bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nehemiah 3
Nehemiah 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 4 →
1
ପ୍ରାଚୀର ନିର୍ମାଣ କର୍ତ୍ତା ଇଲିୟାଶୀବ ମହାଯାଜକ ଥିଲେ, ଇଲିୟାଶୀବ ଓ ତାଙ୍କର ସାଥୀ ଯାଜକମାନେ ମେଷ ଫାଟକ ଗଠନ କରିବାକୁ ଗଲେ। ସେମାନେ ସେହି ଫାଟକ ଉତ୍ସର୍ଗ କଲେ ଏବଂ ଏହାର ଦ୍ୱାର ସ୍ଥାପନ କଲେ। ସେମାନେ ସହସ୍ର ଦୁର୍ଗର ଓ ହନନେଲ ଦୁର୍ଗର କାର୍ଯ୍ୟ କଲେ।
2
ଯିରୀହୋର ଲୋକମାନେ ସେମାନଙ୍କ ପରେ କାମ କଲେ। ଇମ୍ରିର ପୁତ୍ର ସକ୍କୂର ଯିରୀହୋର ଲୋକମାନଙ୍କ ପରେ କାମ କଲା।
3
ହସନାୟାରର ପୁତ୍ରମାନେ ମତ୍ସ୍ୟଦ୍ୱାର ଗଠନ କଲେ। ସେମାନେ ତାର କଡ଼ି ଚଢ଼ାଇଲେ, ତା’ର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।
4
ସେମାନଙ୍କ ପରେ ହକ୍କୋସର ପୁତ୍ର ଊରିୟ, ଊରିୟର ପୁତ୍ର ମରେମୋତ୍ ତାପର ଅଂଶ ମରାମତି କଲା, ଏବଂ ସେମାନଙ୍କ ପରେ ମଶେଷବେଲର ପୁତ୍ର ବେରିଖିୟ ଓ ବେରିଖିୟର ପୁତ୍ର ମଶୁଲ୍ଲମ୍ ପରବର୍ତ୍ତୀ ଅଂଶ ମରାମତି କଲା। ଆଉ ସେମାନଙ୍କ ପରେ ବାନାର ପୁତ୍ର ସାଦୋକ୍ ପରବର୍ତ୍ତୀ ଅଂଶ ମରାମତି କଲା।
5
ତକୋୟୀୟ ଲୋକମାନେ ମରାମତି କଲେ। ସେମାନଙ୍କ କୁଳିନ ବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମରେ ହସ୍ତକ୍ଷେପ କଲେ ନାହିଁ।
6
ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ, ପୁରୁଣା ଫାଟକ ଲଗାଇଲେ। ସେମାନେ ତହିଁର କଡ଼ି କବାଟ, କବ୍ଜା ଓ ଅର୍ଗଳ ଲଗାଇଲେ।
7
ଗିବିୟୋନୀୟରୁ ମଲାଟିୟ ଓ ମରୋଣୋଥୀୟରୁ ଯାଦୋନ ସେମାନଙ୍କର ପାର୍ଶ୍ୱ ପ୍ରାଚୀରକୁ ମରାମତି କଲେ। ସେହି ଲୋକମାନେ ଗିବିୟୋନ ଓ ମିସ୍ପାରୁ ଥିଲେ। ସେମାନେ ନଦୀର ପଶ୍ଚିମାଞ୍ଚଳ ରାଜ୍ୟପାଳ ଦ୍ୱାରା ଶାସିତ ହେଲେ।
8
ହର୍ହୟର ପୁତ୍ର ସ୍ୱର୍ଣ୍ଣକାର ଉଷୀୟେଲ ସେମାନଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀୟ ଯିଏ କି ସୁଗନ୍ଧ ବ୍ୟାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୁଶାଲମ ଦୃଢ଼ କଲେ।
9
ସେମାନଙ୍କ ନିକଟରେ ଯିରୁଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗରେ ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ଭଗ୍ନ ପ୍ରାଚୀର ଗଠନ କଲେ।
10
ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ପ୍ରାଚୀର ଗଠନ କଲା। ତା’ ନିକଟକୁ ହଶ୍ବନିୟର ପୁତ୍ର ହଟୂଶ୍ ପ୍ରାଚୀର ଗଠନ କଲା।
