bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 11
Revelation 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 12 →
1
ତାହାପରେ କେହି ଜଣେ ମାପକାଠି ପରି ଖଣ୍ଡିଏ ଯଷ୍ଟି ମୋତେ ଦେଇ କହିଲେ, “ଯାଅ ଈଶ୍ୱରଙ୍କ ମନ୍ଦିର ଓ ବେଦୀ ମାପ କର ଏବଂ ମନ୍ଦିରରେ ଉପାସକମାନଙ୍କର ସଂଖ୍ୟା ଗଣନା କର।
2
କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ମାପ ନାହିଁ। କାରଣ, ତାହା ଅନ୍ୟ ଜାତିମାନଙ୍କୁ ଦାନ କରାଯାଇଛି। ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ଏହି ପବିତ୍ର ନଗରୀକୁ ପଦଦଳିତ କରି ରଖିବେ।
3
ଚଟବସ୍ତ୍ର ପିନ୍ଧିଥିବା ମୋର ଦୁଇଜଣ ସାକ୍ଷୀଙ୍କୁ ମୁଁ ପଠାଇବି। ସେମାନେ ସେହି ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ଈଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବେ।”
4
ସେହି ଦୁଇ ସାକ୍ଷୀ ପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇଥିବା ଦୁଇଟି ଜୀତ ବୃକ୍ଷ ଓ ଦୁଇଟି ପ୍ରଦୀପ ସଦୃଶ।
5
ଯଦି କେହି ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ଶତ୍ରୁକୁ ଧ୍ୱଂସ କରିବ। ଏହିପରି ଯେ କେହି ସେମାନଙ୍କର କ୍ଷତି କରିବାକୁ ବାହାରିବ, ସେ ନିଜେ ବିନଷ୍ଟ ହେବ।
6
ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ସମୟରେ ଆକାଶକୁ ଅବରୋଧ କରି ବୃଷ୍ଟିପାତ ବନ୍ଦ କରିବାର କ୍ଷମତା ସେମାନଙ୍କୁ ଦିଆଯାଇଛି। ଜଳ ନିର୍ଝରଗୁଡ଼ିକୁ ରକ୍ତରେ ପରିଣତ କରିବାକୁ ଓ ନିଜ ଇଚ୍ଛାନୁଯାୟୀ ପୃଥିବୀରେ ବାରମ୍ବାର ମହାମାରୀ ସୃଷ୍ଟି କରିବାକୁ ସେମାନଙ୍କର ଅଧିକାର ଅଛି।
7
ସେମାନେ ବାର୍ତ୍ତା ଘୋଷଣା ଶେଷ କରିବା ପରେ ପାତାଳପୁରୀରୁ ଏକ ପଶୁ ଉଠି ଆସି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବ।
8
ସେ ସେମାନଙ୍କୁ ପରାଜିତ କରି ହତ୍ୟା କରିବ ଏବଂ ଯେଉଁ ମହାନଗରୀରେ, ରାଜପଥରେ ପ୍ରଭୁ କ୍ରୁଶବିଦ୍ଧ ହୋଇଥିଲେ, ସେହିଠାରେ ସେମାନଙ୍କର ଶବ ପଡ଼ି ରହିବ। ସେହି ସହରକୁ ସଦୋମ ଓ ମିସର ବୋଲି କୁହାଯାଇ ପାରିବ।
9
ସମସ୍ତ ଦେଶ, ଗୋଷ୍ଠୀ, ଭାଷାଭାଷୀ ଓ ଜାତିର ଲୋକମାନେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେହି ଶବଗୁଡ଼ିକୁ ଦେଖିବେ ଏବଂ ସେଗୁଡ଼ିକୁ ସମାଧି ଦେବା ପାଇଁ ଛାଡ଼ିବେ ନାହିଁ।
10
ଏହି ଦୁଇଜଣଙ୍କ ମୃତ୍ୟୁ ଲାଗି ପୃଥିବୀର ଲୋକମାନେ ଆନନ୍ଦିତ ହେବେ, ଆମୋଦ ପ୍ରମୋଦ କରି ପରସ୍ପର ନିକଟକୁ ଉପହାର ପଠାଇବେ; କାରଣ, ସେହି ଭାବବାଦୀମାନଙ୍କ ଯୋଗୁଁ ପୃଥ୍ୱୀବାସୀମାନେ ବଡ଼ ହଇରାଣ ହେଉଥିଲେ।
11
କିନ୍ତୁ ସାଢ଼େ ତିନି ଦିନ ପରେ ଈଶ୍ୱରଙ୍କଠାରୁ ପ୍ରାଣବାୟୁ ଆସି ସେମାନଙ୍କ ଶରୀରରେ ପ୍ରବେଶ କଲା ଏବଂ ସେମାନେ ଉଠି ଠିଆ ହେଲେ। ଯେଉଁମାନେ ଏହି ଘଟଣା ଦେଖିଲେ, ସେମାନେ ଆତଙ୍କିତ ହେଲେ।
12
ପୁଣି, ସେହି ଦୁଇଜଣ ଭାବବାଦୀ ସେମାନଙ୍କୁ ସ୍ୱର୍ଗରୁ ଉଚ୍ଚ ସ୍ୱରରେ ଏହି କଥା କହୁଥିବା ଏକ ବାଣୀ ଶୁଣିଲେ: “ଏଠାକୁ ଆସ!” ସେମାନଙ୍କର ଶତ୍ରୁମାନେ ଦେଖୁ ଦେଖୁ ସେମାନେ ମେଘାରୂଢ଼ ହୋଇ ସ୍ୱର୍ଗକୁ ଆରୋହଣ କଲେ।
13
ଠିକ୍ ସେହି ସମୟରେ ଭୀଷଣ ଭୂମିକମ୍ପ ହେଲା, ନଗରୀର ଏକ ଦଶମାଂଶ ଧ୍ୱଂସ ପାଇଲା ଏବଂ ଭୂମିକମ୍ପରେ ସାତ ହଜାର ଲୋକ ପ୍ରାଣ ହରାଇଲେ। ବଞ୍ଚି ଯାଇଥିବା ଲୋକମାନେ ଭୟଭୀତ ହୋଇ ସ୍ୱର୍ଗବାସୀ ଈଶ୍ୱରଙ୍କ ସର୍ବବ୍ୟାପକ ମହତ୍ତ୍ୱର ସ୍ତୁତିବାଦ କଲେ।
14
ଦ୍ୱିତୀୟ ବିପତ୍ତି ଶେଷ ହେଲା; କିନ୍ତୁ ତୃତୀୟ ବିପତ୍ତି ଶୀଘ୍ର ଆସୁଅଛି।
15
ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”
16
ଏହାପରେ ଈଶ୍ୱରଙ୍କ ସମ୍ମୁଖରେ ନିଜ ନିଜ ସିଂହାସନରେ ବସିଥିବା ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଭୂମିଷ୍ଠ ହୋଇ ଈଶ୍ୱରଙ୍କ ଆରାଧନା କରି କହିଲେ -
17
“ହେ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର, ତୁମେ ଅତୀତ ଓ ବର୍ତ୍ତମାନ! ଆମେ ତୁମକୁ ଧନ୍ୟବାଦ ଦେଉଛୁ; କାରଣ ତୁମ ମହାଶକ୍ତିରେ ରାଜ୍ୟ ଭାର ଗ୍ରହଣ କରିଛ।
18
ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”
19
ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22