bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 7
Revelation 7
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 8 →
1
ଏହାପରେ ମୁଁ ଦେଖିଲି, ପୃଥିବୀର ଚାରି କୋଣରେ ଚାରି ଜଣ ସ୍ୱର୍ଗଦୂତ ଠିଆ ହୋଇଛନ୍ତି ଏବଂ ପୃଥିବୀର ଚାରି ଦିଗରୁ ବାୟୁ ପ୍ରବାହକୁ ଅଟକାଇ ରଖିଛନ୍ତି। ଫଳରେ ପୃଥିବୀ, ସମୁଦ୍ର ବା କୌଣସି ବୃକ୍ଷ ଲତା ଉପରେ ଟିକିଏ ହେଲେ ବାୟୁ ପ୍ରବାହିତ ହେଉ ନ ଥିଲା।
2
ପୁଣି ମୁଁ ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଚିରଞ୍ଜୀବୀ ଈଶ୍ୱରଙ୍କ ମୋହର ନେଇ ପୂର୍ବ ଦିଗରୁ ଆସୁଛନ୍ତି। ଏହି ଦୂତ ପୃଥିବୀ ଓ ସମୁଦ୍ରକୁ ବିନଷ୍ଟ କରିବା ପାଇଁ ଈଶ୍ୱର ଯେଉଁ ଚାରି ଦୂତଙ୍କୁ କ୍ଷମତା ଦେଇଥିଲେ,
3
ସେମାନଙ୍କୁ ଉଚ୍ଚ ସ୍ୱରରେ କହିଲେ, “ଆମେ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ସେବକମାନଙ୍କ କପାଳରେ ମୋହର ମାରି ନାହୁଁ, ସେ ପର୍ଯ୍ୟନ୍ତ ପୃଥିବୀ, ସମୁଦ୍ର ବା ବୃକ୍ଷମାନଙ୍କର କୌଣସି କ୍ଷତି କର ନାହିଁ।”
4
ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହର ମରା ହେଲା, ସେମାନଙ୍କର ସଂଖ୍ୟା ୧,୪୪,୦୦୦ ବୋଲି ମୁଁ ଶୁଣିଲି। ସେମାନେ ନିମ୍ନଲିଖିତ ଇଶ୍ରାଏଲୀୟ ବାର ଗୋଷ୍ଠୀର ଲୋକ।
5
ପ୍ରତ୍ୟେକ ଗୋଷ୍ଠୀରୁ ବାର ହଜାର ହିସାବରେ ସମୁଦାୟ ୧,୪୪,୦୦୦ ଜଣ: ଯିହୁଦା, ରୁବେନ୍, ଗାଦ୍, ଆଶେର୍, ନପ୍ତାଲୀ, ମାନାଶେ, ଶିମିୟୋନ, ଲେବୀ, ଇଷାଖାର, ଜେବୁଲନ, ଯୋଷେଫ, ବେଞ୍ଜାମିନ୍।
9
ଏହାପରେ ମୁଁ ଚାହିଁ ଦେଖିଲି, ଗୋଟିଏ ବିରାଟ ଜନତା; ତା’ର ସଂଖ୍ୟା ଗଣନାତୀତ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାବାଦୀମାନଙ୍କ ମଧ୍ୟରୁ ଆସିଥିଲେ। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ଓ ହସ୍ତରେ ଖଜୁରୀ ଡ଼ାଳ ଧରି, ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଠିଆ ହୋଇଥିଲେ।
10
ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, “କେବଳ ସିଂହାସନୋପବିଷ୍ଟ ଈଶ୍ୱର ଓ ମେଷଶାବକ ଆମ୍ଭମାନଙ୍କର ପରିତ୍ରାଣକର୍ତ୍ତା”।
11
ସିଂହାସନକୁ, ବୟୋଜ୍ୟେଷ୍ଠ ନେତାମାନଙ୍କୁ ଓ ଚାରି ପ୍ରାଣୀଙ୍କୁ ଘେରି ସ୍ୱର୍ଗଦୂତମାନେ ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ଭୂମିଷ୍ଠ ହେଲେ ଓ ଈଶ୍ୱରଙ୍କ ଆରାଧନା କରି କହିଲେ,
12
“ଆମେନ୍! ପ୍ରଶଂସା, ଗୌରବ, ପ୍ରଜ୍ଞା, ଧନ୍ୟବାଦ, ସମ୍ଭ୍ରମ, କ୍ଷମତା ଓ ପରାକ୍ରମ ଯୁଗେ ଯୁଗେ ଈଶ୍ୱରଙ୍କର ପ୍ରାପ୍ୟ, ଆମେନ୍!"
13
ବୟୋଜ୍ୟେଷ୍ଠମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, “ଶୁକ୍ଲ ବସ୍ତ୍ରପରିହିତ ସେହି ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଛନ୍ତି?”
14
ମୁଁ ଉତ୍ତର ଦେଲି, “ମହାଶୟ! ମୁଁ ଜାଣେ ନାହିଁ। ଆପଣ ଜାଣିଥିବେ।” ସେ ମୋତେ କହିଲେ, “ଏହି ଲୋକମାନେ ଭୟଙ୍କର ନିର୍ଯ୍ୟାତନା ସହ୍ୟ କରି ଆସି ଅଛନ୍ତି। ସେମାନେ ମେଷଶାବକଙ୍କ ଉତ୍ତାରେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି।
15
ସେଥିଯୋଗୁଁ ସେମାନେ ଈଶ୍ୱରଙ୍କ ମନ୍ଦିରରେ ତାଙ୍କ ସିଂହାସନ ସମ୍ମୁଖରେ ଠିଆ ହୋଇ ଦିବାରାତ୍ରି ତାଙ୍କର ଆରାଧନା କରୁଛନ୍ତି। ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କୁ ଆଶ୍ରୟ ଦେବେ।
16
ସେମାନେ ଆଉ କଦାପି କ୍ଷୁଧିତ ହେବେ ନାହିଁ, ସୂର୍ଯ୍ୟତାପ କିଅବା ଅନ୍ୟ କୌଣସି ଉତ୍ତାପ ସେମାନଙ୍କୁ ଦଗ୍ଧ କରିପାରିବ ନାହିଁ।
17
କାରଣ, ସିଂହାସନ ମଧ୍ୟଭାଗରେ ଉପବିଷ୍ଟ ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ଜୀବନଦାୟକ ଜଳର ଉତ୍ସ ନିକଟକୁ ସେମାନଙ୍କୁ ପଥ କଢ଼ାଇ ନେବେ ଏବଂ ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।”
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22