bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nehemiah 13
Nehemiah 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
1
ନିହିମିୟାଙ୍କର ଶେଷ ନିର୍ଦ୍ଦେଶ ସେହି ଦିନ ସେମାନେ ଲୋକମାନଙ୍କୁ ଜଣାଇବାକୁ ମୋଶାଙ୍କ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା, ଯେ ଅମ୍ମୋନୀୟ ଓ ମୋୟାବୀୟ ଲୋକ କେବେ ପରମେଶ୍ୱରଙ୍କ ସଭାରେ ପ୍ରବେଶ କରିବେ ନାହିଁ।
2
କାରଣ ସେମାନେ ଅନ୍ନଜଳ ନେଇ ଇସ୍ରାଏଲ ସନ୍ତାନଗଣଙ୍କୁ ଭେଟିଲେ ନାହିଁ। କିନ୍ତୁ ଇସ୍ରାଏଲୀୟମାନଙ୍କୁ ଅଭିଶାପ ଦେବା ପାଇଁ ସେମାନେ ବିଲିୟମକୁ ପାଊଣା ଦେଲେ। ତଥାପି ଆମ୍ଭମାନଙ୍କ ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।
3
ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ।
4
ଏଥି ପୂର୍ବରୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରସ୍ଥିତ କୋଠରୀ ସବୁର ଦାୟିତ୍ୱ ଇଲିୟାଶୀବଙ୍କୁ ଦିଆଗଲା। ଇଲିୟାଶୀବ୍ ଯାଜକ ଟୋବିୟର କୁଟୁମ୍ବ ଥିଲା।
5
ତେଣୁ ସେ ତାକୁ ଏକ ବଡ଼ କୋଠରୀ ଦେଲା। ସେହି କୋଠରୀକୁ ପୂର୍ବେ ଲୋକମାନେ ସେହି ସ୍ଥାନରେ ଶସ୍ୟ ନୈବେଦ୍ୟ, ସୁଗନ୍ଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ, ଆଉ ଯାଜକମାନଙ୍କ ନିମନ୍ତେ ଉପହାର ରଖିବାରେ ବ୍ୟବହୃତ ହେଉଥିଲା।
6
ମୁଁ ଏସବୁ ସମୟରେ ଯିରୁଶାଲମରେ ନ ଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର ବତିଶ୍ ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ପରେ ରାଜାଙ୍କୁ ବିଦାୟ ମାଗିଲି।
7
ଏହା ପରେ ମୁଁ ଯିରୁଶାଲମକୁ ଫେରି ଆସିଲି ଏବଂ ଇଲିୟାଶୀବ୍, ଟୋବିୟ ନିମନ୍ତେ ପରମେଶ୍ୱରଙ୍କ ମନ୍ଦିରର ପ୍ରାଙ୍ଗଣରେ ଏକ କୋଠରୀ ପ୍ରସ୍ତୁତ କରି ଯେଉଁ ମନ୍ଦକର୍ମ କରିଥିଲା ତାହା ବିଷୟରେ ଶୁଣିଲି।
8
ଏହା ମୋତେ ବ୍ୟତିବ୍ୟସ୍ତ କଲା, ଏଣୁ ମୁଁ ସେହି କୋଠରୀରୁ ଟୋବିୟର ସମସ୍ତ ଗୃହ ସାମଗ୍ରୀ ବାହାର କରି ପକାଇ ଦେଲି।
9
ଏହା ପରେ ମୁଁ ଆଜ୍ଞା କରିବାରୁ, ସେମାନେ କୋଠରୀସବୁକୁ ଶୁଚିକଲେ। ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଶସ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି।
10
ମୁଁ ଜାଣିବାକୁ ପାଇଲି ଯେ, ଲେବୀୟମାନଙ୍କ ଅଂଶ ତାଙ୍କୁ ଦିଆଯାଇ ନ ଥିଲା। ତେଣୁ ଲେବୀୟମାନେ ଓ ଗାୟକମାନେ ଯେଉଁମାନେ ମନ୍ଦିରରେ କାର୍ଯ୍ୟ କରୁଥିଲେ ପ୍ରତ୍ୟେକ ନିଜ ନିଜ ଭୂମିକୁ ଫେରି ଯାଇଥିଲେ।
11
ତେଣୁ ମୁଁ ଅଧିକାରୀମାନଙ୍କୁ ପଗ୍ଭରିଲି, “କାହିଁକି ତୁମ୍ଭେ ପରମେଶ୍ୱରଙ୍କ ମନ୍ଦିରର ଅବହେଳା କଲ?” ଏ ବିଷୟରେ ମୁଁ ସେମାନଙ୍କ ସହିତ ଯୁକ୍ତିତର୍କ କଲି। ତା’ପରେ ମୁଁ ଲେବୀୟମାନଙ୍କୁ ଏକତ୍ର କଲି ଏବଂ ସେମାନଙ୍କୁ ସେମାନଙ୍କର ନିଜ କ୍ଷେତ୍ରରେ ନିଯୁକ୍ତି କଲି।
12
