bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nehemiah 7
Nehemiah 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 8 →
1
ଆମ୍ଭେ ପ୍ରାଚୀର ନିର୍ମାଣ ସମାପ୍ତ କଲୁ, ଏହା ପରେ ଆମ୍ଭେ ସମସ୍ତ ଦ୍ୱାରରେ କବାଟ ଲଗାଇଲୁ। ଏହା ପରେ, ମୁଁ ଦ୍ୱାରପାଳ ଗାୟକ ଓ ଲେବୀୟମାନଙ୍କୁ ନିଯୁକ୍ତ କଲି।
2
ଏହା ପରେ ମୁଁ ମୋର ଭାଇ ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନିୟକୁ ଯିରୁଶାଲମ ଉପରେ ନିଯୁକ୍ତ କଲି କାରଣ ହନାନିୟ ବିଶ୍ୱସ୍ତ ଲୋକ ଥିଲା, ଆଉ ସେ ଅନ୍ୟ ଲୋକମାନଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।
3
ଆଉ ମୁଁ ହନାନିକୁ ଓ ହନାନିୟକୁ କହିଲି, “ଦିନରେ ସୂର୍ଯ୍ୟ ପ୍ରଚଣ୍ତ ନ ହେବା ପର୍ଯ୍ୟନ୍ତ ଯେପରି ଫାଟକ ନ ଖୋଲା ଯାଏ, ଆଉ ଲୋକମାନେ ପ୍ରହରୀ କର୍ମରେ ଠିଆ ହେବା ବେଳେ ସୂର୍ଯ୍ୟାସ୍ତ ସମୟରେ ଦ୍ୱାରସବୁ ବନ୍ଦ କରନ୍ତୁ। ପୁଣି ତୁମ୍ଭେମାନେ ଯିରୁଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର। କେତେକ ପ୍ରହରୀ ସେମାନଙ୍କ ଶିବିରରେ ଛିଡ଼ା ହୁଅନ୍ତୁ ଓ ଅନ୍ୟ ପ୍ରହରୀମାନେ ନିଜ ଗୃହର ସମ୍ମୁଖରେ ରହନ୍ତୁ।”
4
ଫେରିଥିବା ବନ୍ଦୀମାନଙ୍କର ତାଲିକା ବର୍ତ୍ତମାନ ନଗର ପ୍ରଶସ୍ତ ଥିଲା। ମାତ୍ର ତହିଁ ମଧ୍ୟରେ ଅଳ୍ପଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା।
5
ଏହା ପରେ ବଂଶାବଳି କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋର ପରମେଶ୍ୱର ମୋ’ ମନରେ ପ୍ରବୃତ୍ତି ଯାତ କଲେ। ଆଉ ଯେଉଁମାନେ ପ୍ରଥମେ ଆସିଲେ, ମୁଁ ସେମାନଙ୍କର ବଂଶାବଳି ପୁସ୍ତକ ପାଇଲି। ତହିଁରେ ଏହା ଲେଖା ଯାଇଥିବାର ଦେଖିଲି।
6
ଯେଉଁମାନେ ବନ୍ଦୀରୂପେ ଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକ ଯିରୁଶାଲମ ଓ ଯିହୁଦାସ୍ଥିତ ନିଜ ନିଜ ନଗରକୁ ଫେରି ଆସିଲେ। ବାବିଲର ରାଜା ନବୂଖଦ୍ନିତ୍ସର ଯିହୁଦୀୟମାନଙ୍କୁ କରାୟତ କରିଥିଲେ।
7
ଏମାନେ ସରୁବ୍ବାବିଲ, ଯେଶୂୟ, ନିହିମିୟା, ଅସରିୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲ୍ଶନ୍, ମମ୍ପର, ବିଗ୍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶିୟ ପୁରୁଷମାନଙ୍କ ସଂଖ୍ୟା ଏହିପରି ଥିଲା।
8
ପରିୟୋଶର ବଂଶଧର 2172 ଜଣ।
9
ଶଫଟିୟର ବଂଶଧର 372 ଜଣ।
