bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Matthew 27
Matthew 27
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 28 →
1
ତା’ ପରଦିନ ଭୋରରୁ ଯୀଶୁଙ୍କୁ ମାରିଦେବାକୁ ମୁଖ୍ୟ ପୁରୋହିତ ଓ ଧର୍ମନେତାମାନେ ଚକ୍ରାନ୍ତ କଲେ।
2
ସେମାନେ ତାଙ୍କୁ ଶିକୁଳିରେ ବାନ୍ଧି ରୋମ ସାମ୍ରାଜ୍ୟର ପ୍ରାଦେଶିକ ଶାସକ ପିଲାତଙ୍କ ନିକଟକୁ ନେଇଗଲେ।
3
ଯେତେବେଳେ ବିଶ୍ୱାଘାତକ ଯିହୁଦା ଶୁଣିଲା ଯେ, ଯୀଶୁଙ୍କୁ ଦଣ୍ଡାଦେଶ ହୋଇଛି, ସେ ଅନୁତାପ କଲା ଏବଂ ପ୍ରଧାନ ପୁରୋହିତ ଓ ବୟୋବୃଦ୍ଧ ନେତାମାନଙ୍କୁ ତିରିଶଟି ରୌପ୍ୟମୁଦ୍ରା ଫେରାଇ ଦେଇ କହିଲା,
4
“ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ପ୍ରତି ବିଶ୍ୱାସଘାତକତା କରି ମୁଁ ବଡ଼ ପାପ କରିଛି।” ସେମାନେ ଉତ୍ତର ଦେଲେ, “ଆମର ସେଥିରେ କଅଣ ଅଛି? ତା’ ତୁମ ନିଜର କଥା।”
5
ଯିହୁଦା ମୁଦ୍ରାଗୁଡ଼ିକୁ ମନ୍ଦିର ଭିତରେ ଫୋପାଡ଼ି ଦେଇ ଚାଲିଗଲା ଏବଂ ଗଳାରେ ଦଉଡ଼ି ଦେଇ ଆତ୍ମହତ୍ୟା କଲା।
6
ମୁଖ୍ୟ ପୁରୋହିତମାନେ ମୁଦ୍ରାଗୁଡ଼ିକ ଗୋଟାଇ କହିଲେ, “ଏହା ରକ୍ତର ମୂଲ୍ୟ। ଏହା ମନ୍ଦିରର ଧନାଗାରରେ ରଖିବା ବ୍ୟବସ୍ଥା ବିରୁଦ୍ଧ କାର୍ଯ୍ୟ।”
7
ସେହି ଧନକୁ କିପରି ବିନିଯୋଗ କରିବେ, ଏ ସମ୍ପର୍କରେ ଏକ ନିଷ୍ପତ୍ତି କରି ‘କୁମ୍ଭାର କ୍ଷେତ’ ନାମକ ଖଣ୍ଡିଏ ଜମି କିଣିଲେ।
8
ଏହା ବିଦେଶୀମାନଙ୍କ କବର ସ୍ଥାନ ରୂପେ ବ୍ୟବହୃତ ହେଲା। ଆଜି କାଲି ସେହି କ୍ଷେତଟିକୁ ‘ରକ୍ତ କ୍ଷେତ୍ର’ ବୋଲି କୁହାଯାଉଛି।
9
ଏ ସମ୍ପର୍କରେ ଭାବବାଦୀ ଯିରିମିୟ ଯାହା କହିଥିଲେ, ତାହା ସଫଳ ହେଲା: “ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କର ମୂଲ୍ୟ ସ୍ୱରୂପ ଇଶ୍ରାୟେଲୀୟମାନେ ଦେଇଥିବା
10
ତିରିଶଟି ମୁଦ୍ରା ବିନିମୟରେ ସେମାନେ କୁମ୍ଭାର କ୍ଷେତ କିଣିଲେ।”
11
ଯୀଶୁଙ୍କୁ ସମ୍ମୁଖରେ ଦେଖି ରୋମୀୟ ଶାସକ ତାଙ୍କୁ ପଚାରିଲେ, “ତୁମେ କଅଣ ଇହୁଦୀମାନଙ୍କ ରାଜା?” ଯୀଶୁ ତାଙ୍କୁ ଉତ୍ତର ଦେଲେ, “ତୁମେ ତାହା କହୁଛ।”
12
କିନ୍ତୁ ମୁଖ୍ୟ ପୁରୋହିତ ଓ ଧର୍ମନେତାମାନଙ୍କର ଅଭିଯୋଗର ଉତ୍ତରରେ ସେ କିଛି କହିଲେ ନାହିଁ।
13
ତେଣୁ ପିଲାତ ତାଙ୍କୁ କହିଲେ, “ତୁମ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ସବୁ ତୁମେ କଅଣ ଶୁଣି ପାରୁ ନାହଁ?”
