bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Matthew 24
Matthew 24
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 25 →
1
ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବାବେଳେ ଶିଷ୍ୟମାନେ ମନ୍ଦିର ବେଢ଼ାରେ ଥିବା ବଡ଼ ବଡ଼ ସୌଧ ଆଡ଼କୁ ଯୀଶୁଙ୍କର ଦୃଷ୍ଟି ଆକର୍ଷଣ କଲେ।
2
ଯୀଶୁ କହିଲେ, “ଏବେ ସିନା ଏସବୁ ଦେଖୁଛ। ମୁଁ ତୁମ୍ଭମାନଙ୍କୁ କହୁଛି, ଏ ମନ୍ଦିରର ଗୋଟିଏ ହେଲେ ପଥର ତା’ ସ୍ଥାନରେ ରହିବ ନାହିଁ। ପ୍ରତ୍ୟେକଟି ଭୂମିସାତ୍ ହେବ।”
3
ଯୀଶୁ ଜୀତ ପର୍ବତ ଉପରେ ବସିଥିବାବେଳେ ଶିଷ୍ୟମାନେ ଏକାନ୍ତରେ ଆସି ପଚାରିଲେ, “ଏସବୁ କେବେ ହେବ, ଆମକୁ କହନ୍ତୁ। କ’ଣ ଘଟିଲେ ଆମେ ଜାଣିବା ଯେ ଆପଣଙ୍କ ଆସିବା ସମୟ ହେଲାଣି ଏବଂ ଏହି ଯୁଗ ଶେଷ ହେବ।”
4
ଯୀଶୁ କହିଲେ, “ସତର୍କ ରୁହ। କେହି ଯେପରି ତୁମ୍ଭମାନଙ୍କୁ ବିଭ୍ରାନ୍ତ ନ କରେ।
5
ମୋ’ ନାମ ନେଇ ଅନେକ ଆସି କହିବେ, ‘ମୁଁ ପରା ମସୀହ’। ଏହା କହି ସେମାନେ ଅନେକଙ୍କୁ ଭଣ୍ଡାଇବେ।
6
ତୁମ୍ଭେମାନେ ନିକଟରେ ଲାଗିଥିବା ଯୁଦ୍ଧର କୋଳାହଳ ଶୁଣବ ଓ ଦୂରରେ ଚାଲିଥିବା ଯୁଦ୍ଧର ସମ୍ବାଦ ପାଇବ। କିନ୍ତୁ ଆତଙ୍କିତ ହୁଅ ନାହିଁ। ଏପରି ସବୁ ନିଶ୍ଚୟ ଘଟିବ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଯୁଗାନ୍ତ କାଳ ଉପସ୍ଥିତ।
7
ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ, ଏକ ରାଜ୍ୟ ଅପର ରାଜ୍ୟ ଉପରେ ଆକ୍ରମଣ କରିବ। ସର୍ବତ୍ର ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ।
8
କିନ୍ତୁ ଏସବୁ ପ୍ରସବ ବେଦନାର ଆରମ୍ଭ ମାତ୍ର।
9
“ତୁମ୍ଭେମାନେ ଧରା ହୋଇ ଉତ୍ପୀଡ଼ିତ ହେବ ଓ ମୃତ୍ୟୁଦଣ୍ଡ ଭୋଗ କରିବ ଏବଂ ମୋ’ ଲାଗି ତୁମେ ସମସ୍ତଙ୍କର ଘୃଣାର ପାତ୍ର ହେବ।
10
ସେତେବେେଳେ ଅନେକେ ସେମାନଙ୍କର ବିଶ୍ୱାସ ହରାଇବେ, ପରସ୍ପରକୁ ଘୃଣା କରି ପରସ୍ପର ପ୍ରତି ବିଶ୍ୱାସଘାତକତା କରିବେ।
11
ସେତେବେଳେ ଅନେକ ଭଣ୍ଡ ଭାବବାଦୀ ବାହାରି ଲୋକମାନଙ୍କୁ ବିଭ୍ରାନ୍ତ କରିବେ।
12