10
ଆରହର ବଂଶଧର 652ଜଣ।
11
ଯେଶୂୟ ଓ ଯୋୟାବର ପରିବାର ମଧ୍ୟରୁ ପହତ୍ମୋୟାବର ବଂଶଧର 2818 ଜଣ।
12
ଏଲମର ବଂଶଧର 1254 ଜଣ।
13
ସତ୍ତୂର ବଂଶଧର 845 ଜଣ।
14
ସକ୍କୟର ବଂଶଧର 760 ଜଣ।
15
ବିନ୍ନୁୟିର ବଂଶଧର 648 ଜଣ।
16
ବେବୟର ବଂଶଧର 628 ଜଣ।
17
ଅସ୍ଗଦର ବଂଶର 2322 ଜଣ।
18
ଅଦୋନୀକାମର ବଂଶଧର 667 ଜଣ।
19
ବିଗ୍ବୟର ବଂଶଧର 2067 ଜଣ।
20
ଅଦୀନର ବଂଶଧର 655 ଜଣ।
21
ହିଜକିୟର ଆଟରର ବଂଶଧରରୁ 98 ଜଣ।
22
ହଶୂମର ବଂଶଧର 328 ଜଣ।
23
ବେତ୍ସୟର ବଂଶଧର 324 ଜଣ।
24
ହାରୀଫର ବଂଶଧର 112 ଜଣ।
25
ଗିଦିୟୋନିର ବଂଶଧର 95 ଜଣ।
26
ବୈଥ୍ଲେହମ ଓ ନଟୋଫା ସହରରୁ 188 ଜଣ।
27
ଅନାଥୋତର ଲୋକ 128 ଜଣ।
28
ବେଥ୍-ଅସ୍ମାବତ ସହରରୁ 42 ଜଣ।
29
କିରିୟତ୍ ଯିୟାରୀମ, କଫୀରା ଓ ବେରୋତ ସହରରୁ 743 ଜଣ।
30
ରାମା ଓ ଗେବା ସହରରୁ 621 ଜଣ।
31
ମିକ୍ମସ ସହରରୁ 122 ଜଣ।
32
ବୈଥେଲ୍ ଓ ଅୟ ସହରରୁ 123 ଜଣ।
33
ଅନ୍ୟ ନବୋ ସହରରୁ 52 ଜଣ।
34
ଅନ୍ୟ ଏଲମ ସହରରୁ 1254 ଜଣ।
35
ହାରୀମ ସହରରୁ 320 ଜଣ।
36
ଯିରୀହୋ ସହରରୁ 345 ଜଣ।
37
ଲୋଦ୍, ହାଦୀଦ୍ ଓ ଓନୋ ସହରରୁ 721 ଜଣ।
38
ସନାୟ ସହରରୁ 3930 ଜଣ।
39
ଯାଜକଗଣ: ଯେଉଁମାନେ ଯିଦୟିୟର ଭବିଷ୍ୟଦ୍ ବଂଶଧର ଓ ଯେଶୂୟ ପରିବାରର ସଭ୍ୟ 973 ଜଣ।
40
ଇମ୍ମେରର ବଂଶଧର 1052 ଜଣ।
41
ପଶ୍ହୂରର ବଂଶଧର 1247 ଜଣ।
42
ହାରିମର ବଂଶଧର 1017 ଜଣ।
43
କଦ୍ମୀୟେଲଙ୍କ ଦ୍ୱାରା ହେଦବାର ମାଧ୍ୟମରେ ଯେଶୂୟ ପରିବାରବର୍ଗରୁ ଆସିଥିବା ଲେବୀୟମାନଙ୍କର ସଂଖ୍ୟା 74 ଜଣ।
44
ଗାୟକଗଣ: ଆସଫର ବଂଶଧର 148 ଜଣ।
45
ଏହିମାନେ ହେଲେ ଦ୍ୱାରପାଳଗଣ: ଶଲ୍ଲୁମର ବଂଶଧରମାନେ, ଆଟର, ଟଲ୍ମୋନ, ଅକ୍କୂବ, ହଟୀଟା ଓ ଶୋବୟ 138 ଜଣ।
46
ମନ୍ଦିରର ଦାସମାନେ ହେଲେ: ସହୀର ବଂଶଧରମାନେ, ହସୂଫା, ଟବ୍ବାୟୋତର ବଂଶଧର।
47
କେରୋସର, ସୀୟର, ପଦୋନ।
48
ଲବାନା, ହଗାବ, ଶଲ୍ମୟ,
49
ହାନନ, ଗିଦ୍ଦେଲ, ଗହର,
50
ରାୟା, ରତ୍ସୀନ୍, ନକୋଦ,
51
ଗସମ, ଉଷ, ପାସେହ,
52
ବେଷୟ, ମିୟନୀମ, ନଫୁଷୀମ,
53
ବକ୍ବୁକ, ହକୂଫା, ହର୍ବୂର,
54
ବସ୍ଲୂତ, ମହୀଦା, ହର୍ଶା,
55
ବର୍କୋସ, ସୀଷରା, ତେମହ,
56
ନତ୍ସୀହ, ହଟୀଫା।
57
ଶଲୋମନର ଦାସମାନଙ୍କର ବଂଶଧରମାନେ ହେଲେ: ସୋଟୟ, ସୋଫେରତ, ପରିଦା,
58
ଯାଳା, ଦର୍କଣ, ଗିଦ୍ଦେଲ,
59
ଶଫଟିୟ, ହଟୀଲା, ପୋଖେରତ୍-ହତ୍ସବାୟିମ ଓ ଆମୋନ,
