bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Matthew 20
Matthew 20
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 21 →
1
“ସ୍ୱର୍ଗରାଜ୍ୟ କିପରି, ଏହାର ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଜଣେ ଲୋକ ଦିନେ ଭୋର୍ରୁ ତା’ର ଦ୍ରାକ୍ଷା କ୍ଷେତରେ କାମ କରିବା ପାଇଁ ମୂଲିଆ ଖୋଜିବାକୁ ବାହାରିଲା।
2
ଯେଉଁମାନଙ୍କୁ ପାଇଲା, ପ୍ରତ୍ୟେକଙ୍କୁ ଦୈନିକ ଗୋଟିଏ ଲେଖାଁ ରୌପ୍ୟମୁଦ୍ରା ମଜୁରୀ ଦେବାକୁ ଚୁକ୍ତି କରି ସେମାନଙ୍କୁ ତା’ କ୍ଷେତକୁ ପଠାଇଲା।
3
ତା’ପରେ ଦିନ ନଅଟାବେଳେ ବଜାରକୁ ଯାଇ ଦେଖିଲା, ଦଳେ ଲୋକ ନିଷ୍କର୍ମା ହୋଇ ଠିଆ ହୋଇଛନ୍ତି।
4
ସେମାନଙ୍କୁ ସେ କହିଲା, ‘ତୁମେ ମଧ୍ୟ ମୋ’ ଦ୍ରାକ୍ଷା କ୍ଷେତକୁ ଯାଇ କାମ କର, ତୁମ୍ଭମାନଙ୍କୁ ଉପଯୁକ୍ତ ମଜୁରୀ ଦେବି।’
5
ସେମାନେ ଯାଇ କାମରେ ଲାଗିଲେ। ଦିନ ବାରଟା ଓ ତିନିଟାବେଳେ ଠିକ୍ ସେହିପରି ଆଉ କେତେ ମୂଲିଆଙ୍କୁ ଆଣି କାମରେ ଲଗାଇଲା।
6
ଉପରଓଳି ପାଞ୍ଚଟାବେଳେ ଆଉ ଥରେ ବଜାରକୁ ଯାଇ ଦେଖିଲା, ଆଉ କେତେଜଣ ଠିଆ ହୋଇଛନ୍ତି। ସେମାନଙ୍କୁ ପଚାରିଲା, ‘ଦିନସାରା କାମ ନ କରି କାହିଁକି ଏଠାରେ ସମୟ ନଷ୍ଟ କରୁଛ?’
7
ସେମାନେ ଉତ୍ତର ଦେଲେ, ‘କେହି ତ ଆମକୁ କାମରେ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲା, ‘ଆଚ୍ଛା, ତେବେ ତୁମେ ସବୁ ମୋ’ ଦ୍ରାକ୍ଷା କ୍ଷେତକୁ ଯାଇ କାମ କର।’
8
“ସେଦିନ ସନ୍ଧ୍ୟାବେଳେ କ୍ଷେତ ମାଲିକ ଗୁମସ୍ତାକୁ କହିଲା, ‘ମୂଲିଆମାନଙ୍କୁ ଡ଼ାକ। ଯେଉଁମାନେ ସମସ୍ତଙ୍କଠାରୁ ପଛରେ କାମ ଆରମ୍ଭ କରିଛନ୍ତି, ଆଗେ ସେମାନଙ୍କ ମଜୁରୀ ଦେଇ ଦିଅ।
9
ଯେଉଁମାନେ ସର୍ବପ୍ରଥମେ କାମରେ ଯୋଗ ଦେଇଛନ୍ତି, ସେମାନଙ୍କ ମଜୁରୀ ଶେଷରେ ଦିଅ। ଉପରଓଳି ପାଞ୍ଚଟାରେ ଯେଉଁମାନେ କାମରେ ଯୋଗ ଦେଇଥିଲେ, ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ରୌପମୁଦ୍ରା ପାଇଲେ।
10
ସୁତରାଂ ଯେଉଁମାନେ ପ୍ରଥମେ କାମ ଆରମ୍ଭ କରିଥିଲେ, ସେମାନେ ଭାବିଲେ, ସେମାନଙ୍କୁ ଅଧିକ ମଜୁରୀ ମିଳିବ। କିନ୍ତୁ ସେମାନେ ମଧ୍ୟ ଗୋଟିଏ ଗୋଟିଏ ରୌପ୍ୟମୁଦ୍ରା ପାଇଲେ।
11
ସେମାନେ ଏକତ ନେଇ ମାଲିକ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କରି କହିଲେ,