14
କିନ୍ତୁ ଯୀଶୁ ଉତ୍ତରରେ ପଦେ ହେଲେ ନ କହିବାରୁ ପିଲାତ ଅତି ଆଚମ୍ବିତ ହେଲେ।
15
ନିସ୍ତାର ପର୍ବ ସମୟରେ ଜନତାର ଇଚ୍ଛା ଅନୁଯାୟୀ ରୋମୀୟ ଶାସକ ଯେ କୌଣସି ଗୋଟିଏ ବନ୍ଦୀକୁ ଖଲାସ କରି ଦେବାର ପ୍ରଥା ଥିଲା।
16
ସେତେବେଳେ ‘ଯୀଶୁ-ବାରବ୍ବା’ ନାମକ ଜଣେ କୁଖ୍ୟାତ ଦାଗୀ ବନ୍ଦୀ ହୋଇଥିଲା।
17
ସମବେତ ଜନତାକୁ ପିଲାତ ପଚାରିଲେ, “ମୁଁ କାହାକୁ ଖଲାସ କରିଦିଏ ବୋଲି ତୁମମାନଙ୍କର ଇଚ୍ଛା?”
18
ପିଲାତ
19
ପିଲାତ ବିଚାରାଳୟରେ ବସିଥିବା ବେଳେ ତାଙ୍କ ପତ୍ନୀ ଗୋଟିଏ ବାର୍ତ୍ତା ପଠାଇଲେ: “ସେହି ନିର୍ଦ୍ଦୋଷ ଲୋକଟିକୁ କିଛି କର ନାହିଁ। କାଲି ରାତିରେ ଗୋଟିଏ ସ୍ୱପ୍ନରେ ତାଙ୍କ ପାଇଁ ମୁଁ ବହୁତ ଦୁଃଖ ଅନୁଭବ କରିଛି।”
20
ମୁଖ୍ୟ ପୁରୋହିତ ଓ ଧର୍ମନେତାମାନେ ବାରବ୍ବାକୁ ଖଲାସ କରିଦେଲେ, ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ ପିଲାତଙ୍କ ନିକଟରେ ଦାବୀ କରିବାକୁ ଲୋକମାନଙ୍କୁ ମତାଇଲେ।
21
ପିଲାତ ପୁଣି ପଚାରିଲେ, “ଏ ଦୁହିଙ୍କ ମଧ୍ୟରୁ ମୁଁ କାହାକୁ ଖଲାସ କରିଦିଏ ବୋଲି ତୁମ୍ଭମାନଙ୍କର ଇଚ୍ଛା?” ସେମାନେ ଉତ୍ତର ଦେଲେ, “ବାରବ୍ବା”।
22
ପିଲାତ ପଚାରିଲେ, “ତେବେ ମସୀହ ରୂପେ ପରିଚିତ ଯୀଶୁଙ୍କୁ କଅଣ କରିବି?” “ତାଙ୍କୁ କ୍ରୁଶରେ ଚଢ଼ାଅ” ବୋଲି ସେମାନେ ଚିକ୍ରାର କଲେ।
23
ପିଲାତ ପଚାରିଲେ, “କିନ୍ତୁ ସେ କି ଅପରାଧ କରିଛନ୍ତି?” ସେମାନେ ଆହୁରି ପାଯି କରି କହିବାକୁ ଲାଗିଲେ, “ତାଙ୍କୁ କ୍ରୁଶରେ ଚଢ଼ାଅ।”
24
ଯେତେବେଳେ ପିଲାତ ଦେଖିଲେ ଯେ ସେମାନଙ୍କୁ ଆଉ କହି କିଛି ଲାଭ ନାହିଁ, ବରଂ ଶାନ୍ତି ଭଙ୍ଗର ଆଶଙ୍କା ଅଛି, ସେ ଅଳ୍ପ ଜଳ ନେଇ, ଲୋକମାନଙ୍କ ସମ୍ମୁଖରେ ହାତ ଧୋଇ ପକାଇ କହିଲେ, “ଏ ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ମୁଁ ଦାୟୀ ନୁହେଁ। ଏହା ତୁମର କାମ।”
25