ତେଣୁ ସମଗ୍ର ଯିହୁଦା ଶସ୍ୟର ଓ ନୂତନ ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଭଣ୍ତାରକୁ ଆଣିଲେ।
13
ତହିଁରେ ମୁଁ ଶେଲିମିୟ ଯାଜକକୁ ଓ ଲେଖକ ସାଦୋକ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ତାର ସମୂହର ଅଧ୍ୟକ୍ଷ କଲି। ଏବଂ ସକ୍କୂରର ପୁତ୍ର ହନାନ୍, ମତ୍ତନୀୟର ପୁତ୍ର ସକ୍କୂର ସେମାନଙ୍କର ଅଧୀନରେ କାର୍ଯ୍ୟ କଲେ। କାରଣ ସେମାନେ ବିଶ୍ୱସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।
14
ହେ ମୋର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର। ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ବିଷୟ ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି ମୋର କୃତ ସେହି ସୁକର୍ମ ସବୁ ଲିଭାଇ ନ ଦିଅ।
15
ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମ ଦିନରେ ଦ୍ରାକ୍ଷାରସ ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝେଇ କରିବାର ମଧ୍ୟ ବିଶ୍ରାମ ଦିନରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ଯିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନରେ କୌଣସି ଖାଦ୍ୟ ବିକ୍ରୟ ନ କରିବାକୁ ମୁଁ ସେମାନଙ୍କୁ ସତର୍କ କଲି।
16
ସେହି ନଗରରେ ସୋରୀୟ ଲୋକେ ବାସ କରୁଥିଲେ। ସେମାନେ ମତ୍ସ୍ୟ ଓ ଅନ୍ୟ ବହୁତ ଦ୍ରବ୍ୟ ବିଶ୍ରାମ ଦିନରେ ଯିହୁଦୀୟମାନଙ୍କୁ ଓ ଯିରୁଶାଲମରେ ବିକ୍ରୟ କଲେ।
17
ଏଥିପାଇଁ ମୁଁ ଯିହୁଦାର କୁଳୀନ ନାଗରିକମାନଙ୍କ ସଙ୍ଗେ ଯୁକ୍ତି କରି କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରିବା ପାଇଁ ବହୁତ କୁକର୍ମ କରୁଅଛ।
18
ତୁମ୍ଭମାନଙ୍କ ପିତୃପୁରୁଷମାନେ କ’ଣ ଏପରି ବ୍ୟବହାର କରି ନ ଥିଲେ? ଆଉ ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମ ଦିନ ଅପବିତ୍ର କରି ଇସ୍ରାଏଲ ଉପରକୁ କୋପ ଆଣୁଅଛ।”
19
ଏହା ପରେ ବିଶ୍ରାମବାର ପୂର୍ବରୁ ଯିରୁଶାଲମରେ ଯେତେବେଳେ ଅନ୍ଧାର ହେବାକୁ ଲାଗିଲା। ମୁଁ କବାଟସବୁ ବନ୍ଦ କରିବାକୁ ପ୍ରହରୀକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଶେଷ ହେବା ପର୍ଯ୍ୟନ୍ତ ନ ଖୋଲିବାକୁ ଆଜ୍ଞା ଦେଲି। ପୁଣି ବିଶ୍ରାମ ଦିନ ଲୋକମାନଙ୍କୁ ବୋଝ ବୋହିବାରୁ ବିରତ କରିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରମାନଙ୍କରେ ନିଯୁକ୍ତି କଲି।
20
ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଥରେ ବା ଦୁଇଥର ଯିରୁଶାଲମ ବାହାରେ ରାତ୍ରି କ୍ଷେପଣ କଲେ।
21
ତା’ପରେ ମୁଁ ସେମାନଙ୍କୁ ସତର୍କ କଲି ଏବଂ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି ଯାପନ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟାବଧି ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ।
