bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Job 26
Job 26
Odia Bible ERV 2004 (ପବିତ୍ର ବାଇବଲ)
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 27 →
1
ଆୟୁବ ବିଲ୍ଦଦ୍କୁ ଉତ୍ତର ଦେଲା ତା’ପରେ ଆୟୁବ ଉତ୍ତର କରି କହିଲା,
2
“କେମିତି ତୁମ୍ଭେ ଜଣକୁ ସାହାଯ୍ୟ କରିଛ, ଯାହାର ଶକ୍ତି ନାହିଁ! ତୁମ୍ଭେ କେମିତି ଜଣକୁ ସାହାଯ୍ୟ କଲ ଯାହାର ବାହୁରେ ନିଜକୁ ରକ୍ଷା କରିବା ପାଇଁ ସାମର୍ଥ୍ୟ ନାହିଁ!
3
ତୁମ୍ଭେ ମୋ’ ଭଳି ଅଜ୍ଞାନୀକୁ ପରାମର୍ଶ ଦେଇଛ ତୁମ୍ଭେ ଏହା ଦ୍ୱାରା ପ୍ରମାଣ କରିଛ, ତୁମ୍ଭେ କେତେ ଜ୍ଞାନୀ।
4
କିଏ ତୁମ୍ଭକୁ ଏସବୁ କଥା କହିବାକୁ ପ୍ରେରଣା ଦେଲା? କାହାର ଆତ୍ମା ତୁମ୍ଭ ଦ୍ୱାରା କହିଲା?
5
“ପ୍ରେତଗଣ ପାତାଳରେ ଥିବା ଜଳରେ କମ୍ପି ଉଠନ୍ତି।
6
କିନ୍ତୁ ପରମେଶ୍ୱର ସେହି ମୃତ ଲୋକକୁ ପରିଷ୍କାର ଭାବରେ ଦେଖି ପାରନ୍ତି। ମୃତ୍ୟୁ ପରମେଶ୍ୱରଙ୍କ ପାଖରୁ ଲୁଚିରହି ପାରିବ ନାହିଁ।
7
ପରମେଶ୍ୱର ଉତ୍ତର ଆକାଶ ବିସ୍ତାର କରନ୍ତି, ଶୂନ୍ୟ ସ୍ଥାନରେ ପରମେଶ୍ୱର ପୃଥିବୀକୁ ଶୂନ୍ୟରେ ଟଙ୍ଗାଇ ରଖନ୍ତି।
8
ତଥାପି ପରମେଶ୍ୱର ସେହି ବହୁତ ଭାରୀ ଓଜନ ଦ୍ୱାରା ମେଘକୁ ଭାଙ୍ଗି ଖୋଲନ୍ତି ନାହିଁ। ଘନବାଦଲକୁ ଜଳକଣା ଯୁକ୍ତ କରନ୍ତି। କିନ୍ତୁ ପରମେଶ୍ୱର ଏତେ ଭାରୀ ହେଲେବି ମେଘ ଖଣ୍ଡ ଖଣ୍ଡ ହୋଇ ଖୋଲିଯାଏ ନାହିଁ।
9
ପରମେଶ୍ୱର ପୂର୍ଣ୍ଣମୀ ଚନ୍ଦ୍ରର ମୁଖକୁ ଘୋଡ଼ାଇ ଦିଅନ୍ତି। ସେ ତାହାକୁ ବାଦଲ ଦ୍ୱାରା ଆଚ୍ଛାଦିତ କରି ଲୁଗ୍ଭଇ ପକାନ୍ତି।
10
ପରମେଶ୍ୱର ସମୁଦ୍ରରେ ଆକାଶ ଓ ପୃଥିବୀ ମଧ୍ୟରେ ଦିଗ୍ବଳୟ ସୃଷ୍ଟି କରନ୍ତି। ଯେଉଁଠାରେ ଆଲୋକ ଓ ଅନ୍ଧକାର ପରସ୍ପର ସହିତ ମିଳିତ ହୁଅନ୍ତି।
11
ଯେଉଁ ଭିତ୍ତିମୂଳଗୁଡ଼ିକ ଉପରେ ଆକାଶ ମଣ୍ଡଳ ଅବସ୍ଥିତ ପରମେଶ୍ୱର ତାକୁ ଧମକ ଦେଲେ ଉଭୟ କମ୍ପି ଉଠେ।
12
ପରମେଶ୍ୱର ନିଜ ଶକ୍ତି ବଳରେ ସମୁଦ୍ରକୁ ଶାନ୍ତ କରନ୍ତି। ତାଙ୍କ ଜ୍ଞାନ ବଳରେ ସମୁଦ୍ର ରାକ୍ଷସ ରାହାବ କ୍ଷତାକ୍ତ ହୁଅନ୍ତି।
13
ପରମେଶ୍ୱରଙ୍କ ଶ୍ୱାସ ଦ୍ୱାରା ଆକାଶ ନିର୍ମଳ ଶୋଭାପାଏ। ପରମେଶ୍ୱରଙ୍କ ହସ୍ତଦ୍ୱାରା ପଳାଇଯିବା ସମୁଦ୍ର ସାପ ବନ୍ଦୀ ହୁଏ।
14
ଏହି କେତେକ ଆଶ୍ଚର୍ଯ୍ୟ ବିଷୟ ପରମେଶ୍ୱର କରନ୍ତି। ତାଙ୍କ ବିଷୟରେ ଆମ୍ଭେ କେବଳ ଗୋଟିଏ ମୃଦୁ ଶବ୍ଦ ଶୁଣୁ। ସମ୍ଭବତଃ କିଏ ତାଙ୍କର ବଜ୍ରନାଦର ଶକ୍ତି ବୁଝିପାରିବ।”
← Chapter 25
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 27 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42