ଲୋକମାନେ ଉତ୍ତର ଦେଲେ, “ତା’ର ମୃତ୍ୟୁ ପାଇଁ ଦଣ୍ଡ ଭୋଗିବାର ଥିଲେ, ଆମକୁ ଓ ଆମ ପିଲାମାନଙ୍କୁ ସେହି ଦଣ୍ଡଭୋଗ କରିବାକୁ ପଡ଼ୁ।”
26
ଶେଷରେ ପିଲାତ ବାରବ୍ବାକୁ ମୁକ୍ତି ଦେଇ ଯୀଶୁଙ୍କୁ କୋରଡ଼ାରେ ମାରିବାକୁ ଆଦେଶ ଦେଲେ, ତା’ପରେ କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ି ଦେଲେ।
27
ପିଲାତଙ୍କ ସୈନ୍ୟମାନେ ଯୀଶୁଙ୍କୁ ରୋମୀୟ ଶାସକଙ୍କ ପ୍ରାସାଦକୁ ନେଇଗଲେ ଏବଂ ସମସ୍ତେ ତାଙ୍କୁ ଘେରି ଠିଆହେଲେ।
28
ତାଙ୍କ ପୋଷାକ କାଢ଼ି ନେଇ ତାଙ୍କୁ ଗୋଟିଏ ବାଇଗଣିଆ ରଙ୍ଗର ପୋଷାକ ପିନ୍ଧାଇଲେ।
29
କଣ୍ଟା ଗଛ ଡ଼ାଳରେ ଗୋଟିଏ ମୁକୁଟ ତିଆରି କରି ତାଙ୍କ ମୁଣ୍ଡ ଉପରେ ପିନ୍ଧାଇ ଦେଲେ ଓ ତାଙ୍କ ଡ଼ାହାଣ ହାତରେ ଗୋଟିଏ ଯଷ୍ଟି ଧରାଇଲେ। ତା’ପରେ ତାଙ୍କ ସମ୍ମୁଖରେ ଆଣ୍ଠୁ ମାଡ଼ି ତାଙ୍କୁ ବ୍ୟଙ୍ଗ କରି କହିଲେ, “ଇହୁଦୀମାନଙ୍କର ରାଜା ଚିରଞ୍ଜୀବୀ ହୁଅନ୍ତୁ।”
30
ସେମାନେ ତାଙ୍କ ଉପରେ ଛେପ ପକାଇଲେ, ସେହି ଯଷ୍ଟି ନେଇ ତାଙ୍କ ମୁଣ୍ଡକୁ ଆଘାତ କଲେ।
31
ଏହିପରି ତାଙ୍କୁ ଉପହାସ କରିବା ପରେ ରାଜକୀୟ ପୋଷାକ ବାହାର କରି ତାଙ୍କର ନିଜ ବସ୍ତ୍ର ପିନ୍ଧାଇ ଦେଲେ ଏବଂ କ୍ରୁଶରେ ଚଢ଼ାଇବା ପାଇଁ ତାଙ୍କୁ ସେଠାରୁ ନେଇଗଲେ।
32
ସେମାନେ ଯିବାବେଳେ ବାଟରେ କୁରୁଣୀର ଶିମୋନ ନାମକ ଜଣେ ଲୋକକୁ ଭେଟିଲେ ଓ ସୈନିକମାନେ ତାକୁ ଯୀଶୁଙ୍କର କ୍ରୁଶ ବହନ କରିବା ପାଇଁ ବାଧ୍ୟ କଲେ।
33
ସେମାନେ ଗଲ୍ଗଥା ନାମକ ଗୋଟିଏ ସ୍ଥାନରେ ପହଞ୍ôଚଲେ। ଗଲ୍ଗଥାର ଅର୍ଥ ଖପୁରୀ ଆକୃତି ସ୍ଥାନ।
34
ସେଠାରେ ସେମାନେ ଯୀଶୁଙ୍କୁ ତିକ୍ତ ଦ୍ରବ୍ୟ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ। ଯୀଶୁ ତାକୁ ଟିକିଏ ଚାଖି ଆଉ ପିଇଲେ ନାହିଁ।
35
ସେମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କରି ଗୁଲିବାଣ୍ଟ ଦ୍ୱାରା ତାଙ୍କ ବସ୍ତ୍ରଗୁଡ଼ିକୁ ନିଜ ନିଜ ଭିତରେ ଭାଗ କରି ନେଲେ।
