bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Job 13
Job 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 14 →
1
ଆୟୁବ ଉତ୍ତର ଦେଲା, “ଦେଖ ଏସବୁ କଥା ମୁଁ ଆଗରୁ ଦେଖିଛି। ମୁଁ ତୁମ୍ଭର ପ୍ରତ୍ୟେକ କଥା ଶୁଣିଅଛି। ମୁଁ ସେସବୁ କଥା ଶୁଣିଛି ଓ ବୁଝିଛି ମଧ୍ୟ।
2
ଯାହା ତୁମ୍ଭେମାନେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ।
3
ମୁଁ ତୁମ୍ଭ ସହିତ ତର୍କ କରିବାକୁ ଗ୍ଭହୁଁ ନାହିଁ। ମୁଁ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କୁ କହିବାକୁ ଗ୍ଭହେଁ। ମୁଁ ପରମେଶ୍ୱରଙ୍କ ସହିତ ମୋ’ ବିପଦ ସମ୍ପର୍କରେ ଯୁକ୍ତି କରିବାକୁ ଇଚ୍ଛା କରେ।
4
କିନ୍ତୁ ତୁମ୍ଭେମାନେ ଏକ କୁହୁକ ବିଦ୍ୟାକାରୀ ଏବଂ ମୂଲ୍ୟହୀନ ବୈଦ୍ୟ ଅଟ।
5
ମୁଁ ଗ୍ଭହେଁ ତୁମ୍ଭେ ଅନ୍ତତଃ ନୀରବ ରୁହ ତାହା ସବୁଠାରୁ ବୁଦ୍ଧିମାନର କାମ ତୁମ୍ଭେ କରିବ।
6
“ଏବେ ମୋର ଯୁକ୍ତି ଶୁଣ। ମୁଁ ଯାହା କହିବାକୁ ଇଚ୍ଛାକରେ ତାକୁ ମଧ୍ୟ ଶୁଣ।
7
ତୁମ୍ଭେ କ’ଣ ପରମେଶ୍ୱରଙ୍କ ପକ୍ଷରେ ମିଥ୍ୟା କଥା କହିବ? ତୁମ୍ଭେ କ’ଣ ବିଶ୍ୱାସ କରୁଛ ଯେ, ତୁମ୍ଭର ମିଥ୍ୟା କଥା ପରମେଶ୍ୱରଙ୍କ ଦ୍ୱାରା ସମର୍ଥିତ ହେବ?
8
ତୁମ୍ଭେ କ’ଣ ପରମେଶ୍ୱରଙ୍କ ପକ୍ଷ ସମର୍ଥନ କରୁଛ, କେବଳ ସେ ପରମେଶ୍ୱର ବୋଲି? ତୁମ୍ଭେ ପରମେଶ୍ୱରଙ୍କ ପକ୍ଷ ସମର୍ଥନ କରୁଛ କି?
9
ଯଦି ପରମେଶ୍ୱର ତୁମ୍ଭକୁ ଅତି ନିକଟରୁ ପରୀକ୍ଷା କରିବେ, ଏହା କ’ଣ ଭଲ ହେବ ଯେ ତୁମ୍ଭକୁ ପରମେଶ୍ୱର ଠିକ୍ ବୋଲି କହିବେ? ତୁମ୍ଭେ କ’ଣ ସତରେ ଭାବୁଛ ତୁମ୍ଭେ ପରମେଶ୍ୱରଙ୍କୁ ପ୍ରତାରିତ କରିବ, ଯେମିତିକି ତୁମ୍ଭେ ଲୋକମାନଙ୍କୁ ପ୍ରତାରିତ କରି ପାର?
