bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Nehemiah 11
Nehemiah 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
1
ନୂତନ ଲୋକମାନଙ୍କର ଯିରୁଶାଲମକୁ ପ୍ରବେଶ ଇସ୍ରାଏଲମାନଙ୍କର ଅଧିପତିମାନେ ଯିରୁଶାଲମରେ ବାସ କଲେ। ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୁଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରିବାକୁ ଗୁଲିବାଣ୍ଟ କଲେ।
2
ଆଉ ଯେଉଁମାନେ ଯିରୁଶାଲମରେ ବାସ କରିବାକୁ ସ୍ୱଇଚ୍ଛାରେ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।
3
ପ୍ରଦେଶର ଏହି ପ୍ରଧାନବର୍ଗ ଯିରୁଶାଲମରେ ବାସ କଲେ। କିନ୍ତୁ ଯିହୁଦାର ଏବଂ ଇସ୍ରାଏଲର ଅନ୍ୟ ନଗରରେ ଲୋକମାନେ, ଯାଜକମାନେ, ଲେବୀୟମାନେ, ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକ ନିଜ ନିଜ ନଗରରେ ବାସ କଲେ।
4
ଯିହୁଦାର ବଂଶଧରଗୁଡ଼ିକ ମଧ୍ୟରୁ ଓ ବିନ୍ୟାମୀନର ବଂଶଧରଗୁଡ଼ିକ ମଧ୍ୟରୁ, କେତେକ ଲୋକ ଯିରୁଶାଲମରେ ବାସ କଲେ। ଯିହୁଦାର ବଂଶଧରମାନଙ୍କ ମଧ୍ୟରୁ ଉଷିୟର ପୁତ୍ର ଅଥାୟ, ସେହି ଉଷିୟ ଯିଖରିୟର ପୁତ୍ର, ତାଙ୍କର ପୁତ୍ର ଅମରିୟ, ଅମରିୟର ପୁତ୍ର ଶଫଟିୟ, ତାଙ୍କର ପୁତ୍ର ମହଲଲେଲ, ତାଙ୍କର ପୁତ୍ର, ପେରସର ପୁତ୍ରମାନଙ୍କ ମଧ୍ୟରୁ ଜଣେ।
5
ବାଋକର ପୁତ୍ର ମାସେୟ, ବାଋକ୍କଲ୍-ହୋଷିର ପୁତ୍ର ଥିଲା। କଲ-ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବର ପୁତ୍ର, ଯୋୟାରୀବ୍ ଯିଖରିୟର ପୁତ୍ର ଥିଲା। ଯିଖରିୟ ଶୀଲୋନିୟମାନଙ୍କର ଭବିଷ୍ୟଦ୍ ବଂଶଧର ଥିଲା।
6
ପେରସର ବଂଶଧର ମୋଟ 468 ଜଣ ବୀର ପୁରୁଷ ଯିରୁଶାଲମରେ ବାସ କଲେ।
7
ବିନ୍ୟାମୀନର ବଂଶଧରମାନେ, ଯଥା: ମଶୁଲ୍ଲମର ପୁତ୍ର ସଲ୍ଲୁ, ମଶୁଲ୍ଲମ ଯୋୟେଦର ପୁତ୍ର, ଯୋୟେଦ୍ ପଦାୟର ପୁତ୍ର ଥିଲା, ପଦାୟ କଲୋୟାର ପୁତ୍ର ଥିଲା, କଲୋୟା ମାସେୟର ପୁତ୍ର ଥିଲା, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର ଥିଲା।
8
ତାଙ୍କର ଭ୍ରାତାଗଣ ସହିତ ଗବ୍ବୟ, ସଲ୍ଲୟ ଆଦି 928 ଜଣ ଥିଲେ।
9
ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ମୁଖ୍ୟ ଥିଲେ। ହସନୟାର ପୁତ୍ର ଯିହୁଦା ନଗରର ଦ୍ୱିତୀୟ ଶାସକ ଥିଲେ।
