁଏତ ବିଚାରପତି ତୁମକୁ ବନ୍ଦୀଶାଳାକୁ ନେଇ ଯିବା ପାଇଁ ସିପାହୀ ହାତରେ ସମର୍ପଣ କରିବେ।
26
“ତୁମ ଉପରେ ଧାର୍ଯ୍ୟ କରାଯାଉଥିବା ଜୋରିମାନାର ପଇସାଟିଏ ସୁଦ୍ଧା ପରିଶୋଧ ନ ହେବାଯାଏ ତୁମେ ସେଠାରୁ ଖଲାସ ହୋଇ ପାରିବ ନାହିଁ।
27
“‘ବ୍ୟଭିଚାର କର ନାହିଁ, ଏହି ଆଜ୍ଞା ତୁମେମାନେ ପୂର୍ବକାଳରୁ ଶୁଣି ଆସିଅଛ।
28
କିନ୍ତୁ ମୁଁ କହୁଛି, ଯଦି କେହି ପର ସ୍ତ୍ରୀକୁ ଲୋଲୁପ ଦୃଷ୍ଟିରେ ଚାହେଁ, ସେ ତା’ ସହିତ ମନେ ମନେ ବ୍ୟଭିଚାର ଅପରାଧ କରିଛି।
29
ତେଣୁ ଯଦି ତୁମର ଦକ୍ଷିଣ ଚକ୍ଷୁ ଯୋଗୁଁ ତୁମେ ପାପ କରିଥାଅ, ସେ ଚକ୍ଷୁଟିକୁ ଉପାଡ଼ି ଫିଙ୍ଗି ଦିଅ। ତୁମର ସମସ୍ତ ଶରୀର ନରକରେ ପଡ଼ିବାଠାରୁ, ଶରୀରର ଗୋଟିଏ ଅଂଶ ହରାଇବା ବରଂ ଭଲ।
30
ଯଦି ତୁମର ଦକ୍ଷିଣ ହସ୍ତ ତୁମକୁ ପାପ କର୍ମ କରାଉଥାଏ, ତାକୁ ମଧ୍ୟ କାଟି ଫୋପାଡ଼ି ଦିଅ। ତୁମର ସମସ୍ତ ଶରୀର ନରକରେ ନିକ୍ଷିପ୍ତ ହେବାଠାରୁ ଗୋଟିଏ ଅବୟବ ହରାଇବା ବରଂ ଭଲ।
31
“‘ଯଦି କେହି ନିଜ ସ୍ତ୍ରୀକୁ ପରିତ୍ୟାଗ କରିବାକୁ ଚାହେଁ, ସେ ତାକୁ ଲିଖିତ ଆକାରରେ ଗୋଟିଏ ଛାଡ଼ପତ୍ର ଦେଉ’ ଏ ଶିକ୍ଷା ତୁମ୍ଭେମାନେ ଆଗରୁ ପାଇଛ।
32
କିନ୍ତୁ ମୁଁ କହୁଛି, ବ୍ୟଭିଚାର ଅପରା ବ୍ୟତୀତ ଅନ୍ୟ ଯେ କୌଣସି କାରଣ ଲାଗି ଜଣେ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ, ସେ ତାକୁ ବ୍ୟଭିଚାରିଣୀ କରାଇବା ଅପରାଧରେ ଦୋଷୀ ହେବ ଏବଂ ଯେଉଁ ବ୍ୟକ୍ତି ସେହି ସ୍ତ୍ରୀକୁ ବିବାହ କରିବ, ସେ ମଧ୍ୟ ବ୍ୟଭିଚାରିଣୀ ହେବ।
33
“ପୂର୍ବକାଳରୁ ଏହି ଶିକ୍ଷା ଶୁଣି ଆସିଚ, “‘ପ୍ରତିଜ୍ଞା ଭଙ୍ଗ କର ନାହିଁ। ଈଶ୍ୱରଙ୍କ ସମ୍ମୁଖରେ ଯେଉଁ ଶପଥ କରିଛ, ତାକୁ ପୂରଣ କର।’
34
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ପ୍ରତିଜ୍ଞା କରିବାବେଳେ ରାଣ ନିୟମ ପକାଅ ନାହିଁ। ସ୍ୱର୍ଗ ନାମରେ ରାଣ ପକାଅ ନାହିଁ, କାରଣ ତାହା ଈଶ୍ୱରଙ୍କ ସିଂହାସନ।
35
ପୃଥିବୀ ନାମରେ ରାଣ ପକାଅ ନାହିଢ଼ଁ, କାରଣ ତାହା ଈଶ୍ୱରଙ୍କ ପାଦପୀଠ। ଯିରୂଶାଲମ ନଗରୀ ନାମରେ ରାଣ ପକାଇବା ଅନୁଚିତ୍, କାରଣ ତାହା ହେଉଛି ରାଜାଧିରାଜଙ୍କ ରାଜଧାନୀ।
36
ତୁମ ମସ୍ତକର ରାଣ ପକାଅ ନାହିଁ, କାରଣ ଗୋଟିଏ କେଶ କଳା ବା ଧଳା କରିବାର ଶକ୍ତି ତୁମର ନାହିଁ।
37
“ତୁମେ ରାଣ ନିୟମ ନ ପକାଇ କେବଳ ‘ହଁ’ କିମ୍ବା ‘ନାହିଁ’ କୁହ। ଏହାଠାରୁ ଅଧିକ କଥା କହି ପ୍ରତିଜ୍ଞା କରିବା ଶୟତାନର ପ୍ରରୋଚନାରୁ ହୁଏ।
38