11
ହାରିମର ପୁତ୍ର ମଲ୍କିୟ ଓ ପହତ୍-ମୋୟାବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗ ଗଠନ କଲା।
12
ତାହା ନିକଟରେ ଯିରୁଶାଲମର ପ୍ରଦେଶର ଅର୍ଦ୍ଧଭାଗରେ ଅଧ୍ୟକ୍ଷ ହଲୋହେଶର ପୁତ୍ର, ଶଲ୍ଲୁମ ଓ ତାହାର କନ୍ୟାମାନେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
13
ହାନୂନ୍ ଓ ସାନୋହର ନିବାସୀମାନେ ଉପତ୍ୟକା ଦ୍ୱାରର ଭଗ୍ନାଂଶ ଗଠନ କଲେ। ସେମାନେ ତାହା ଗଢ଼ି ତାର କବାଟ, କବ୍ଜା, ଅର୍ଗଳସବୁ ଲଗାଇଲେ। ଆଉ ଖତଦ୍ୱାର ପର୍ଯ୍ୟନ୍ତ ପ୍ରାଚୀର ଏକ ହଜାର ହାତ ଦୃଢ଼ କଲେ।
14
ବୈଥ୍ହକ୍କେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍କିୟ ଖତଦ୍ୱାରର ଜୀର୍ଣ୍ଣଅଂଶ ଗଠନ କଲେ ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳ ଲଗାଇଲା।
15
ମିସ୍ପା ପ୍ରଦେଶର ଶାସକ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ଝର ଦ୍ୱାରର ଭଗ୍ନାଂଶ ଲଗାଇଲେ। ଏବଂ ତାର କବ୍ଜା, ଢାଲ, ଅର୍ଗଳସବୁ ଲଗାଇଲା। ଦାଉଦ ନଗରରୁ ତଳକୁ ଯିବା ପାବଛ ପର୍ଯ୍ୟନ୍ତ ସେ ରାଜାଙ୍କର ରାଜୋଦ୍ୟାନ ଓ ଶେଲା ପୁଷ୍କରୀଣୀ ପ୍ରାଚୀର ମରାମତି କଲେ।
16
ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସ୍ବୂକର ପୁତ୍ର ନିହିମିୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ମନୁଷ୍ୟକୃତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ମରାମତି କଲେ।
17
ତାର ନିକଟକୁ ଲେବୀୟ ପରିବାରବର୍ଗର, ବାନିର ପୁତ୍ର ରହୂମ୍ ଭଗ୍ନ ଅଂଶ ମରାମତି କଲା। ତା’ପରେ ଅର୍ଦ୍ଧ କିୟୀଲା ପ୍ରଦେଶର ଅଧ୍ୟକ୍ଷ ହଶବିୟ ମରାମତି କଲେ। ତାଙ୍କ ପ୍ରଦେଶ ତରଫରୁ ସେ ମରାମତି କଲେ।
18
ସେମାନଙ୍କ ଭାତୃଗଣ କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୋନାନଦର ପୁତ୍ର ବବୟ ତାହା ନିକଟରେ ଭଗ୍ନ ଅଂଶ ମରାମତି କଲେ।
19
ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣୀ ପଥ ସମ୍ମୁଖରେ ଅନ୍ୟ ଏକ ଭଗ୍ନା ଅଂଶ ଗଠନ କଲେ।
20
ତା’ର ନିକଟକୁ ସବ୍ବୟର ପୁତ୍ର ବାରୁକ୍ ଯତ୍ନ କରି ପ୍ରାଚୀରର ବାଙ୍କଠାରୁ ଇଲିୟାଶୀବ୍ ମହାଯାଜକର ଗୃହଦ୍ୱାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।
21