ଏହିପରି ଭାବରେ ଅଧର୍ମ ବଢ଼ି ଚାଲିବ ଏବଂ ଲୋକଙ୍କର ପ୍ରେମ ଶିଥିଳ ହୋଇ ପଡ଼ିବ।
13
କିନ୍ତୁ ଯେ କେହି ଶେଷ ପର୍ଯ୍ୟନ୍ତ ସ୍ଥିର ହୋଇ ରହିବ, ସେ ପରିତ୍ରାଣ ପାଇବ।
14
ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶୁଭବାର୍ତ୍ତା ସମଗ୍ର ମାନବ ଜାତି ପାଇଁ ସତ୍ୟ ସାକ୍ଷ୍ୟ ରୂପେ ସାରା ଜଗତରେ ପ୍ରଚାରିତ ହେବ। ତା’ପରେ ଯାଇ ଯୁଗାବସାନ ଘଟବ।”
15
“ଭାବବାଦୀ ଦାନିୟେଲ ବର୍ଣ୍ଣନା କରିଥିବା ସେହି ଚରମ ବିଭୀଷିକା ପୁଣି ଥରେ ତୁମେ ଦେଖିବ। ପବିତ୍ର ସ୍ଥାନକୁ ତାହା କଳୁଷିତ କରିବ। (ଏହାର ଅର୍ଥ କଅଣ, ପାଠକେ ବୁଛନ୍ତୁ)।
16
ସେତେବେଳେ ଯେଉଁମାନେ ଯିହୂଦା ପ୍ରଦେଶରେ ଥିବେ, ସେମାନେ ପାହାଡ଼କୁ ପଳାଇଯାନ୍ତୁ।
17
ଯେଉଁମାନେ ଛାତ ଉପରେ ଥିବେ, ସେମାନେ ଘର ଭିତରୁ ଜିନିଷପତ୍ର ନେବା ପାଇଁ ତଳକୁ ଆସି ସମୟ ନଷ୍ଟ ନ କରନ୍ତୁ।
18
ଯେଉଁମାନେ କ୍ଷେତକୁ ଯାଉଥିବେ, ନିଜର ପୋଷାକ ନେବାକୁ ଘରକୁ ନ ଫେରନ୍ତୁ।
19
ସେତେବେଳେ ଗର୍ଭବତୀ ସ୍ତ୍ରୀ ଲୋକମାନଙ୍କର ଓ କୋଳରେ ଶିଶୁ ଧରିଥିବା ମାଆମାନଙ୍କର ଅବସ୍ଥା କେଡ଼େ ଶୋଚନୀୟ ହେବ।
20
ଈଶ୍ୱରଙ୍କୁ ପ୍ରାର୍ଥନା କରୁଥାଅ, ଶୀତଦିନେ ବା ବିଶ୍ରାମବାରରେ ତୁମ୍ଭମାନଙ୍କୁ ଯେପରି ପଳାଇ ଯିବାକୁ ନ ପଡ଼େ।
21
ସେତେବେଳେ ଯେଉଁ ଦୁଃଖ ଭୋଗ କରିବାକୁ ପଡ଼ିବ, ଜଗତର ସୃଷ୍ଟିଠାରୁ ଆଜିଯାଏ ଘଟିଥିବା ସବୁ କ୍ଲେଶକୁ ତାହା ବଳି ପଡ଼ିବ। ସେପରି ଦୁଃଖ ଭୋଗ ଭବିଷ୍ୟତ୍ରେ କେବେ ଆସିବ ନାହିଁ।
22
କିନ୍ତୁ ଏହି ଦୁଃଖର ସମୟକୁ ଈଶ୍ୱର ହ୍ରାସ କରି ଦେଇଛନ୍ତି। ତା’ ନ ହୋଇଥିଲେ, ଆଉ କେହି ବଞ୍ଚି ରହନ୍ତା ନାହିଁ। କିନ୍ତୁ ତାଙ୍କ ମନୋନୀତ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଈଶ୍ୱର ସେହି ସମୟକୁ କମ୍ କରି ଦେଇଛନ୍ତି।
23
“ସେତେବେଳେ ଯଦି କେହି ତୁମ୍ଭମାନଙ୍କୁ କହେ, ‘ଏଠାରେ ମସୀହ ଅଛନ୍ତି ବା ସେଠାରେ ସେ ଅଛନ୍ତି,’ ତାକୁ ବିଶ୍ୱାସ କରିବ ନାହିଁ।
24
କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।
25
ଶୁଣ, ସେହି ସମୟ ଆସିବା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଏସବୁ କଥା ଜଣାଇ ଦେଉଛି।
