bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Job 37
Job 37
Odia Bible ERV 2004 (ପବିତ୍ର ବାଇବଲ)
← Chapter 36
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 38 →
1
“ବିଜୁଳି ଓ ଘଡ଼ଘଡ଼ି ମୋତେ ଭୟଭୀତ କରେ। ଛାତି ଭିତରର ହୃତପିଣ୍ଡ ଭୟରେ କମ୍ପି ଉଠେ।
2
ସମସ୍ତେ ଶୁଣ! ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ଭଳି ଶୁଣାଯାଏ। ସେହି ଘଡ଼ଘଡ଼ିର ଶବ୍ଦକୁ ଶୁଣ, ଯାହା ପରମେଶ୍ୱରଙ୍କ ପାଟିରୁ ବାହାରେ।
3
ପରମେଶ୍ୱର ତାଙ୍କର ବିଜୁଳିକୁ ମାରନ୍ତି, ଯାହା ସମଗ୍ର ଆକାଶକୁ କମ୍ପିତ କରେ। ଏହା ସମଗ୍ର ପୃଥିବୀକୁ ମଧ୍ୟ ଝଲସାଇ ଦିଏ।
4
ତା’ପରେ ବିଜୁଳି ମାରିବା ପରେ ପରମେଶ୍ୱରଙ୍କ ବଜ୍ର ଗମ୍ଭିର କଣ୍ଠସ୍ୱର ଶୁଣାଯାଏ, ପରମେଶ୍ୱର ତାଙ୍କର ଚମତ୍କାର ସ୍ୱରରେ ଘଡ଼ଘଡ଼ି କରନ୍ତି। ବିଜୁଳି ମାରିଲା ବେଳେ ପରମେଶ୍ୱରଙ୍କ ସ୍ୱର ଘଡ଼ଘଡ଼ି ମାରେ।
5
ପରମେଶ୍ୱରଙ୍କ ଘଡ଼ଘଡ଼ି କଣ୍ଠସ୍ୱର ଅଦ୍ଭୂତ ଧରଣର ସେ ଅନେକ ମହାନ କାର୍ଯ୍ୟ କରନ୍ତି, ଯାହାକୁ ଆମ୍ଭେ ବୁଝିପାରିବା ନାହିଁ।
6
ପରମେଶ୍ୱର ବରଫକୁ କହନ୍ତି: ‘ପୃଥିବୀ ଉପରେ ପଡ଼।’ ଏବଂ ପରମେଶ୍ୱର ବର୍ଷାକୁ କହନ୍ତି ‘ପୃଥିବୀରେ ଢାଳି ହୁଅ।’
7
ପରମେଶ୍ୱର ତାହା କରନ୍ତି, ଯଦ୍ଦ୍ୱାରା ସମସ୍ତ ଲୋକ ଜାଣି ପାରିବେ ପରମେଶ୍ୱର ତିଆରି କରିଛନ୍ତି ଏବଂ ସମସ୍ତେ ଜାଣିବେ ସେ କ’ଣ କରି ପାରନ୍ତି। ଏହା ତାଙ୍କର ପ୍ରମାଣ ଅଟେ।
8
ପଶୁମାନେ ସେମାନଙ୍କ ଆଶ୍ରୟସ୍ଥଳକୁ ଦୌଡ଼ି ପଳାନ୍ତି ଓ ସେଠାରେ ରୁହନ୍ତି।
9
ଦକ୍ଷିଣ ଦିଗରୁ ବତାସ ମାଡ଼ି ଆସେ। ଥଣ୍ଡା ପବନ ଉତ୍ତର ଦିଗରୁ ମାଡ଼ି ଆସେ।
10
ପରମେଶ୍ୱରଙ୍କ ନିଶ୍ୱାସରେ ବରଫ ସୃଷ୍ଟି ହୁଏ ଓ ସମୁଦ୍ର ଜମାଟ ବାନ୍ଧି ଯାଏ।
11
ପରମେଶ୍ୱର ବାଦଲକୁ ଜଳରେ ପୂର୍ଣ୍ଣ କରନ୍ତି ଓ ସେହି ମେଘରେ ବିଜୁଳି ସୃଷ୍ଟି କରିଛନ୍ତି।
12
ପରମେଶ୍ୱର ମେଘକୁ ଆଦେଶ ଦିଅନ୍ତି ସମଗ୍ର ପୃଥିବୀରେ ଭ୍ରମଣ କରିବା ପାଇଁ। ମେଘମାଳା ସେ ଯାହା ଆଜ୍ଞା କରନ୍ତି ତାହା କରନ୍ତି।
13
ଏହା ହୁଏତ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ ଅବା ପ୍ରେମ ଦେଖାଇବା ପାଇଁ ସେ ଏହା କରନ୍ତି।
14
“ଆୟୁବ, ଗୋଟିଏ ମୁହୂର୍ତ୍ତ ପାଇଁ ବନ୍ଦକର, ଓ ଥରେ ଭାବିଲ ଯେଉଁ ଅଲୌକିକ କାର୍ଯ୍ୟସବୁ ପରମେଶ୍ୱର କରନ୍ତି।
15
ଆୟୁବ, ତୁମ୍ଭେ ଜାଣ କି ପରମେଶ୍ୱର କିପରି ବାଦଲକୁ ନିୟନ୍ତ୍ରଣ କରନ୍ତି? ତୁମ୍ଭେ ଜାଣ କି ପରମେଶ୍ୱର ତାଙ୍କର ବିଜୁଳି ଚମକାନ୍ତି?
