bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Job 36
Job 36
Odia Bible ERV 2004 (ପବିତ୍ର ବାଇବଲ)
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 37 →
1
ଇଲୀହୂ ତା’ର କଥା ଜାରି ରଖି କହିଲା। ସେ କହିଲା
2
“ମୋ’ ସହିତ ଟିକେ ସାମାନ୍ୟ ଅଧିକ ସମୟ ଧୈର୍ଯ୍ୟ ଧର। ଯାହା ଫଳରେ ମୁଁ ମୋରଯୁକ୍ତି ତୁମ୍ଭକୁ ଦେଇ ପାରିବି। ତଥାପି ପରମେଶ୍ୱରଙ୍କ ତରଫରୁ ମୋତେ ବହୁତ କିଛି କହିବାର ଅଛି।
3
ମୋର ଜ୍ଞାନ ମୁଁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବି। ପରମେଶ୍ୱର ମୋତେ ସୃଷ୍ଟି କରିଛନ୍ତି ଓ ମୁଁ ପ୍ରମାଣ କରି ଦେବି ଯେ ପରମେଶ୍ୱର ନ୍ୟାୟନିଷ୍ଠ।
4
ଆୟୁବ, ମୁଁ ସତ କହୁଛି ମୁଁ ଜାଣେ ମୁଁ କେଉଁ ବିଷୟରେ କଥାବାର୍ତ୍ତା କରୁଛି।
5
“ପରମେଶ୍ୱର ଅତି ଶକ୍ତିଶାଳୀ କିନ୍ତୁ ସେ ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। ପରମେଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ, ସେ ମଧ୍ୟ ଅତି ଜ୍ଞାନୀ।
6
ଦୁଷ୍ଟ ଲୋକଙ୍କୁ ବଞ୍ଚିବା ପାଇଁ ପରମେଶ୍ୱର ଅନୁମତି ନେବେ ନାହିଁ। ପରମେଶ୍ୱର ଦରିଦ୍ର ଲୋକମାନଙ୍କ ପ୍ରତି ସଦା ନ୍ୟାୟଶୀଳ।
7
ପରମେଶ୍ୱର ସତ୍ ଲୋକମାନଙ୍କୁ ଦେଖାଗ୍ଭହାଁ କେବେ ବନ୍ଦ କରନ୍ତି ନାହିଁ। ସେ ସେମାନଙ୍କୁ ରାଜାମାନଙ୍କ ପରି ଚିରଦିନ ସିଂହାସନରେ ବସାନ୍ତି ଏବଂ ସେ ସେମାନଙ୍କର ଉତ୍ଥାପନ କରନ୍ତି।
8
ତେଣୁ ଯଦି ଲୋକମାନେ ଦଣ୍ଡ ପାଆନ୍ତି, ସେମାନେ ରସି ଓ ଜଞ୍ଜିରରେ ବନ୍ଧା ହୁଅନ୍ତି।
9
ଏବଂ ପରମେଶ୍ୱର ସେମାନଙ୍କୁ କହିବେ କ’ଣ ସେମାନେ ଭୁଲ୍ କରିଛନ୍ତି। ପରମେଶ୍ୱର ତାଙ୍କୁ କହିବେ, ସେ ପାପ କରିଛି, ପରମେଶ୍ୱର ତାଙ୍କୁ କହିବେ ସେମାନେ ଗର୍ବୀ।
10
ପରମେଶ୍ୱର ତାଙ୍କ ଚେତାବନୀ ଶୁଣିବାକୁ ସେମାନଙ୍କୁ ବାଧ୍ୟ କରିବେ। ସେ ତାଙ୍କୁ ପାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ।
11
