bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 14
Revelation 14
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 15 →
1
ଅନନ୍ତର ମୁଁ ଦେଖିଲି, ମେଷଶାବକ ସିୟୋନ ପର୍ବତ ଉପରେ ଠିଆ ହୋଇଛନ୍ତି। ତାଙ୍କ ସଙ୍ଗରେ ଏକ ଲକ୍ଷ ଚଉରାଳିଶ ହଜାର ଜଣ ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାଙ୍କ ପିତାଙ୍କର ନାମ ଲିଖିତ ଥିଲା।
2
ତା’ପରେ ମୁଁ ଶୁଣିଲି, ଜଳ ପ୍ରପାତ ଓ ବଜ୍ରନାଦ ପରି ସ୍ୱର୍ଗରୁ ଏକ କଣ୍ଠସ୍ୱର। ବାଦ୍ୟକାରମାନେ ବଜାଉ ଥିବା ବୀଣା ଝଙ୍କାର ପରି ମଧ୍ୟ ତାହା ଶୁଣାଯାଉଥିଲା।
3
ସେହି ଲକ୍ଷେ ଚଉରାଳିଶ ହଜାର ଜଣ ସ୍ୱର୍ଗ-ସିଂହାସନ, ଚାରୋଟି ପ୍ରାଣୀ ଓ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାଗଣଙ୍କ ସମ୍ମୁଖରେ ଠିଆହେଲେ। ସେମାନେ ନୂତନ ଗୀତ ଗାୟନ କରୁଥିଲେ। ସେମାନଙ୍କ ବ୍ୟତୀତ ଅନ୍ୟ କେହି ସେହି ଗୀତ ଗାଇପାରୁ ନ ଥିଲା। ସମଗ୍ର ମାନବ ଜାତି ମଧ୍ୟରୁ କେବଳ ସେହିମାନେ ପରିତ୍ରାଣ ପାଇଥିଲେ।
4
ସେମାନେ ସ୍ତ୍ରୀ ସଂସର୍ଗ ଦ୍ୱାରା ନିଜକୁ କେବେ କଳୁଷିତ କରି ନ ଥିଲେ - ସେମାନେ ଥିଲେ ଚିରକୁମାର। ସେମାନେ ସର୍ବଦା ମେଷଶାବକଙ୍କର ଅନୁଗମନ କରୁଥିଲେ। ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ପ୍ରଥମେ ପରିତ୍ରାଣ ପାଇ ଈଶ୍ୱର ଓ ମେଷଶାବକଙ୍କ ନିକଟରେ ଉତ୍ସର୍ଗିତ ହୋଇ ଅଛନ୍ତି।
5
ସେମାନେ କେବେ ମିଥ୍ୟା କହିବା ଦେଖାଯାଇ ନାହିଁ, ସେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ।
6
ତା’ପରେ ମୁଁ ପୁଣି ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଆକାଶରେ ଅତି ଉଚ୍ଚରେ ଉଡ଼ି ଉଡ଼ି, ପୃଥିବୀର ସମସ୍ତ ଜାତି, ଗୋଷ୍ଠୀ, ଭାଷାଭାଷୀ ଓ ରାଷ୍ଟ୍ରର ଲୋକମାନଙ୍କ ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ନିକଟରେ ଈଶ୍ୱରଙ୍କ ସେହି ଚିରନ୍ତନ ଶୁଭବାର୍ତ୍ତା ଘୋଷଣା କରୁଛନ୍ତି।
7
ସେ ଉଚ୍ଚ ସ୍ୱରରେ କହୁଥିଲେ: “ଈଶ୍ୱରଙ୍କୁ ଭୟ କର, ତାଙ୍କ ମହାତ୍ମ୍ୟର ପ୍ରଶଂସା କର, କାରଣ ମନୁଷ୍ୟର ବିଚାର ସମୟ ଉପସ୍ଥିତ। ସ୍ୱର୍ଗ, ପୃଥିବୀ, ସାଗର ଓ ସମସ୍ତ ଜଳରାଶିର ସ୍ରଷ୍ଟାଙ୍କୁ ପୂଜା କର।”
8
ସେହି ପ୍ରଥମ ଦୂତଙ୍କ ପଛେ ପଛେ ଆଉ ଜଣେ ଦୂତ ଆସି କହିଲେ, “ତାହାର ପତନ ଘଟିଛି। ପ୍ରଖ୍ୟାତ ବାବିଲନ୍ ଭୂମିସାତ୍ ହୋଇଛି। ସେ ତା’ର କଳୁଷିତ କାମନାରୂପ ସୁରା ପାନ କରାଇ ସମସ୍ତଙ୍କୁ ମତୁଆଳ କରିଥିଲା।”
9
ଏହି ଦୁଇ ଦୂତଙ୍କ ପରେ ଆଉ ଜଣେ ଦୂତ ଆସି ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ, “ଯେ କେହି ପଶୁ ଓ ତାହାର ପ୍ରତିମୂର୍ତ୍ତିକୁ ପୂଜା କରେ ଓ ନିଜର କପାଳ ବା ହାତରେ ତାହାର ସଂକେତ ଧାରଣ କରେ,
