bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nehemiah 9
Nehemiah 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 10 →
1
ଇସ୍ରାଏଲୀୟମାନେ ସେମାନଙ୍କର ପାପ ସ୍ୱୀକାର କଲେ ସେହି ମାସର ଚବିଶ ଦିନରେ ଇସ୍ରାଏଲର ଲୋକମାନେ ଏକତ୍ରିତ ହେଲେ। ସେମାନେ ଉପବାସ କରି ଦୁଃଖଦ ବସ୍ତ୍ର ପିନ୍ଧି ଏବଂ ସେମାନଙ୍କ ମୁଣ୍ତରେ କାଦୁଅ ବୋଳି ଏକତ୍ର ଠିଆ ହେଲେ।
2
ସେହି ଲୋକମାନଙ୍କ ମଧ୍ୟରୁ ଯେଉଁମାନେ ଇସ୍ରାଏଲୀୟ ବଂଶ ସେମାନେ ବିଦେଶିମାନଙ୍କ ନିକଟରୁ ଅଲଗା ଠିଆ ହେଲେ। ଇସ୍ରାଏଲୀୟମାନେ ମନ୍ଦିରରେ ଠିଆ ହୋଇ ନିଜର ପାପ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପୂର୍ବପୁରୁଷଗଣ କରିଥିବା ପାପ ସ୍ୱୀକାର କଲେ।
3
ସେମାନେ ସେଠାରେ ପ୍ରାୟ ତିନି ଘଣ୍ଟାଧରି ଠିଆ ହେଲେ, ଏବଂ ଲୋକମାନେ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ ପାଠ କଲେ। ଏହା ପରେ ସେମାନେ ସେଠାରେ ତିନି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସେମାନଙ୍କର ପାପ ସ୍ୱୀକାର କଲେ ଓ ନତମସ୍ତକ ହୋଇ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କର ଉପାସନା କଲେ।
4
ଏହା ପରେ, ଯେଶୂୟ, ବାନି, କଦ୍ମୀୟେଲ୍, ଶବନିୟ, ବୁନ୍ନି, ଶେରେବିୟ, ବାନି ଓ କନାନି ଲେବୀୟମାନଙ୍କ ପଛରେ ଛିଡ଼ା ହୋଇ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କଠାରେ ଉଚ୍ଚସ୍ୱରରେ କ୍ରନ୍ଦନ କଲେ।
5
ଏହା ପରେ ଲେବୀୟମାନେ: ଯେଶୂୟ, କଦ୍ମୀୟେଲ, ବାନି, ହଶବନିୟ, ଶେରେବିୟ, ହୋଦିୟ, ଶବନିୟ, ଓ ପାଥାଦିୟ କହିଲେ, “ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର। “ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।
6
ତୁମ୍ଭେ ହିଁ ପରମେଶ୍ୱର ଅଟ। ହେ ସଦାପ୍ରଭୁ, କେବଳ ତୁମ୍ଭେ ହିଁ ପରମେଶ୍ୱର ଅଟ। ତୁମ୍ଭେ ଆକାଶର ସୃଷ୍ଟିକର୍ତ୍ତା! ତୁମ୍ଭେ ହିଁ ଉଚ୍ଚ ସ୍ୱର୍ଗ ସୃଷ୍ଟି କରିଅଛ। ଏବଂ ସ୍ୱର୍ଗର ସମସ୍ତ ବସ୍ତୁ ତୁମ୍ଭେ ହିଁ ସୃଷ୍ଟି କରିଛ। ତୁମ୍ଭେ ପୃଥିବୀ ଓ ତହିଁରେ ସକଳର ସୃଷ୍ଟିକର୍ତ୍ତା। ତୁମ୍ଭେ ସମୁଦ୍ରର ସୃଷ୍ଟିକର୍ତ୍ତା ଏବଂ ତନ୍ମଧ୍ୟରେ ସମସ୍ତ ବସ୍ତୁର ସୃଷ୍ଟିକର୍ତ୍ତା। ତୁମ୍ଭେ ପ୍ରତ୍ୟେକର ଜୀବନଦାତା। ସ୍ୱର୍ଗୀୟ ଦୂତଗଣ ତୁମ୍ଭକୁ ଉପାସନା କରନ୍ତି।
7
ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ। ତୁମ୍ଭେ ହିଁ ଅବ୍ରହାମଙ୍କୁ ମନୋନୀତ କଲ। ବାବିଲୋନିଆର ଊର୍ ଦେଶରୁ ତାଙ୍କୁ ବାହାର କରି ଆଣି ଅବ୍ରହାମ ନାମ ଦେଲ।
8
ତୁମ୍ଭେ ତାଠାରେ ତାର ଅନ୍ତକରଣ ବିଶ୍ୱସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ଯିବୂଷୀୟ ଓ ଗିର୍ଗାଶୀୟର ଭୂମି ଅବ୍ରହାମର ବଂଶଧରମାନଙ୍କୁ ଏହା ଦେବାକୁ ପ୍ରତିଜ୍ଞା କରିଥିଲ। ତୁମ୍ଭେ ତୁମ୍ଭର ପ୍ରତିଜ୍ଞା ରକ୍ଷା କରିଅଛ। କାରଣ ତୁମ୍ଭେ ଧର୍ମମୟ ଅଟ।
9
ତୁମ୍ଭେ ମିଶରଠାରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ।
10
