bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Job 19
Job 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 20 →
1
ଆୟୁବ ଉତ୍ତର ଦେଲା ତା’ପରେ ଆୟୁବ ଉତ୍ତର ଦେଲା,
2
“ତୁମ୍ଭେ କେତେ କାଳ ମୋତେ ଆଘାତ କରିବ ଏବଂ ତୁମ୍ଭ ବାକ୍ୟ ଦ୍ୱାରା ଭାଙ୍ଗିବ?
3
ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମୋତେ ଦଶଥର ଅପମାନିତ କଲଣି। ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତେବେଳେ ମୋତେ ଆକ୍ରମଣ କରୁଛ।
4
ଯଦି ବି ସତରେ ପାପ କରିଛି, ଏହା ମୋର ସମସ୍ୟା। ଏହା କୌଣସି ପ୍ରକାରେ ତୁମ୍ଭକୁ ଆଘାତ କରୁ ନାହିଁ।
5
ତୁମ୍ଭେ କେବଳ ମୋ’ଠାରୁ ଭଲ ହେବା ପାଇଁ ଗ୍ଭହୁଁଛ। ତେଣୁ ମୋର ଅପମାନିତ ଅବସ୍ଥାକୁ ମୋ’ ବିରୁଦ୍ଧରେ ଏକ ଯୁକ୍ତି ରୂପେ ବ୍ୟବହାର କରୁଛ।
6
କିନ୍ତୁ ସେ ପରମେଶ୍ୱର ମୋ’ ପ୍ରତି ଭୁଲ୍ କରିଛନ୍ତି? ସେ ମୋତେ ଧରିବାକୁ ନିଜର ଫାନ୍ଦ ବସାଇଲେ।
7
ମୁଁ ଚିତ୍କାର କଲି, କିନ୍ତୁ କେହି ମୋର ରବ ଶୁଣି ସହାୟତା ପାଇଁ ଉତ୍ତର ଦେଲେ ନାହିଁ। ମୁଁ ଚିତ୍କାର କଲି, ମୋତେ ରକ୍ଷା କର! କିନ୍ତୁ ସେଠାରେ ନ୍ୟାୟ ନାହିଁ।
8
ପରମେଶ୍ୱର ମୋର ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମୋର ବାଟକୁ ଅନ୍ଧକାରରେ ବୁଡ଼ାଇ ରଖିଛନ୍ତି।
9
ପରମେଶ୍ୱର ମୋର ସମ୍ମାନକୁ କାଢ଼ି ନେଇଛନ୍ତି। ସେ ମୋର ମସ୍ତକରୁ ମୁକୁଟ କାଢ଼ି ନେଇଛନ୍ତି।
10
ପରମେଶ୍ୱର ମୋତେ ସବୁ ଦିଗରୁ ଆଘାତ କରୁଛନ୍ତି, ମୁଁ ଶେଷ ନ ହେଲା ଯାଏ। ଉତ୍ପାଡ଼ିତ ବୃକ୍ଷ ତୁଲ୍ୟ, ସେ ମୋର ଆଗକୁ କାଢ଼ି ନେଇଛନ୍ତି।
11
ପରମେଶ୍ୱରଙ୍କ ରାଗ ମୋ’ ବିରୁଦ୍ଧରେ ପ୍ରଜ୍ୱଳିତ ହେବାରେ ଲାଗିଛି। ସେ ମୋତେ ତାଙ୍କର ଶତ୍ରୁ ଭାବୁଛନ୍ତି।
12