10
ସେ ଈଶ୍ୱରଙ୍କ କ୍ରୋଧରୂପ ପାତ୍ରରେ ଢ଼ଳା ହୋଇଥିବା ତାହାଙ୍କ ପ୍ରଚଣ୍ଡ କୋପର ସୁରା ପାନ କରିବ। ଯେଉଁମାନେ ଏହି କାର୍ଯ୍ୟ କରିବେ, ସେମାନେ ସମସ୍ତେ ମେଷଶାବକ ଓ ପବିତ୍ର ସ୍ୱର୍ଗଦୂତମାନଙ୍କ ସମ୍ମୁଖରେ ଅଗ୍ନି ଓ ଗନ୍ଧକରେ ଉତ୍ପୀଡ଼ିତ ହେବେ।
11
ସେହି ଉତ୍ପୀଡ଼ନର ଧୂମ ଯୁଗେ ଯୁଗେ ଉତ୍ଥିତ ହେଉଥିବ। ଯେଉଁମାନେ ପଶୁ ଓ ତା’ ପ୍ରତିମୂର୍ତ୍ତିର ପୂଜା କରନ୍ତି, କିମ୍ବା ତା’ର ସଂକେତ ଧାରଣ କରନ୍ତି, ସେମାନେ ଦିବାରାତ୍ରି ସବୁବେଳେ ଅଶାନ୍ତି ଭୋଗ କରୁଥିବେ।”
12
ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ, ଈଶ୍ୱରଙ୍କ ସେହି ଲୋକମାନଙ୍କ ପକ୍ଷରେ ସହିଷ୍ଣୁତା ନିତାନ୍ତ ଆବଶ୍ୟକ।
13
ଅନନ୍ତର ମୁଁ ଶୁଣିଲି, ସ୍ୱର୍ଗରୁ ଏକ ବାଣୀ ଉଚ୍ଚାରିତ ହେଉଛି: “ଏହି କଥା ଲେଖ: ଯେଉଁମାନେ ଏଣିକି ପ୍ରଭୁଙ୍କ ସେବା କରି ମୃତ୍ୟୁବରଣ କରିବେ, ସେମାନେ ଧନ୍ୟ।” ପୁଣି ମୁଁ ଶୁଣିଲି, ପରମାତ୍ମା କହୁଛନ୍ତି, “ଏହା ନିଶ୍ଚୟ ଘଟିବ। କଠିନ ପରିଶ୍ରମ ସହ ସେବାର ଫଳ ସ୍ୱରୂପ, ସେମାନେ ବିଶ୍ରାମ ଉପଭୋଗ କରିବେ।”
14
ତା’ପରେ ମୁଁ ଦେଖିଲି, ଖଣ୍ଡେ ଧଳା ମେଘ ଓ ତା’ ଉପରେ ବସିଛନ୍ତି ମନୁଷ୍ୟପୁତ୍ର ପରି ଜଣେ; ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟ ଓ ହସ୍ତରେ ଖଣ୍ଡିଏ ତୀକ୍ଷ୍ଣ ଦାଆ।
15
ଜଣେ ଦୂତ ମନ୍ଦିରରୁ ବାହାରି ମେଘାରୂଢ଼ ବ୍ୟକ୍ତିଙ୍କୁ ଉଚ୍ଚ ସ୍ୱରରେ କହିଲେ, “ତୁମର ଦାଆ ପ୍ରୟୋଗ କରି ଫସଲ କାଟ। ପୃଥିବୀର ଫସଲ ଅମଳ ନିମନ୍ତେ ଉପଯୁକ୍ତ ସମୟ ଉପସ୍ଥିତ।”
16
ଏହା ଶୁଣି ମେଘାରୂଢ଼ ବ୍ୟକ୍ତି ତାଙ୍କର ଦାଆ ଚଳାଇଲେ ଓ ପୃଥିବୀର ଫସଲ ସବୁ ସଂଗୃହୀତ ହେଲା।
17
ତାହାପରେ ମୁଁ ଦେଖିଲି, ଆଉ ଜଣେ ଦୂତ ସ୍ୱର୍ଗସ୍ଥ ମନ୍ଦିରରୁ ଆସୁଛନ୍ତି; ତାଙ୍କ ହାତରେ ମଧ୍ୟ ଖଣ୍ଡିଏ ତୀକ୍ଷ୍ଣ ଦାଆ।
18
ତାହାପରେ ବେଦୀର ଅଗ୍ନି ଦାୟିତ୍ୱରେ ଥିବା ଜଣେ ଦୂତ ଦାଆ ଧରିଥିବା ଦ୍ୱିତୀୟ ଦୂତକୁ ଚିକ୍ରାର କରି କହିଲେ, “ଦାଆ ଲଗାଇ ପୃଥିବୀର ଦ୍ରାକ୍ଷାକ୍ଷେତ୍ରରୁ ଦ୍ରାକ୍ଷାସବୁ କାଟି ପକାଅ; ସେଗୁଡ଼ିକ ପାଚି ଯାଇଛି।”
19
ତେଣୁ ଦୂତ ତାଙ୍କର ଦାଆ ଚଳାଇ ଦ୍ରାକ୍ଷାଲତାଗୁଡ଼କରୁ ଦ୍ରାକ୍ଷା କାଟି ପକାଇଲେ ଏବଂ ସେଗୁଡ଼ିକ ଈଶ୍ୱରଙ୍କ ମହାକ୍ରୋଧର ଦ୍ରାକ୍ଷାପେଷଣ କୁଣ୍ଡରେ ପକାଇ ଦେଲେ।
20
ନଗର ବାହାରେ ଥିବା ସେହି କୁଣ୍ଡରେ ଦ୍ରାକ୍ଷାଗୁଡ଼ିକ ପେଷାଗଲା ଏବଂ ସେଥିରୁ ତିନି ଶହ କିଲୋମିଟର ଦୀର୍ଘ ଓ ପ୍ରାୟ ଦୁଇ ମିଟର ଉଚ୍ଚର ରକ୍ତର ବନ୍ୟା ଛୁଟିଲା।
← Chapter 13
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 15 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22