ଯଦି ସେହି ଲୋକମାନେ ପରମେଶ୍ୱରଙ୍କ କଥା ଶୁଣନ୍ତି ଓ ତାଙ୍କୁ ମାନନ୍ତି, ତା’ହେଲେ ପରମେଶ୍ୱର ତାଙ୍କୁ ସଫଳ କରାଇବେ ଏବଂ ସେମାନେ ସୁଖ ଶାନ୍ତିରେ ଜୀବନ କଟାଇବେ।
12
ଯଦି ସେହି ଲୋକମାନେ ପରମେଶ୍ୱରଙ୍କ ଆଦେଶ ମାନିବାକୁ ମନା କରନ୍ତି, ତା’ହେଲେ ସେମାନେ ଧ୍ୱଂସ ହେବେ। ସେମାନେ ମୂର୍ଖଙ୍କ ଭଳି ମରିବେ।
13
“ନାସ୍ତିକ ଲୋକମାନେ କ୍ରୋଧକୁ ସେମାନଙ୍କ ନିଜ ପାଇଁ ସାଇତି ରଖନ୍ତି। ଯେତେବେଳେ ପରମେଶ୍ୱର ତାକୁ ଦଣ୍ଡ ଦିଅନ୍ତି, ସେତେବେଳେ ସେମାନେ ପରମେଶ୍ୱରଙ୍କୁ ସାହାଯ୍ୟ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।
14
ସେହି ଲୋକମାନେ ମରିବେ, ଯେତେବେଳେ ସେମାନେ ଅଦ୍ୟପି ଯୁବା, ମନ୍ଦିରର ପୁରୁଷ ବେଶ୍ୟାପରି।
15
କିନ୍ତୁ ପରମେଶ୍ୱର ଦୁଃଖୀ ଲୋକମାନଙ୍କୁ ସେମାନଙ୍କର ଦୁଃଖରୁ ଉଦ୍ଧାର କରନ୍ତି। ପରମେଶ୍ୱର ଏହି ଦୁଃଖ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ଦିଅନ୍ତି, ତାଙ୍କ କଥା ଶୁଣିବା ପାଇଁ।
16
“ପରମେଶ୍ୱର ତୁମ୍ଭକୁ କଷ୍ଟରୁ ବାହାର କରିବା ପାଇଁ ଗ୍ଭହାନ୍ତି ଏବଂ ତା’ ବଦଳରେ ଏକ କଷ୍ଟବିହୀନ ଜୀବନ ଦେବା ପାଇଁ ଗ୍ଭହାନ୍ତି। ପରମେଶ୍ୱର ଗ୍ଭହାନ୍ତି ତୁମ୍ଭ ଟେବୁଲରେ ପ୍ରଚୁର ଖାଦ୍ୟ ରହୁ।
17
କିନ୍ତୁ ବର୍ତ୍ତମାନ ଆୟୁବ, ତୁମ୍ଭେ ବିଗ୍ଭରରେ ଦୋଷୀ ସାବ୍ୟସ୍ତ ହେଲ। ତେଣୁ ତୁମ୍ଭେ ଜଣେ ମନ୍ଦ ବ୍ୟକ୍ତି ଭଳି ଶାସ୍ତି ପାଇଲ।
18
ତୁମ୍ଭର କ୍ରୋଧ ତୁମ୍ଭକୁ ବଦଳାଇ ନଦେଉ, ଯାହା ଫଳରେ ତୁମ୍ଭେ ପରମେଶ୍ୱରଙ୍କୁ ପରିହାସ କରିବ। ଏବଂ ଗୁରୁତର କ୍ଷତିପୂରଣ ତୁମ୍ଭକୁ ଦୂରକୁ ନେଇ ନ ଯାଉ।
19
ତୁମ୍ଭର ଟଙ୍କା ପଇସା ତୁମ୍ଭକୁ ବର୍ତ୍ତମାନ ସାହାଯ୍ୟ କରିପାରେ ନାହିଁ, କି ଶକ୍ତିଶାଳୀ ଲୋକ ମଧ୍ୟ ତୁମ୍ଭକୁ ସାହାଯ୍ୟ କରିପାରେ ନାହିଁ।
20
ରାତି ଆସୁ ବୋଲି ଇଚ୍ଛା କର ନାହିଁ। ଲୋକେ ରାତିରେ ମିଳାଇ ଯିବାକୁ ଚେଷ୍ଟା କରନ୍ତି। ସେମାନେ ଭାବନ୍ତି ସେମାନେ ପରମେଶ୍ୱରଙ୍କଠାରୁ ଲୁଚିକି ରହିପାରିବେ।
21
ଆୟୁବ, ତୁମ୍ଭେ ବହୁତ କଷ୍ଟ ସହିଲଣି। ତଥାପି ମନ୍ଦ ବିଷୟ ପସନ୍ଦ କର ନାହିଁ। ସାବଧାନ, ଭୁଲ୍ କାମ କର ନାହିଁ।
