bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 17
Revelation 17
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 18 →
1
ତାହାପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତ ମଧ୍ୟରୁ ଜଣେ ମୋ’ ନିକଟକୁ ଆସି କହିଲେ, “ଆସ! ଏକାଧିଖ ନଦୀ ନିକଟରେ ନିର୍ମିତ ବେଶ୍ୟା ସଦୃଶ ସେହି ମହାନଗରୀ କି ଶାସ୍ତି ପାଇବ, ତାହା ଦେଖାଇବି।
2
ପୃଥିବୀର ରାଜାଗଣ ସେହି ବେଶ୍ୟା ସହିତ ବ୍ୟଭିଚାର କରିଛନ୍ତି ଏବଂ ପୃଥିବୀର ଜନସାଧାରଣ ତାହାର ବ୍ୟଭିଚାରରୂପ ସୁରାପାନ କରି ମତୁଆଳ ହୋଇଛନ୍ତି।”
3
ସେତେବେଳେ ପବିତ୍ରାତ୍ମା ମୋ’ଠାରେ ଅଧିଷ୍ଠାନ କଲେ ଓ ସେହି ଦୂତ ମୋତେ ଗୋଟିଏ ମରୁଭୂମିକୁ ନେଇଗଲେ। ସେଠାରେ ମୁଁ ଦେଖିଲି, ଜଣେ ସ୍ତ୍ରୀ ଲୋକ ଗୋଟିଏ ଲାଲ ରଙ୍ଗର ପଶୁ ଉପରେ ବସିଛି। ପଶୁଟିର ସର୍ବାଙ୍ଗ ଶରୀରରେ ଈଶ୍ୱରନିନ୍ଦାସୂଚକ ନାମଟିଏ ଲେଖାଯାଇଛି ଓ ତା’ର ସାତଟି ମସ୍ତକ ଓ ଦଶଟି ଶୃଙ୍ଗ ଅଛି।
4
ସ୍ତ୍ରୀ ଲୋକଟି ବାଇଗଣିଆ ଓ ଗାଢ଼ ଲାଲ ବର୍ଣ୍ଣର ବସ୍ତ୍ର ପିନ୍ଧିଥିଲା ଓ ସ୍ୱର୍ଣ୍ଣଅଳଙ୍କାର, ବହୁମୂଲ୍ୟ ମଣିମାଣିକ୍ୟ ଓ ମୁକ୍ତାରେ ଭୂଷିତ ହୋଇଥିଲା। ତାହାର ଭ୍ରାଷ୍ଟାଚାରର ଫଳ ସ୍ୱରୂପ ଅଶ୍ଲୀଳ ଓ ଅଶୁଚି ବିଷୟପୂର୍ଣ୍ଣ ଗୋଟିଏ ସୁବର୍ଣ୍ଣ ପାତ୍ର ସେ ଧରିଥିଲା।
5
ତାହାର କପାଳରେ ଗୋଟିଏ ରହସ୍ୟପୂର୍ଣ୍ଣ ନାମ ଲେଖା ହୋଇଥିଲା: “ମହାନ୍ ବାବିଲନ୍, ପୃଥିବୀର ସମସ୍ତ ବେଶ୍ୟା ଓ ଭ୍ରଷ୍ଟାଚାରୀମାନଙ୍କର ଜନନୀ।”
6
ମୁଁ ଆହୁରି ଦେଖିଲି, ସେହି ସ୍ତ୍ରୀ ଲୋକଟି ସାଧୁମାନଙ୍କର ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହି ନିହତ ହୋଇଥିବା ଲୋକମାନଙ୍କର ରକ୍ତପାନ କରି ମତୁଆଲା ହୋଇଥିଲା। ତାକୁ ଦେଖି ମୁଁ ବିସ୍ମୟରେ ହତବୁଦ୍ଧି ହୋଇଗଲି।
7
ଦୂତ କହିଲେ: “କାହିଁକି ବିସ୍ମିତ ହେଉଛ? ସେହି ସ୍ତ୍ରୀ ଲୋକ ଏବଂ ସପ୍ତ ମସ୍ତକ ଓ ଦଶ ଶୃଙ୍ଗବିଶିଷ୍ଟ ତା’ର ବାହନ ପଶୁର ଗୁପ୍ତ ରହସ୍ୟ ମୁଁ ତୁମକୁ କହୁଛି, ଶୁଣ!