10
ଏହି ଯାଜକମାନେ ଯେଉଁମାନେ ଯିରୁଶାଲମକୁ ଯାତ୍ରା କରିଥିଲେ। ସେମାନେ ହେଲେ, ଯୋୟାରୀବର ପୁତ୍ର ଯିଦୟିୟ, ଯାଖୀନ,
11
ହିଲ୍କିୟର ପୁତ୍ର ସରାୟ, ହିଲ୍କିୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ ସାଦୋକର ପୁତ୍ର, ସାଦୋକ୍ ମରାୟୋତର ପୁତ୍ର, ମରାୟୋତ୍ ଅହିଟୁବ୍ର ପୁତ୍ର, ସରାୟ ପରମେଶ୍ୱରଙ୍କ ମନ୍ଦିରର ନିରୀକ୍ଷକ ଥିଲେ।
12
ସେମାନଙ୍କର ଆତ୍ମୀୟମାନଙ୍କ ସହିତ ଏକାଠି ହୋଇ ଯେଉଁମାନେ ପରମେଶ୍ୱରଙ୍କ ମନ୍ଦିରରେ କାମ କରୁଥିଲେ ସେମାନେ 822 ଜଣ ଥିଲେ। ଯିରୋହମର ପୁତ୍ର ଅଦାୟା, ପଲଲିୟର ପୁତ୍ର ଯିରୋହମ, ଅମ୍ସିର ପୁତ୍ର ପଲଲିୟ, ଯିଖରିୟର ପୁତ୍ର ଅମସି, ପଶ୍ହୂରର ପୁତ୍ର ଯିଖରିୟ, ମଲ୍ଲିୟେଲର ପୁତ୍ର ପଶ୍ହୂର।
13
ଅଦାୟାର ଭାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ, ଅସରେଲର ପୁତ୍ର ଅମଶୟ, ସେହି ଅସରେଲ୍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତର ପୁତ୍ର, ମଶିଲ୍ଲେମୋତ୍ ଇମ୍ମେରର ପୁତ୍ର।
14
ଆଉ ସେମାନଙ୍କ ଭାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍ଦୋଲୀମର ପୁତ୍ର ସବ୍ଦୀୟେଲ ସେମାନଙ୍କର ନିରୀକ୍ଷକ ଥିଲା।
15
ଲେବୀୟମାନଙ୍କ ମଧ୍ୟରୁ ଯଥା: ହଶୂବର ପୁତ୍ର ଶମୟିୟ, ହଶୂବ୍ ଅସ୍ରୀକାମର ପୁତ୍ର, ଅସ୍ରୀକାମ୍ ହସବିୟର ପୁତ୍ର, ହସବିୟ ବୁନ୍ନିର ପୁତ୍ର।
16
ଲେବୀୟ ପ୍ରଧାନ ବର୍ଗମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍ ପରମେଶ୍ୱରଙ୍କ ମନ୍ଦିରର ବାହାର କାର୍ଯ୍ୟର ନିରୀକ୍ଷକ ଥିଲେ।
17
ମୀକାର ପୁତ୍ର ମତ୍ତନିୟ ଯିଏ କି ସବ୍ଦିର ଆସଫର ପୁତ୍ର ଥିଲା, ଯିଏ କି ଶମ୍ମୁୟର ପୁତ୍ର ବକ୍ବୁକିୟ ଓ ଅବଦା ସହିତ ଧନ୍ୟବାଦ ଅର୍ପଣର ପ୍ରାର୍ଥନା କରୁଥିଲେ। ଯିଏ କି ଗାଲଲର ପୁତ୍ର, ଗାଲଲ ଯିଏ କି ଯିଦୂଥୂନର ପୁତ୍ର ଥିଲା।
18
ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବମୋଟ୍ 284 ଜଣ ଥିଲେ।
19
ଦ୍ୱାରପାଳ ଅକ୍କୁବ୍, ଟଲ୍ମୋନ ଓ ସେମାନଙ୍କର ଭାଇମାନେ, ଯେଉଁମାନେ ନଗର ଫାଟକର ପ୍ରହରୀ ଥିଲେ, ସେମାନେ 172 ଜଣ ଥିଲେ।
20
ଇସ୍ରାଏଲର ଯାଜକମାନଙ୍କର ଓ ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକ ନିଜ ନିଜର ସମ୍ପତ୍ତିରେ ରହିଲେ।