ତାପରକୁ ହକ୍କୋସର ପୌତ୍ର ଊରିୟର ପୁତ୍ର ମରେମୋତ୍ ଇଲିୟାଶୀବର ଗୃହଦ୍ୱାରଠାରୁ ଇଲିୟାଶୀବର ଗୃହ ପ୍ରାନ୍ତ ପର୍ଯ୍ୟନ୍ତ ଅନ୍ୟ ଏକ ଭଗ୍ନ ଅଂଶ ଗଠନ କଲେ।
22
ତା’ପରକୁ ପ୍ରାନ୍ତର ବାସୀ ଯାଜକମାନେ ଭଗ୍ନ ଅଂଶ ଗଠନ କଲେ।
23
ସେମାନଙ୍କ ପରେ ବିନ୍ୟାମୀନ ଓ ହଶୂବ୍ ସେମାନଙ୍କ ଆପଣାମାନଙ୍କ ଗୃହଗୁଡ଼ିକ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ। ସେମାନଙ୍କ ପରେ ଅନନିୟର ପୁତ୍ର ମାସେୟ, ମାସେୟର ପୁତ୍ର ଅସରିୟ ଆପଣା ଗୃହ ନିକଟରେ ଜୀର୍ଣ୍ଣ ପ୍ରାଚୀର ମରାମତି କଲେ।
24
ତା’ପରକୁ ହେନାଦଦର ପୁତ୍ର ବେନ୍ନୁୟୀ ଅସରିୟର ଗୃହଠାରୁ ପ୍ରାଚୀର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
25
ଉଷୟର ପୁତ୍ର ପାଲାଲ୍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀ ଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ। ତାହାପରେ ପରିୟୋଶର ପୁତ୍ର ପଦାୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
26
ଏହି ସମୟରେ ନଥୀନୀୟମାନେ ଜଳଦ୍ୱାରର ପୂର୍ବଦିଗରେ ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ।
27
ତା’ପରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓ ଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଭଗ୍ନ ଅଂଶ ଗଠନ କଲେ।
28
ଯାଜକମାନେ ପ୍ରତ୍ୟେକ ନିଜ ନିଜ ଗୃହ ସମ୍ମୁଖରେ ଅଶ୍ୱଦ୍ୱାରର ଉପରଭାଗର ଭଗ୍ନଅଂଶ ଗଠନ କଲେ।
29
ସେମାନଙ୍କ ପରେ ଇମ୍ମୋରର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖରେ ଭଗ୍ନ ଅଂଶ ଗଠନ କଲେ। ତା’ପରେ ପୂର୍ବଦ୍ୱାରପାଳ ଶିଖନିୟର ପୁତ୍ର ଶମୟିୟ ଜୀର୍ଣ୍ଣ ପ୍ରାଚୀର ଗଠନ କଲେ।
30
ଶେଲିମିୟର ପୁତ୍ର ହନାନିୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଭଗ୍ନାଂଶ ଗଠନ କଲେ। ତାହାପରେ ବେରିଖିୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରୀ ସମ୍ମୁଖରେ ଭଗ୍ନ ଅଂଶ ମରାମତି କଲେ।
31
ତା’ପରେ ମଲ୍କିୟ ନାମକ ଜଣେ ସ୍ୱର୍ଣ୍ଣକାର ସୈନ୍ୟମାନେ ଏକତ୍ରିତ ହେଉଥିବା ଫାଟକ ଆଗରେ ମନ୍ଦିର ଦାସମାନଙ୍କର, ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ଭଗ୍ନ ଅଂଶ ମରାମତି କଲେ।
32
କୋଣର ଉଠାଣୀ ଓ ମେଷଦ୍ୱାର ମଧ୍ୟରେ ସ୍ୱର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 4 →
All chapters:
1
2
3
4
5
6
7
8
9
10
11
12
13