22
“ଦେଖ, ପରମେଶ୍ୱରଙ୍କ ଶକ୍ତି ତାଙ୍କୁ ମହାନ କରିଛି। ପରମେଶ୍ୱର ହେଉଛନ୍ତି ସବୁଠାରୁ ବଡ଼ ଶିକ୍ଷକ।
23
କେହି ପରମେଶ୍ୱରଙ୍କୁ କ’ଣ କାର୍ଯ୍ୟ କରିବେ କହିପାରିବ ନାହିଁ। କେହି ତାଙ୍କୁ କହିପାରିବ ନାହିଁ, ‘ହେ ପରମେଶ୍ୱର, ତୁମ୍ଭେ ଭୁଲ୍ କରିଛ।’
24
ମନେରଖ, ପରମେଶ୍ୱରଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କର। ବହୁତ ଲୋକେ ପରମେଶ୍ୱରଙ୍କୁ ପ୍ରଶଂସା କରି ଅନେକ ଗୀତ ଲେଖିଛନ୍ତି।
25
ପ୍ରତ୍ୟେକ ଲୋକ ପରମେଶ୍ୱର କ’ଣ କରିଛନ୍ତି ଦେଖି ପାରିବେ। ଦୂର ଦେଶର ଲୋକମାନେ ସେହିସବୁ କଥା ଦେଖି ପାରିବେ।
26
ହଁ, ପରମେଶ୍ୱର ମହାନ ଅଟନ୍ତି। ଆମ୍ଭେ କିନ୍ତୁ ତାଙ୍କର ମହାନତାକୁ ବୁଝିପାରୁ ନାହୁଁ। ଏହା ଜାଣିବା ଅସମ୍ଭବ ପରମେଶ୍ୱର କେତେ ବର୍ଷରୁ ଅଛନ୍ତି।
27
“ପରମେଶ୍ୱର ଭୂମିରୁ ଜଳ ନିଅନ୍ତି ଓ ତାକୁ କୁହୁଡ଼ି ଓ ବର୍ଷାରେ ପରିଣତ କରନ୍ତି।
28
ତେଣୁ ବାଦଲ ଖଣ୍ଡ ଜଳ ବୃଷ୍ଟି କରନ୍ତି। ତା’ ଫଳରେ ବର୍ଷାଜଳ ଅନେକ ଲୋକଙ୍କ ଉପରେ ପଡ଼େ।
29
କେହି ବୁଝିପାରିବେ ନାହିଁ ଯେ, ପରମେଶ୍ୱର ମେଘକୁ ବାହାରେ ବିସ୍ତାର କରନ୍ତି କି ଆକାଶରେ ଘଡ଼ଘଡ଼ି କିପରି ମାରେ।
30
ଦେଖ, ପରମେଶ୍ୱର କେମିତି ପୃଥିବୀ ଉପରେ ବିଜୁଳିର ଆଲୋକ ବିସ୍ତାର କରନ୍ତି ଓ ସମୁଦ୍ରର ଗଭୀରତମ ପ୍ରଦେଶକୁ ମଧ୍ୟ ଆଚ୍ଛାଦିତ କରି ଦିଅନ୍ତି।
31
ପରମେଶ୍ୱର ସେମାନଙ୍କୁ ବ୍ୟବହାର କରନ୍ତି ଦେଶମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଓ ପ୍ରଚୁର ଖାଦ୍ୟ ସେମାନଙ୍କୁ ଦେବା ପାଇଁ।
32
ପରମେଶ୍ୱର ନିଜ ହାତରେ ବିଜୁଳି ଆଚ୍ଛାଦନ କରି ସେ ନିଜେ ଗ୍ଭହୁଁଥିବା ଜାଗାମାନଙ୍କୁ ମାରନ୍ତି।
33
ଘଡ଼ଘଡ଼ି ସୂଚନା ଦିଏ ଯେ ଝଡ଼ ଆସୁଛି। ଏପରିକି ପଶୁପଲ ମଧ୍ୟ ଆଗାମୀ ଝଡ଼ ବତାସ ଆସିବା ଜାଣି ପାରନ୍ତି।
← Chapter 35
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 37 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42