10
ତୁମ୍ଭେ ଜାଣ ଯଦି ତୁମ୍ଭେ ନ୍ୟାୟାଳୟରେ ଜଣକ ପକ୍ଷ ସମର୍ଥନ କର କାରଣ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ତାହାହେଲେ ପରମେଶ୍ୱର ତୁମ୍ଭକୁ ସମାଲୋଚନା କରିବେ।
11
ପରମେଶ୍ୱରଙ୍କ ମହତ୍ତ୍ୱ କ’ଣ ତୁମ୍ଭକୁ ଡରାଇବ ନାହିଁ? ତୁମ୍ଭେ ତାଙ୍କ ଦ୍ୱାରା ଭୟଭୀତ ହେଉ ନାହଁ।
12
ତୁମ୍ଭର ଯୁକ୍ତି ସବୁ ଅସାର। ତୁମ୍ଭର ଉତ୍ତର ସବୁ ମୂଲ୍ୟହୀନ।
13
“ତୁମ୍ଭେ ଚୁପ୍ ରୁହ ଏବଂ ମୋତେ କହିବାକୁ ଦିଅ। ଯାହା ମୋ’ ପ୍ରତି ଘଟିବ ତାକୁ ମୁଁ ସମସ୍ତ ଗ୍ରହଣ କରିବି।
14
ମୁଁ ନିଜକୁ ବିପଦରେ ପକାଇବି ଏବଂ ମୋ’ ଜୀବନ ନିଜ ହାତରେ ଦେବି।
15
ସେ ମୋତେ ମାରି ଦେଇ ପାରନ୍ତି, ମୁଁ ଭରସା ବିହିନ। ତଥାପି ତାଙ୍କ ସମ୍ମୁଖରେ ମୋର ପକ୍ଷ ପ୍ରସ୍ତୁତ କରିବି।
16
ଯଦି ପରମେଶ୍ୱର ମୋତେ ମୁକ୍ତି ପ୍ରଦାନ କରନ୍ତି, ଏହା କେବଳ ମୋର ସାହସିକ ବକ୍ତବ୍ୟ ପାଇଁ। କୌଣସି ଦୁଷ୍ଟ ବ୍ୟକ୍ତି କେବେ ପରମେଶ୍ୱରଙ୍କ ସମ୍ମୁଖକୁ ଆସିବାକୁ ସାହସ କରିବେ ନାହିଁ।
17
ମୁଁ ଯାହା କରୁଛି, ମୋ’ କଥା ମନୋଯୋଗ ଦେଇ ଶୁଣ। ମୋତେ ବୁଝାଇ କହିବାକୁ ଦିଅ।
18
ମୁଁ ବର୍ତ୍ତମାନ ମୋ’ ପକ୍ଷ ସମର୍ଥନ କରିବାକୁ ପ୍ରସ୍ତୁତ ଅଟେ। ମୁଁ ସତର୍କତାର ସହିତ ମୋର ତର୍କ ଉପସ୍ଥାପନ କରିବି। ମୁଁ ଜାଣେ, ମୁଁ ଶେଷରେ ନିଜକୁ ସରଳ ବୋଲି ପ୍ରମାଣିତ କରି ପାରିବି।
19
ଯଦି କୌଣସି ବ୍ୟକ୍ତି ପ୍ରମାଣ କରିପାରେ ଯେ ମୁଁ ଭୁଲ୍ ତା’ହେଲେ ମୁଁ ସାଙ୍ଗେ ସାଙ୍ଗେ ଚୁପ୍ ହୋଇଯିବି।
20
“ହେ ପରମେଶ୍ୱର ମୋତେ କେବଳ ଦୁଇଟି ବସ୍ତୁ ଦିଅ ଓ ମୁଁ ତୁମ୍ଭଠାରୁ ଲୁଚିବି ନାହିଁ।
21
ମୋତେ ଦଣ୍ଡ ଦେବା ବନ୍ଦକର, ଏବଂ ମୋତେ ତୁମ୍ଭ ଭୟାବହତାରେ ଭୟଭୀତ କର ନାହିଁ।
22
ତା’ପରେ ମୋତେ ଡାକ ମୁଁ ଉତ୍ତର ଦେବି କିମ୍ବା ମୁଁ କହିବି ତୁମ୍ଭେ ଉତ୍ତର ଦିଅ।
23
ମୁଁ କେତେ ପାପ କରିଛି? ମୁଁ କ’ଣ ଅଧର୍ମ କରିଛି? ମୋତେ ମୋର ପାପ ଓ ଭୁଲ୍ ସବୁ ଜଣାଇ ଦିଅ।
24
ହେ ପରମେଶ୍ୱର, ତୁମ୍ଭେ କାହିଁକି ମୋ’ଠାରୁ ଦୂରେଇ ଯାଉଛ ଏବଂ ଶତ୍ରୁଭଳି ବ୍ୟବହାର କରୁଛ?
25
ତୁମ୍ଭେ କ’ଣ ମୋତେ ଡରାଇବାକୁ ଚେଷ୍ଟା କରୁଛ? ମୁଁ ଏକ ପତ୍ର ଯାହାକି ପବନରେ ଉଡ଼ିଯାଏ। ତୁମ୍ଭେ କ’ଣ କୁଟାଖିଆ ପଛରେ ଗୋଡ଼ାଇବ?
26
ହେ ପରମେଶ୍ୱର, ତୁମ୍ଭେ ମୋ’ ବିରୁଦ୍ଧରେ ତିକ୍ତ କଥା କହୁଛ ଏବଂ ହୁଏତ ମୋ’ ଯୌବନର ପାପ ପାଇଁ ମୋତେ ଶାସ୍ତି ପ୍ରଦାନ କରୁଛ।
27
ତୁମ୍ଭେ ମୋ’ ପାଦରେ ବେଡ଼ି ବାନ୍ଧିଛ ଏବଂ ମୋର ପ୍ରତ୍ୟେକ ଆଗେଇବା ପାଦକୁ ଲକ୍ଷ୍ୟ ରଖିଛ ଓ ମୋର ପ୍ରତ୍ୟେକ ଗତିବିଧିକୁ ଲକ୍ଷ୍ୟ କରୁଛ।
28
ତେଣୁ ମୁଁ ଧୀରେ ଧୀରେ ଦୁର୍ବଳ ହୋଇ ପଡ଼ୁଅଛି ଖଣ୍ଡେ ପଗ୍ଭ କାଠପରି ତଥା ଖଣ୍ଡେ ପୋକଖିଆ କପଡ଼ା ପରି।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42