ତୁମ୍ଭେ ଫାରୋ ଓ ତାହାର ସମସ୍ତ ଦାସ ଓ ତା’ର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇଲ। କାରଣ ମିଶରୀୟମାନେ ସେମାନଙ୍କ ବିରୁଦ୍ଧରେ ରୁକ୍ଷ ବ୍ୟବହାର କଲେ। ଏଣୁ ତୁମ୍ଭେ ଆଜିର ନ୍ୟାୟ ଆପଣା ନାମ ପ୍ରସିଦ୍ଧ କରିଅଛ।
11
ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ଭାଗ କଲ। ସେମାନେ ଶୁଷ୍କ ଭୂମି ଦେଇ ଯିବାପରି ସମୁଦ୍ର ମଧ୍ୟରେ ଗଲେ। ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ।
12
ତୁମ୍ଭେ ଦିବସରେ ମେଘ ସ୍ତମ୍ଭ ଦ୍ୱାରା, ରାତ୍ରିରେ ସେମାନଙ୍କ ଯିବା ବାଟକୁ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ଗମନ କରାଇଲ।
13
ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସିଲ। ସ୍ୱର୍ଗରୁ ସେମାନଙ୍କ ସହିତ କଥାବାର୍ତ୍ତା କଲ। ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
14
ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ। ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ବ୍ୟବସ୍ଥା ଆଦେଶ କଲ।
15
ସେମାନଙ୍କ କ୍ଷୁଧା ନିବାରଣ ନିମନ୍ତେ ତୁମ୍ଭେ ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଦେଲ। ସେମାନଙ୍କ ତୃଷାପାଇଁ ତୁମ୍ଭେ ଶୈଳରୁ ଜଳ ନିର୍ଗତ କଲ। ତୁମ୍ଭେ ଆଜ୍ଞା ଦେଲ, ‘ଯାଅ, ଭୂମିକୁ ନିଅ,’ ଯେଉଁଟାକି ତୁମ୍ଭେ ସେମାନଙ୍କୁ ଦେବା ପାଇଁ ଶପଥ କରିଥିଲ।
16
ମାତ୍ର ସେମାନେ, ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବ ଆଚରଣ କଲେ। ସେମାନେ ଜିଦ୍ଖୋର ଥିଲେ ଓ ତୁମ୍ଭ ଆଜ୍ଞା ସେମାନେ ପାଳନ କଲେ ନାହିଁ।
17
ସେମାନେ ନିୟମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସେମାନେ, ସେମାନଙ୍କ ପାଇଁ କରିଥିବା ଆଶ୍ଚର୍ଯ୍ୟ କର୍ମମାନ ମନେ ରଖିଲେ ନାହିଁ। ସେମାନେ ଜିଦ୍ଖୋର ଥିଲେ। ଦାସତ୍ୱ ଅବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତି କଲେ। “ତଥାପି ତୁମ୍ଭେ ସେମାନଙ୍କୁ କ୍ଷମା କରିବାକୁ ଉଦ୍ୟତ, କୃପାମୟ, ସ୍ନେହଶୀଳ, କ୍ରୋଧରେ ଧିର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ। ଏଣୁ ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ।
18
ସେମାନେ ଯେତେବେଳେ ଛାଞ୍ଚ ଢଳା ଗୋବତ୍ସ ନିର୍ମାଣ କଲେ, ‘ଯେଉଁ ଦେବତା ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ, ସେ ଇଏ ଅଟେ।’ ଏହା କହି ସେମାନେ ପରମେଶ୍ୱରଙ୍କର ବହୁତ ନିନ୍ଦା କଲେ।
19
ସେତେବେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ। ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ ଓ ରାତ୍ରିରେ ଅଗ୍ନି ମଶାଲକୁ ସେମାନଙ୍କଠାରୁ ଛଡ଼ାଇ ନେଇ ନାହିଁ।
20
ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ। ତୁମ୍ଭେ ସେମାନଙ୍କଠାରୁ ତୁମ୍ଭର ମାନ୍ନା ଛଡ଼ାଇ ନେଲ ନାହିଁ। ସେମାନଙ୍କର ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ।
21
ତୁମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ। ସେମାନଙ୍କର କିଛି ଅଭାବ ହେଲା ନାହିଁ। ସେମାନଙ୍କର ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କର ପାଦ ଫୁଲିଲା ନାହିଁ।
22
ହେ ସଦାପ୍ରଭୁ, ତୁମ୍ଭେ ତାଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ। ତେଣୁ ସେମାନେ ସୀହୋନ ଦେଶ ହିଷ୍ବୋନ୍ ରାଜାର ଦେଶ, ବାଶନର ଓଗ୍ ରାଜାର ଦେଶ ଅଧିକାର କଲେ।
23
ତୁମ୍ଭେ ସେମାନଙ୍କ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ। ଯେଉଁଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣଙ୍କଠାରେ ଶପଥ କରିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ।
24
ଏହିପରି ସେହି ସନ୍ତାନଗଣ ଦେଶରେ ପଶି ଅଧିକାର କଲେ। ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ। ସେମାନେ ଯେପରି ନିଜ ଇଚ୍ଛାମତେ ବ୍ୟବହାର କରିବେ। ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜଗଣଙ୍କୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ।
25
ତହିଁରେ ସେମାନେ ପ୍ରାଚୀର ବେଷ୍ଟୀତ ନଗର ସକଳ ଓ ଉର୍ବର ଭୂମି ନେଲେ। ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର, ଜୀତକ୍ଷେତ୍ର ଓ ଅପାର ଫଳବୃକ୍ଷ ଅଧିକାର କଲେ। ସେମାନେ ତୃପ୍ତ ହେବା ପର୍ଯ୍ୟନ୍ତ ଖାଇଲେ। ସେମାନେ ତୁମ୍ଭର ମହା ମଙ୍ଗଳ ଦାନରେ ଆନନ୍ଦ କଲେ।
26
ତଥାପି ସେମାନେ ଅନାଜ୍ଞାବହ ହେଲେ। ସେମାନେ ତୁମ୍ଭ ବିରୁଦ୍ଧରେ ଦ୍ରୋହାଚରଣ କଲେ। ସେମାନେ ତୁମ୍ଭର ବ୍ୟବସ୍ଥା ନିଜ ପଛକୁ ପକାଇଲେ। ତୁମ୍ଭର ଯେଉଁ ଭବିଷ୍ୟଦ୍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପାଖକୁ ଫେରାଇ ଆଣିବା ପାଇଁ ଯୁକ୍ତି କଲେ, ସେମାନଙ୍କୁ ହତ୍ୟା କଲେ ସେମାନେ ସେହି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀୟ କାର୍ଯ୍ୟ କଲେ।
27
ଏଣୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରିବାରୁ ସେମାନେ ସେମାନଙ୍କୁ କ୍ଳେଶ ଦେଲେ। ମାତ୍ର କ୍ଳେଶ ସମୟରେ, ସେମାନେ ତୁମ୍ଭଠାରେ ସାହାଯ୍ୟ ପାଇଁ ଚିତ୍କାର କଲେ ଏବଂ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ। ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ଉଦ୍ଧାର କର୍ତ୍ତୃଗଣ ଦେଲ। ସେମାନେ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ।
28
ମାତ୍ର ସେମାନେ ବିଶ୍ରାମ କଲାପରେ, ପୁନର୍ବାର ତୁମ୍ଭ ବିରୁଦ୍ଧରେ କୁକର୍ମମାନ କଲେ। ଏଣୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣଙ୍କ ହସ୍ତରେ ସମର୍ପଣ କଲ। ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ। ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ। ଆଉ ଅନେକ ଥର ତୁମ୍ଭେ ଆପଣା ଦୟା ଅନୁସାରେ ସେମାନଙ୍କୁ ଉଦ୍ଧାର କଲ।
29