21
ମନ୍ଦିରର ସେବକମାନେ ଓଫଲ ପର୍ବତରେ ବାସ କଲେ। ଆଉ ସୀହ ଓ ଗିଷ୍ପ ମନ୍ଦିରର ସେବକମାନଙ୍କର ମୂଖ୍ୟ ଥିଲେ।
22
ଉଷି ଯିରୁଶାଲମରେ ଲେବୀୟମାନଙ୍କର ନିରୀକ୍ଷକ ଥିଲେ। ଉଷି ବାନିର ପୁତ୍ର, ବାନି ହଶବିୟର ପୁତ୍ର, ହଶବିୟ ଯିଏ କି ମତ୍ତନୀୟର ପୁତ୍ର, ମତ୍ତନିୟ ଯିଏ କି ମୀକାର ପୁତ୍ର ଥିଲେ। ଉଷି ପରମେଶ୍ୱରଙ୍କ ମନ୍ଦିରରେ ସେବା କରୁଥିବା ଗାୟକର ଓ ଆସଫର ବଂଶଧର ଥିଲେ।
23
ରାଜା ଆଜ୍ଞା ଦେଲେ ଯେ, ପ୍ରତ୍ୟେକ ଦିନ ଗାୟକମାନଙ୍କୁ ପୁରସ୍କାର ଦିଆଯିବା ଉଚିତ୍।
24
ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲର ପୁତ୍ର ପଥାହିୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କୁ ଉପଦେଶ ଦେଲେ।
25
ଯିହୁଦାର ଲୋକମାନଙ୍କ ମଧ୍ୟରୁ କେତେକ କ୍ଷେତ୍ରସ୍ଥ ନଗରରେ ଅର୍ଥାତ୍ କିରିୟଥଅର୍ବ ଓ ତହିଁ ନିକଟସ୍ଥ ଦୀବୋନ ଓ ତହିଁର ଉପନଗରରେ, ଯିକବ୍ସେଲ ଓ ତହିଁର ଗ୍ରାମରେ ରହିଲେ।
26
ଯେଶୂୟରେ, ମୋଲାଦାରେ ଓ ବୈଥ୍ପେଲଟରେ,
27
ଆଉ ହତ୍ସର-ଶୁୟାଲରେ, ବେର୍ଶେବା ଓ ତହିଁର ଉପନଗରରେ ରହିଲେ।
28
ଆଉ ସିକ୍କଗରେ, ମକୋନା ଓ ତହିଁର ଉପନଗରରେ ରହିଲେ।
29
ଐନରିମ୍ମୋଣରେ, ସରାୟରେ ଓ ଯର୍ମୁତରେ,
30
ସାନୋହ, ଅଦୁଲ୍ଲମ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମରେ, ଲାଖୀଶ୍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଗ୍ରାମରେ ବାସ କଲେ। ଏହିପରି ସେମାନେ ବେର୍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।
31
ବିନ୍ୟାମୀନ ସନ୍ତାନଗଣ ମଧ୍ୟ ଗେବାଠାରୁ ମିକ୍ମସ୍ ଓ ଅୟାରେ, ବୈଥେଲ୍ ଓ ତହିଁର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ବାସ କଲେ।
32
ଅନାଥୋତ, ନୋବ, ଓ ଅନନିୟାରେ
33
ହାତ୍ସୋର, ରାମା, ଗିତ୍ତୟିମରେ,
34
ହାଦୀଦ, ସବୋୟିମ, ନବଲ୍ଲାଟରେ,
35
ଲୋଦ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।
36
ଆଉ ଯିହୁଦାରେ ବାସ କରୁଥିବା କେତେକ ଲେବୀୟ ବିନ୍ୟାମୀନ ସହିତ ସଂଯୁକ୍ତ ହେଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 12 →
All chapters:
1
2
3
4
5
6
7
8
9
10
11
12
13