Nehemiah 10

Odia Bible ERV 2004 (ପବିତ୍ର ବାଇବଲ)

← Chapter 9 Chapter 11 →
28ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ୱରଙ୍କ ନିକଟରେ ଏକ ଶପଥ କଲେ। ସେମାନେ କହିଲେ, “ଯଦି ଆମ୍ଭେମାନେ ଆମ୍ଭର ଶପଥ ନରଖୁ, ତେବେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ।” ପରମେଶ୍ୱରଙ୍କ ବ୍ୟବସ୍ଥା ତାଙ୍କର ଦାସ ମୋଶାଙ୍କ ଦ୍ୱାରା ଘୋଷଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକାରେ ସଦାପ୍ରଭୁ ପରମେଶ୍ୱରଙ୍କର ବ୍ୟବସ୍ଥା ଓ ନିୟମ ମାନିବା ପାଇଁ ଶପଥ କଲେ। ସେମାନେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସେମାନଙ୍କୁ ଅନ୍ୟ ସ୍ଥାନରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସେମାନେ ପରମେଶ୍ୱରଙ୍କର ବ୍ୟବସ୍ଥା ରଖିପାରିବେ। ସେମାନେ ସେମାନଙ୍କର ସ୍ତ୍ରୀଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସେମାନେ ସେମାନଙ୍କର ଭାତୃଗଣ, ସେମାନଙ୍କର କୁଳୀନଗଣ ଏହି ଶପଥ ନେବା ପାଇଁ ରାଜି ଥିଲେ।
← Chapter 9 Chapter 11 →