“‘ଚକ୍ଷୁ ବଦଳରେ ଚକ୍ଷୁ, ଦାନ୍ତ ବଦଳରେ ଦାନ୍ତ।’ ଏହି ପ୍ରତିହିଂସା ନୀତି ତୁମ୍ଭେମାନେ ଶୁଣିଛ।
39
କିନ୍ତୁ ମୁଁ କହୁଛି, କେହି ତୁମର ଅନିଷ୍ଟ କଲେ ତା’ର ପ୍ରତିଶୋଧ ନିଅ ନାହିଁ। ଯଦି ତୁମର ଡ଼ାହାଣ ଗାଲରେ କେହି ଚାପୁଡ଼ାଏ ମାରିଲା, ଆଉ ଗୋଟିଏ ଚାପୁଡ଼ା ମାରିବା ପାଇଁ ତୁମ ବାଁ ଗାଲଟି ମଧ୍ୟ ଦେଖାଇ ଦିଅ।
40
ଯଦି କେହି ତୁମର କମିଜ୍ ନେବା ପାଇଁ ତୁମ ବିରୁଦ୍ଧରେ ନାଲିସ୍ କରି ତୁମକୁ ବିଚାରାଳୟକୁ ନିଏ, ତାକୁ ତୁମର କୋଟ୍ ମଧ୍ୟ ଦାନ କରିଦିଅ।
41
“ଯଦି ଦେଶ ଅଧିକାର କରିଥିବା ସୈନିକମାନଙ୍କ ମଧ୍ୟରୁ କେହି ତୁମକୁ ତା’ର ବୋଝ ବୋହି ତା’ ସହିତ ଗୋଟିଏ କିଲୋମିଟର୍ ଯିବା ପାଇଁ ବାଧ୍ୟ କରେ, ତୁମେ ଅକୁଣ୍ଠିତ ଚିତ୍ତରେ ତା’ ସହିତ ଦୁଇ କିଲୋମିଟର ଯାଅ।
42
“କେହି ଯଦି ତୁମକୁ କିଛି ଜିନିଷ ମାଗେ, ମନା ନ କରି ତାକୁ ଦିଅ। କେହି କିଛି ଧାର ମାଗିଲେ, ତାକୁ ତାହା ଦିଅ।
43
“‘ବନ୍ଧୁମାନଙ୍କୁ ପ୍ରେମ କର, ଶତ୍ରୁମାନଙ୍କୁ ଘୃଣା କର।’ ଏହି ଶିକ୍ଷା ପୂର୍ବରୁ ଶୁଣିଛ।
44
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ଶତ୍ରୁକୁ ପ୍ରେମ କର। ଯେଉଁମାନେ ତୁମକୁ ଉତ୍ପୀଡ଼ନ କରନ୍ତି, ସେମାନଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କର।
45
ଏହା କଲେ ଈଶ୍ୱରଙ୍କ ସନ୍ତାନ ବୋଲି ପରିଚିତ ହେବ। କାରଣ ଈଶ୍ୱର ଉତ୍ତମ ଓ ଅଧମ, ଉଭୟ ପ୍ରକାର ଲୋକଙ୍କୁ ସୂର୍ଯ୍ୟ କିରଣ ଦିଅନ୍ତି ଏବଂ ସତ୍କର୍ମ ଓ ଦୁଷ୍କର୍ମକାରୀ ସମସ୍ତଙ୍କୁ ବର୍ଷା ଯୋଗାଇ ଦିଅନ୍ତି।
46
କେବଳ ତୁମକୁ ଆଦର କରୁଥିବା ଲୋକଙ୍କୁ ଆଦର କଲେ, ଈଶ୍ୱର କାହିଁକି ତୁମକୁ ପୁରସ୍କାର ଦେବେ? କର ଆଦାୟକାରୀମାନେବିଦେଶୀ ରୋମୀୟ ଶାସକମାନଙ୍କ ପାଇଁ କର ଆଦାୟ କରିବାକୁ ଯେଉଁ ଇହୁଦୀମାନେ ନିଯୁକ୍ତ ହେଉଥିଲେ। ସେମାନେ ନିଷ୍ଠାପର ଇହୁଦୀମାନଙ୍କ ଦ୍ୱାରା ‘ପାପୀ’ ବୋଲି ବିବେଚିତ ହେଉଥିଲେ। ମଧ୍ୟ ତାହା କରନ୍ତି।
47
“ଯଦି କେବଳ ତୁମ ବନ୍ଧୁମାନଙ୍କୁ ଅଭିବାଦନ କର, ତେବେ ତୁମେ କି ଅସାଧାରଣ କାର୍ଯ୍ୟ କରୁଛ? ଅଣବିଶ୍ୱାସୀମାନେ ମଧ୍ୟ ତାହା କରିଥାନ୍ତି।
48
ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ସେହିପରି ସିଦ୍ଧ ହେବା ଉଚିତ୍।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
Recommended Reading
Commentary
Matthew Commentaries
→
Devotional
Matthew Devotional Guide
→
Get This Bible
CL Study Bible
→