36
ତା’ପରେ ସେମାନେ ସେଠାରେ ବସି କ୍ରୁଶବିଦ୍ଧ ଯୀଶୁଙ୍କୁ ଜଗି ରହିଲେ।
37
ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ଗୋଟିଏ ଲିଖିତ ବିଜ୍ଞପ୍ତି ତାଙ୍କ ମସ୍ତକ ଉପରେ ଝୁଲେଇ ଦିଆଯାଇଥିଲା: “ଏଇ ହେଉଛନ୍ତି ଇହୁଦୀମାନଙ୍କର ରାଜା।”
38
ତା’ପରେ ସେମାନେ ଦୁଇଜଣ ଦସ୍ୟୁକୁ ସେଠାରେ କ୍ରୁଶରେ ଚଢ଼ାଇଲେ, ଜଣକୁ ଯୀଶୁଙ୍କ ଦକ୍ଷିଣ ପାଶ୍ୱର୍ରେ ଓ ଅନ୍ୟ ଜଣକୁ ତାଙ୍କ ବାମରେ।
39
ସେ ବାଟେ ଯାଉଥିବା ଲୋକମାନେ ମୁଣ୍ଡ ହଲାଇ ଯୀଶୁଙ୍କୁ ଅପମାନ ଦେଇ କହିଲେ,
40
“ତୁମେ ପରା ମନ୍ଦିରକୁ ଭାଙ୍ଗିଦେଇ ତିନି ଦିନରେ ପୁଣି ତାକୁ ତୋଳି ଦେଉଥିଲ। ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ନିଜକୁ ରକ୍ଷା କର। କ୍ରୁଶରୁ ଓହ୍ଲାଇ ଆସ।”
41
ପ୍ରଧାନ ପୁରୋହିତ, ଧର୍ମଗୁରୁ ଓ ସଂପ୍ରଦାୟର ବୟୋବୃଦ୍ଧ ନେତାମାନେ ମଧ୍ୟ ଯୀଶୁଙ୍କୁ ବିଦ୍ରୁପ କରି କହିଲେ,
42
“ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲା, କିନ୍ତୁ ନିଜକୁ ରକ୍ଷା କରି ପାରୁ ନାହିଁ। ସେ ପରା ଇଶ୍ରାୟେଲର ରାଜା। ଏବେ ଯଦି ସେ କ୍ରୁଶରୁ ଓହ୍ଲାଇ ଆସି ପାରିବ, ଆମେ ତାକୁ ବିଶ୍ୱାସ କରିବୁ।
43
ସେ ନିଜକୁ ଈଶ୍ୱରଙ୍କ ପୁତ୍ର କହି ଈଶ୍ୱରଙ୍କ ଉପରେ ଭରସା ରଖିଛି। ଆଚ୍ଛା ଦେଖିବା, ଈଶ୍ୱର ତାକୁ ରକ୍ଷା କରିବାକୁ ଚାହୁଁଛନ୍ତି କି ନା।”
44
ତାଙ୍କ ସଙ୍ଗରେ କ୍ରୁଶବିଦ୍ଧ ହୋଇଥିବା ଦସ୍ୟୁମାନେ ମଧ୍ୟ ତାଙ୍କୁ ସେହିପରି ପରିହାସ କଲେ।
45
ସେ ଦିନ ଦି’ପହରବେଳେ ସାରାଦେଶରେ ଅନ୍ଧକାର ଘୋଟିଗଲା ଓ ତାହା ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।
46
ଉପରଓଳି ତିନିଟାବେଳେ ଯୀଶୁ ଉଚ୍ଚସ୍ୱରରେ କହିଲେ, “ଏଲି, ଏଲି, ଲାମା ସବଖ୍ତାନି।” ଅର୍ତାତ୍ “ହେ ଈଶ୍ୱର, ହେ ଈଶ୍ୱର, ମୋତେ କାହିଁକି ପରିତ୍ୟାଗ କରିଛ?”
