bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Job 15
Job 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 16 →
1
ଇଲୀଫସ୍ ଆୟୁବକୁ ଉତ୍ତର ଦେଲା ତା’ପରେ ତୈମନର ଇଲୀଫସ୍ ଆୟୁବକୁ ଉତ୍ତର ଦେଲା,
2
“ଆୟୁବ, ଯଦି ତୁମ୍ଭେ ପ୍ରକୃତରେ ଜ୍ଞାନୀ, ତେବେ ତୁମ୍ଭେ ବ୍ୟକ୍ତିଗତ ମୂଲ୍ୟହୀନ ମତରେ ଉତ୍ତର ଦିଅନ୍ତ ନାହିଁ। ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନରେ ଭର୍ତ୍ତି ହୋଇ ରହିବ ନାହିଁ।
3
ତୁମ୍ଭେ କ’ଣ ଭାବୁଛ ଜ୍ଞାନୀ ଲୋକ ଏପରି ମୂଲ୍ୟହୀନ କଥାକୁ ନେଇ ଯୁକ୍ତି କରିବ, ଯେଉଁ କଥାଗୁଡ଼ିକର କୌଣସି ମୂଲ୍ୟ ନାହିଁ।
4
କିନ୍ତୁ ତୁମ୍ଭର ଭୟ ନାହିଁ, ତୁମ୍ଭେ ଏତେ କଥାବାର୍ତ୍ତା କର ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଭକ୍ତି କରିବା ପାଇଁ ସମୟ ପାଆନ୍ତି ନାହିଁ।
5
କାରଣ ତୁମ୍ଭର କଥା ତୁମ୍ଭର ପାପକୁ ହିଁ ସ୍ୱୀକାର କରୁଛି। ଆୟୁବ ତୁମ୍ଭେ ତୁମ୍ଭର ପାପକୁ ଲୁଗ୍ଭଇବାକୁ ଚେଷ୍ଟା କରୁଛ, ଚତୁରତା ପୂର୍ଣ୍ଣ ବାକ୍ୟ ମଧ୍ୟରେ।
6
ଏହା ଦ୍ୱାରା ମୁଁ ପ୍ରମାଣ କରିବାକୁ ଚେଷ୍ଟା କରୁ ନାହିଁ ଯେ, ତୁମ୍ଭେ ଯାହା କରୁଛ ସବୁ ଅଧର୍ମ ବୋଲି। ଯେଉଁ ବିଷୟ ତୁମ୍ଭ ନିଜ ମୁଖ ଦ୍ୱାରା କହୁଛ ତାହା ତୁମ୍ଭେ ଭୁଲ୍ ବୋଲି ଦେଖାଉଛ। ତୁମ୍ଭର ନିଜ ଓଠ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଉଛି।
7
“ଆୟୁବ, ତୁମ୍ଭେ କ’ଣ ପ୍ରଥମ ବ୍ୟକ୍ତି ଜନ୍ମ ହୋଇଛ? ଏହି ପର୍ବତସବୁ ପୂର୍ବରୁ ତୁମ୍ଭେ ଗର୍ଭରେ ଧାରଣ ହୋଇଥିଲ କି?
8
ତୁମ୍ଭେ ପରମେଶ୍ୱରଙ୍କ ଗୋପନ ଯୋଜନା ବିଷୟରେ କିଛି ଜାଣ କି? ତୁମ୍ଭେ କ’ଣ ନିଜକୁ ଏକମାତ୍ର ଜ୍ଞାନୀ ବୋଲି ଭାବୁଛ?
9
ଆୟୁବ, ତୁମ୍ଭେ ଯାହା କର ତାହାଠାରୁ ଆମ୍ଭେ ଅଧିକ ଜାଣୁ। ଆମ୍ଭେ ସେ କଥା ବୁଝିପାରୁ ଯାହା ତୁମ୍ଭେ ଜାଣ ନାହିଁ।
10
ସେହି ପାଚିଲାବାଳିଆ ଓ ବୃଦ୍ଧ ଲୋକମାନେ ଆମ୍ଭମାନଙ୍କ କଥାରେ ଏକମନ ହେବେ, ଏପରିକି ତୁମ୍ଭର ପିତାଙ୍କଠାରୁ ଆହୁରି ବୃଦ୍ଧ ଲୋକମାନେ ମଧ୍ୟ ଆମ୍ଭ ସହିତ ଅଛନ୍ତି।
11
ପରମେଶ୍ୱର ତୁମ୍ଭକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରନ୍ତି। ତାହା ତୁମ୍ଭ ପାଇଁ ଯଥେଷ୍ଟ ନୁହେଁ। ଆମ୍ଭେମାନେ ପରମେଶ୍ୱରଙ୍କ ବାଣୀ ତୁମ୍ଭକୁ ଅତି ମୃଦୁ ବାକ୍ୟରେ ବୁଝାଇ କହିଲୁ।
12
ଆୟୁବ ତୁମ୍ଭେ କାହିଁକି ବୁଝିବାକୁ ଚେଷ୍ଟା କରୁ ନାହଁ? ତୁମ୍ଭେ କାହିଁକି ସତ୍ୟକୁ ସ୍ୱୀକାର କରୁ ନାହଁ?