ପରମେଶ୍ୱର ତାଙ୍କର ସୈନ୍ୟଦଳମାନଙ୍କୁ ମୋ’ ବିରୁଦ୍ଧରେ ଆକ୍ରମଣ କରିବାକୁ ପଠାଇଛନ୍ତି। ସେମାନେ ମୋର ଚତୁର୍ପାର୍ଶ୍ୱରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି। ଏବଂ ସେମାନେ ମୋର ଛାଉଣିର ଚତୁର୍ପାର୍ଶ୍ୱରେ ଛାଉଣି କରିଛନ୍ତି।
13
“ସେ ମୋର ଭାଇମାନଙ୍କୁ ମୋ’ଠାରୁ ବହୁତ ଦୂରକୁ ନେଇଯାଇଛନ୍ତି। ମୋର ନିଜର ସାଙ୍ଗମାନେ ମୋ’ ପାଇଁ ଅଚିହ୍ନା ହୋଇଛନ୍ତି।
14
ମୋର ଜ୍ଞାତିମାନେ ମୋତେ ଛାଡ଼ି ଗ୍ଭଲିଗଲେ। ମୋର ବନ୍ଧୁମାନେ ମୋତେ ଭୁଲିଗଲେ।
15
ମୋ’ ଘରକୁ ଆସୁଥିବା ଆଗନ୍ତୁକ ଏପରିକି ଦାସୀମାନେ ମଧ୍ୟ ମୋତେ ଏପରି ଦୃଷ୍ଟିରେ ଦେଖୁଛନ୍ତି ଯେପରିକି ମୁଁ ଜଣେ ଅପରିଚିତ ବିଦେଶୀ।
16
ମୁଁ ଗ୍ଭକରମାନଙ୍କୁ ଡାକିଲେ ସେମାନେ ମୋତେ ଉତ୍ତର ଦିଅନ୍ତି ନାହିଁ। ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ ବି ମୋର ଗ୍ଭକରମାନେ ଉତ୍ତର ଦିଅନ୍ତି ନାହିଁ।
17
ମୋର ପତ୍ନୀ ମୋର ନିଶ୍ୱାସର ପବନକୁ ମଧ୍ୟ ଘୃଣା କରେ। ଓ ନିଜ ଭାଇମାନେ ମୋତେ ଘୃଣା କରନ୍ତି।
18
ଛୋଟ ପିଲାମାନେ ମୋତେ ଦେଖି ଥଟ୍ଟା କରନ୍ତି ଓ ମୋତେ ଖରାପ କଥା କହି ଗାଳି ଦିଅନ୍ତି, ଯେତେବେଳେ ମୁଁ ତାଙ୍କ ପାଖକୁ ଯାଏ।
19
ମୋର ନିକଟତମ ବନ୍ଧୁମାନେ ମୋତେ ଘୃଣା କରନ୍ତି। ମୁଁ ଯେଉଁ ଲୋକମାନଙ୍କୁ ଭଲପାଏ, ସେମାନେ ମୋ’ ବିରୁଦ୍ଧରେ ଯାଉଛନ୍ତି।
20
“ତେଣୁ ମୁଁ ଅତି କ୍ଷୀଣ ହୋଇଗଲିଣି। ମୋର ଚର୍ମ ଓହଳି ପଡ଼ିଲାଣି। ମୋର ଚମଡ଼ା ମୋର ହାତ ଉପରେ ଝୁଲୁଛି। ମୋର ଅଳ୍ପ ଜୀବନ ବାକିଅଛି।
21
“ମୋତେ ଦୟା କର। ମୋର ବନ୍ଧୁଗଣ ମୋତେ ଦୟାକର। କାରଣ ପରମେଶ୍ୱର ମୋ’ ବିରୁଦ୍ଧରେ ଅଛନ୍ତି।
22
କାହିଁକି ତୁମ୍ଭେ ମୋତେ ଅତ୍ୟାଗ୍ଭର କରୁଛ, ପରମେଶ୍ୱରଙ୍କ ପରି? ତୁମ୍ଭେ ମୋତେ ଆଘାତ ଦେଇ ଦେଇ କ’ଣ କ୍ଳାନ୍ତି ଅନୁଭବ କରୁ ନାହଁ?
