bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Job 1
Job 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 2 →
1
ଉତ୍ତମ ବ୍ୟକ୍ତି ଆୟୁବ ଊଷ୍ ଦେଶରେ ଆୟୁବ ନାମରେ ଜଣେ ବ୍ୟକ୍ତି ବାସ କରୁଥିଲା। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଥିଲା। ଆୟୁବ ପରମେଶ୍ୱରଙ୍କ ଉପାସନା କରିବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ମନ୍ଦକାର୍ଯ୍ୟରୁ ବିରତ ରହୁଥିଲା।
2
ଆୟୁବର ସାତୋଟି ପୁତ୍ର ଓ ତିନୋଟି ଝିଅ ଥିଲେ।
3
ଆୟୁବ 7000 ମେଣ୍ଢା, 3000 ଓଟ, 1000 ଷଣ୍ଢ ଏବଂ 500 ମାଇ ଗଧର ମାଲିକ ଥିଲା। ତା’ର ଅନେକ ଗୁଡ଼ିଏ ଭୃତ୍ୟ ଥିଲେ। ଆୟୁବ ପୂର୍ବାଞ୍ଚଳ ଦେଶମାନଙ୍କ ମଧ୍ୟରେ ସବୁଠାରୁ ବେଶୀ ଧନୀ ଥିଲା।
4
ଆୟୁବର ପୁଅମାନେ ପାଳି ପାଳି କରି ସେମାନଙ୍କ ଘରେ ଭୋଜି ପ୍ରସ୍ତୁତ କଲେ ଏବଂ ସେମାନଙ୍କ ତିନି ଭଉଣୀଙ୍କୁ ଏହି ଭୋଜିରେ ଯୋଗଦେବାକୁ ନିମନ୍ତ୍ରଣ କଲେ।
5
ଆୟୁବ ଉତ୍ସବ ପରଦିନ ପ୍ରାତଃକାଳରୁ ଶଯ୍ୟା ତ୍ୟାଗ କରି ତା’ର ପ୍ରତ୍ୟେକ ପୁଅର ମଙ୍ଗଳ ପାଇଁ ପରମେଶ୍ୱରଙ୍କ ନିକଟରେ ହୋମବଳି ଅର୍ପଣ କରୁଥିଲା। ସେ ଭାବୁଥିଲା, “ମୋ’ ପିଲାମାନେ ହୁଏତ ହୃଦୟରେ ପାପ କରି ପରମେଶ୍ୱରଙ୍କୁ ଶାପ ଦେଇଥାଇ ପାରନ୍ତି।” ଆୟୁବ ପ୍ରତ୍ୟେକ ଥର ଏପରି କଲା।
6
ସଦାପ୍ରଭୁଙ୍କ ସହିତ ସାକ୍ଷାତ ଲାଗି ସ୍ୱର୍ଗଦୂତମାନଙ୍କ ପାଇଁ ସେହି ଦିନଟି ଉପସ୍ଥିତ ହେଲା। ସେହି ସ୍ୱର୍ଗଦୂତମାନଙ୍କ ସହିତ ଶୟତାନ ମଧ୍ୟ ସେଠାରେ ଉପସ୍ଥିତ ହେଲା।
7
ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ କେଉଁଠାରୁ ଆସିଲ?” ଶୟତାନ ସଦାପ୍ରଭୁଙ୍କୁ ଉତ୍ତର ଦେଲା, “ମୁଁ ପୃଥିବୀର ଏଣେତେଣେ ବିଚରଣ କରୁଥିଲି।”
8
ତା’ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ମୋର ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଅଟେ। ସେ ପରମେଶ୍ୱରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ଯ୍ୟ କରିବାକୁ ପ୍ରତ୍ୟାଖାନ କରେ।”
9
ଶୟତାନ ଉତ୍ତର ଦେଲା, “ନିଶ୍ଚୟ! କିନ୍ତୁ ଆୟୁବର ପରମେଶ୍ୱରଙ୍କୁ ଉପାସନା କରିବାର ଯଥେଷ୍ଟ କାରଣ ରହିଛି।
10
ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା’ର ପରିବାରକୁ, ତା’ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା’ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ।
11
ମୁଁ ପ୍ରତିଜ୍ଞା କରି କହିପାରେ ଆପଣ ତା’ର ସର୍ବସ୍ୱ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖରେ ଅଭିଶାପ ଦେବ।”
12
ତା’ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା’ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।” ତା’ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା।