47
ପାଖରେ ଠିଆ ହୋଇଥିବା କେତେକ ଏହା ଶୁଣି କହିଲେ, “ସେ ଏଲିୟଙ୍କୁ ଡ଼ାକୁଛି।”
48
ଜଣେ ଲୋକ ଦୌଡ଼ି ଯାଇ ଖଟା ଦ୍ରାକ୍ଷାରସରେ ଗୋଟିଏ ସ୍ପଞ୍ଜ ବୁଡ଼ାଇ ତାକୁ ନଳ ଆଗରେ ବାନ୍ଧି ଯୀଶୁଙ୍କ ଆଡ଼କୁ ବଢ଼ାଇ ଦେଲା।
49
ଅନ୍ୟ କେତେକ କହିଲେ, “ଅପେକ୍ଷା କର, ଦେଖିବା, ତାକୁ ରକ୍ଷା କରିବାକୁ ଏଲିୟ ଆସୁଛନ୍ତି କି ନାହିଁ।”
50
ଯୀଶୁ ଆଉ ଥରେ ଉଚ୍ଚସ୍ୱରରେ ଚିକ୍ରାର କରି ଶେଷ ନିଶ୍ୱାସ ତ୍ୟାଗ କଲେ।
51
ସେହି ସମୟରେ ମନ୍ଦିରରେ ଝୁଲୁଥିବା ପର୍ଦ୍ଦା ଉପରୁ ତଳ ଯାଏ ଦୁଇ ଖଣ୍ଡ ହୋଇ ଚିରିଗଲା। ଭୂମିକମ୍ପ ହେଲା, ପାହାଡ଼ଗୁଡ଼ିକ ଫାଟିଗଲା।
52
ଏବଂ କବର ଖୋଲିଯାଇ ଅନେକ ଧାର୍ମିକ ମୃତ ବ୍ୟକ୍ତି ପୁନର୍ଜୀବିତ ହେଲେ।
53
ଏମାନେ କବରମାନଙ୍କରୁ ଉଠି ଆସିଲେ ଓ ଯୀଶୁଙ୍କ ପୁନରୁତ୍ଥାନ ପରେ ଏମାନଙ୍କୁ ପୁଣ୍ୟ ନଗରୀ ଯିରୂଶାଲମକୁ ଯିବାର ଅନେକେ ଦେଖିଲେ।
54
ଯୀଶୁଙ୍କୁ ଜଗି ରହିଥିବା ସେନାପତି ଓ ସୈନ୍ୟମାନେ ଭୂମିକମ୍ପ ଓ ଅନ୍ୟାନ୍ୟ ଘଟଣା ଦେଖି ଭୟଭୀତ ହେଲେ। ସେମାନେ କହିଲେ, “ଏ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର।”
55
ଗାଲିଲୀରୁ ଯୀଶୁଙ୍କୁ ଅନୁସରଣ କରି, ତାଙ୍କୁ ସାହାଯ୍ୟ କରିଥିବା ଅନେକ ସ୍ତ୍ରୀ ଲୋକ ଦୂରରେ ରହି ସବୁ ଦେଖୁଥିଲେ।
56
ଏମାନଙ୍କ ମଧ୍ୟରେ ଥିଲେ ମଗଦଲୀନୀ ମରିୟମ, ଯାକୁବ ଓ ଯୋସେଫଙ୍କ ମାତା ମରିୟମ ଏବଂ ଜେବଦୀଙ୍କ ପତ୍ନୀ।
57
ସନ୍ଧ୍ୟାବେଳେ ଆରମାଥିଆର ଯୋସେଫ ନାମକ ଜଣେ ଧନୀ ଲୋକ ଆସି ପହଞ୍ôଚଲେ। ସେ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ।
58