16
ତୁମ୍ଭେ ଜାଣ କି ମେଘ ଖଣ୍ଡସବୁ ଆକାଶରେ କିପରି ଓହଳି ରୁହନ୍ତି? ସେହି ଅଲୌକିକ କାର୍ଯ୍ୟର ମେଘ ତ କେବଳ ଗୋଟିଏ ଉଦାହରଣ ଓ ପରମେଶ୍ୱର ମଧ୍ୟ ସେସବୁ ଜାଣନ୍ତି।
17
କିନ୍ତୁ ଆୟୁବ, ତୁମ୍ଭେ ଏସବୁ ଜାଣ ନାହିଁ। ତୁମ୍ଭେ କେବଳ ଏତିକି ଜାଣ ଯେ ଦକ୍ଷିଣ ଦିଗରୁ ଯେତେବେଳେ ପବନ ପ୍ରବାହିତ ହୁଏ, ତୁମ୍ଭର ପୋଷାକ ପତ୍ର ଗରମ ହୋଇ ଯାଏ। ଏବଂ ଦେଶ ନୀରବ ହୋଇଯାଏ।
18
ଆୟୁବ, ତୁମ୍ଭେ କ’ଣ ଆକାଶ ମଣ୍ଡଳ ବିସ୍ତାର କରିବା ପାଇଁ ପରମେଶ୍ୱରଙ୍କୁ ସାହାଯ୍ୟ କରି ପାରିବ ଏବଂ ମାର୍ଜିତ ପିତ୍ତଳ ପରି ଚକ୍ଚକ୍ କରି ପାରିବ?
19
“ଆୟୁବ, ଆମ୍ଭକୁ ଟିକେ କୁହ ଆମ୍ଭେ ପରମେଶ୍ୱରଙ୍କୁ କ’ଣ କହିବା। ଆମ୍ଭକୁ କ’ଣ କହିବାକୁ ହେବ, ଭାବିପାରୁ ନାହୁଁ। କାରଣ ଆମ୍ଭେ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହିଛୁ।
20
ମୁଁ ପରମେଶ୍ୱରଙ୍କୁ କହିବି ନାହିଁ ଯେ ମୁଁ ତାଙ୍କ ସହିତ କଥା ହେବାକୁ ଗ୍ଭହେଁ। ଏହା ଧ୍ୱଂସକୁ ଡାକି ଆଣିବା ସହିତ ସମାନ ହେବ।
21
କେହି ସୂର୍ଯ୍ୟଙ୍କୁ ଗ୍ଭହିଁ ପାରିବେ ନାହିଁ। ଏହାର ଉଜ୍ଜ୍ୱଳ କିରଣ ଆକାଶରେ ଝଲମଲ କରେ, ଯେତେବେଳେ ବାଦଲ ସବୁ ବାୟୁଦ୍ୱାରା ଅପସରିଯାଏ।
22
ପରମେଶ୍ୱର ମଧ୍ୟ ଠିକ୍ ସେହିପରି, ତାଙ୍କର ସୁବର୍ଣ୍ଣମୟ ମହିମା ପବିତ୍ର ପର୍ବତ ମଧ୍ୟରୁ ଚିକ୍ଚିକ୍ କରେ। ତାଙ୍କ ଚତୁର୍ଦ୍ଦିଗରେ ଉଜ୍ଜ୍ୱଳ କିରଣ ବିଚ୍ଛୁରିତ ହୋଇଥାଏ।
23
ସର୍ବଶକ୍ତିମାନ ପରମେଶ୍ୱର ମହାନ ଅଟନ୍ତି। ଆମ୍ଭେ ପରମେଶ୍ୱରଙ୍କୁ ବୁଝିପାରିବା ନାହିଁ। ସେ ପରମ ଶକ୍ତିଶାଳୀ କିନ୍ତୁ ସେ ଆମ୍ଭମାନଙ୍କ ପାଇଁ ବିଗ୍ଭରବନ୍ତ ଓ ଧାର୍ମିକ। ସେ ଆମ୍ଭମାନଙ୍କୁ ଆଘାତ ଦେବାକୁ ଗ୍ଭହାନ୍ତି ନାହିଁ।
24
ସେଥିପାଇଁ ଲୋକେ ତାଙ୍କୁ ସମ୍ମାନ କରନ୍ତି। କିନ୍ତୁ ସେ ଗର୍ବୀ ତଥା ଯେଉଁମାନେ ନିଜକୁ ଜ୍ଞାନୀ ଭାବନ୍ତି ତାଙ୍କୁ ସମ୍ମାନ କରନ୍ତି ନାହିଁ।”
← Chapter 36
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 38 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42