13
ଆୟୁବ ସର୍ବସ୍ୱ ହରାଇଲା ଗୋଟିଏ ଦିନ ଭୋଜି ମଧ୍ୟରେ, ଆୟୁବର ପୁଅ ଓ ଝିଅମାନେ ବଡ଼ ଭାଇର ଘରେ ଏକତ୍ର ଖାଇବା ସହିତ ଦ୍ରାକ୍ଷାରସ ପାନ କରୁଥିଲେ।
14
ଏହି ସମୟରେ ଜଣେ ସମ୍ବାଦବାହକ ଆୟୁବକୁ ଖବର ଦେଲା, “ବଳଦମାନେ ଜମିରେ ହଳ କରୁଥିବା ବେଳେ, ଗଧଗୁଡ଼ିକ ସେମାନଙ୍କ ନିକଟରେ ଚରୁଥିଲେ।
15
ଶିବାୟୀୟମାନେ ଆକ୍ରମଣ କଲେ ଏବଂ ଆମ୍ଭଠାରୁ ସମସ୍ତ ପଶୁମାନଙ୍କୁ ନେଇଗଲେ। ସେମାନେ ତୁମ୍ଭର ଦାସମାନଙ୍କୁ ମଧ୍ୟ ଖଡ଼୍ଗରେ ହତ୍ୟା କଲେ। ମୁଁ ହେଉଛି କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏ ବିଷୟରେ କହିବାକୁ।”
16
ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “ଆକାଶରୁ ବିଜୁଳି ପଡ଼ି ତୁମ୍ଭର ମେଣ୍ଢା ଓ ଛେଳି ଓ ତୁମ୍ଭର ଦାସମାନଙ୍କୁ ପୋଡ଼ି ଦେଲା। ମୁଁ କେବଳ ଏକମାତ୍ର ଯିଏ ରକ୍ଷା ପାଇଛି ତୁମ୍ଭକୁ ଏହି ବିଷୟରେ କହିବା ପାଇଁ।”
17
ସେ କଥା କହୁଥିବା ବେଳେ, ଆଉ ଜଣେ ବାର୍ତ୍ତାବହ ଆସିଲା ଏବଂ କହିଲା, “କଲ୍ଦୀୟମାନେ ତିନି ଦଳ ସୈନିକଙ୍କୁ ପଠାଇଛନ୍ତି ଏବଂ ଆକ୍ରମଣ କରିଛନ୍ତି ଏବଂ ଓଟମାନଙ୍କୁ ନେଇ ଗଲେ ଓ ସମସ୍ତ ଭୃତ୍ୟମାନଙ୍କୁ ଖଡ଼୍ଗରେ ହତ୍ୟା କଲେ। ମୁଁ କେବଳ ଏକମାତ୍ର ଯିଏ ଏ ବିଷୟରେ ଆପଣଙ୍କୁ କହିବା ପାଇଁ ରକ୍ଷା ପାଇଅଛି।”
18
ସେ କଥା କହୁଥିବା ବେଳେ, ଅନ୍ୟ ଜଣେ ବାର୍ତ୍ତାବହ ଆସି କହିଲା, “ଆପଣଙ୍କ ପୁଅ-ଝିଅମାନେ ଯେତେବେଳେ ବଡ଼ ଭାଇର ଘରେ ଦ୍ରାକ୍ଷାରସ ପାନ ଓ ଖାଇବାରେ ବ୍ୟସ୍ତଥିଲେ
19
ସେହି ସମୟରେ ଏକ ଝଡ଼ ମରୁଭୂମି ଆଡ଼ୁ ଆସିଲା ଏବଂ ତାଙ୍କର ଘରକୁ ଭାଙ୍ଗି ଦେଲା। ଏବଂ ଆପଣଙ୍କ ପୁଅ ଝିଅମାନଙ୍କ ଉପରେ ପଡ଼ି ସମସ୍ତଙ୍କୁ ମାରି ଦେଲା। ମୁଁ କେବଳ ଏକମାତ୍ର ଯିଏ ଆପଣଙ୍କୁ ଏହା କହିବାକୁ ରକ୍ଷା ପାଇଛି।”
20
ଆୟୁବ ଯେତେବେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦେଲା ଏବଂ ଦୁଃଖ ଓ ଗ୍ଳାନିରେ ଲଣ୍ଡା ହୋଇପଡ଼ିଲା। ତା’ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ୱରଙ୍କୁ ଉପାସନା କରିବାକୁ ଲାଗିଲା।
21
ସେ ପ୍ରାର୍ଥନା କରି କହିଲା, “ମୁଁ ଯେତେବେଳେ ଏହି ପୃଥିବୀରେ ଜନ୍ମ ଲାଭ କଲି ସେତେବେଳେ ମୁଁ ଲଙ୍ଗଳା ଥିଲି ଓ ମୋ’ ପାଖରେ କିଛି ନ ଥିଲା। ଠିକ୍ ସେହିପରି ମୁଁ ଯେତେବେଳେ ମୃତ୍ୟୁବରଣ କରିବି ଓ ଏ ପୃଥିବୀକୁ ତ୍ୟାଗ କରିବି ସେତେବେଳେ ମଧ୍ୟ ଲଙ୍ଗଳା ଓ ଖାଲି ହାତରେ ଯିବି। ସଦାପ୍ରଭୁ ସବୁକିଛି ଦିଅନ୍ତି ଏବଂ ସବୁକିଛି ନେଇ ଯାଆନ୍ତି। ତେଣୁ ସଦାପ୍ରଭୁଙ୍କ ନାମ ହିଁ ପ୍ରଶଂସା ଯୋଗ୍ୟ।”
22
ଏତେ ସବୁ ଘଟିଲା ପରେ ଆୟୁବ ପାପ କଲା ନାହିଁ ଏବଂ ପରମେଶ୍ୱର କିଛି ଭୁଲ୍ କରିଛନ୍ତି ବୋଲି ସେ କହିଲା ନାହିଁ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42