bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 12
Revelation 12
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 13 →
1
ଅନନ୍ତର ଆକାଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲା। ଜଣେ ନାରୀ ଚନ୍ଦ୍ର ଉପରେ ଠିଆ ହୋଇଥିଲେ ଓ ସୂର୍ଯ୍ୟ ରଶ୍ମି ପରିଧାନ କରିଥିଲେ। ତାହାଙ୍କ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଏକ ମୁକୁଟ ଥିଲା।
2
ସେ ଆସନ୍ନପ୍ରସବା ଥିଲେ ଓ ପ୍ରସବ ଯନ୍ତ୍ରଣାରେ ଆର୍ତ୍ତନାଦ କରୁଥିଲେ।
3
ଆକାଶରେ ଆଉ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲେ। ଲୋହିତ, ବର୍ଣ୍ଣର ସର୍ପ ପରି ଏକ ବିକଟାଳ ପ୍ରାଣୀ, ତାହାର ସାତଟି ମସ୍ତକ, ଦଶଟି ଶୃଙ୍ଗ ଓ ପ୍ରତି ମସ୍ତକରେ ଗୋଟିଏ ମୁକୁଟ ଥିଲା।
4
ସେ ତା’ର ଲାଞ୍ଜରେ ଆକାଶରୁ ଏକ ତୃତୀୟାଂଶ ନକ୍ଷତ୍ର ଟାଣିଆଣି ପୃଥିବୀ ଉପରେ ନିକ୍ଷେପ କଲା। ପିଲାଟି ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ଖାଇ ଦେବା ଉଦ୍ଦେଶ୍ୟରେ ସର୍ପ ଉକ୍ତ ନାରୀ ନିକଟରେ ଆସି ଠିଆହେଲା।
5
ଯଥା ସମୟରେ ସ୍ତ୍ରୀ ଲୋକଟି ଗୋଟିଏ ପୁତ୍ର ସନ୍ତାନ ପ୍ରଦବ କଲା। କିନ୍ତୁ ଲୌହଦଣ୍ଡ ସାହାଯ୍ୟରେ ସମସ୍ତ ଜାତି ଉପରେ ରାଜତ୍ୱ କରିବା ପାଇଁ ନିରୂପିତ ସେହି ପୁତ୍ର ସହସା ପ୍ରଲୋଭିତ ହୋଇ ଈଶ୍ୱରଙ୍କ ସିଂହାସନ ନିକଟକୁ ନିଆଗଲା
6
ଏବଂ ସେହି ନାରୀ ମରୁ ପ୍ରାନ୍ତରକୁ ପଳାୟନ କଲା। ସେଠାରେ ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ତା’ର ରହିବା ପାଇଁ ଈଶ୍ୱର ବ୍ୟବସ୍ଥା କରି ଦେଇଥିଲେ।
7
ତାହାପରେ ସ୍ୱର୍ଗରେ ଯୁଦ୍ଧ ଆରମ୍ଭ ହୋଇଗଲା। ମିଖାୟେଲ ଓ ତାଙ୍କର ଦୂତମାନେ ସେହି ବିକଟାଳ ସର୍ପ ଓ ତାହାର ଅନୁଚରମାନଙ୍କ ସହିତ ଯୁଦ୍ଧ କଲେ।
8
ଯୁଦ୍ଧରେ ସର୍ପ ଓ ତା’ର ଅନୁଚରମାନେ ପରାସ୍ତ ହେଲେ ଓ ସେମାନେ ଆଉ ସ୍ୱର୍ଗରେ ସ୍ଥାନ ପାଇଲେ ନାହିଁ।
9
ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।
10
ତାହାପରେ ମୁଁ ସ୍ୱର୍ଗରେ ଉଚ୍ଚ ଧ୍ୱନିରେ ଉଚ୍ଚାରିତ ଏକ ବାଣୀ ଶୁଣିଲି: “ବର୍ତ୍ତମାନ ଈଶ୍ୱରଙ୍କ ପରିତ୍ରାଣ ଉପସ୍ଥିତ। ତାଙ୍କର ରାଜଶକ୍ତି ପରାକ୍ରମ ଓ ତାଙ୍କ ମସୀହଙ୍କ କ୍ଷମତା ପ୍ରଦର୍ଶିତ ହୋଇଛି - ଯେଉଁ କୁଚକ୍ରୀ ଦିବାରାତ୍ର ଈଶ୍ୱରଙ୍କ ସମ୍ମୁଖରେ ଠିଆହୋଇ, ଆମ ଭାଇମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଥିଲା, ସେ ଆଜି ସ୍ୱର୍ଗରୁ ବିତାଡ଼ିତ ହୋଇଛି।
11
ମେଷଶାବକଙ୍କ ରକ୍ତର ବଳରେ ଓ ସେମାନେ ଘୋଷଣା କରୁଥିବା ସତ୍ୟ ପାଇଁ ଆତ୍ମବଳିଦାନ କରିବାକୁ ପ୍ରସ୍ତୁତ ଥିବାରୁ ଆମ ଭାଇମାନେ ବିଜୟୀ ହୋଇଛନ୍ତି।
12
ତେଣୁ ସ୍ୱର୍ଗ ଓ ସ୍ୱର୍ଗବାସୀ ସମସ୍ତେ ଆନନ୍ଦ ଉଲ୍ଲାସ କର। କିନ୍ତୁ ହାୟ! ପୃଥିବୀର ଜଳସ୍ଥଳ ସମୁଦାୟ! ତୁମ୍ଭମାନଙ୍କର ଦଶା କି ଭୟଙ୍କର! ଏବେ ଶୟତାନ ତୁମ ନିକଟରେ ଓ ସେ ଅତିଶୟ କୋପାନ୍ୱିତ, କାରଣ ସେ ଜାଣେ, ତା’ର କାଳ ପୂରି ଆସୁଛି।”
13
ପୃଥିବୀରେ ନିକ୍ଷିପ୍ତ ହୋଇଥିବା ଦେଖି ଦ୍ୟାବଳ ଉପରୋକ୍ତ ପୁତ୍ରର ଜନନୀ ସେହି ନାରୀକୁ ଗୋଡ଼ାଇଲା।
14
ତା’ର ଆକ୍ରମଣରୁ ରକ୍ଷା ପାଇବା ପାଇଁ ସ୍ତ୍ରୀ ଲୋକଟିକୁ ଦୁଇଟି ଇଗଲ୍ ପକ୍ଷୀର ଡ଼େଣା ପ୍ରଦତ୍ତ ହେଲା। ତା’ ସାହାଯ୍ୟରେ ସେ ମରୁଭୂମିରେ ନିଜ ବାସ ସ୍ଥାନକୁ ଉଡ଼ିଯାଇ, ସେଠାରେ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ନିରାପଦରେ ରହିବାକୁ ସମର୍ଥ ହେଲା।
15
ତା’ପରେ ନାରୀଟିକୁ ପାଣିରେ ଭସାଇ ନେଇ ଯିବା ପାଇଁ ଦ୍ୟାବଳ ନିଜ ମୁଖରୁ ତା’ ପଛେ ପଛେ ଏକ ମନ୍ୟା ସ୍ରୋତ ଛୁଟାଇ ଦେଲା।
16
କିନ୍ତୁ ତାକୁ ରକ୍ଷା କରିବା ପାଇଁ ପୃଥିବୀ ନିଜର ମୁଖ ଫିଟାଇ ଦ୍ୟାବଳ ମୁଖରୁ ବାହାରୁ ଥିବା ସମସ୍ତ ଜଳକୁ ପାନ କଲା।
17
ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22