13
ତୁମ୍ଭେ ଏହି ଦ୍ୱେଷପୂର୍ଣ୍ଣ କଥାଗୁଡ଼ାକ କହି ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରୁଛ। କ୍ଳାସ୍ର
14
“ମନୁଷ୍ୟ କ’ଣ ସତରେ ଶୁଦ୍ଧ ହୋଇ ପାରିବ? ଜଣେ ସ୍ତ୍ରୀଲୋକଠାରୁ ଜନ୍ମ ହୋଇଥିବା କେହି ଧାର୍ମିକ ହୋଇ ପାରିବ କି?
15
ପରମେଶ୍ୱର ଏମିତିକି ନିଜର ଦୂତମାନଙ୍କୁ ବିଶ୍ୱାସ କରନ୍ତି ନାହିଁ। ପରମେଶ୍ୱରଙ୍କ ଅନୁସାରେ ଆକାଶମଣ୍ଡଳ ମଧ୍ୟ ପବିତ୍ର ନୁହେଁ।
16
ମନୁଷ୍ୟମାନେ ଆହୁରି ତା’ଠାରୁ ଖରାପ। ମନୁଷ୍ୟ ଅତି ଅପରିଷ୍କାର ଓ ଭ୍ରଷ୍ଟ ମଧ୍ୟ। ସେ ଅଧର୍ମକୁ ଜଳପରି ପାନ କରେ।
17
“ମୋ’ କଥା ଶୁଣ ଆୟୁବ, ମୁଁ ତୁମ୍ଭକୁ ବୁଝାଇ ଦେଉଛି। ମୁଁ ଯାହା ଜାଣିଛି ତୁମ୍ଭକୁ କହିବି।
18
ମୁଁ ତୁମ୍ଭକୁ ସେହି ଜ୍ଞାନୀ ଲୋକଙ୍କ କଥା କହିବି ଯାହା ସେମାନେ ମୋତେ କହିଥିଲେ। ଜ୍ଞାନୀ ଲୋକମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଏହିସବୁ କହିଥିଲେ। ସେମାନେ କୌଣସି କଥା ମୋ’ଠାରେ ଗୁପ୍ତ ରଖି ନ ଥିଲେ।
19
କେବଳ ସେମାନେ ହିଁ ସେମାନଙ୍କ ଦେଶରେ ବାସ କରୁଥିଲେ। ସେହି ଦେଶରେ ବିଦେଶୀମାନଙ୍କର ଗତାଗତ ନ ଥିଲା। ତେଣୁ ସେମାନଙ୍କୁ କେହି ବିଚିତ୍ର ମତ ଦେଇ ନ ଥିଲେ।
20
ସେହି ଜ୍ଞାନୀ ଲୋକମାନେ କହିଥିଲେ, “ଦୁଷ୍ଟଲୋକ ଆପଣାର କୁକର୍ମକୁ ସାରାଜୀବନ ଭୋଗ କରେ। ଜଣେ ନିଷ୍ଠୁର ବ୍ୟକ୍ତି ତା’ର ପ୍ରତ୍ୟେକ ଗଣିତ ବର୍ଷରେ କ୍ଳେଶ ଭୋଗ କରେ।
21
ପ୍ରତ୍ୟେକ ଶବ୍ଦ ତା’ର ଭୟ ସଞ୍ଚାର କରେ। ତା’ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତେବେଳେ ସେ ନିଜକୁ ନିରାପଦ ମଣୁଥାଏ।
22
ଜଣେ ଦୁଷ୍ଟ ବ୍ୟକ୍ତି ବହୁତ ହତାଶ, ତା’ର ଅନ୍ଧକାରରୁ ମୁକ୍ତି ପାଇବାର କୌଣସି ଆଶା ନ ଥାଏ। ଗୋଟିଏ ଦୁଷ୍ଟ ମନୁଷ୍ୟ ପାଇଁ ଗୋଟିଏ ଖଡ଼୍ଗ କେଉଁଠାରେ ହେଲେ ଅପେକ୍ଷା କରିଥାଏ।
23
ସେ ଏଣେତେଣେ ଘୁରିବୁଲେ। କିନ୍ତୁ ତା’ର ଶରୀର ଶେଷରେ ଶାଗୁଣାର ଖାଦ୍ୟ ହୁଏ। ସେ ଜାଣେ ତା’ର ମୃତ୍ୟୁ ନିକଟ ହୋଇ ଆସିଲାଣି।
24
ଚିନ୍ତା ଓ ଦୁଃଖ ଯନ୍ତ୍ରଣା ତାକୁ ଭୟଭୀତ କରାଏ। ଏସବୁ ରାଜାପରି ତାକୁ ଆକ୍ରମଣ କରି ତୁରନ୍ତ ଧ୍ୱଂସ କରାନ୍ତି।