22
ଏହା ପରେ ମୁଁ ଲେବୀୟମାନଙ୍କୁ ବିଶ୍ରାମ ଦିନ ପବିତ୍ର କରିବା ନିମନ୍ତେ ନିଜ ନିଜକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ଜଗିବାକୁ ଆଜ୍ଞା କଲି। ହେ ପରମେଶ୍ୱର, ମୋ’ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଶାଶ୍ୱତ ପ୍ରେମରେ ମୋତେ ରକ୍ଷା କର।
23
ସେହି ସମୟରେ ଯେଉଁ ଯିହୁଦୀୟମାନେ ଅସଦୋଦ୍, ଅମ୍ମୋନ ଓ ମୋୟାବ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି।
24
ସେମାନଙ୍କ ବାଳକମାନେ ଅଧେ ଅସ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ। ସେମାନେ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ। ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ କଥା କହିଲେ।
25
ତେଣୁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲି। ମୁଁ ସେମାନଙ୍କ ଦାଢ଼ି ମଧ୍ୟ ଉତ୍ପାଟନ କଲି ଏବଂ ପରମେଶ୍ୱରଙ୍କ ନାମରେ ସେମାନଙ୍କୁ ପ୍ରତିଜ୍ଞା କରାଇଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣାର କନ୍ୟା ଦିଅ ନାହିଁ କିମ୍ବା ଆପଣା ପୁତ୍ର ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।
26
ଇସ୍ରାଏଲର ରାଜା ଶଲୋମନ କ’ଣ ଏପରି କାର୍ଯ୍ୟ କରି ପାପ କରି ନ ଥିଲେ? ଅନେକ ରାଷ୍ଟ୍ର ବା ଜାତି ମଧ୍ୟରେ ତାଙ୍କପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କ ପ୍ରିୟପାତ୍ର ଥିଲେ। ପରମେଶ୍ୱର ତାହାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ତଥାପି ବିଦେଶୀୟ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ।
27
ତେଣୁ ଆମ୍ଭେ କ’ଣ ତୁମ୍ଭ କଥା ଶୁଣି ପରମେଶ୍ୱରଙ୍କ ବିରୁଦ୍ଧରେ ଯିବୁ ଓ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରି ମହାପାପ କରିବୁ?”
28
ମହାଯାଜକ ଇଲିୟାଶୀବ୍ର ପୁତ୍ର ଯିହୋୟାଦାର ପୁତ୍ରମାନଙ୍କ ମଧ୍ୟରୁ ଜଣେ ପୁତ୍ର ହାରୋଣୀୟ ସନ୍ବଲଟ୍ର ଜ୍ୱାଇଁ ଥିଲା। ମୁଁ ସେହି ଲୋକଙ୍କୁ ମୋ’ଠାରୁ ଗ୍ଭଲିଯିବା ପାଇଁ ବାଧ୍ୟ କରିଥିଲି।
29
ହେ ମୋର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର। ଯେହେତୁ ସେମାନେ ଯାଜକପଦକୁ ଆଉ ଯାଜକ ପଦରେ ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଛନ୍ତି।
30
ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିସ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟ ଅନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି।
31
ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋର ପରମେଶ୍ୱର ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
All chapters:
1
2
3
4
5
6
7
8
9
10
11
12
13