ପୁନର୍ବାର ତୁମ୍ଭେ ସେମାନଙ୍କୁ ସତର୍କ କଲ। ତୁମ୍ଭେ ସେମାନଙ୍କୁ, ତୁମ୍ଭ ବ୍ୟବସ୍ଥା ନିକଟକୁ ଫେରିବା ପାଇଁ କହିଲ। କିନ୍ତୁ ସେମାନେ ବହୁତ ଗର୍ବୀ ଥିଲେ। ସେମାନେ ତୁମ୍ଭର ଆଜ୍ଞା ଶୁଣିଲେ ନାହିଁ। ଯଦି ଲୋକମାନେ ତୁମ୍ଭର ବ୍ୟବସ୍ଥା ମାନନ୍ତି, ତେବେ ସେମାନେ ବାସ୍ତବରେ ବଞ୍ଚି ପାରିବେ। କିନ୍ତୁ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭର ବ୍ୟବସ୍ଥା ଭଙ୍ଗ କଲେ। ସେମାନେ ବହୁତ ଜିଦ୍ଖୋର ଥିଲେ ଏବଂ ତୁମ୍ଭକୁ ପ୍ରତ୍ୟାଖାନ କଲେ। ସେମାନେ ତୁମ୍ଭର ଆଜ୍ଞା ମାନିଲେ ନାହିଁ।
30
“ତଥାପି ବହୁବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣା ଆତ୍ମାଦ୍ୱାରା ଆପଣା ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ତୁମ୍ଭେ ସତର୍କ କଲ। ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀ ହସ୍ତରେ ସମର୍ପଣ କଲ।
31
“କାରଣ ତୁମ୍ଭେ ଦୟାବାନ, ତୁମ୍ଭେ ସେମାନଙ୍କୁ ପୁରାପୁରି ଧ୍ୱଂସ କଲ ନାହିଁ। ତୁମ୍ଭେ ସେମାନଙ୍କୁ ପରିତ୍ୟାଗ କଲ ନାହିଁ କାରଣ ତୁମ୍ଭେ କୃପାମୟ ଦୟାଳୁ ପରମେଶ୍ୱର ଅଟ।
32
ଏଣୁ ହେ ଆମ୍ଭମାନଙ୍କର ପରମେଶ୍ୱର, ମହାନ ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ। ଅଶୂରୀୟ ରାଜଗଣର ସମୟାବଧି ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ, ଆମ୍ଭମାନଙ୍କ ଯାଜକଗଣ ଉପରେ, ଆମ୍ଭମାନଙ୍କ ଭବିଷ୍ୟଦ୍ବକ୍ତୃଗଣ ଉପରେ, ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେଉଁ କ୍ଳେଶ ଘଟିଅଛି, ତାହା ସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ।
33
ତଥାପି ଆମ୍ଭମାନଙ୍କ ଉପରେ ଆଜି ପର୍ଯ୍ୟନ୍ତ ଯାହା ଯାହା ଘଟିଅଛି, ସେ ସବୁରେ ତୁମ୍ଭେ ଧର୍ମମୟ ଅଟ। କାରଣ ତୁମ୍ଭେ ସତ୍ୟ ବ୍ୟବହାର କରିଅଛ। ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।
34
ପୁଣି ଆମ୍ଭମାନଙ୍କ ରାଜଗଣ, ରାଜପୁତ୍ରଗଣ, ଆମ୍ଭର ଯାଜକଗଣ ଓ ଆମ୍ଭର ପୂର୍ବପୁରୁଷଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି। ସେମାନେ ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ସତର୍କବାଣୀ ଶୁଣିଲେ ନାହିଁ, ଯାହା ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଦେଇଥିଲ।
35
ଯେହେତୁ ସେମାନେ ଆପଣାମାନଙ୍କ ରାଜ୍ୟରେ ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି। କି ନିଜ ନିଜ ଦୁଷ୍କର୍ମରୁ ଫେରି ନାହାନ୍ତି।
36
ଆଜି ଆମ୍ଭେମାନେ ଦାସ ହୋଇଅଛୁ। ପୁଣି ତୁମ୍ଭେ ଆମ୍ଭମାନଙ୍କ ପିତୃପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ। ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ।
37
ଆଉ ଆମ୍ଭମାନଙ୍କ ପାପ ହେତୁ ତୁମ୍ଭେ ଯେଉଁ ରାଜଗଣଙ୍କୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନଙ୍କ ପ୍ରତି ସେହି ଦେଶ ପ୍ରଚୁର ଫଳ ଉତ୍ସର୍ଗ କରୁଅଛି। ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି। ଆଉ ଆମ୍ଭେମାନେ ମହା କ୍ଳେଶରେ ଅଛୁ।
38
“ତଥାପି ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।’’
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 10 →
All chapters:
1
2
3
4
5
6
7
8
9
10
11
12
13