bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nehemiah 12
Nehemiah 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 13 →
1
ଯାଜକମାନେ ଓ ଲେବୀୟମାନେ ଏହିମାନେ ହେଉଛନ୍ତି ଯାଜକ ଓ ଲେବୀୟ, ଶଲ୍ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯେଶୂୟ ସଙ୍ଗେ ଆସିଲେ, ସେମାନେ ହେଲେ ସରାୟ, ଯିରିମିୟ, ଏଜ୍ରା,
2
ଅମରିୟ, ମଲ୍ଲୂକ, ହଟୂଶ,
3
ଶଖନିୟ, ରହୂମ, ମରେମୋତ୍,
4
ଇଦ୍ଦୋ, ଗିନ୍ନଥୋୟ, ଅବିୟ,
5
ମିୟାମୀନ୍, ମୋୟଦିୟ, ବିଲଗା,
6
ଶମୟିୟ ଓ ଯୋୟାରୀବ, ଯିଦୟିୟ,
7
ସଲ୍ଲୁ, ଆମୋକ, ହିଲ୍କିୟ, ଯିଦୟିୟ। ଏମାନେ ଯେଶୂୟ ସମୟରେ ଯାଜକମାନଙ୍କ ଓ ଆପଣା ଆପଣା ଭାତୃଗଣ ମଧ୍ୟରେ ପ୍ରଧାନ ଥିଲେ।
8
ଲେବୀୟମାନେ ଯଥା: ଯେଶୂୟ, ବିନ୍ନୁୟି, କଦ୍ମୀୟେଲ, ଶେରେବିୟ, ଯିହୁଦା ଓ ମତ୍ତନିୟ। ଏହି ମତ୍ତନିୟ ଓ ତାହାର ଭାତୃଗଣ ପ୍ରଶଂସାର୍ଥକ ଗୀତର ମୁଖ୍ୟ ଥିଲେ।
9
ସେମାନଙ୍କର ଭାଇ ବକ୍ବୁକିୟ ଓ ଉନ୍ନି ସେମାନଙ୍କ ସମ୍ମୁଖରେ ପ୍ରହରୀ କର୍ମ କଲେ।
10
ଯେଶୂୟ ଯୋୟାକୀମ୍ର ପିତା ଥିଲେ, ଯୋୟାକୀମ୍ ଇଲିୟାଶୀବର ପିତା ଥିଲେ ଓ ଇଲିୟାଶୀବ ଯୋୟାଦର ପିତା ଥିଲେ।
11
ଯୋୟାଦ ଯୋନାଥନର ପିତା ଥିଲେ ଏବଂ ଯୋନାଥନ ଯୁଦ୍ଦୁୟର ପିତା ଥିଲେ।
12
ପୁଣି ଯୋୟାକୀମର ସମୟରେ ଏହି ଯାଜକଗଣ ସେମାନଙ୍କର ପରିବାରବର୍ଗଗୁଡ଼ିକର ମୁଖ୍ୟ ଥିଲେ, ଯଥା: ସରାୟ ବଂଶର ପ୍ରଧାନ ଥିଲେ ମରାୟ। ଯିରିମିୟ ବଂଶର ମୁଖ୍ୟ ଥିଲେ ହନାନିୟ,
13
ଏଜ୍ରା ପରିବାରର ମୁଖ୍ୟ ଥିଲେ ମଶୁଲ୍ଲମ୍। ଅମରିୟ ପରିବାରର ଯିହୋହାନନ୍ ମୁଖ୍ୟ ଥିଲେ।
14
ମଲ୍ଲୁକ ପରିବାରର ମୁଖ୍ୟ ଥିଲେ ଯୋନାଥନ। ଶବନିୟ ପରିବାରର ମୁଖ୍ୟ ଥିଲେ ଯୋଷେଫ,
15