ସେ ପିଲାତଙ୍କୁ ସାକ୍ଷାତ କରି ଯୀଶୁଙ୍କ ମୃତ ଶରୀରକୁ ନେଇ ଯିବା ପାଇଁ ଅନୁମତି ମାଗିଲେ।
59
ପିଲାତ ଅନୁମତି ଦେବାରୁ ଯୋସେଫ ଯୀଶୁଙ୍କ ଶରୀରକୁ ନେଇଯାଇ ଗୋଟିଏ ନୂଆ ଚାଦର କନାରେ ଗୁଡ଼ାଇଲେ ଏବଂ
60
ତାଙ୍କ ନିଜ ପାଇଁ ପଥରରେ ଖୋଳା ହୋଇଥିବା ଗୋଟିଏ ନୂତନ କବରରେ ତାଙ୍କୁ ରଖିଲେ ଓ କବର ମୁହଁରେ ଗୋଟିଏ ବଡ଼ ପଥର ଢ଼ାଙ୍କି ଦେଇ ଚାଲିଗଲେ।
61
ମଗଦଲୀନୀ ମରିୟମ ଓ ଅନ୍ୟ ମରିୟମ ସେହିଠାରେ କବରକୁ ମୁହଁ କରି ବସିଥିଲେ।
62
ତା’ ପରଦିନ ବିଶ୍ରାମ ବାରରେ ପ୍ରଧାନ ପୁରୋହିତ ଓ ଫାରୁଶୀମାନେ ପିଲାତଙ୍କୁ ଭେଟି କହିଲେ,
63
“ଆଜ୍ଞା, ଆମର ମନେ ଅଛି, ସେ ମିଥ୍ୟାବାଦୀ ବଞ୍ଚିଥିବାବେଳେ କହୁଥିଲା, ‘ତିନି ଦିନ ପରେ ମୁଁ ପୁନରୁତ୍ôଥତ ହେବି।’
64
ତେଣୁ ତିନି ଦିନ ପର୍ଯ୍ୟନ୍ତ ସେହି କବର ଜଗି ରହିବାକୁ ପ୍ରହରୀ ନିଯୁକ୍ତ କରିବାକୁ ଆଦେଶ ଦିଅନ୍ତୁ, ତା’ହେଲେ ତାଙ୍କ ଶିଷ୍ୟମାନେ ତାଙ୍କ ଶରୀରକୁ ଚୋରାଇ ନେଇ, ସେ ବଞ୍ôଚ ଉଠିଛନ୍ତି ବୋଲି କହି ପାରିବେ ନାହିଁ। ସେମାନଙ୍କର ଏହି ମିଥ୍ୟା ପ୍ରଚାର ସବୁଠାରୁ ଅଧିକ ଅନିଷ୍ଟକର ହେବ।”
65
ପିଲାତ ଉତ୍ତର ଦେଲେ, “ଦଳେ ପ୍ରହରୀକୁ ନେଇଯାଅ ଓ ସେହି କବରକକୁ ଯଥାସାଧ୍ୟ ସୁରକ୍ଷା କର।”
66
ସେମାନେ ଯାଇ କବରଟିର ସୁରକ୍ଷା କରିବା ପାଇଁ ବ୍ୟବସ୍ଥା କଲେ। ତା’ ମୁହଁକୁ ଢ଼ାଙ୍କି ରଖିଥିବା ପଥର ଉପରେ ମୋହର ବସାଇ ଜଗିବା ପାଇଁ ପ୍ରହରୀମାନଙ୍କୁ ରଖିଲେ।
← Chapter 26
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 28 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28