26
“‘ଦେଖ, ସେ ମରୁଅଞ୍ଚଳରେ ଅଛନ୍ତି’ ବୋଲି ଯଦି ଲୋକେ କହିବେ, ସେଠିକି ଯାଅ ନାହିଁ। କିମ୍ବା ଯଦି ସେମାନେ କହିବେ, ‘ଦେଖ, ଏଠାରେ ସେ ଲୁଚିଛନ୍ତି’ - ସେମାନଙ୍କୁ ବିଶ୍ୱାସ କର ନାହିଁ।
27
ବିଜୁଳି ଯେପରି ପୂର୍ବରୁ ପଶ୍ଚିମ ଯାଏ ଆକାଶକୁ ଝଲସାଇ ଦିଏ, ମନୁଷ୍ୟପୁତ୍ର ସେହିପରି ଆସିବେ।
28
“ଯେଉଁଠି ମଡ଼ା ପଡ଼ିଥାଏ, ସେଇଠି ଶାଗୁଣାମାନେ ଜମା ହୋଇ ଥାଆନ୍ତି।
29
“ସେହି ଦୁଃଖଭୋଗର ସମୟ ଶେଷ ହେବାବେଳକୁ ସୂର୍ଯ୍ୟ ମ୍ଲାନ ହୋଇ ପଡ଼ିବ, ଚନ୍ଦ୍ର ଆଉ ଆଲୋକ ବିକିରଣ କରିବ ନାହିଁ, ନକ୍ଷତ୍ରମାନେ ଆକାଶରୁ ଖସିପଡ଼ିବେ ଏବଂ ମହାଶୂନ୍ୟର ଜ୍ୟୋତିପୁଞ୍ଜ ଦିଗହରା ହେବେ।
30
ତା’ପରେ ମନୁଷ୍ୟପୁତ୍ରଙ୍କ ସଙ୍କେତ ଆକାଶରେ ଦେଖାଯିବ ଏବଂ ମନୁଷ୍ୟପୁତ୍ର ମେଘମାଳା ମଧ୍ୟରେ ମହା ପରାକ୍ରମ ଓ ଗୌରବ ସହ ଆସୁଥିବା ଦେଖି ସବୁ ଜାତିର ଲୋକେ ବିଳାପ କରିବେ।
31
ତୂରୀନାଦ ହେବ ଓ ପୃଥିବୀରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ତାଙ୍କର ମନୋନୀତ ଲୋକମାନଙ୍କୁ ସଂଗ୍ରହ କରି ଆଣିବା ପାଇଁ ମନୁଷ୍ୟପୁତ୍ର ତାଙ୍କ ଦୂତମାନଙ୍କୁ ପଠାଇବେ।
32
“ଡ଼ିମିରି ଗଛଠାରୁ ଶିକ୍ଷା ଗ୍ରହଣ କର। ଯେତେବେଳେ ତା’ର ସବୁଜ କୋମଳ ଶାଖା ପ୍ରଶାଖାରୁ ନୂଆ ପତ୍ର କଅଁଳେ, ଗ୍ରୀଷ୍ମଋତୁ ଆସନ୍ନ ବୋଲି ତୁମ୍ଭେମାନେ ଜାଣି ପାରୁଛ।
33
ଠିକ୍ ସେହିପରି ଏହିସବୁ ଘଟଣା ଦେଖିଲେ, ଅନ୍ତିମ କାଳର ଆରମ୍ଭ ହେଲା ବୋଲି ତୁମ୍ଭେମାନେ ଜାଣିବ।
34
“ମନେରଖ, ବର୍ତ୍ତମାନ ଜୀବିତ ଥିବା ଲୋକମାନଙ୍କ ମଧ୍ୟରୁ ସମସ୍ତେ ମୃତ୍ୟୁଭୋଗ କରିବା ପୂର୍ବରୁ ଏହି ସମସ୍ତ ବିଷୟ ଘଟିଯିବ।
35
ସ୍ୱର୍ଗ ଓ ପୃଥିବୀର ବିଲୋପ ହେବ; କିନ୍ତୁ ମୋ’ କଥା କେବେ ଲୋପ ପାଇବ ନାହିଁ।
36
“ସେହି ଦିନ, ସେହି ମୁହୂର୍ତ୍ତ କେବେ ଆସିବ, କେହି କହିପାରିବେ ନାହିଁ। ସ୍ୱୟଂ ଈଶ୍ୱରଙ୍କ ପୁତ୍ର କିମ୍ବା ସ୍ୱର୍ଗଦୂତମାନେ ମଧ୍ୟ ସେକଥା ଜାଣନ୍ତି ନାହିଁ, କେବଳ ପିତା ଈଶ୍ୱର ଜାଣନ୍ତି।
37
ନୋହଙ୍କ ସମୟରେ ଯେପରି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆଗମନ ସମୟରେ ସେହିପରି ହେବ।
38