ଅଦନ୍, ହାରିମ ପରିବାରର ମୁଖ୍ୟ ଥିଲେ। ହିଲ୍କିୟ, ମରାୟୋତ ପରିବାରର ମୁଖ୍ୟ ଥିଲେ।
16
ଯିଖରିୟ, ଇଦ୍ଦୋ ପରିବାରର ମୁଖ୍ୟ ଥିଲେ, ଗିନ୍ନଥୋନ ପରିବାରର ମୁଖ୍ୟ ଥିଲେ ମଶୁଲ୍ଲମ।
17
ସିଖ୍ରି, ଅବିୟ ପରିବାରର ମୁଖ୍ୟ ଥିଲେ। ପିଲ୍ଟେୟ, ମିନ୍ୟାମିନ ଓ ମୋୟଦିୟ ପରିବାରର ମୁଖ୍ୟ ଥିଲେ।
18
ଶମ୍ମୁୟ, ବିଲ୍ଗା ପରିବାରର ମୁଖ୍ୟ ଥିଲେ। ଯିହୋନାଥନ, ଶମୟିୟ ପରିବାରର ମୁଖ୍ୟ ଥିଲେ।
19
ମତ୍ତନୟ, ଯୋୟାରୀବ ପରିବାରର ମୁଖ୍ୟ ଥିଲେ, ଉଷି, ଯିଦୟିୟ ପରିବାରର ମୁଖ୍ୟ ଥିଲେ।
20
କଲ୍ଲୟ, ସଲ୍ଲୟ ପରିବାରର ମୁଖ୍ୟ ଥିଲେ। ଏବର୍, ଆମୋକ ପରିବାରର ମୁଖ୍ୟ ଥିଲେ,
21
ହଶବିୟ, ହିଲ୍କିୟ ପରିବାରର ମୁଖ୍ୟ ଥିଲେ। ନଥନେଲ ଯିଦୟିୟ ପରିବାରର ମୁଖ୍ୟ ଥିଲେ।
22
ଇଲିୟାଶୀବ, ଯୋୟାହ ଓ ଯୋହାନନ୍ ଓ ଯଦ୍ଦୂୟ ସମୟରେ ଲେବୀୟମାନେ ମଧ୍ୟ ପାରସିକ ଦାରିୟାବସର ଅଧିକାର ସମୟରେ ଯାଜକମାନେ ପୂର୍ବପୁରୁଷ ଗୃହର ମୁଖ୍ୟ ରୂପେ ବଂଶାବଳିରେ ଲିଖିତ ହେଲେ।
23
ଲେବୀ ବଂଶଜାତ ପିତୃବଂଶ ପ୍ରଧାନମାନଙ୍କ ନାମ ଇଲିୟାଶୀବର ପୁତ୍ର ଯୋହାନନ୍ର ସମୟ ପର୍ଯ୍ୟନ୍ତ ବଂଶାବଳି ପୁସ୍ତକରେ ଲିଖିତ ହେଲା।
24
ଲେବୀୟମାନଙ୍କ ପ୍ରଧାନଗଣ, ହଶବିୟ, ଶେରେବିୟ ଓ କଦ୍ମୀୟେଲର ପୁତ୍ର ଯେଶୂୟ ଓ ସେମାନଙ୍କ ସମ୍ମୁଖସ୍ଥ ଭାତୃଗଣ ପରମେଶ୍ୱରଙ୍କ ଲୋକ ଦାଉଦଙ୍କର ଆଜ୍ଞା ଅନୁସାରେ ଦଳଦଳ ହୋଇ ପ୍ରଶଂସା ଓ ଧନ୍ୟବାଦ ଉତ୍ସର୍ଗ କରିବାକୁ ନିଯୁକ୍ତ ହେଲେ।
25
ମତ୍ତନିୟ ଓ ବକ୍ବୁକିୟ, ଓବଦିୟ, ମଶୁଲ୍ଲମ୍, ଟଲ୍ମୋନ୍, ଅକ୍କୁବ୍ ଦ୍ୱାରପାଳ ହୋଇ ଦ୍ୱାର ନିକଟବର୍ତ୍ତୀ ଭଣ୍ତାର ଗୃହ ସକଳର ପ୍ରହରୀ କର୍ମ କଲେ।
26
ଏମାନେ ସମସ୍ତେ ଯୋଷାଦକର ପୁତ୍ର ଯେଶୂୟର ପୁତ୍ର ଯୋୟାକୀମ ସମୟରେ, ଆଉ ରାଜ୍ୟପାଳ ନିହିମିୟା ଓ ଯାଜକ ଏଜ୍ରା ଓ ଲିପିକାର ସମୟରେ ଥିଲେ।
27
