bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nehemiah 2
Nehemiah 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
1
ରାଜା ନିହିମିୟାଙ୍କୁ ଯିରୁଶାଲମକୁ ପଠାଇଥିଲେ ଅର୍ତ୍ତକ୍ଷସ୍ତ ରାଜାଙ୍କର ଅଧିକାରର ବିଂଶତମ ବର୍ଷରେ ନିଶାନ ମାସରେ ଏହିପରି ଘଟିଥିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏହା ପୂର୍ବରୁ ମୁଁ ତାହାଙ୍କ ସାକ୍ଷାତରେ ଦୁଃଖିତ ହୋଇ ନ ଥିଲି।
2
ଏଥିରେ ରାଜା ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ପୀଡ଼ିତ? ତୁମ୍ଭେ କାହିଁକି ଦୁଃଖିତ ଜଣା ପଡ଼ୁଛ? ମୁଁ ଭାବୁଛି ତୁମ୍ଭର ହୃଦୟ ଦୁଃଖପୂର୍ଣ୍ଣ ଅଛି।” ଏହା ପରେ ମୁଁ ଭୟ କଲି।
3
ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, “ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମୋର ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତେବେଳେ ଉଜାଡ଼ି ହୋଇ ପଡ଼ିଛି ଓ ତହିଁର ଦ୍ୱାରସବୁ ଦଗ୍ଧ ହୋଇ ପଡ଼ିଛି ସେତେବେଳେ କାହିଁକି ମୋର ମୁଖ ଦୁଃଖିତ ହେବ ନାହିଁ।”
4
ଏହା ପରେ ରାଜା ମୋତେ କହିଲେ, “ମୋ’ ନିକଟରୁ କ’ଣ ସାହାଯ୍ୟ ତୁମ୍ଭେ ଗ୍ଭହଁ।” ମୁଁ ଉତ୍ତର ଦେବା ପୂର୍ବରୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି।
5
ଏହା ପରେ ମୁଁ ରାଜାଙ୍କୁ ଉତ୍ତର ଦେଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ ମୋର ପିତୃ ଲୋକଙ୍କ କବର ନଗରକୁ ମୋତେ ପଠାଇବାକୁ ଆଜ୍ଞା କରନ୍ତୁ। ମୁଁ ସେଠାକୁ ଯିବାକୁ ଗ୍ଭହେଁ। ଏବଂ ସେଠାରେ ମୁଁ ନଗର ପୁନର୍ବାର ପ୍ରତିଷ୍ଠା କରିବାକୁ ଗ୍ଭହେଁ।”
6
ରାଣୀ ମଧ୍ୟ ରାଜାଙ୍କ ନିକଟରେ ବସିଥିଲେ। ରାଜା ଏବଂ ରାଣୀ ମୋତେ ପଗ୍ଭରିଲେ, “ତୁମ୍ଭର ଯାତ୍ରା କେତେ ଦିନ ଲାଗିବ? ତୁମ୍ଭେ ଏଠାକୁ କେବେ ଫେରିବ?” ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେବାରୁ ମୁଁ ତାଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଦେଲି।
7
ମୁଁ ମଧ୍ୟ ରାଜାଙ୍କୁ କହିଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଯିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ିଦିଅନ୍ତି। ଏଥିପାଇଁ ସେମାନଙ୍କ ନିକଟକୁ ମୋ’ ହାତରେ ପତ୍ର ପଠାନ୍ତୁ।
8
ରାଜା ଆସଫଙ୍କ ନିମନ୍ତେ ମୋତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି।” ସେ ଆସଫଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କବାଟ ପାଇଁ ମୋତେ ଖଣ୍ଡେ କାଠ ଦେବା ଲାଗି କହିଲେ।” ରାଜା ଏପରି କରିଥିଲେ କାରଣ ପରମେଶ୍ୱର ମୋ’ ପାଇଁ ମଙ୍ଗଳମୟ ଥିଲେ।
9
ତେଣୁ ମୁଁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷଙ୍କ ନିକଟକୁ ଗଲି। ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ରାଜାଙ୍କର ପ୍ରଦତ୍ତ ପତ୍ର ଦେଲି। ତେଣୁ ଦେଶାଧ୍ୟକ୍ଷ ମୋ’ ସହିତ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଲେ।
10
ହାରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଅଧିକାରୀଗଣ ଅତିଶୟ ଦୁଃଖିତ ହେଲେ, ଯେତେବେଳେ ସେମାନେ ଶୁଣିଲେ ଯେ, ଜଣେ ବ୍ୟକ୍ତି ଇସ୍ରାଏଲର ସନ୍ତାନଗଣଙ୍କୁ ସାହାଯ୍ୟ କରିବା ପାଇଁ ଆସିଅଛି।
11
ନିହିମିୟା ଯିରୁଶାଲମର କାନ୍ଥଗୁଡ଼ିକୁ ପରିଦର୍ଶନ କଲେ ମୁଁ ଯିରୁଶାଲମକୁ ଗଲି ଓ ସେଠାରେ ତିନି ଦିନ ରହିଲି।
12
ଏହା ପରେ ରାତ୍ରି ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ୱର ଯିରୁଶାଲମ ପାଇଁ ଯାହା କରିବାକୁ ମୋତେ ପ୍ରେରଣା ଦେଇଥିଲେ, ତାହା ମୁଁ କାହାରିଠାରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡ଼ାରେ ଚଢ଼ିଥିଲି ସେହି ଘୋଡ଼ାକୁ ଛାଡ଼ି ଦେଲେ ମୋ’ ନିକଟରେ ଆଉ ଘୋଡ଼ା ନ ଥିଲା।
13
ଅନ୍ଧାର ହେବା ମାତ୍ରେ ମୁଁ ଉପତ୍ୟକାର ଧାରଦେଇ ନାଗକୂପ ଓ ଖତଦ୍ୱାର ପର୍ଯ୍ୟନ୍ତ ଗଲି ଓ ଯିରୁଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ୱାରସବୁ ଦେଖିଲି।
14
ତା’ପରେ ମୁଁ ନିର୍ଝର ଦ୍ୱାର ଓ ରାଜ ପୁଷ୍କରିଣୀ ପର୍ଯ୍ୟନ୍ତ ଗଲି। ମାତ୍ର ସେଠାରେ ମୋର ବାହାନ ପଶୁ ପାଇଁ ଯିବାର ସ୍ଥାନ ନ ଥିଲା।
15
ତେଣୁ ମୁଁ ଉପତ୍ୟକା ଉପରକୁ ଅନ୍ଧାରରେ ଚଢ଼ିଲି ଓ ପ୍ରାଚୀରକୁ ନିରୀକ୍ଷଣ କଲି ଏବଂ ଉପତ୍ୟକାର ଫାଟକ ଦେଇ ଫେରି ଆସିଲି।
16
ମୁଁ କେଉଁ ଆଡ଼େ ଗଲି ଓ କ’ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ୟ ଯିହୁଦୀୟମାନଙ୍କୁ, ଯାଜକମାନଙ୍କୁ, ମୁଖ୍ୟମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।
17
ଏହା ପରେ ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ଦେଖି ପାରୁଛ ଆମ୍ଭେମାନେ ଖରାପ ଅବସ୍ଥାରେ ଅଛୁ। ଯିରୁଶାଲମ କିପରି ଉଜାଡ଼ ହୋଇ ପଡ଼ିଛି ଏବଂ ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି। ନିନ୍ଦିତ ନ ହେବା ଆସ, ଆସ ପୁଣି ଥରେ ଯିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରିବା।”
18
ମୁଁ ମଧ୍ୟ ସେହି ଲୋକମାନଙ୍କୁ ଜଣାଇ ଦେଲି ଯେ, ପରମେଶ୍ୱର ମୋ’ ଉପରେ ଦୟା କରିଛନ୍ତି ଏବଂ ଯାହା ମୋତେ ରାଜା କହିଥିଲେ, ମୁଁ ସେମାନଙ୍କୁ କହିଲି। ତା’ପରେ ସେହି ଲୋକମାନେ ଉତ୍ତର ଦେଲେ, “ତେବେ ଗ୍ଭଲ, ବର୍ତ୍ତମାନ ଆମ୍ଭେମାନେ କାର୍ଯ୍ୟ ଆରମ୍ଭ କରିବା।” ତେଣୁ ସେମାନେ ନିଜକୁ ଏହି ଉତ୍ତମ କାମରେ ନିୟୋଜନ କଲେ।
19
କିନ୍ତୁ ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଓ ଆରବୀୟ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସେମାନେ କହିଲେ, ତୁମ୍ଭେମାନେ କ’ଣ ଏ କି କାର୍ଯ୍ୟ କରୁଅଛ? “ତୁମ୍ଭେମାନେ କ’ଣ ରାଜଦ୍ରୋହ କରୁଅଛ?”
20
କିନ୍ତୁ ମୁଁ ଏହିପରି କହିଲି, “ସ୍ୱର୍ଗସ୍ଥ ପରମେଶ୍ୱର ଆମ୍ଭର କାର୍ଯ୍ୟ ସିଦ୍ଧ କରିବେ। ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ଦାସ। ଆମ୍ଭେମାନେ ଏହି ନଗରକୁ ପୁନଃନିର୍ମାଣ କରିବୁ। କିନ୍ତୁ ଯିରୁଶାଲମରେ ତୁମ୍ଭର କିଛି କାର୍ଯ୍ୟ ନାହିଁ।”
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 3 →
All chapters:
1
2
3
4
5
6
7
8
9
10
11
12
13