ଜଳପ୍ଲାବନ ପୂର୍ବେ ନୋହ ଜାହାଜରେ ପ୍ରବେଶ କରିବା ପର୍ଯ୍ୟନ୍ତ ଲୋକେ ଭୋଜନପାନ ଓ ବିବାହ ଆଦି କାର୍ଯ୍ୟରେ ବ୍ୟସ୍ତ ଥିଲେ।
39
ଜଳପ୍ଲାବନରେ ସେମାନେ ଭାସିଯିବା ପର୍ଯ୍ୟନ୍ତ କଅଣ ଘଟୁଛି, ଜାଣିପାରି ନ ଥିଲେ। ମନୁଷ୍ୟପୁତ୍ର ଆସିବାବେଳେ ଠିକ୍ ସେହିପରି ହେବ।
40
ସେହି ସମୟରେ କ୍ଷେତରେ କାମ କରୁଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମନୋନୀତ ହୋଇ ଚାଲିଯିବ। ଅପରଟି ପରିତ୍ୟକ୍ତ ହୋଇ ପଛରେ ରହିଯିବ।
41
ଚକି ପେଷୁଥିବା ଦୁଇଜଣ ସ୍ତ୍ରୀ ଲୋକଙ୍କ ମଧ୍ୟରୁ ଜଣେ ଗୃହୀତ ହେବ ଓ ଅନ୍ୟ ଜଣକ ପରିତ୍ୟକ୍ତ ହେବ।
42
“ଅତଏବ ତୁମ୍ଭେମାନେ ସତର୍କ ରୁହ, କାରଣ ତୁମ ପ୍ରଭୁ କେବେ ଆସିବେ, ତୁମେ ଜାଣ ନାହିଁ।
43
କେବେ ଚୋର ପଶିବ ଜାଣିଥିଲେ, ଗୃହକର୍ତ୍ତା ଜାଗ୍ରତ ରହି ଚୋରକୁ ଘରେ ପୂରାଇବେ ନାହିଁ।
44
ତୁମ୍ଭେମାନେ ମଧ୍ୟ ସବୁବେଳେ ପ୍ରସ୍ତୁତ ହୋଇ ରହିଥାଅ। କାରଣ ତୁମେ ତାଙ୍କୁ ଅପେକ୍ଷା କରୁ ନ ଥିବା ସମୟରେ ସେ ଆସିଯାଇ ପାରନ୍ତି।
45
“କିଏ ତାହାହେଲେ ବିଶ୍ୱସ୍ତ ଓ ବୁଦ୍ଧିମାନ ଭୃତ୍ୟ? ଯାହା ଉପରେ ମାଲିକ ଅନ୍ୟ ଭୃତ୍ୟମାନଙ୍କୁ ଠିକ୍ ସମୟରେ ଖାଦ୍ୟ ଦେବା ଭାର ନ୍ୟସ୍ତ କରିଥାନ୍ତି।
46
ମାଲିକ ବିଦେଶରୁ ଫେରିବାବେଳେ ସେହି ଭୃତ୍ୟ ଯଦି ବିଶ୍ୱସ୍ତଭାବେ ତା’ର କର୍ତ୍ତବ୍ୟ ପାଳନ କରୁଥାଏ, ସେ କେଡ଼େ ସୁଖୀ ହେବ!
47
ମୁଁ ନିଶ୍ଚିତଭାବେ କହୁଛି, ସେଭଳି ଭୃତ୍ୟକୁ ମାଲିକ ଦିନେ ତାଙ୍କର ସକଳ ସମ୍ପତ୍ତିର ଦାୟିତ୍ୱରେ ରଖିବେ।
48
କିନ୍ତୁ ସେହି ଭୃତ୍ୟ ଯଦି ଅବିଶ୍ୱସ୍ତ ହୋଇ ମାଲିକ ଶୀଘ୍ର ଫେରିବେ ନାହିଁ ବୋଲି ଭାବିବ ଓ
49
ଅନ୍ୟ ଭୃତ୍ୟମାନଙ୍କୁ ମାରପିଟ କରି ମଦ୍ୟପମାନଙ୍କ ସହିତ ଭୋଜନ ପାନରେ ରତ ହେବ,
50
ସେ ଅପେକ୍ଷା କରୁ ନ ଥିବା ସମୟରେ ହଠାତ୍ ଦିନେ ଯେତେବେଳେ ମାଲିକ ଫେରି ଆସିବେ,
51
ତାକୁ ସେ କଠୋର ଶାସ୍ତି ଦେବେ। ସେ ପ୍ରତାରକମାନଙ୍କର ଦୁର୍ଦ୍ଦଶା ଭୋଗ କରିବ ଏବଂ ଶେଷରେ ବିଳାପ କରି ଦାନ୍ତ ରଗଡ଼ିବା ତା’ ପକ୍ଷରେ ସାର ହେବ।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 25 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28