bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 16
Revelation 16
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 17 →
1
ଏହାପରେ ମୁଁ ଶୁଣିଲି, ମନ୍ଦିରରୁ କେହି ଜଣେ ଚିକ୍ରାର କରି ସେହି ସପ୍ତ ଦୂତଙ୍କୁ କହୁଛନ୍ତି, “ଯାଅ, ସପ୍ତ ପାତ୍ରରେ ଥିବା ଈଶ୍ୱରଙ୍କ କ୍ରୋଧ ପୃଥିବୀ ଉପରେ ଢ଼ାଳି ଦିଅ।”
2
ଏହା ଶୁଣି ପ୍ରଥମ ଦୂତ ଯାଇ ତାଙ୍କ ପାତ୍ରରେ ଯାହା ଥିଲା, ପୃଥିବୀ ଉପରେ ଢ଼ାଳି ଦେଲେ। ସଙ୍ଗେ ସଙ୍ଗେ ଯେଉଁମାନେ ପଶୁର ଚିହ୍ନ ଧାରଣ କରିଥିଲେ ଓ ତାହାର ପ୍ରତିମୂର୍ତ୍ତିକୁ ପୂଜା କରିଥିଲେ, ସେମାନଙ୍କ ଶରୀରରେ ଭୀଷଣ ଯନ୍ତ୍ରଣାଦାୟକ ବିସ୍ଫୋଟକ ବାହାରି ପଡ଼ିଲା।
3
ତାହାପରେ ଦ୍ୱିତୀୟ ଦୂତ ତାଙ୍କ ପାତ୍ରଟିକୁ ସମୁଦ୍ର ଉପରେ ଅଜାଡ଼ି ଦେଲେ। ସମୁଦ୍ର ଜଳ ମୃତ ବ୍ୟକ୍ତିର ରକ୍ତ ପରି ହୋଇଗଲା ଓ ସମୁଦ୍ରର ସମସ୍ତ ପ୍ରାଣୀ ମରିଗଲେ।
4
ତାହାପରେ ତୃତୀୟ ଦୂତଙ୍କ ପାତ୍ରରେ ଯାହା ଥିଲା, ତାହା ସେ ନଦୀ ଓ ଝରଣାଗୁଡ଼ିକ ଉପରେ ଢ଼ାଳିଦେଲେ ଏବଂ ସେ ସବୁର ଜଳ ରକ୍ତରେ ପରିଣତ ହେଲା।
5
ସେତେବେଳେ ମୁଁ ଶୁଣିଲି, ଜଳର ଦାୟିତ୍ୱରେ ଥିବା ଦୂତ କହୁଛନ୍ତି: “ତୁମେ ପବିତ୍ର, ତୁମେ ବର୍ତ୍ତମାନ ଓ ଅତୀତ; ତୁମେ ଯଥାର୍ଥ ବିଚାର କରିଛ।
6
ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ଯେଉଁ ରକ୍ତପାତ କରିଥିଲେ, ତାହା ତୁମେ ସେମାନଙ୍କୁ ପାନ କରାଇ ଅଛ। ସେମାନଙ୍କର ପ୍ରାପ୍ୟ ସେମାନେ ପାଇ ଅଛନ୍ତି।”
7
ତା’ପରେ ମୁଁ ଦେବାରୁ ଗୋଟିଏ କଣ୍ଠସ୍ୱର ଶୁଣିଲି, “ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର! ତୁମର ବିଚାର ଯଥାର୍ଥ ଓ ନ୍ୟାୟସଙ୍ଗତ।”
8
ତାହାପରେ ଚତୁର୍ଥ ଦୂତ ତାଙ୍କର ପାତ୍ରରେ ଥିବା ଦ୍ରବ୍ୟକୁ ସୂର୍ଯ୍ୟ ଉପରେ ଢ଼ାଳି ଦେଲେ। ଫଳରେ ସୂର୍ଯ୍ୟତାପ ଅତି ପ୍ରଚଣ୍ଡ ହୋଇ ଲୋକମାନଙ୍କୁ ଜାଳିପୋଡ଼ି ଦେଲା।
9
ଏଥିରେ ସେମାନେ ଉତ୍ତ୍ୟକ୍ତ ହୋଇ ଈଶ୍ୱରଙ୍କୁ ଅଭିଶାପ ଦେଲେ; କିନ୍ତୁ ମନ ପରିବର୍ତ୍ତନ କରି ତାଙ୍କର ମହିମା ସ୍ୱୀକାର କଲେ ନାହିଁ।
10
ତାହାପରେ ପଞ୍ଚମ ଦୂତ ତାଙ୍କ ପାତ୍ରଟିକୁ ପଶୁର ସିଂହାସନ ଉପରେ ଢ଼ାଳି ଦେଲେ। ପଶୁର ରାଜ୍ୟ ଉପରେ ଅନ୍ଧକାର ଘୋଟିଗଲା ଏବଂ ଲୋକମାନେ ଯନ୍ତ୍ରଣାରେ ସେମାନଙ୍କ ଜିଭ କାମୁଡ଼ି ପକାଇଲେ।
11
