bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Revelation 22
Revelation 22
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
1
ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ
2
ନଗରୀର ରାଜପଥ ମଧ୍ୟଦେଇ ପ୍ରବାହିତ ହୋଇଥିଲା। ନଦୀର ଦୁଇ ପାଶ୍ୱର୍ରେ ଜୀବନ-ବୃକ୍ଷ ଥିଲା। ତାହା ବର୍ଷର ପ୍ରତ୍ୟେକ ମାସରେ, ଅର୍ଥାତ୍ ବର୍ଷକରେ ଦ୍ୱାଦଶ ଥର ଫଳ ଧାରଣ କରେ ଏବଂ ଏହାର ପତ୍ର ଆରୋଗ୍ୟଦାୟକ।
3
ଈଶ୍ୱରଙ୍କ ଅଭିଶାପର ପାତ୍ର କୌଣସି ବିଷୟ ସେହି ନଗରୀରେ ଦେଖିବାକୁ ମିଳିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ସେହି ନଗରୀ ମଧ୍ୟରେ ରହିବ ଏବଂ ସେଠାରେ ତାଙ୍କ ସେବକମାନେ ତାଙ୍କର ଆରାଧନା କରିବେ!
4
ସେମାନେ ତାଙ୍କର ମୁଖ ଦେଖିବେ ଏବଂ ସେମାନଙ୍କ କପାଳରେ ତାଙ୍କର ନାମ ଲେଖାଯିବ।
5
ସେଠାରେ ଆଉ ରାତ୍ରି ହେବ ନାହିଁ ଏବଂ ପ୍ରଦୀପ ବା ସୂର୍ଯ୍ୟାଲୋକ ସେମାନଙ୍କର ଆଉ ଆବଶ୍ୟକ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କର ଆଲୋକ ହେବେ ଏବଂ ସେମାନେ ଚିରକାଳ ରାଜତ୍ୱ କରିବେ।
6
ଦୂତ ମୋତେ କହିଲେ, “ଏହି ସବୁ କଥା ସତ୍ୟ ଓ ନିର୍ଭରଯୋଗ୍ୟ। ଯାହା ଯାହା ଅତି ଶୀଘ୍ର ଘଟିବ, ତାହା ତାଙ୍କର ସେବକମାନଙ୍କୁ ଜଣାଇବା ପାଇଁ ଭାବବାଦୀମାନଙ୍କୁ ଆତ୍ମିକ ଜ୍ଞାନ ଦେଉଥିବା ଈଶ୍ୱର ତାଙ୍କର ଦୂତଙ୍କୁ ପ୍ରେରଣ କରିଛନ୍ତି।”
7
ଯୀଶୁ କହୁଅଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଛି! ଯେଉଁମାନେ ଏହି ପୁସ୍ତକରେ ପ୍ରକାଶ କରାଯାଇଥିବା ଭାବବାଣୀ ପ୍ରତି ମନୋଯୋଗୀ ହୋଇ ଆଜ୍ଞାବହ ହୁଅନ୍ତି, ସେମାନେ ଭାଗ୍ୟବାନ!”
8
ମୁଁ ଯୋହନ, ଏହିସବୁ ବିଷୟ ନିଜେ ଶୁଣିଛି ଓ ଦେଖିଛି। ସବୁ ଶୁଣି ଏବଂ ଦେଖି ସାରିବା ପରେ, ଯେଉଁ ଦୂତ ମୋ’ ନିକଟରେ ତାହା ପ୍ରକାଶ କଲେ, ମୁଁ ତାଙ୍କ ପାଦ ତଳେ ପଡ଼ି ତାଙ୍କୁ ଆରାଧନା କରିବାକୁ ଯାଉଥିଲି।
9
କିନ୍ତୁ ସେ କହିଲେ, “ସେପରି କର ନାହିଁ, କାରଣ ମୁଁ ମଧ୍ୟ ତୁମ ପରି ଜଣେ। ତୁମର ଯେଉଁ ଭାବବାଦୀ ଭାଇମାନେ ଓ ଯେଉଁ ସମସ୍ତେ ଏହି ପୁସ୍ତକର ବାକ୍ୟ ଅନୁଯାୟୀ ଆଜ୍ଞାବହ ହୋଇ ରହନ୍ତି, ସେମାନଙ୍କ ପରି ମୁଁ ଜଣେ ସେବକ ମାତ୍ର। ଈଶ୍ୱରଙ୍କର ଆରାଧନା କର।”
10
ସେ ମୋତେ ପୁଣି କହିଲେ, “ଏହି ପୁସ୍ତକର ଭବିଷ୍ୟତ୍ବାଣୀଗୁଡ଼ିକ ଗୁପ୍ତ ରଖ ନାହିଁ, କାରଣ ଏ ସବୁ ବିଷୟ ଘଟିବାର ସମୟ ନିକଟ ହୋଇ ଆସିଲାଣି। ତେଣି ଏ କଥା ଜାଣି ଯେ ଯାହା ଇଚ୍ଛା, ତାହା କରୁ।
