bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 4
Revelation 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 5 →
1
ଏହି ସମୟରେ ମୁଁ ଆଉ ଗୋଟିଏ ଦୃଶ୍ୟ ଦେଖିଲି। ସ୍ୱର୍ଗରେ ଗୋଟିଏ ଦ୍ୱାର ଖୋଲି ଯାଇଥିଲା ଏବଂ ତୂରୀ ଧ୍ୱନି ପରି ଏକ କଣ୍ଠସ୍ୱରରୁ ମୋତେ ନିର୍ଦ୍ଦେଶ ମିଳିଲା; “ଏଠାକୁ ଉଠି ଆସ। ଏହାପରେ ଯାହାସବୁ ଘଟିବାକୁ ଯାଉଛି, ତାହା ମୁଁ ତୁମକୁ ଦେଖାଇବି।”
2
ସଙ୍ଗେ ସଙ୍ଗେ ପବିତ୍ରଆତ୍ମାଙ୍କ ଦ୍ୱାରା ଆବିଷ୍ଟ ହୋଇ ମୁଁ ଦେଖିଲି, ସ୍ୱର୍ଗରେ ଗୋଟିଏ ସିଂହାସନରେ ଜଣେ କେହି ବସିଛନ୍ତି।
3
ତାଙ୍କର ମୁଖ ହୀରା ଓ ମାଣିକ୍ୟ ପରି ଝଟକୁ ଥିଲା ଓ ସିଂହାସନକୁ ମର୍କତ ମଣି ସଦୃଶ ଗୋଟିଏ ଇନ୍ଦ୍ରଧନୁ ବେଷ୍ଟନ କରି ରହିଥିଲା।
4
ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।
5
ସିଂହାସନରୁ ବିଜୁଳିର ଝଲକ, ଗୁରୁଗମ୍ଭୀର ଶବ୍ଦ ଓ ବଜ୍ର ଧ୍ୱନି ନିଃସୃତ ହେଉଥିଲା। ସିଂହାସନ ସମ୍ମୁଖରେ ଈଶ୍ୱରଙ୍କ ସପ୍ତ ଆତ୍ମାର ପ୍ରତୀକ ସପ୍ତ ମଶାଲ ଜଳୁଥିଲା।
6
ପୁଣି ସିଂହାସନ ସମ୍ମୁଖରେ ସ୍ଫଟିକ ପରି ଏକ ସ୍ୱଚ୍ଛ ସମୁଦ୍ର ଦେଖା ଯାଉଥିଲା। ସିଂହାସନକୁ ଉଭୟ ପାଶ୍ୱର୍ରେ ଘେରି ରହିଥିଲେ ଚାରିଗୋଟି ପ୍ରାଣୀ; ସେମାନଙ୍କ ଶରୀରର ଅଗ୍ରଭାଗ ଓ ପୃଷ୍ଠଦେଶ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।
7
ପ୍ରଥମ ପ୍ରାଣୀଟି ସିଂହ ପରି ଦେଖାଯାଉଥିଲା; ଦ୍ୱିତୀୟଟି ଷଣ୍ଢ ପରି ଦିଶୁଥିଲା। ତୃତୀୟଟିର ମୁଖ ମନୁଷ୍ୟର ମୁଖ ପରି ଥିଲା ଏବଂ ଚତୁର୍ଥଟି ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଦିଶୁଥିଲା।
8
ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”
9
ପ୍ରାଣୀମାନେ ସିଂହାସନୋପବିଷ୍ଟ ସେହି ଚିରଞ୍ଜୀବୀ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦେଇ ତାଙ୍କର ସ୍ତୁତିଗାନ କରୁଥିବା ସମୟରେ
10
ପୂର୍ବୋକ୍ତ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଚିରଞ୍ଜୀବୀ ବ୍ୟକ୍ତିଙ୍କ ସିଂହାସନ ସମ୍ମୁଖରେ ପ୍ରଣିପାତ କରି ତାଙ୍କର ଆରାଧନା କରିବାକୁ ଲାଗିଲେ। ପୁଣି ସିଂହାସନ ତଳେ ନିଜ ନିଜ ମୁକୁଟ ଥୋଇ ଦେଇ ରିହଲେ,
11
“ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର! ତୁମେ ହିଁ ଗୌରବ, ସମ୍ଭ୍ରବ ଓ ପରାକ୍ରମର ଭାଜନ, କାରଣ, ତୁମେ ସମସ୍ତ ବିଷୟ ସୃଷ୍ଟି କରିଛ। ନିଜ ଇଚ୍ଛାରେ ସେହି ସମସ୍ତଙ୍କୁ ଅସ୍ତିତ୍ୱ ପ୍ରଦାନ କରିଛ, ପ୍ରାଣୀମାନଙ୍କୁ ସଜୀବ କରିଛ।”
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22