ସେମାନଙ୍କ ଶରୀରର କ୍ଷତଗୁଡ଼ିକ ଲାପି ଓ ବ୍ୟଥା ବେଦନା ହେତୁ ଈଶ୍ୱରଙ୍କୁ ଅଭିଶାପ ଦେଲେ। କିନ୍ତୁ ନିଜ କୁପଥରୁ ଫେରି ଆସିଲେ ନାହିଁ।
12
ଅନନ୍ତର ଷଷ୍ଠ ଦୂତ ବିଶାଳ ୟୁଫ୍ରେଟିସ୍ ଉପରେ ତାଙ୍କ ପାତ୍ରର ଆଧେୟ ଢ଼ାଳି ଦେଲେ। ସଙ୍ଗେ ସଙ୍ଗେ ନଦୀଟି ଶୁଖିଗଲା ଓ ପୂର୍ବଦିଗରୁ ଶତ୍ରୁ ରାଜାମାନଙ୍କର ଆଗମନ ପାଇଁ ବାଟ ଫିଟିଗଲା।
13
ତାହାପରେ ମୁଁ ବେଙ୍ଗ ଆକୃତିର ତିନୋଟି ପ୍ରେତାତ୍ମା ଦେଖିଲି। ସେଗୁଡ଼ିକ ପୂର୍ବୋକ୍ତ ସର୍ପ, ପଶୁ ଓ ଭଣ୍ଡ ଭାବବାଦୀର ମୁଖରୁ ବାହାରୁ ଥିଲେ।
14
ସେହି ପାପାତ୍ମାମାନେ ଅଲୌକିକ କାର୍ଯ୍ୟ ସାଧନ କରିପାରନ୍ତି। ସେମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ଦିବସରେ ଯୁଦ୍ଧ କରିବା ପାଇଁ ପୃଥିବୀର ରାଜାମାନଙ୍କୁ ଏକତ୍ରିତ କରାଇବାକୁ ବାହାରି ପଡ଼ିଲେ।
15
“ଶୁଣ! ମୁଁ ଚୋର ପରି ଆସିବି। ଯେଉଁ ବ୍ୟକ୍ତି ଜାଗ୍ରତ ରହି ଚୋର କବଳରୁ ନିଜ ଲୁଗାପଟା ସୁରକ୍ଷା କରେ, ସେ ଭାଗ୍ୟବାନ। ଉଲଙ୍ଗ ହୋଇ ବିଚରଣ କରିବା ଦ୍ୱାରା ତାକୁ ଲଜ୍ଜା ପାଇବାକୁ ପଡ଼ିବ ନାହିଁ।”
16
ପ୍ରେତାତ୍ମାମାନେ ଯଥା ସମୟରେ ପୃଥିବୀର ରାଜାମାନଙ୍କୁ ଯେଉଁ ରଣାଙ୍ଗନରେ ଏକତ୍ରିତ କରାଇଲେ, ଏବ୍ରୀ ଭାଷାରେ ତାହାର ନାମ ଆର୍ମାଗେଡ଼୍ଡ଼ନ୍।
17
ତାହାପରେ ସପ୍ତମ ଦୂତ ତାଙ୍କ ପାତ୍ରର ସାମଗ୍ରୀକୁ ବାୟୁମଣ୍ଡଳରେ ନିକ୍ଷେପ କଲେ। ତହୁଁ ମନ୍ଦିରରେ ଥିବା ସିଂହାସନରୁ ଉଚ୍ଚ ସ୍ୱରରେ ଗୋଟିଏ ବାଣୀ ଶୁଣାଗଲା: “କାର୍ଯ୍ୟ ସମ୍ପାଦିତ ହୋଇଛି।”
18
ତତ୍କ୍ଷଣାତ୍ ବିଦ୍ୟୁତ୍ ଚମକିଲା, ବଜ୍ରନାଦ ଓ ଏକ ପ୍ରଚଣ୍ଡ ଭୂମିକମ୍ପ ହେଲା। ମନୁଷ୍ୟ ସୃଷ୍ଟିର ଆରମ୍ଭରୁ ଏପରି ଭୂମିକମ୍ପ କେବେ ହୋଇ ନାହିଁ; ଏହା ଥିଲା ସବୁଠାରୁ ଭୟାବହ ଭୂମିକମ୍ପ।
19
ମହାନଗରୀ ତିନି ଖଣ୍ଡରେ ବିଭକ୍ତ ହେଲା, ପୃଥିବୀର ସମସ୍ତ ନଗର ଧ୍ୱଂସ ପାଇଗଲା। ଈଶ୍ୱର ମହାନଗର ବାବିଲନ୍ଙ୍କୁ ଭୁଲି ନ ଥିଲେ। ସେ ତାଙ୍କ ପାନପାତ୍ରରୁ ତାଙ୍କର ପ୍ରଚଣ୍ଡ କ୍ରୋଧରୂପ ସୁରା ତାକୁ ପାନ କରାଇଲେ।
20
ଦ୍ୱୀପ ସବୁ ଅଦୃଶ୍ୟ ହୋଇଗଲେ, ଗିରି ପର୍ବତ ସକଳ ଉଭେଇ ଗଲେ।
21
ପଚାଶ କିଲୋଗ୍ରାମ ଓଜନର ବିରାଟ କରକାମାନ ଆକାଶରୁ ମନୁଷ୍ୟମାନଙ୍କ ଉପରେ ପଡ଼ିଲା, ଲୋକମାନେ ଏହି ଭୀଷଣ ବିପତ୍ତି ଲାଗି ଈଶ୍ୱରଙ୍କୁ ଅଭିଶାପ ଦେଲେ।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 17 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22