11
ଅଧର୍ମାଚାରୀ ଯଦି ଚାହେଁ, ଆହୁରି ଅଧର୍ମାଚରଣ କରୁ; ଅଶୁଚି ବ୍ୟକ୍ତି ଅଶୁଚି ହୋଇ ରହୁ; କିନ୍ତୁ ଯେ ସଦାଚାରୀ, ସେ ସତ୍କର୍ମରେ ନିବିଷ୍ଟ ରହୁ; ଯେ ପବିତ୍ର, ସେ ପବିତ୍ର ହୋଇ ରହୁ।”
12
ଯୀଶୁ କହୁଛନ୍ତି, “ଶୁଣ! ମୁଁ ଶୀଘ୍ର ଆସୁଅଛି! ପ୍ରତ୍ୟେକଙ୍କୁ ନିଜ ନିଜ କାର୍ଯ୍ୟ ଅନୁସାରେ ଫଳ ଦେବା ପାଇଁ ମୁଁ ପୁରସ୍କାର ନେଇ ଆସିବି।
13
ମୁଁ କ ଓ କ୍ଷ, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ।”
14
ଯେଉଁମାନେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି, ସେମାନେ ଭାଗ୍ୟବାନ। ଜୀବନବୃକ୍ଷର ଫଳ ଭୋଜନ କରିବାକୁ ଓ ଦ୍ୱାର ଦେଇ ନଗରୀ ମଧ୍ୟରେ ପ୍ରବେଶ କରିବାକୁ ସେମାନଙ୍କର ଅଧିକାର ଅଛି।
15
କିନ୍ତୁ ବିକୃତ ଚରିତ୍ର, ତନ୍ତ୍ରମନ୍ତ୍ରସାଧକ, ନରହନ୍ତା, ପ୍ରତିମାପୂଜକ, ମିଥ୍ୟାବାଦୀ, ପ୍ରତାରକ ଆଦି ଭ୍ରଷ୍ଟାଚାରୀମାନେ ସମସ୍ତେ ନଗରୀ ବାହାରେ ରହିବେ।
16
“ମୁଁ ଯୀଶୁ। ମଣ୍ଡଳୀମାନଙ୍କରେ ତୁମ୍ଭମାନଙ୍କ ଉପକାରାର୍ଥେ ଏସବୁ ବିଷୟ ଘୋଷଣା କରିବା ପାଇଁ ମୋର ଦୂତକୁ ପ୍ରେରଣ କରିଛି। ମୁଁ ଦାଉଦଙ୍କ ବଂଶଧର। ମୁଁ ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”
17
ପବିତ୍ରାତ୍ମା ଓ ସେହି ନବବଧୂ କହୁଛନ୍ତି: “ଆସନ୍ତୁ”! ଶ୍ରବଣକାରୀ ପ୍ରତ୍ୟେକେ ମଧ୍ୟ କହିବେ: “ଆସନ୍ତୁ।” ଯେ କେହି ତୃଷିତ, ସେ ଆସୁ। ଜୀବନପ୍ରଦାୟୀ ଜଳ ପାନ କରିବାକୁ ଯେ ଇଚ୍ଛୁକ, ସେ ଆସି ବିନାମୂଲ୍ୟରେ ତାହା ଗ୍ରହଣ କରୁ।
18
ମୁଁ ଯୋହନ। ଯେଉଁମାନେ ଏହି ପୁସ୍ତକର ଭବିଷ୍ୟଦ୍ବାଣୀ ସବୁ ଶୁଣନ୍ତି, ସେମାନଙ୍କୁ ମୁଁ ସତର୍କ କରି ଦେଉଛି: ଯଦି ଏଥିରେ କେହି କିଛି ଯୋଗ କରେ, ତେବେ ଏହି ପୁସ୍ତକବର୍ଣ୍ଣିତ ମହାମାରୀ ଦ୍ୱାରା ଈଶ୍ୱର ତାକୁ ଶାସ୍ତି ଦେବେ
19
ଏବଂ ଏହି ପୁସ୍ତକର ଭବିଷ୍ୟଦ୍ବାଣୀରୁ କେହି ଯଦି କିଛି ବାଦ୍ ଦିଏ, ତେବେ ଈଶ୍ୱର ତାକୁ ଏହି ପୁସ୍ତକବର୍ଣ୍ଣିତ ଜୀବନ-ବୃକ୍ଷର ଫଳରୁ ଓ ପବିତ୍ର ନଗରୀରୁ ବଞ୍ଚିତ କରିବେ।
20
ଯେ ଏ ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଛନ୍ତି, ସେ କହନ୍ତି, “ଏହା ସୁନିଶ୍ଚିତ। ମୁଁ ଶୀଘ୍ର ଆସୁଅଛି।” ତାହା ହିଁ ହେଉ। ପ୍ରଭୁ ଯୀଶୁ, ଆସନ୍ତୁ!
21
ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ପ୍ରତ୍ୟେକେ ଅନୁଭବ କରନ୍ତୁ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22