12
‘ଉପରଓଳି ପାଞ୍ଚଟାରେ କାମ ଆରମ୍ଭ କରିଥିବା ମୂଲିଆମାନେ ମୋଟେ ଘଣ୍ଟାଏ କାମ କରିଛନ୍ତି। ଆମେ ଏହି ପ୍ରଚଣ୍ଡ ଖରାରେ ଦିନଯାକ ଖଟିଲୁ, ଅଥଚ ମଜୁରୀ ଦେଲାବେଳେ ସେମାନଙ୍କୁ ଆମ ସହିତ ସମାନ କରିଦେଲେ।’
13
“ମାଲିକ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଇ କହିଲେ, ‘ବନ୍ଧୁ! ମୁଁ ତୁମକୁ ଠକି ନାହିଁ। ଦିନକର ମଜୁରୀ ଗୋଟିଏ ମୁଦ୍ରା ନେଇ କାମ କରିବାକୁ ତୁମେ ସମସ୍ତେ ତ ରାଜି ହୋଇଥିଲ।
14
ତୁମର ସେହି ମଜୁରୀ ନେଇ ଘରକୁ ଯାଅ। ତୁମକୁ ଯାହା ଦେଇଛି, ଘଣ୍ଟାଏ କାମ କରିଥିବା ଲୋକଟିକୁ ସେତିକି ଦେବା ପାଇଁ ମୋର ଇଚ୍ଛା।
15
ମୋ’ ନିଜ ଧନ ଯେମିତି ଇଚ୍ଛା ସେମିତି ଖର୍ଚ୍ଚ କରିବାକୁ କ’ଣ ମୋର ଅଧିକାର ନାହିଁ? ନା ମୁଁ ଟିକେ ବଦାନ୍ୟ ହେଉଛି ବୋଲି ତୁମେ ମୋତେ ଈର୍ଷା କରୁଛ’?”
16
ଏହି ଦୃଷ୍ଟାନ୍ତ କଥା ଶେଷ କରି ଯୀଶୁ କହିଲେ, “ଯେଉଁମାନେ ବର୍ତ୍ତମାନ ପଛରେ ଅଛନ୍ତି, ସେମାନେ ଆଗକୁ ଆସିବେ ଏବଂ ଯେଉଁମାନେ ଆଗରେ ଅଛନ୍ତି, ସେମାନେ ପଛରେ ପଡ଼ିଯିବେ।”
17
ଯୀଶୁ ଯିରୁଶାଲମକୂ ଯିବା ବାଟରେ ବାର ଶିଷ୍ୟଙ୍କୁ ଗୋଟିଏ ପାଖକୁ ଡ଼ାକିନେଇ ଏକାନ୍ତରେ କହିଲେ,
18
“ଶୁଣ, ଆମେ ଯିରୂଶାଲମକୁ ଯାଉଛୁ। ସେଠାରେ ମନୁଷ୍ୟପୁତ୍ର ମୁଖ୍ୟ ଯାଜକ ଓ ଧର୍ମଗୁରୁମାନଙ୍କ ହାତରେ ସମର୍ପିତ ହେବେ।
19
ସେମାନେ ତାଙ୍କୁ ପ୍ରାଣଦଣ୍ଡାଜ୍ଞା ଦେବେ ଓ ବିଜାତୀୟ ଅଣଯିହୁଦୀମାନଙ୍କ ହାତରେ ଛାଡ଼ି ଦେବେ। ବିଜାତୀୟମାନେ ତାଙ୍କୁ ପରିହାସ କରିବେ, କୋରଡ଼ା ପ୍ରହାର କରିବେ ଓ କ୍ରୁଶରେ ଚଢ଼ାଇବେ। କିନ୍ତୁ ତିନି ଦିନ ପରେ ସେ ପୁନର୍ଜୀବିତ ହେବେ।”
20
ଏହି ସମୟରେ ଜେବଦୀଙ୍କ ସ୍ତ୍ରୀ ତା’ର ଦୁଇ ପୁତ୍ର ସହିତ ଯୀଶୁଙ୍କ ନିକଟକୁ ଆସିଲା। ଯୀଶୁଙ୍କୁ ପ୍ରଣାମ କରି ତାଙ୍କ ଅନୁଗ୍ରହ ଭିକ୍ଷା କଲା।
21
ଯୀଶୁ ତାକୁ ପଚାରିଲେ, “କ’ଣ ଚାହୁଁଛ?” ସେ କହିଲା, “ଆପଣ ଯେତେବେଳେ ରାଜା ହେବେ, ମୋର ଏହି ଦୁଇ ପୁଅଙ୍କୁ ଆପଣଙ୍କ ଡ଼ାହାଣ ଓ ବାମ ପାଖରେ ବସାଇବେ ବୋଲି କଥା ଦିଅନ୍ତୁ।”
22
ଯୀଶୁ ଜେବଦୀଙ୍କ ପୁତ୍ରମାନଙ୍କୁ ଉତ୍ତର ଦେଇ କହିଲେ, “ତୁମେ କଅଣ ମାଗୁଛ, ବୁଝି ପାରୁ ନାହଁ। ମୁଁ ଯେଉଁ ଦୁଃଖଭୋଗର ପାନପାତ୍ରରୁ ପିଇବାକୁ ଯାଉଛି, ତୁମେ କ’ଣ ସେଥିରୁ ପାନ କରିପାରିବ?” ସେମାନେ ଉତ୍ତର ଦେଲେ, “ହଁ ପାରିବୁ।”