ଯିରୁଶାଲମ ପ୍ରାଚୀରର ସମର୍ପଣ ଏହା ପରେ ଯିରୁଶାଲମର ପ୍ରାଚୀର ପ୍ରତିଷ୍ଠା ସମୟରେ ଲୋକମାନେ, ଗିନି, ନେବଲ ଓ ବୀଣା ବଜାଇ ଧନ୍ୟବାଦ ଓ ଗାନ ସହିତ ଆନନ୍ଦରେ ପ୍ରତିଷ୍ଠା ଉତ୍ସବ ପାଳନ କରିବା ପାଇଁ ଲେବୀୟମାନଙ୍କୁ ଯିରୁଶାଲମକୁ ଆଣିବା ନିମନ୍ତେ ସେମାନଙ୍କ ସବୁ ସ୍ଥାନରେ ସେମାନଙ୍କୁ ଅନ୍ୱେଷଣ କଲେ।
28
ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରୁ ଓ ନଟୋଫାତୀୟମାନଙ୍କ ଗ୍ରାମରୁ ଆସିଲେ। ବୈଥ୍-ଗିଲ୍ଗଲ୍ରୁ ଆଉ ଗେବା ଓ ଅସ୍ମାବତ କ୍ଷେତ୍ରରୁ ଏକତ୍ରିତ ହେଲେ। କାରଣ ଗାୟକମାନେ ଯିରୁଶାଲମର ଚତୁର୍ଦ୍ଦିଗରେ ଆପଣାମାନଙ୍କ ପାଇଁ ଗ୍ରାମ ବସାଇ ଥିଲେ।
30
ଯାଜକମାନେ ଓ ଲେବୀୟମାନେ ନିଜ ନିଜକୁ ଶୁଚି କଲେ। ଆଉ ସେମାନେ ଲୋକମାନଙ୍କୁ ଓ ଦ୍ୱାରସବୁ ଓ ପ୍ରାଚୀର ଶୁଚି କଲେ।
31
ଏହା ପରେ ମୁଁ ଯିହୁଦାର ଅଧିପତିମାନଙ୍କୁ ପ୍ରାଚୀର ଉପରକୁ ଆଣିଲି। ଧନ୍ୟବାଦ ଓ ସଂକୀର୍ତ୍ତନ କରିବା ପାଇଁ ଦୁଇ ମହାଦଳ ନିଯୁକ୍ତ କଲି। ତହିଁରେ ଏକଦଳ ଦକ୍ଷିଣ ପାର୍ଶ୍ୱରେ ପ୍ରାଚୀର ଉପରଦେଇ ଖତଦ୍ୱାର ଆଡ଼କୁ ଗଲେ।
32
ସେମାନଙ୍କ ପଛେ ହୋଶୟିୟ ଓ ଯିହୁଦାର ଅଧିପତି ବର୍ଗରେ ଅର୍ଦ୍ଧେକ,
33
ଆଉ ଅସରିୟ, ଏଜ୍ରା ଓ ମଶୁଲ୍ଲମ୍,
34
ଯିହୁଦା ଓ ବିନ୍ୟାମୀନ୍ ଓ ଶମୟିୟ ଓ ଯିରିମିୟ।
35
କେତେକ ଯାଜକ ତୂରୀ ନେଇ ଗଲେ। ଯିଖରିୟ ଯିଏ କି, ଯୋନାଥନଙ୍କର ପୁତ୍ର, ଯିଏ କି ଶମୟିୟର ପୁତ୍ର, ଯିଏ କି ମତ୍ତନୀୟଙ୍କର ପୁତ୍ର, ଯିଏ କି ମିଖାୟଙ୍କର ପୁତ୍ର, ଯିଏ କି ସକ୍କୁରଙ୍କର ପୁତ୍ର, ଯିଏ କି ଆସଫଙ୍କର ପୁତ୍ର ଥିଲେ। ତାଙ୍କର ଭାଇମାନେ ଶମୟିୟ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ, ଯିହୁଦା ଓ ହାନାନୀ। ପରମେଶ୍ୱରଙ୍କର ଏହି ଲୋକମାନେ ପରମେଶ୍ୱରଙ୍କର ସେବକ ଦାଉଦ ନିକଟକୁ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହିତ ଗଲେ। ଲେଖକ ଏଜ୍ରା ସେମାନଙ୍କ ଆଗରେ ଗଲେ।