60
ମନ୍ଦିରର ସମୁଦାୟ ଦାସ ଓ ଶଲୋମନଙ୍କ ଦାସମାନଙ୍କର ବଂଶଧର 392 ଜଣ।
61
ତେଲମେଲହ, ତେଲ୍ହର୍ଶା, କଋବ୍, ଅଦ୍ଦନ ଓ ଇମ୍ମୋର, ଏସବୁ ସ୍ଥାନରୁ ଲୋକମାନେ ସବୁ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକମାନେ ବୋଲି ନିଜ ନିଜ ପିତୃ ପରିବାର ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ହେଲେ ଏହିମାନେ।
62
ଦଲାୟ, ଟୋବିୟ ଓ ନକୋଦ ବଂଶଧର 642 ଜଣ।
63
ଯାଜକମାନଙ୍କ ପରିବାର ମଧ୍ୟରୁ ହବାୟ, ହକୋସ ଓ ବର୍ସିଲ୍ଲୟର ବଂଶଧର। ଏହି ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମ ଅନୁସାରେ ସେ ଖ୍ୟାତ ହେଲା।
64
ସେମାନେ ସେମାନଙ୍କର ପରିବାରର ଇତିହାସ ଖୋଜିଲେ, ସେମାନଙ୍କର ମଧ୍ୟରେ ଯେଉଁମାନଙ୍କର ପୂର୍ବପୁରୁଷ ପଞ୍ଜିକୃତ ହୋଇଥିଲେ, ମାତ୍ର ସେମାନେ ପାଇଲେ ନାହିଁ। ତେଣୁ ସେମାନେ ଯାଜକତ୍ୱରୁ ଅଯୋଗ୍ୟ ଘୋଷିତ ହେଲେ।
65
ଶାସନକର୍ତ୍ତା ସେମାନଙ୍କୁ କହିଲେ, ଯେଉଁ ଊରୀମ୍ ଓ ତୁମ୍ମୀମ୍ ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ପବିତ୍ର ବସ୍ତୁ ଭୋଜନ କରିବ ନାହିଁ।
66
ଆଉ ସମସ୍ତ ସମାବେଶରେ 42,360 ଜଣ ଥିଲେ।
67
ଏହା ଛଡ଼ା ସେମାନଙ୍କ ଦାସଦାସୀ 7337 ଜଣ ଥିଲେ। ସେମାନଙ୍କର 245 ଜଣ ଗାୟକ ଗାୟୀକା ଥିଲେ।
68
ସେମାନଙ୍କର 736 ଅଶ୍ୱ, 245 ଖଚର,
69
435 ଓଟ, 6720 ଗଧ ଥିଲେ।
70
ପରିବାରର ପ୍ରଧାନମାନଙ୍କ ମଧ୍ୟରୁ କେହି କେହି ସେହି କର୍ମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା 1000 ସ୍ୱର୍ଣ୍ଣମୁଦ୍ରା, ପଗ୍ଭଶ୍ କୁଣ୍ତ, 530 ଯାଜକୀୟ ବସ୍ତ୍ର ଦେଲା।
71
ଆଉ ପରିବାରର କେତେକ ପ୍ରଧାନ ଲୋକ କୋଷାଗାରକୁ 20,000 ସ୍ୱର୍ଣ୍ଣମୁଦ୍ରା ଓ 2200 ରୂପାମୁଦ୍ରା ଦେଲେ।
72
ଅନ୍ୟ ଲୋକ ସମସ୍ତେ ମିସିକି 20,000 ସ୍ୱର୍ଣ୍ଣମୁଦ୍ରା ଓ 2000 ରୂପାମୁଦ୍ରା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ।
73
ଏହା ପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ ଓ ମନ୍ଦିରର ସେବକମାନେ ଓ ସମଗ୍ର ଇସ୍ରାଏଲୀୟ ନିଜ ନିଜ ନଗରରେ ବାସ କଲେ। ଏଣୁ ସପ୍ତମ ମାସରେ ସମସ୍ତ ଇସ୍ରାଏଲୀୟମାନେ ନିଜ ନିଜ ନଗରରେ ଥିଲେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 8 →
All chapters:
1
2
3
4
5
6
7
8
9
10
11
12
13