23
ଯୀଶୁ ସେମାନଙ୍କୁ କହିଲେ, “ବାସ୍ତବିକ ତୁମେ ମୋର ସେହି ପାନପାତ୍ରରୁ ପିଇବ। କିନ୍ତୁ ମୋର ଦକ୍ଷିଣ ଓ ବାମରେ ବସିବା ପାଇଁ କାହାକୁ ମନୋନୀତ କରିବା ଅଧିକାର ମୋର ନାହିଁ। ଯେଉଁମାନଙ୍କ ପାଇଁ ମୋର ପିତା ସେହି ସ୍ଥାନ ପ୍ରସ୍ତୁତ କରିଛନ୍ତି, ତାହା କେବଳ ସେମାନଙ୍କର।”
24
ଯେତେବେଳେ ଅନ୍ୟ ଶିଷ୍ୟମାନେ ଏହି କଥା ଶୁଣିଲେ, ସେହି ଦୁଇ ଭାଇ ଉପରେ ରାଗିଲେ।
25
ଯୀଶୁ ଶିଷ୍ୟମାନଙ୍କୁ ଏକତ୍ରିତ କରି କହିଲେ, “ତୁମେ ଜାଣ, ଏହି ଜଗତର ରାଜାମାନେ ଅନ୍ୟମାନଙ୍କ ଉପରେ ପ୍ରଭୁପଣ ବିସ୍ତାର କରିଥାନ୍ତି ଓ ବଡ଼ ବଡ଼ ନେତାମାନେ ମଧ୍ୟ ଅନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି।
26
କିନ୍ତୁ ତୁମେ ଏହି ନୀତି ଅନୁସରଣ କରିବ ନାହିଁ।
27
ତୁମ ମଧ୍ୟରୁ ଜଣେ ବଡ଼ ହେବାକୁ ଚାହିଁଲେ, ସେ ଅନ୍ୟମାନଙ୍କର ସେବକ ହେଉ। ତୁମ ମଧ୍ୟରୁ ଯେ ଶ୍ରେଷ୍ଠ ହେବାକୁ ଚାହେଁ, ସେ ତୁମ୍ଭମାନଙ୍କର ଦାସ ହେଉ,
28
ଯେପରି ମନୁଷ୍ୟପୁତ୍ର ସେବା ପାଇବା ପାଇଁ ଆସି ନାହାନ୍ତି - ସେବା କରି ଅନ୍ୟମାନଙ୍କର ମୁକ୍ତି ପାଇଁ ନିଜର ପ୍ରାଣ ବିସର୍ଜନ କରିବାକୁ ଆସିଛନ୍ତି।”
29
ଦିନେ ଯୀଶୁ ଶିଷ୍ୟମାନଙ୍କ ସହିତ ଯିରୀହୋ ସହର ଛାଡ଼ି ଯିବାବେଳେ ଅନେକ ଲେଶକ ତାଙ୍କ ପଛେ ପଛେ ଚାଲିଲେ।
30
ରାସ୍ତାକଡ଼ରେ ବସିଥିବା ଦୁଇଜଣ ଅନ୍ଧ, ଯୀଶୁ ସେବାଟେ ଆସୁଛନ୍ତି ବୋଲି ଶୁଣି ଉଚ୍ଚସ୍ୱରରେ ଡ଼ାକିଲେ, “ହେ ପ୍ରଭୁ, ଦାଉଦ ସନ୍ତାନ। ଆମକୁ ଦୟା କରନ୍ତୁ।”
31
ଲୋକେ ସେମାନଙ୍କୁ ଧମକ ଦେଇ ତୁନି ହେବାକୁ କହିଲେ। କିନ୍ତୁ ସେମାନେ ଆହୁରି ପାଟି କରି କହିଲେ, “ହେ ଦାଉଦ ସନ୍ତାନ! ଆମକୁ ଦୟା କରନ୍ତୁ।”
32
ଯୀଶୁ ସେଠାରେ ଠିଆହୋଇ ସେମାନଙ୍କୁ ଡ଼ାକି ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କ’ଣ କରିବି ବୋଲି ଚାହୁଁଛ?”
33
ସେମାନେ କହିଲେ, “ପ୍ରଭୁ ଆମକୁ ଦୃଷ୍ଟି ଶକ୍ତି ଦିଅନ୍ତୁ।”
34
ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ। ସଙ୍ଗେ ସଙ୍ଗେ ସେମାନେ ଦୃଷ୍ଟି ଶକ୍ତି ପାଇଲେ ଏବଂ ଯୀଶୁଙ୍କ ପଛେ ପଛେ ଚାଲିଲେ।
← Chapter 19
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 21 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28