36
ତାହାର ଭାତୃଗଣ ଶମୟିୟ ଓ ଅସରେଲ, ମିଲଲୟ, ଗିଲଲୟ, ମାଯିୟ, ନଥନେଲ ଓ ଯିହୁଦା, ହନାନି। ଏହି ଲୋକମାନେ ପରମେଶ୍ୱରଙ୍କ ସେବକ ଦାଉଦଙ୍କର ନିରୂପିତ ନାନା ବାଦ୍ୟଯନ୍ତ୍ର ନେଇ ଗମନ କଲେ। ଲିପିକାର ଏଜ୍ରା ସେମାନଙ୍କ ଆଗେ ଆଗେ ଗ୍ଭଲିଲେ।
37
ସେମାନେ ଝର ଫାଟକ ନିକଟରେ ହେଲା ପରେ ନିଜ ନିଜ ସମ୍ମୁଖସ୍ଥ ସଳଖ ପଥରେ ଦାଉଦ ନଗରର ପାହଚ ଉଠିବା ପରେ, ଦାଉଦଙ୍କର ଗୃହ ଉପରେ ଦେଇ ପୂର୍ବ ଆଡ଼େ ଜଳଦ୍ୱାର ଆଡ଼େ ଗଲେ।
38
ତା’ପରେ ଅନ୍ୟ ଦଳ ଧନ୍ୟବାଦ ଉତ୍ସର୍ଗ କରିବାକୁ ବାମ ପାର୍ଶ୍ୱକୁ ଗଲେ। ଲୋକମାନଙ୍କର ଅର୍ଦ୍ଧେକ ଓ ମୁଁ ସେମାନଙ୍କ ପଛେ ପଛେ ପ୍ରାଚୀର ଉପରେ ତୁନ୍ଦୁରୁ ଦୁର୍ଗଦେଇ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଗଲୁ।
39
ଆଉ ଇଫ୍ରୟିମ ଦ୍ୱାର ଓ ପୁରାତନ ଦ୍ୱାର ଓ ମତ୍ସ୍ୟଦ୍ୱାର ଓ ହନନେଲ ଦୁର୍ଗ ଓ ହମୟ ଦୁର୍ଗ ଦେଇ ମେଷଦ୍ୱାର ପର୍ଯ୍ୟନ୍ତ ଗଲୁ। ଆଉ ସେମାନେ ପ୍ରହରୀ ଦ୍ୱାରରେ ଠିଆ ହୋଇ ରହିଲେ।
40
ଦୁଇ ଦଳ ଯେଉଁମାନେ ପରମେଶ୍ୱରଙ୍କୁ ପ୍ରଶଂସା କରୁଥିଲେ ପରମେଶ୍ୱରଙ୍କ ମନ୍ଦିରରେ ଛିଡ଼ା ହେଲେ। ଅର୍ଦ୍ଧେକ ପଦାଧିକାରୀ ସହିତ ମୁଁ ମଧ୍ୟ ସେପରି କଲି।
41
ଇଲିୟାକୀମ୍, ମାସେୟ, ମିନ୍ୟାମିନ୍, ମୀଖାୟ, ଇଲିୟୋ-ଐନୟ, ଯିଖରିୟ, ହନାନିୟ, ଆଦି ଯାଜକଗଣ ମଧ୍ୟରେ ଅନ୍ୟତମ ଯେଉଁମାନେ ତୂରୀ ବାଦନ କରୁଥିଲେ।
42
ଆଉ ମାସେୟ, ଶମୟିୟ, ଇଲିୟାସର, ଉଷି, ଯିହୋହାନନ୍, ମଲ୍କିୟ, ଏଲମ୍ ଓ ଏଷର ସମସ୍ତେ ଠିଆ ହୋଇ ରହିଲେ। ସେତେବେଳେ ଗାୟକମାନେ ଓ ସେମାନଙ୍କର ଅଧ୍ୟକ୍ଷ ଯିଷ୍ରିହିୟ ଗାନ କଲେ।
43