25
କାରଣ ଦୁଷ୍ଟ ବ୍ୟକ୍ତି ପରମେଶ୍ୱରଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରେ। ସେ ପରମେଶ୍ୱରଙ୍କ ବିରୁଦ୍ଧରେ ହସ୍ତ ଉଠାଏ ଏବଂ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ପରାସ୍ତ କରିବାକୁ ପ୍ରୟାସ କରେ।
26
ସେହି ଦୁଷ୍ଟଲୋକ ଅତ୍ୟନ୍ତ ଶକ୍ତଗ୍ରୀବ। ସେ ଆପଣା କଠିନ ଢାଲ ଧରି ପରମେଶ୍ୱରଙ୍କୁ ଆକ୍ରମଣ କରିବାକୁ ଆଗେଇ ଆସେ।
27
ଜଣେ ବ୍ୟକ୍ତି ଧନୀ ଓ ମେଦ ବହୁଳ ହୋଇପାରେ।
28
କିନ୍ତୁ ତା’ର ସହର ଧ୍ୱଂସ ପାଇବ। ତା’ର ଗୃହ ଧ୍ୱଂସ ହେବ। ତା’ର ଘର ଶୂନ୍ୟ ହେବ।
29
ଦୁଷ୍ଟ ଲୋକ ବେଶୀଦିନ ଧନୀ ହୋଇପାରନ୍ତି ନାହିଁ। ତା’ର ସମ୍ପତ୍ତି ବେଶୀଦିନ ତିଷ୍ଠିବ ନାହିଁ। ତା’ର ସମ୍ପତ୍ତି ସମଗ୍ର ଦେଶରେ ବ୍ୟାପ୍ତ ହେବ ନାହିଁ।
30
ଦୁଷ୍ଟଲୋକ ଅନ୍ଧକାରରୁ ରକ୍ଷାପାଇ ପାରିବ ନାହିଁ। ସେ ଏକ ବୃକ୍ଷ ସଦୃଶ, ଯାହାର ପତ୍ର ରୋଗିଣା ହୋଇ ଶୁଖିଯାଏ ଏବଂ ପବନ ତାକୁ ଉଡ଼ାଇ ନିଏ।
31
ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ, ଯେତେବେଳେ ସେ ଅସାର ବିଷୟ ବିଶ୍ୱାସ କରେ। କାରଣ ସେ କିଛି ପାଇବ ନାହିଁ।
32
ତା’ର ଜୀବନ ଶେଷ ହେବା ପୂର୍ବରୁ ଦୁଷ୍ଟ ବ୍ୟକ୍ତି ବୁଢ଼ା ହୋଇ ଦୁର୍ବଳ ହୋଇଯାଇଥିବ, ସେ ଗୋଟିଏ ଶୁଖିଲା ଡାଳ ସଦୃଶ, ପୁଣି ଯାହାକି ଆଉ କେବେ ସବୁଜ ହୋଇ ପାରିବ ନାହିଁ।
33
ଦୁଷ୍ଟଲୋକ ଜଣେ ଅପରିପକ୍ୱ ଲୋକ ଯିଏ ଅଙ୍ଗୁରଲତା ସଦୃଶ ଫଳ ପାଚିଲା ପୂର୍ବରୁ ଝଡ଼ି ଯାଏ। ସେହି ବ୍ୟକ୍ତି ଜୀତବୃକ୍ଷଭଳି ନିଜର କଢ଼କୁ ମଧ୍ୟ ହରାଇ ବସିବ।
34
କାରଣ ମନୁଷ୍ୟଗଣ ପରମେଶ୍ୱରଙ୍କ ବିନା କିଛି ନୁହନ୍ତି। ଯେଉଁ ଲୋକମାନଙ୍କ ପାଖରେ ପଇସା ଥାଏ ସେମାନେ ଲାଞ୍ଚ ନିଅନ୍ତି।
35
ଦୁଷ୍ଟ ବୁଦ୍ଧି ଲୋକମାନେ ସବୁବେଳେ ଅନ୍ୟର ମନ୍ଦ ବୁଦ୍ଧି ପାଞ୍ଚିଥା’ନ୍ତି, କିପରି ଅନ୍ୟର କ୍ଷତି କରି ତାକୁ ବିପଦରେ ପକାଇବେ। ସେମାନେ ସବୁବେଳେ ଯୋଜନା କରୁଥା’ନ୍ତି କିପରି ଲୋକମାନଙ୍କୁ ଠକି ହେବ।”
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42