23
“ମୁଁ ଗ୍ଭହେଁ କେହି ଜଣେ ମନେରଖୁ ଯାହା ମୁଁ କହୁଛି ଓ ଯାହା ଗୋଟିଏ ବହିରେ ଲେଖିଛି। ମୁଁ ଗ୍ଭହେଁ ମୋର କଥାସବୁ ପୁସ୍ତକରେ ଲିଖିତ ହୋଇରହୁ।
24
ମୋର ଲୁହା ଲେଖନୀ ଓ ସୀସା ଦ୍ୱାରା ମୋର ବାକ୍ୟସବୁ ଖୋଦିତ ହେବା ଉଚିତ୍। ସେଗୁଡ଼ିକ ଚିରଦିନ ପାଇଁ ପ୍ରସ୍ତର ଉପରେ ଖୋଦିତ ହେବା ଉଚିତ୍।
25
ମୁଁ ଜାଣେ ମୋର ରକ୍ଷାକର୍ତ୍ତା ଜୀବିତ ଏବଂ ଶେଷରେ ସେ ମୋତେ ରକ୍ଷା କରିବା ପାଇଁ ପୃଥିବୀରେ ଠିଆ ହେବେ।
26
ମୋର ଚମଡ଼ା ଧ୍ୱଂସ ହେଲା ପରି, ବିନା ମାଂସରେ ମୁଁ ପରମେଶ୍ୱରଙ୍କୁ ଦେଖିବି।
27
ମୁଁ ପରମେଶ୍ୱରଙ୍କୁ ନିଜ ଆଖିରେ ଦେଖିବି। ମୁଁ ମୋର ନିଜ ପାଇଁ ପରମେଶ୍ୱରଙ୍କୁ ଦେଖିବି। ମୁଁ ଇଚ୍ଛାକରେ ମୋର ନିଜ ଆଖି ତାଙ୍କୁ ଦେଖିବ, ଅନ୍ୟ କାହାର ଆଖି ନୁହେଁ। ମୋର ଅତିରିକ୍ତ ଅନୁଭବ ଦ୍ୱାରା, ମୁଁ କ୍ଳାନ୍ତ ହୋଇ ପଡ଼ିଛି।
28
“ତୁମ୍ଭେ ହୁଏତ କହିପାର, ‘ଆମ୍ଭେ କିପରି ତାକୁ ହଇରାଣ କରିବା। ତଥାପି ତୁମ୍ଭେ ଚିନ୍ତା କରୁଛ, ସମସ୍ୟାର ମୂଳ ମୋ’ଠାରେ ଅଛି।’
29
କିନ୍ତୁ ତୁମ୍ଭେ ନିଜେ ଖଡ଼୍ଗ ଦ୍ୱାରା ଭୟଭୀତ ହେବ। କାରଣ ପରମେଶ୍ୱର ଦୋଷୀକୁ ଦଣ୍ଡ ଦିଅନ୍ତି। ପରମେଶ୍ୱର କେବଳ ତୁମ୍ଭକୁ ଦଣ୍ଡ ଦେବାକୁ ତାଙ୍କର ଖଡ଼୍ଗ ବ୍ୟବହାର କରିବେ। ସେତେବେଳେ ତୁମ୍ଭେ ଜାଣିବ ଯେ ଉପଯୁକ୍ତ ସମୟ ଆସିଲେ ସେ ହିଁ ନ୍ୟାୟ ପ୍ରଦାନ କରି ବିଗ୍ଭର କରନ୍ତି।”
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 25
Chapter 26
Chapter 27
Chapter 28
Chapter 29
Chapter 30
Chapter 31
Chapter 32
Chapter 33
Chapter 34
Chapter 35
Chapter 36
Chapter 37
Chapter 38
Chapter 39
Chapter 40
Chapter 41
Chapter 42
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24
25
26
27
28
29
30
31
32
33
34
35
36
37
38
39
40
41
42