ପୁଣି ସେହି ଦିନ ଲୋକମାନେ ମହାବଳିଦାନ କରି ଆନନ୍ଦ କଲେ। କାରଣ ପରମେଶ୍ୱର ସେମାନଙ୍କୁ ମହା ଆନନ୍ଦରେ ଆନନ୍ଦିତ କରିଥିଲେ। ଆଉ ସ୍ତ୍ରୀମାନେ ମଧ୍ୟ ଓ ବାଳକ ବାଳିକାଗଣ ଆନନ୍ଦ କଲେ। ତହିଁରେ ଯିରୁଶାଲମର ଆନନ୍ଦ ଧ୍ୱନି ଅନେକ ଦୂର ପର୍ଯ୍ୟନ୍ତ ଶୁଣାଗଲା।
44
ସେହି ଦିନରେ ନଗରର ଲୋକମାନେ ଧନ, ଉପହାର, ପ୍ରଥମଜାତ ଫଳ ଓ ଏକ ଦଶମାଂଶ ସାମଗ୍ରୀ, ନିୟମ ଅନୁଯାୟୀ ଆଣିଲେ। ଲୋକମାନଙ୍କୁ କୋଠରୀରେ ନିରୀକ୍ଷଣ କରିବା ପାଇଁ ନିଯୁକ୍ତ କରାଗଲା। ନିରୂପିତ ଅଂଶ ସଂଗ୍ରହ କରିବା ପାଇଁ କୋଠରୀ ସବୁରେ ଲୋକମାନେ ନିଯୁକ୍ତି ହେଲେ। କାରଣ ପରିଚର୍ଯ୍ୟାକାରୀ ଯାଜକ ଓ ଲେବୀୟମାନଙ୍କ ସକାଶୁ ଯିହୁଦୀୟମାନେ ବହୁତ ଆନନ୍ଦିତ ହୋଇଥିଲେ।
45
ପୁଣି ସେମାନେ ଦାଉଦ ଓ ତାଙ୍କର ପୁତ୍ର ଶଲୋମନଙ୍କର ଆଜ୍ଞା ଅନୁସାରେ ଆପଣାମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ଓ ଶୌଚର ରକ୍ଷଣୀୟ ରକ୍ଷା କଲେ, ଆଉ ଗାୟକମାନେ ଓ ଦ୍ୱାରପାଳମାନେ ସେହିପରି କଲେ।
46
ପୂର୍ବକାଳରେ ଦାଉଦ ଓ ଆସଫ୍ ସମୟରେ ଗାୟକମାନଙ୍କର ଜଣେ ପ୍ରଧାନ ଥିଲା ଓ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଓ ଧନ୍ୟବାଦାର୍ଥକ ନାନା ଗୀତ ଥିଲା।
47
ତେଣୁ ସରୁବ୍ବାବିଲ ଓ ନିହିମିୟାଙ୍କ ସମୟରେ ସମଗ୍ର ଇସ୍ରାଏଲ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କର ଓ ଦ୍ୱାରପାଳମାନଙ୍କର ଅଂଶ ଦେଲେ। ଆଉ ଲୋକମାନେ ଲେବୀୟମାନଙ୍କ ନିମନ୍ତେ ସେମାନଙ୍କର ଉପହାରଗୁଡ଼ିକ ସମର୍ପଣ କଲେ ଓ ଲେବୀୟମାନେ ହାରୋଣ ବଂଶଧରଗଣ ନିମନ୍ତେ ଉପହାରଗୁଡ଼ିକ ସମର୍ପଣ କଲେ।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 13 →
All chapters:
1
2
3
4
5
6
7
8
9
10
11
12
13