8
ପଶୁଟି ଦିନେ ବଞ୍ଚିଥିଲା; ଏବେ ଆଉ ବଞ୍ଚି ନାହିଁ, କିନ୍ତୁ ଅତି ଶୀଘ୍ର ପାତାଳପୁରୀରୁ ଉଠି ଆସିବ ଏବଂ ଆଉ ଥରେ ବିନଷ୍ଟ ହେବ। ସୃଷ୍ଟିର ଆଦ୍ୟରୁ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନାହିଁ, ପୃଥ୍ୱୀବାସୀ ସେହି ସମସ୍ତେ ପଶୁଟିକୁ ଦେଖି ଆଚମ୍ବିତ ହେବେ। ସେ ଦିନେ ଜୀବିତ ଥିଲା, ଏବେ ଆଉ ନାହିଁ, କିନ୍ତୁ ପୁଣି ଥରେ ତା’ର ଆବିର୍ଭାବ ହେବ।
9
“ଏହି ସବୁ ବିଷୟ ବୁଝିବା ପାଇଁ ପ୍ରଜ୍ଞା ଆବଶ୍ୟକ। ପଶୁର ସାତଟି ମସ୍ତକ ବାସ୍ତବିକ ସାତଟି ପର୍ବତ, ଯାହା ଉପରେ ସ୍ତ୍ରୀ ଲୋକଟି ଉପବିଷ୍ଟ। ସେଗୁଡ଼ିକ ମଧ୍ୟ ସାତଟି ରାଜାଙ୍କ ପ୍ରତୀକ।
10
ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ପତନ ହୋଇ ସାରିଛି। ଜଣେ ଏବେ ରାଜତ୍ୱ କରୁଛି, ଅନ୍ୟଜଣକ ଏ ପର୍ଯ୍ୟନ୍ତ ଆସି ନାହିଁ। ସେ ଆସି କେବଳ ଅଳ୍ପ ସମୟ ପର୍ଯ୍ୟନ୍ତ ରାଜତ୍ୱ କରିବ
11
ଏବଂ ଯେଉଁ ପଶୁଟି ଦିନେ ବଞ୍ôଚôଥିଲା, କିନ୍ତୁ ଏବେ ଆଉ ନାହିଁ, ସେ ହେଉଛି ଅଷ୍ଟମ ରାଜା; ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ ଓ ସେ ମଧ୍ୟ ଶୀଘ୍ର ବିନଷ୍ଟ ହେବ।
12
“ତୁମେ ଦେଖିଥିବା ଦଶଟି ଶୃଙ୍ଗ, ଦଶଟି ରାଜାଙ୍କର ପ୍ରତୀକ, ସେମାନେ ଏ ପର୍ଯ୍ୟନ୍ତ ରାଜତ୍ୱ କରି ନାହାଁନ୍ତି। କିନ୍ତୁ ପଶୁ ସଙ୍ଗରେ ରାଜତ୍ୱ କରିବା ନିମନ୍ତେ ଗୋଟିଏ ଘଣ୍ଟା ପାଇଁ ସେମାନଙ୍କୁ କ୍ଷମତା ଦିଆଯିବ।
13
ଏହି ଦଶ ଜଣ ରାଜାଙ୍କର ଉଦ୍ଦେଶ୍ୟ ଏକ। ସେମାନେ ନିଜର ସମସ୍ତ ଶକ୍ତି ଓ କ୍ଷମତା ପଶୁକୁ ସମର୍ପଣ କରିବେ।
14
ସେମାନେ ମେଷଶାବକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ; କିନ୍ତୁ ମେଷଶାବକ ତାଙ୍କର ଆହୂତ, ମନୋନୀତ, ଅନୁଗତ ଓ ବିଶ୍ୱସ୍ତ ଲୋକମାନଙ୍କ ସାହାଯ୍ୟରେ ସେମାନଙ୍କୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା।”
15
ଦୂତ ମୋତେ ଆହୁରି କହିଲେ, “ତୁମେ ଯେଉଁ ଜଳରାଶି ଦେଖିଲ, ଯାହା ଉପରେ ସେହି ବେଶ୍ୟା ବସିଛି, ତାହା ହେଉଛି ଭିନ୍ନ ରାଷ୍ଟ୍ର, ଜାତି, ଗୋଷ୍ଠୀ ଓ ଭାଷାଭାଷୀଙ୍କର ସମାବେଶ।
16
ତୁମେ ଦେଖିଥିବା ସାତଟି ଶୃଙ୍ଗ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ; ସେମାନେ ତାହାଠାରୁ ତାହାର ସବୁ ଛଡ଼ାଇ ନେଇ ତାକୁ ଉଲଗ୍ନ କରି ଛାଡ଼ିଦେବେ। ସେମାନେ ତାହାର ମାଂସ ଭକ୍ଷଣ କରି, ତାକୁ ଅଗ୍ନିରେ ପକାଇ ଧ୍ୱଂସ କରିଦେବେ।
17
କାରଣ, ଈଶ୍ୱର ନିଜ ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ସେମାନଙ୍କୁ ଏହି ପ୍ରେରଣା ଦେଇଛନ୍ତି। ସେମାନେ ଏକମତ ହୋଇ କାର୍ଯ୍ୟ କରିବେ ଏବଂ ଈଶ୍ୱରଙ୍କର ବାକ୍ୟ ବାସ୍ତବତାରେ ପରିଣତ ନ ହେବା ପର୍ଯ୍ୟନ୍ତ ରାଜ୍ୟର ଶାସନ ଭାର ସେହି ପଶୁ ହସ୍ତରେ ଛାଡ଼ି ଦେବେ।
18
“ତୁମେ ଯେଉଁ ସ୍ତ୍ରୀ ଲୋକଟିକୁ ଦେଖିଲ, ସେ ହେଉଛି, ପୃଥିବୀର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କରୁଥିବା ସେହି ମହାନ ନଗରୀ।”
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22